STORYMIRROR

Saphala Das

Children Stories Comedy Drama

4  

Saphala Das

Children Stories Comedy Drama

ମାଆ

ମାଆ

3 mins
401


 ଛୁଟିପୂର୍ବରୁ ସବୁ କାମ ଆଜି ଠିକ୍ ଠାକ ଭାବରେ ସାରିବାକୁ ପଡ଼ିବ।ତର ତର ହୋଇ ମାଧବୀ ଟିଫିନ ବ୍ୟାଗ ପାଣି ବୋତଲଟି ଧରିବାହାରି ପଡିଲା ବେଳକୁ ପୁଅ ଛୋଟୁଟା କାନ୍ଦିବାକୁ ଆରମ୍ଭ କଲା ଆଈ କୋଳରେ ।ଏଇଟା ପିଲାମାନଙ୍କର ନୀତି ଦିନି ଆ ମାଆ ବାହାରକୁ ଗଲେ ।ହେଲେ ଦୁଇ ବର୍ଷ ର ଛୋଟୁ ସେ ମାଆ କୋଳ ଛଡା କଣ ବା କରିବ। ସ୍କୁଟି ଧରି ଷ୍ଟାଟ କଲା ବେଳକୁ ମାଆ ମାଳତୀ ଦେବୀ ମନଜ ପକାଇଲେ ।ଆସିଲା ବେଳକୁ କୁ ମୋ ଜିନିଷ ମନେପକାଇ ଆଣିବୁ । ଝିଅ ହଁ ହାଁ ମାରି ବାହାରୀଗଲା ।ଆଈ ତାର ଛୋଟୁକୁ ଧରି ନାନା ବାଇୟା ଗୀତ ଶୁଣେଇ ଆଈ ନାତି ଯେମିତି ରୁହନ୍ତି ।ସେମିତି ରହିଲେ। ଏ ତାଙ୍କ ର ନିତି ଦିନିଆ।


       ଛୋଟୁ ଶୋଇଲା ପରେ ଆଈ ତାର ଘରର ଛୋଟ ବଡ କାମକୁ ନେଇ ସମୟ କାଟେ ।

          

 ଆଜି ଘର ଥାକ ସଫା କରୁ କରୁ ପୂରୁଣା ଆଲବମ୍ ଟି ହାତରେ ପଡିଲା ।ଖେଳେଇ ଚାଲିଲେ ମାଳତୀ ଦେବୀ। ଆଖିରେ ପଡିଲା ସ୍ୱାମୀ ଙ୍କର ଫଟୋଟି ଯେଉଁ ଫଟୋରେ ସାରା ପରିବାର ଲୋକଙ୍କ ଛବି।


     ଆଖିରୁ ଲୁହ ଗଡିଲା ଭିତରେ ମନ ଗଡିଲା ସ୍ମୃତି ଆଡ଼କୁ ।ଥିଲା ବେଳେ ନିତି କଳି ଛୋଟ ମୋଟ କଥାରେ ।ସବୁବେଳେ ସାଙ୍ଗରେ ଲାଗନ୍ତି ।କଥା ପଦେକେ ପାଟିରୁ ବାହାରେ ଘର ଛାଡି ପଳେଇବି।

      ଆଜି ସତକୁ ସତ ଘର ଛାଡି ଆସିଛି। ଗୋଟିଏ ବୋଲି ଝିଅ ପାଠ ପଢେଇ ଚାକିରୀ କରାଇଦେଲ । ସେ ତା କାମରେ ଵେସ୍ତ। ଜ୍ଜାଇଁ ର ପୁଣି ଅଲଗା ଜାଗାରେ ଘରେ ମାଆ ଝିଅ, ଝିଅ ର କ୍ୱାଟରରେ ରହିଛୁ। ଏକା ରହି ପାରିଲିନି ବୋଲି ତା ସଂଗରେ ଆସିଛି। ସତକହିଲ ,ତମେ ମୋ ଉପରେ ଖୁସି ନା , ହେବନି କେମିତି ତମ ଝିଅ ପାଖରେ ଅଛି। ଝିଅ ର ଅଫିସ

ସକାଳ 10ରୁ5ଯାଏ । ମୋ ପାଖରେ ଗପି ବାକୁ ବେଳ କାହିଁ ତା ଛଡା ସମୟ ମିଳିଲେ ଜ୍ୱାଇଁ ସାଙ୍ଗରେ କଥା ପଦେ।ଛୁଆଟି ପୁଣି। ବହୁତ ଭଲରେ ରଖିଛି। ଅଫିସ ରୁ ଆସିଲେ ଖାଲି ପଚାରିଦିଏ ।ଖାଇଛୁକି ନାହିଁ।

