STORYMIRROR

Nirupama Dehuri

Abstract Tragedy

3  

Nirupama Dehuri

Abstract Tragedy

ବିଚ୍ଛେଦ

ବିଚ୍ଛେଦ

2 mins
146

ମନ ମାରି ବସିଛି ଶ୍ରାବଣୀ ଦୀର୍ଘ ଦୁଇ ବର୍ଷ ହେଲା ଅବିନାଶର ପତ୍ତା ମିଳୁନି । କେଉଁ ଏକ ଅଶୁଭ ବେଳାରେ ଝିମିଟି ଖେଳରୁ ମହାଭାରତ ପରି ସାମାନ୍ୟ କଥାକୁ ନେଇ ଘରଛାଡି ଚାଲିଯାଇଛି ଅବିନାଶ ଲେଉଟି ଚାହିଁନି ଦୁଇ ପୁଅ ଆଉ ଶ୍ରାବଣୀ କୁ । ଶ୍ରାବଣୀର ହୃଦୟର କୋହ ଅଜସ୍ର ବାରିଧାରା ପରି ବହି ଯାଉଛି ଅଶ୍ରୁରରୂପ ନେଇ । ଅକୁହା ବେଦନା କାହାକୁ କହିବ କିଏ ବା ବୁଝିବ ।ସମସ୍ତଙ୍କ ସହାନୁଭୂତି ନେଇ ବଞ୍ଚିଛି ଦୁଇ ପୁଅର ମୁହଁ କୁ ଚାହିଁ ।


ବାହାଘର ରାତିରୁ ସ୍ବାମୀର ମାଡ଼ ଗାଳିକୁ ସହି ଆସିଛି ।ଆଜି ମନେପଡେ ସେଦିନ କାର୍ତ୍ତିକ ଶୁକ୍ଳ ପକ୍ଷ ଦଶମୀ ତିଥି । ତାଙ୍କ ଗାଁରେ ଦଶମୀ ଯାତ୍ରା ପ୍ରତିବର୍ଷ ପାଳିତ ହୁଏ । ସପରିବାର ଆନନ୍ଦରେ ଯାତ୍ରା ଦେଖି ଯାଆନ୍ତି । କିନ୍ତୁ ସମୟ ସବୁବେଳେ ସମାନ ନଥାଏ । ସେଦିନ ଯାତ୍ରାର ଭିଡ଼ରେ ପହଞ୍ଚି ଯାତ୍ରା ଦେଖୁଥିବା ସମୟରେ ଶ୍ରାବଣୀ ନିଜ ଗାଁର ସମସ୍ତଙ୍କ ସହିତ ଆନନ୍ଦରେ କଥାବାର୍ତ୍ତା ହେଉଥାଏ ।ଏଇ ସମୟରେ ତା ପିଲାଦିନର ସହପାଠୀରାକେଶ ତାକୁ ଡାକିଲା ‌। ଶ୍ରାବଣୀ ତୁ କେବେ ଆସିଲୁ । ଏହାଶୁଣି ଶ୍ରାବଣୀ ଅବିନାଶର ହାତକୁ ଛାଡ଼ି ତା ସହିତ କଥା ହେବାକୁ ଲାଗିଲେ ।ସେଇ କେଇ ପଦ କଥା ଶ୍ରାବଣୀର ଜୀବନ ଆକାଶରେ ଧୂମକେତୁରରୂପ ନେଲା । ବିବାହ ସମୟରେ ଗାଡିଟିଏ ଆଶା କରିଥିବା ଅବିନାଶକୁ ଶ୍ରାବଣୀର ବାପା ଗାଡ଼ି ନ ଦେଇ ଝିଅକୁ ସୁନାହାର ଟିଏ ଦେଇଥିଲେ । ସେଇଥିପାଇଁ ଉଭୟଙ୍କ ମଧ୍ୟରେ ବାରମ୍ବାର କଳହ ଲାଗିରହୁଥିଲା ।ହେଲେ ଆଜିରମେଶ ସହ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି କଳହ ହେଲା ।ନିଜ ବାପା ଘରେ ଅବିନାଶ ଶ୍ରାବଣୀ ଉପରକୁ ହାତ ଉଠାଇ ଦେଇଥିଲା ।


