STORYMIRROR

Nirupama Dehuri

Tragedy

4  

Nirupama Dehuri

Tragedy

ଝରା ଶେଫାଳୀ

ଝରା ଶେଫାଳୀ

2 mins
512

ଜୀବନ ହସ ଲୁହ ଆଉ ଦୁଃଖ ସୁଖର ସମ୍ମିଶ୍ରଣ।

ଆଜି ପରି ମନେପଡେ ସେଇ ଚଗଲାମି ପିଲାଦିନ।

ଅତୀତରେ ଛାଡି ଆସିଥିବା ଘଟଣା ବହୁଳ ଦିନ।

ମାଆ କୋଳରେ ଜନ୍ମ ନେବା ଠାରୁ ମଶାଣିରେ ପହଞ୍ଚିବା ପର୍ଯ୍ୟନ୍ତ ପ୍ରତ୍ୟେକଟି ମୁହୁର୍ତ୍ତ ଏକ ସ୍ମୁତି ‌‌‌‌‌‌‌

ପରି ଘେରି ରହେ ଜୀବନକୁ। କେବେ ନିଦାଘରେ ଯନ୍ତ୍ରଣା ତ କେବେ ବସନ୍ତର ମଧୁର ମୁର୍ଚ୍ଛନା । ଅନେକ ଘଟଣା ଘଟେ ଜୀବନରେ କିନ୍ତୁ ସବୁ ମନେ ରହେନା

ରହିଯାଏ ଏମିତି କେତେ ସ୍ମୁତି ଅପାସୋରା ହୋଇ 

ଜୀବନ ସ୍ରୋତରେ ଶାମୁକା ଭିତରେ ମୁକ୍ତା ପରି।

ଏମିତି ଏକ ଘଟଣା ଘଟିଗଲା ମୋ ଜୀବନରେ  

ଏବେବି ସତେଜ ମୋ ମନର କାନଭାସରେ।

କେଉଁ ଏକ ଅଶୁୁଭ ବେଳାରେ ସେ ଦିନ ସ୍କୁଲରେ

ମଧ୍ୟାହ୍ନ ଭୋଜନ ପରେ ମୁଁ ଓ ମୋ ସାଙ୍ଗ ଝରଣା  ଡ଼ାକି ଯାଇଥିଲୁ ଶେଫାଳୀ କୁ । ତାର ଜେଜେ ବାପା ଆମ ସମସ୍ତଙ୍କ ପାଇଁ ପିଜୁଳି ତୋଳି ଦେଲେ । ପିଜୁଳି ଖାଇ ଆମେ ତିନି ଜଣ ଆନନ୍ଦ ରେ ସ୍କୁଲକୁ ଆସିଲୁ । ସ୍କୁଲ ରେ ଆଜ୍ଞା ନଥିଲେ । ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ରୁ ଆମର ହିତାହିତ ଜ୍ଞାନ ନଥିଲା । ସୀତା ଲକ୍ଷ୍ମଣଙ୍କ ତିନି ଗାର ଡେଇଁଲା ପରି ଆମେ ମଧ୍ୟ ସ୍କୁଲ ହତା ରୁ ବାହାରି ପାଖରେ ବହି ଯାଉଥିବା ଉଠାଜଳସେଚନ ଟାଙ୍କି ଆଡ଼କୁ ବୁଲିବା ପାଇଁ ଗଲୁ ଆମେ ଜାଣି ନଥିଲୁ ଯେ ଏହା ହିଁ ଆମ୍ଭମାନଙ୍କ ପାଇଁ କାଳ ହେବ । ଆମେ ନିଜ ନିଜ ଡ୍ରେସ୍ ମାନ ଖୋଲି ମଳତ୍ୟାଗ କରିି ଫେରିବା ବେଳେ ଥଟ୍ଟା କରିବାକୁ ଯାଇ ଶେଫାଳୀର ଡ୍ରେସ୍ କୁ 