ତମେ ଜାଣିଛ ଏକା ଖାଇବା କୁ ଭଲ ଲାଗେନି।ଏବେ କିନ୍ତୁ ଅଭ୍ୟାସ ରେ ପଡିଗଲିଣି। ତା ସାଙ୍ଗରେ ରାତି ଖାଇବା ସମୟେସମୟେ ।ଝିଅ ଟି ଅଫିସରୁ ଆସି ବେଳେ ବେଳେ ଟିକେ କଣ ଖାଇ ଦେଇ ଛୁଆକୁ କୋଳରେ ଧରି ଶୋଇ ପଡେ। ଯେତେ ତା,ମୁଣ୍ଡକୁ ଆଉଁସି ଡାକିଲା ବେଳକୁ କେବେ ଉଠେ କେବେ ଉଠେନି। ମୁଁ ସେମିତି ଥରେ ଅଧେ ଶୋଇପଡେ ।ହେଲେ ତମ କଥା ଭାବି ଖାଇବାକୁ ବାଧ୍ୟ ତୁମେ ଦେଇଥିବା ରାଣ ପାଇଁ।


    ଆମ ଭିତରୁ ଯିଏ ଆଗ ଯିବ ଏକୁଟିଆ ଭାବି ଉପବାସ ରହିବନି କାହିଁକି ନା ଦୁଇ ଜଣ ବ୍ଳଡ଼ ପେସର ରୋଗୀ। ତେଣୁ ଖାଇଦିଏ।

କିନ୍ତୁ ସବୁଠିକ୍ ଠାକ ଭିତରେ ତୁମକୁ ଭୁଲି ପାରୁନି ।  

          

   ଆଜିକୁ ଚାରି ଦିନ ହେଲା ପାନ ଖାଇନି ଝିଅ ଟାର ମନେ

ପଡୁନି ଭୁଲି ଯାଉଛି ।କଣ କହିବି ତାକୁ। ଗୋଟିଏ ବୋଲ ହାକ କରିବାପାଇଁ ପିଲାଟା ରଖୁନି କାଳେ ଚୋରି ହେବ ବୋଲି ଜ୍ଜାଇଁ ମନା କରିଛନ୍ତି । ସେ ଆସିଲେ ଝିଅ ଟିକୁ ନେଇ ଭଲ ମନ୍ଦ କିଣାକିଣି କରେ ।

 ତମେ ଥିଲେ ଦୁନିଆ ଝଗଡା କରି ସାରିଥାନ୍ତି। ବେଳାଇ ରହିପାରେନା। ଗାଁ କୁ ପଳାଇ ଗଲେ ଝିଅ ଟି ହଇରାଣ ହେବ ।ତାର ରୋଷେଇ ବାସ ଘର କାମ କରିବାକୁ କେହି ନାହାନ୍ତି। 


     ତା ଛଡ଼ା ଛୁଆକୁ କିଏ ରଖିବ। ଏମିତି ରେ ମୋ ଦିନ ବିତୁଛି। 

ଏବେ ପୁଣି ପୂଜା ଆସିବ ଘର ସଫାସୁତୁରା କରିବାକୁ ଝିଅଟି କହିଛି ଯଦି ସମୟ ପାଇବୁ କରିଦେବୁ ।ନହେଲେ ନାହିଁ। କେଉଁ କଥାରେ ବାଧ୍ୟ କରେନି ।ହେଲେ ସତ କହିଲ ।ତମେ ମୋ ଉପରେ ଖୁସି ଅଛତ। ଯେଉଁ ଠି ଆମ ସପନ ଥିଲା ମୋ ଝିଅ ର ଷଷ୍ଠୀ ଘର କ ଉଡି। ନିଶାଣ କୋଣ

ସବୁ ଗୋଟିଗୋଟି ମନ ପଡୁଛି ।ଏଠିକି ଆସିଲା ପରେ। 


    ନାଆ ତମେ ଖୁସି ନା ମୁଁ ଖୁସି ?ଏ ଉତ୍ତର ଖୋଜୁଛି । ଏତିକି ବେଳକୁ ଘର କାନ୍ଥରେ ସ୍ୱାମୀ ଙ୍କ ଫଟୋଟି ଝଣ କରି ଖସି ପଡିଲା

 ହାତରୁ ଆଲବମ୍ ଟି ଛାଡି ଦୈ।ଡିଗଲା ବେଳକୁ ନାତିର ନିଦ ଭାଙ୍ଗି ଗଲା 

 ମାଳତୀ ଦେବୀ ଙ୍କ ମନରେ କଥାଟି ଆସିଲା ଏଇଟା ମୋ କର୍ତ୍ତବ୍ୟ।

ଭୂଲିଗଲେ ସ୍ୱାମୀ ଙ୍କ ସ୍ମୃତି ରେ ହଜାଉଥିବା କ୍ଷଣିକ ସମୟ

 କାରଣ ସେ ପରା ମାଆ l



Rate this content
Log in