STORYMIRROR

Saphala Das

Children Stories Comedy

3  

Saphala Das

Children Stories Comedy

ମିଛୁଆ ମଶା

ମିଛୁଆ ମଶା

1 min
190


ଥରେ ଗୋଟିଏ ଆମ୍ବ ଗଛରେ ମହୁ ମାଛିଟିଏ ମହୁଫେଣା ତିଆରି ତା ପିଲାମାନଙ୍କୁ ଜଗି ବସି ଥାଏ । ସେହି ଗଛ ମୂଳରେ ଅଳିଆ ଗଦା କରିଥାନ୍ତି ଲୋକମାନେ ।କହାରି ନଜର ନଥାଏ ମହୁ ଫେଣା ଉପରେ ।

  ସେହି ଅଳିଆ ଗଦା ଉପରେ ମଶାଟିଏ ବୁଲୁ ଥାଏ । ଧିରେ ଧିରେ ଉଡି ଉଡି ମହୁ ଫେଣା ପାଖରେ ପହଞ୍ଚି ଗଲା ଖୁସିରେ ଗୁଣୁ ଗୁଣୁ ହୋଇ ଗୀତ ଗାଉଥାଏ ।ସେ ନିଜକୁ ବଡ ସଂଗୀତଜ୍ଞ ଭାବୁ ଥାଏ ।ଏତିକି ବେଳେ ପୁରୁଷ ମହୁମାଛି ବୁଲି ବୁଲି ଆସି ମହୁ ଫେଣା ପାଖରେ ପହଞ୍ଚି ଲା ବେଳକୁ ମଶାକୁ ଦେଖି ଲା ଓ ତା ଗୀତ ଗାଇବା ଶୁଣି ଖୁସି ହେଲା ।

 ଆଉ ନିଜ ଆଡୁ କହିଲା ଭାଇ ମୁଁ ତୁମ ପିଲାମାନଙ୍କୁ ।ଗୀତ ଶିଖାଇବି ।ତା ବଦଳରେ ଟିକେ ମୋତେ ମହୁ ଫେଣାରୁ ମହୁ ଦେବ । ପୁରୁଷ ମହୁମାଛି ଖୁସି ହେଇ ମହୁମାଛିକୁ କହିଲା । ହଇହେ ଶୁଣୁଛ ଆମ ପିଲାମାନଙ୍କୁ ଗୀତ ଶିଖାଇବା ପାଇଁ ସଂଗୀତଜ୍ଞ ଆସିଛନ୍ତି ଟିକେ ମହୁ ଦେଲେ ପିଲା ମାନଙ୍କୁ ଗୀତ ଶିଖାଇବେ ବହୁତ ଭଲ ହେବ ।

  ଏ କଥା ଜାଣି ପାରିଲା ମାଆ ମହୁମାଛି । ଆଉ ଲୋଭୀ ମଶାର ଚାଲ ଏ କେଉଁଠି ସଂଗୀତଜ୍ଞ ହେଲା ଲୋକଙ୍କ ହାତ ଚାପୁଡାରେ ଜୀବନ ଯାଉଛି ଗୀତ ଗାଇ । କେବଳ ମହୁ ଫେଣାରୁ ମହୁ ନେବା ଲୋଭରେ ମିଛ କହୁଛି । ଦରକାର ନାହିଁ ତା ପାଖରେ ମୋ ପିଲା ଗୀତ ଶିଖିବେ ।ତାଙ୍କ ର ଇଛା ଥିଲେ ନିଜେ ଶିଖିବେ ନିଜ ଗୋଡରେ ନିଜେ ଠିଆହେବେ ତାଙ୍କୁ ଏ ମିଛୁଆ ମଶା ପାଖରୁ ଦୂରେଇ ରଖିବି ।। ଏକଥା ଶୁଣି ମଶା ଚୁପ୍ ଚାପ୍ ଗୀତ ଗାଇବା ଛାଡି ସେ ଜାଗା ଛାଡି ଚାଲି ଆସିଲା ।



Rate this content
Log in