ଟାଙ୍କି ଭିତରେ ପକାଇବାକୁ କହିଲୁ । ସେଥିରେ ଶେଫାଳୀ ଡରିଯାଇ ମୋ ସାର୍ଟ କୁ ପାଣିରେ ପକାଅ ନାହିଁ ବୋଲି ପାଟିକଲା । ବାଲ୍ୟ ଚପଳତା ଆଉ ଅବହେଳା ରେ ସାର୍ଟଟି ଝରଣା ହାତରୁ ଖସି ପଡ଼ିଲା । କିନ୍ତୁ ସେଇ ସାମାନ୍ୟ ଥଟ୍ଟା ଆମ୍ଭମାନଙ୍କ ପାଇଁ କାଳ ହେଲା । ଏ ଦୁନିଆ ରୁ ଆଉ ଆମ ସମ୍ପର୍କର ବନ୍ଧନ କୁ ଡେଇଁ ସବୁଦିନ ପାଇଁ ଆମ ଆଖିରେ ଲୁହ ଓ ହୃଦୟରେ କୋହ ଭରି ଚାଲିଗଲା ଶେଫାଳୀ ଅଫେରା ବାଟରେ । ଶେଫାଳୀ ସାର୍ଟ ଆଣିବାକୁ ଯାଇ ପାଣି ଭର୍ତ୍ତି ଟାଙ୍କିକୁୁ ଡେଇଁ ପଡିଲା ହେଲେ ଆଉ ବାହାରି ପାରିଲା ନାହିଁ । ତାକୁ ତ ଆମେ ଅଟକାଇ ପାରିନଥିଲୁ । ପ୍ରଥମ ଭୁଲ ପରେ ପୁୁୁଣି ଏକ ଭୁଲ କରି ବସିିିଲୁ । କାହାକୁ ନ ଜଣାଇ ଭୟରେ ସ୍କୁଲକୁ ଚାଲି ଆସିଥିଲୁ । ସାର୍ ବି ଆମକୁ ଶେଫାଳୀ ବିଷୟରେ କିଛି ପଚାରି ନଥିଲେ । ସ୍କୁଲ ଛୁଟି ହେବା ପରେ ୪ଟାରେ ଶେଫାଳୀର ମର ଶରୀର ପାଣି ଉପରେ ଭାସୁଥିବା ଲୋକମାନେ ଦେଖିଲେ । ସେ ସିିିନା ଚାଲିିିିଗଲା ସମସ୍ତଙ୍କ ସ୍ନେହ ମମତାକୁ ଭୁୁଲି ହେଲେ ମୁଁ ମୋର ଅନ୍ତରଙ୍ଗ ସାଙ୍ଗକୁ ହରାଇ ଜିଅନ୍ତା ଶବ ପାଲଟି ଯାଇଛି । ମୁଁ ନିଜେ ନିଜକୁ କ୍ଷମା ଦେଇ ପାରୁନି । ଏକ ଛୋଟ ଭୁଲ ପାଇଁ ଶୈଶବ ର ଆନନ୍ଦରେ ନାଚି ଡେଇଁ ମସ୍ ଗୁୁଲ୍ ହୋଇ ଦୁନିଆଁ କୁ ହସାଉ ଥିବା କଳିକାଟି ବୃକ୍ଷଚ୍ୟୁତ ହେଲା । ବାରମ୍ବାର ମୋ ଭିତରେ ଥିବା ବିବେକ ମୋତେ ପଚାରୁଛି ଯାହାର ସୃଷ୍ଟି କରିବା ର ଶକ୍ତି ନାହିଁ ତାର ଭାଙ୍ଗିିିବାର ମଧ୍ୟ ଅଧିକାର ନାହିଁ । ଆଜି ବିବେକର ପ୍ରଶ୍ନ ବାଣରେ ମୁଁ କ୍ଷତ ବିକ୍ଷତ ପଙ୍ଗୁ । ଅନୁୁୁତାପର କୁହୁଳା ନିଆଁରେ ଜଳୁଛି ମୁ ଜୀବନ ସାରା । ଶେଫାଳୀ ତାର ସୀମିତ ଜୀବନରେ ଝରିଗଲା ତାର ସୌରଭ ଦେଇ । ହେଲେ ଆଜି ବି ମୋର ମନର ନିଭ୍ରୃତ କୋଣରେ ରହିିଯାଇଛିି ଅକୁହା କଥା ହୋଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy