STORYMIRROR

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

କୋଇଲି ବ୍ରତ

କୋଇଲି ବ୍ରତ

1 min
162


ଆମର ପ୍ରିୟ ବାପୁ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ଥରେ ମାଆ ପୁତୁଲୀ ବାଈ କୋଇଲି ବ୍ରତ କରିଥିଲେ ।ବ୍ରତର ନିୟମ ଅନୁସାରେ  ଯେ ପର୍ଯ୍ୟନ୍ତ କୋଇଲି ରାବିବ ନାହିଁ ।ସେ ପର୍ଯ୍ୟନ୍ତ ବ୍ରତ ପାଳନ ପୁରାହେବନାହିଁ । କୋଇଲି ରାବ ଶୁଣି ଲେ ପୁତୁଲୀବାଈ ଖାଦ୍ୟ ଖାଇବେ।


     ଦିନକର କଥା ମାଆ ପୁତୁଲୀ ବାଈ କୋଇଲି ବ୍ରତ କରିଥିଲେ ସେଦିନ କୋଇଲି ରାବିବା ଡେରି ହୋଇଗଲା ।ମାଆଙ୍କୁ ଭୋକିଲା ରହିବା ଏତେ ସମୟ ଧରି ବାପୁ ସହିପାରିଲେ ନାହିଁ । ସେ ବାହାର ବାଡି ପଛରେ ଲୁଚି ରହି କୋଇଲି ପରି ବୋବାଇ ଘରଭିତରକୁ ପଶି ଆସି କହିଲେ ଏଥର ମାଆ ଖାଇଦିଅ କୋଇଲି ବୋବାଇଲାଣି।


      କୁନ୍ତୀଙ୍କୁ ଜଣା ଭୀମର ବଳ କଥାରେ ଅଛି।ପିତୁଲି ବାଈ ଜାଣି ପାରିଲେ ପୁଅ ମିଛ କହୁଛି।ତେଣୁ ସେ ଗୋଟିଏ ଶକ୍ତ ଚାପୁଡା ମାରିଲେ ବାପୁଙ୍କ ଗାଲରେ ।ଆଉ କହିଲେ ମୁଁ ଗୋଟିଏ ମିଛୁଆ ପୁଅର ମାଆ ହୋଇ ଧିକ୍କାର କରୁଛି ନିଜକୁ ।

    ବାପୁଜୀ ପିତୁଲି ବାଈ (ମାଆ)ଙ୍କୁ କୁଣ୍ଢେଇ କାନ୍ଦି ନିଜ ଭୂଲ ପାଇଁ କ୍ଷମା ମାଗିଲେ ଆଉ ଜୀବନ ରେ କେବେ ମିଛ କହିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଲେ।


     ସତ କହିବାକୁ କିଆଁ ଡରିବି

     ସତ କହି ପଛେ ମଲେ ମରିବି।।


Rate this content
Log in