ଏହା ଦେଖି ଶ୍ରାବଣୀର ବାପା ଓ ଭାଇ ସହି ପାରି ନଥିଲେ ।ବିବାହରୁ ଆଜି ପର୍ଯ୍ୟନ୍ତ ଶ୍ରାବଣୀର ସମସ୍ତ ଦୁଃଖ ଶୁଣି ମଧ୍ୟ ଝିଅର ଭବିଷ୍ୟତ ପାଇଁ ଚୁପ୍ରହୁଥିଲେ । କିନ୍ତୁ ନିଜ ଘରେ ନିଜ ଭଉଣୀକୁ ଖରାପ ବ୍ୟବହାର କରିବା ଦେଖି । ଶ୍ରାବଣୀର ଭାଇ ମଧ୍ୟ ଅବିନାଶ ଉପରକୁ ଉପରକୁ ହାତ ଉଠାଇ ଦେଇଥିଲା । ଶ୍ରାବଣୀର ବାପା ‌‌‌‌‌‌‌‌ମଧ୍ୟ ଅବିନାଶର ଭାଇମାନଙ୍କୁ ଡାକି ସମସ୍ତ କଥା କହିଲେ ।ସେଇରାଗ ଆଉ ଅପମାନରେ ଅବିନାଶ ଘର ଛାଡ଼ି ଚାଲିଗଲା ଯେ ଆଉ ଫେରି ଚାହୁଁନି ।ପଥହରା ନାବିକ ପରି ଶ୍ରାବଣୀ ଯେତେ ଖୋଜିଲେ ବି ଅବିନାଶର ପତ୍ତା ନାହିଁ ।ଘରେ ଅବିବାହିତ ସାନ ଦୁଇ ଭଉଣୀ ଙ୍କ ଭବିଷ୍ୟତ କୁ ଆଖିରେରଖି ଶ୍ରାବଣୀ ଦୁଇ ପୁଅକୁ ନେଇ ଚାଲିଆସିଥିଲା ଶାଶୁ ଘରକୁ । ମାତ୍ର ଅଧ ଏକର ଜମି ଆଉ ବାପାଙ୍କ କିଛି ସାହାର୍ଯ୍ୟରେ ଚଳିବାକୁ ଅସମର୍ଥ ଶ୍ରାବଣୀ ପୁଅକୁ ଗାଁ ସ୍କୁଲରେ ନାମ ଲେଖାଇ ଦେଲା । ଜୀବନର ବୋଝକୁ ଉଠାଇ ଦୁଇ ପୁଅଙ୍କୁ ମଣିଷ କରିବା ପାଇଁ ନିଜ ପାରୁ ପର୍ଯ୍ୟନ୍ତ ସମସ୍ତ ଚେଷ୍ଟା କରିବାରୁ ଲାଗିଲା ।


ବାପ ଘରେ ଦିନେ ଦାଣ୍ଡରେ ଠିଆ ହୋଇ ନଥିବା ଝିଅ ଆଜି ବିଲରେ କାମ କରିବାକୁ ଲାଗିଲା । ବାପା ମା'ଙ୍କ ବାରଣ ସତ୍ତ୍ୱେ ସମସ୍ତ ଦୁଃଖ କଷ୍ଟ କୁ ଆକଣ୍ଠ ପାନ କରି ନିର୍ବାସିତା ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ସୀତାଙ୍କ ପରି ଦୁଇ ପୁଅ କୁ ମଣିଷ କରିବାକୁ ଆଗେଇ ଗଲା ।ସଲିତା ପରି ନିଜେ ଜଳି ଯାଉଛି ପୁଅଙ୍କ ଭବିଷ୍ୟତ ପାଇଁ । ସ୍ବାମୀ ଥାଇ ମଧ୍ୟ ଆଜି ସେ ସ୍ବାମୀ ହୀରା ବାପା ଛାଇ ମଧ୍ୟ ଆଜି ଦୁଇ ପୁଅ ପିତୃହୀନ ଭାବରେ ଜୀବନ ଅତିକ୍ରାନ୍ତ କରୁଛନ୍ତି । ତଥାପି ଆଶା ଛାଡ଼ିବି ଶ୍ରାବଣୀ ଦିନେ ନା ଦିନେ ନିଶ୍ଚୟ ଫେରିବ ଅବିନାଶ। ଦୁଷ୍ମନ୍ତ ଶକୁନ୍ତଳାଙ୍କ ପରି ସେ ମଧ୍ୟ ଖୁସିରେରହିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract