STORYMIRROR

Nirupama Dehuri

Abstract Tragedy

3  

Nirupama Dehuri

Abstract Tragedy

ପ୍ରେମ ଛଳନା

ପ୍ରେମ ଛଳନା

2 mins
222

ନିଦାଘର ପ୍ରଚଣ୍ଡ ଉତ୍ତପ୍ତ କିରଣ ।ସର୍ପିଳ ପିଚୁ ରାସ୍ତା ଲମ୍ବିଯାଇଛି ଗାଁ ଠାରୁ ସହର ।ପାଦ ପକାଇଲେ ଫୋଟକା ପଡିଯାଉଛି । ପତ୍ରଝଡ଼ା ଲଣ୍ଡା ବୃକ୍ଷ ରାଜି । ଶୂନଶାନ ରାଜରାସ୍ତା । ଖାଦ୍ୟ ତ ଦୂରର କଥା ପାଣି ଟୋପେ ବି ମିଳିବା କଷ୍ଟ ବିନା ପଇସାରେ ।ଲକ୍ଷ୍ୟଚ୍ୟୁତ ଦିଗହରା ବାସହରା ପଥିକ ପାଇଁ ଯାହାର କୂଳ କିନାରା ନାହିଁ । ଆଗେଇ ଚାଲିଛି ମାଳତୀ ନ୍ୟାୟାଳୟ କୁ ପିତୃତ୍ବର ପରିଚୟ ପାଇବା ପାଇଁ । ଦୁଇ କୂଳ ପରିତ୍ୟକ୍ତା । ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ଅନ୍ୟର ଘରେ କାମ ଲାଗି ଯାହା ସଞ୍ଚୟ କରେ ମାଆ ଝିଅଙ୍କ ପେଟକୁ ନିଅଣ୍ଟ ।ସେଥିରୁ କିଛି ବଳାଇ ଓକିଲ କୁ ଦିଏ ଝିଅର ଭବିଷ୍ୟତ ପାଇଁ ।ହୁଏତ ଶ୍ରୀକାନ୍ତ ମାନି ଯିବ ଆଉ ମାଆ ଝିଅଙ୍କୁ ଆପଣେଇ ନେବ ଦୁନିଆଁର ରାଜରାସ୍ତାରୁ ସ୍ତ୍ରୀ ର ମର୍ଯ୍ୟାଦା ଦେବ ।ଲୋକଙ୍କ ଟାହିଟାପରାରେ ବ୍ୟତିବ୍ୟସ୍ତ ମାଳତୀ ଫେରି ପାଇବା ଏକ ହସ ଖୁସିର ପରିବାର ।ଆଜି ପରି ମନେପଡେ ଆଦ୍ୟ ଯୋୖବନର ପହିଲି ପରସରେ ।ତନୁ ମନ ପୁଲକିତ ପିତାମାତାଙ୍କ ଆକଟ ନମାନି ପହିଲି ଦେଖାରେ ଶ୍ରୀକାନ୍ତକୁ ଭଲପାଇ ବସିଲା । ଶ୍ରୀକାନ୍ତଙ୍କ ପ୍ରରୋଚନାରେ ପରିବାର ସ୍ନେହ ସମ୍ପର୍କ କୁ ଭୁଲି ସେଇ କାଳରାତ୍ରୀରେ ଦୁହେଁ ଘରଛାଡି ଚାଲିଗଲେ ଦୂର ରାଇଜକୁ ।ନିଜର ଆଉ ଝିଅର ଇଜ୍ଜତ ବଞ୍ଚାଇବାକୁ ବହୁତ ଖୋଜା ଖୋଜି କଲେ ବାପାମାଆ ଶେଷରେ ହୋଇରହିଲେ । ପ୍ରେମର ନିଆଁରା ଦୁନିଆଁରେ ଉଡିବୁଲୁଥିଲେ ମାଳତୀ ଆଉ ଶ୍ରୀକାନ୍ତ । ମନ୍ଦିରରେ ଭଗବାନଙ୍କୁ ସାକ୍ଷୀ ରଖି ମଥାରେ ସିନ୍ଦୁର ଦେଲା ଶ୍ରୀକାନ୍ତ ଜୀବନ ସାରା ସାଥୀ ହୋଇ ରହିବାକୁ ଶପଥ ନେଲେ । କିନ୍ତୁ ସମୟ ର ଗତିପଥ ବିଚିତ୍ର ମାଳତୀ କୁ ଅନ୍ତସତ୍ବା ଜାଣି ଶ୍ରୀକାନ୍ତ ଚିନ୍ତିତ ରହିଲା । ମାଳତୀ କୁ ଗର୍ଭପାତ କରିବାକୁ ବାଧ୍ୟ କଲା ହେଲେ ମାଳତୀ ମନାକରି ଦେଲା ।କୋମଳ ହୃଦୟର ଡୋରି ଟି ମାଆ ଡାକ ତା କର୍ଣ୍ଣପଥରେ ଗୁଞ୍ଜରିତ ହେଲା ।ଧନୀ ଘରର ପୁଅ ଶ୍ରୀକାନ୍ତ ବାପାମାଆଙ୍କ ଚାପରେ ମାଳତୀ କୁ ଏକା ଛାଡ଼ି ଦେଲା ।ମାଳତୀ କୁ ଚତୁର୍ଦ୍ଦିଗ ଅନ୍ଧାର ଦେଖାଗଲା ।ପତି ଆଉ ପିତା ଉଭୟ କୂଳରୁ ତଡାଖାଇ ଦୁଇ ବର୍ଷର ଶିଶୁ କନ୍ୟା ସହ ଆଇନ ଆଶ୍ରୟ ନେଇଛି । ପ୍ରେମରେ ଛଳନା ର ଶିକାର ହୋଇ ଦୁର୍ବିସହ ଜୀବନ ବଞ୍ଚୁଛି କିଏ ଜାଣେ ଜୀବନର ଗତିପଥ କେଉଁ ମୋଡ଼ ନେବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract