STORYMIRROR

Saphala Das

Romance

3  

Saphala Das

Romance

ପ୍ରେମ ପର୍ବ

ପ୍ରେମ ପର୍ବ

3 mins
221


    ସକାଳୁ ସକାଳୁ ନାତୁଣୀ ମଧୁମିତାର ବିଛଣା ଛାଡ଼ି ଗାଧୁଆ ପାଧୁଆ ସାରି ବେଶ ସାଜ ସଜା ହୋଇ ବାହାରି ପଡିଲା ବେଳକୁ ଜେଜୀ ମାଆ ପଚାରି ବସିଲା ଏତେ ସକାଳୁ କୁଆଡ଼େ ।ହଠାତ୍ ମୁହଁକୁ ଉପରକୁ କରି କହିପକାଇଲା କଲେଜ ଯାଉଛି ।ତୋର ଯିବାର ଅଛିକି?


     କଣ କହିବ ଜେଜୀ ମାଆ ଭାବିପାରିଲା ନାହିଁ ।ଏହି କିଛି ଦିନ ହେବ ନାତୁଣୀ ଟି ଫିରିକି ଯାଇଛି ।ଜେଜୀ ମାଆ ସବୁବେଳେ ଆକଟ କରୁଛି ବୋଲି ବାପ ମାଆଙ୍କ ଆଗରେ ଗୁହାରି କରିଛି ।ବାପା ମାଆ ସହରରେ ନିଜର କର୍ମ କ୍ଷେତ୍ରରେ। ହେଲେ ଝିଅ ଟିର ପାଠ ପଢା ପାଇଁ ଜେଜୀ ମାଆ ପାଖରେ ଛାଡିଛନ୍ତି ।ଘର ପାଖରେ କଲେଜ।ଗାଁରେ ଜେଜୀ ମାଆ ଏକା ଝିଅକୁ ସବୁ ସଂଠଣା ଶିଖାଇବା ସହିତ ଭଲରେ ରହିବ। କାହିଁକି ନା ଭଲ ନମ୍ବର ରଖି ନଥିଲା । ତେଣୁ ଜେଜୀ ପାଖରେ ଗାଁ କଲେଜ ରେ ସିଟ୍ ମିଳିଗଲା । କଙ୍କଡାକୁ ଗୋଳି ପାଣି ସୁଆଦ ।କାହିଁକି ନା ଜେଜୀ ମାଆ ନାତୁଣୀଙ୍କ ସମ୍ପର୍କ ମଧୁର ।


     ଏହି ମଧୁର ସମ୍ପର୍କ ଭିତରେ ଟିକେ ଖଟା ପଡେ ବୟସକୁ ନେଇ । ଜେଜୀ ଟିକେ ନାତୁଣୀର ଚାଲି ଚଳଣକୁ ଜଗେ।ବେଶୀ ପୁଣି ମଧୁମିତା ପାଖରେ ।ପୁଅ ବୋହୂ ପାଖରେ ନାହାନ୍ତି ବୋଲି। ସେଥିଲାଗି ମଧୁମିତା ଖପା ଟିକେ ଜେଜୀ ଉପରେ।


      ସେ ଯାହାହେଉ ଆଜି 'ପ୍ରେମ ଦିବସ' ପାଳନ କରୁଛନ୍ତି ଜେଜୀ କାହୁଁ ଜାଣିବ ନାତୁଣୀ ର ଶିଘ୍ର କଲେଜ ବାହାରି ବାର କାରଣ । ତେଣୁ ରାଗ ଟା ସୁଝେଇଦେଲା ମୁହଁ ଝାଡି ତୋର କଲେଜ ଯିବାର ଅଛିକି?


      ଏକଥା ଶୁଣି ଜେଜୀ କହିଲା 'ଏକା ମାଘେ କେ ଶୀତ ଯାଏନି'

 ଏକଥା ଶୁଣି ରାଗିଗଲା ମଧୁମିତା ସିଧା ରଣ ଚଣ୍ଡିପରି ଧାଇଁ ଗଲା ସାଇକେଲ ଖଣ୍ଡିଏ ଧରି।


        ଜେଜୀ ତା କାମରେ ରହିଲା ।ସବୁ କଥା କ'ଣ ପୁଅ ବୋହୂ ଙ୍କୁ କହିବ ଆଗରୁ କେତେ ଥର କହିଛି କଥା ମାନୁନି ବୋଲି। 


      ଜେଜୀ ରୋଷେଇ କରି ଅପେକ୍ଷା କରିଛି ମଧୁମିତାକୁ ମଧୁମିତାର ଡେରି ଦେଖି ଦାଣ୍ଡରୁ ଘର ରୁଣ୍ଡୁଛି। ଏତିକି ବେଳକୁ ମଧୁମିତାର ସାଙ୍ଗଟି ଆସିପହଞ୍ଚି ଗଲା ଜେଜୀ ପାଖରେ ପଚାରିଲା ଜେଜୀ ମଧୁମିତା ଆସିନି।

ଜେଜୀ ତା କଥା ଶୁଣି ଚମକି ପଡିଲା କାହିଁ କ'ଣ ହେଲା ତୁ ଆଜି ଯାଇନୁକି? ମଧୁମିତାର ସାଙ୍ଗ ରେବତୀ କହିଲା ନା ଜେଜୀ ଆଜି ଖାଲି କଲେଜରେ ହୋ ହାଲ୍ଲା ହେବେ ପଡିଆକୁ ପଳେଇ ଆସି ପ୍ରେମ ଦିବସ ପାଳିବେ ଆଜି 'ପ୍ରେମ ଦିବସ।'


       ପହଞ୍ଚି ଗଲା ମଧୁମିତା ହାଣ୍ଡିଭଳି ମୁହଁ କରିଛି।ସାଙ୍ଗ ରେବତୀ କୁ ଦେଖି ଗପ ସପ ଟିକେ କରିଦେଲା ସେ ଗଲା ପରେ ଜେଜୀ ତାର ମୁହଁ ଫୁଲା ଦେଖି ପାଖରେ ବସିପଡିଲା ଖାଇବା ଧରି । ଆରମ୍ଭ କଲା ଛୋଟ ଗପଟିଏ ନାତୁଣୀ ପାଇଁ ଗପଟି ଏପରି.......


ଅନନ୍ତ ପୁର ବୋଲି ଗାଁ ଟିଥିଲା ସେହି ଗାଁରେ ନଦୀଟିଏ ବୋହିଯାଇଛି ସେହି ନଦୀକୂଳରେ ଅଶ୍ୱଥଗଛ ଟିଏ ଥାଏ । କେତେକ ଲୋକ ପୂଜାକରନ୍ତି ଗଛ ମୂଳରେ ପାଣି ଢାଳି ଗୁଡ଼ ଭୋଗ ଲଗାନ୍ତି। ସେହି ଗୁଡ଼ ଭୋଗ ଖାଇବା କୁ ପିମ୍ପୁଡିଟି ଥାଏ। ନଦୀର ଜୁଆର ମଧ୍ୟ ପିମ୍ପୁଡିଟିକୁ ଦେଖେ ତାପାଖକୁ ମାଡି ଯାଏ ଗୁଡ଼ ଖାଇଦିଏ ବା ଧୋଇନିଏ। ପିମ୍ପୁଡିଟି ହସିଦିଏ ।କାରଣ ଦୁଇ ଜଣ ବହୁତ ସାଙ୍ଗ।

      

ଦିନକର ଜୁଆର ତାପାଖକୁ ଗଲା ବେଳକୁ ପିମ୍ପୁଡିଟି ଗୁଡ଼ ଖାଉଥିଲା ହେଲେ ଜୁଆରକୁ ଦେଖି ପତର ଟାଣି ରଖିଦେଲା ।ଏତିକି ବେଳକୁ ଜୁଆର ବା ନଦୀ ପାଣି କହିଲା ସାଙ୍ଗ ତୁମକୁ ଗୋଟିଏ କଥା କହିବି ତମେ ମୋ ପରି ଏକା ଥରେ ଖାଉନ ।ରଖି ରଖି କାହିଁ ଖାଉଛ।ପିମ୍ପୁଡିଟି କହିଲା ମିଠା କୁ ଛାଖି ଛାଖି ଖାଇଲେ ବହୁତ ଆନନ୍ଦ ଖୁସି ମିଳେ ।ଏକାଥରେ ଖାଇଲେ 

ସ୍ୱାଦ ଅନୁଭବ କରିବୁ କିପରି ।ସେମିତି ଏ ପ୍ରେମ ଦିବସ 'ଏକା ମାଘେକେ ଶୀତ ଯାଏନି' ସେଥିଲାଗି ଭଗବାନଙ୍କ ବାଣୀଟି ଅଛି


 'ଦିବସଟିକୁ ପ୍ରେମରେ ଆରମ୍ଭ କର 

ପ୍ରେମ ରେ ଶେଷ କର'


ତେଣୁ ବୈବାହିକ ଜୀବନ ହେଉ କି ବନ୍ଧୁତା ହେଉ ଏପ୍ରେମ ଦିବସଟି

ସବୁଦିନ ମଧୁର ରହୁ ପ୍ରେମ ଏକା ଦିନେ ଶେଷ ହୁଏନି ।


  ମଧୁମିତା ଉଠିପଡି ବ୍ୟାଗରୁ ଗୋଲାପଫୁଲ ଚକେଲେଟ ଜେଜୀ କି ଦେଇ ଜାବୁଡି ଧରି ଭେଁ ଭେଁ କାନ୍ଦିଲା କାହିଁକି ନା ସେ ପ୍ରେମ ର ଅର୍ଥ ବୁଝି ନପାରି ପାଠ ପଢା ବୟସରେ ମନଟାକୁ ଘୁରାଉ ଥିଲା ଏଣେତେଣେ। ପ୍ରେମ ଯେ ଏତେ ମଧୁର ତାକୁ ସବୁଦିନ ଚାଖିବାକୁ ହେବ ଆଉ ସେପରି ସାଥିଟି ଖୋଜିବାକୁ ହେବ ।ଏମିତି ଗୋଟିଏ ଦିରେ ଶେଷ ହେବାକୁ ଦେବନି।।।

  ଏଥର ମଧୁମିତା କହିଲା ଜେଜୀ ତୋ ଢଗଟା ବୋଧେ ଏହି 


  ପ୍ରେମ ପାଇଁ........


Rate this content
Log in

Similar oriya story from Romance