STORYMIRROR

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

କୋଇଲି ବ୍ରତ

କୋଇଲି ବ୍ରତ

1 min
199


ଆମର ପ୍ରିୟ ବାପୁ ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କ  ମାଆ ପୁତୁଲୀବାଇ ଥରେ କୋଇଲି ବ୍ରତ କରିଥିଲେ ।ବ୍ରତର ନିୟମ ଅନୁସାରେ  ଯେ ପର୍ଯ୍ୟନ୍ତ କୋଇଲି ରାବିବ ନାହିଁ ,ସେ ପର୍ଯ୍ୟନ୍ତ ବ୍ରତ ପାଳନ ପୁରା ହେବନାହିଁ । କୋଇଲି ରାବ ଶୁଣିଲେ ପୁତୁଲିବାଇ ଖାଦ୍ୟ ଖାଇବେ।

     ଦିନକର କଥା ମାଆ ପୁତୁଲିବାଇ କୋଇଲି ବ୍ରତ କରିଥିଲେ ସେଦିନ କୋଇଲି ରାବିବା ଡେରି ହୋଇଗଲା ।ମାଆଙ୍କୁ ଭୋକିଲା ରହିବା ଏତେ ସମୟ ଧରି ବାପୁ ସହିପାରିଲେ ନାହିଁ । ସେ ବାହାର ବାଡି ପଛରେ ଲୁଚିରହି କୋଇଲି ପରି ବୋବାଇ ଘର ଭିତରକୁ ପଶି ଆସି କହିଲେ ଏଥର ମାଆ ଖାଇଦିଅ କୋଇଲି ବୋବାଇଲାଣି।


      “କୁନ୍ତିଙ୍କୁ ଜଣା ଭୀମର ବଳ” କଥାରେ ଅଛି।ପୁତୁଲିବାଇ ଜାଣି ପାରିଲେ ପୁଅ ମିଛ କହୁଛି।ତେଣୁ ସେ ଗୋଟିଏ ଶକ୍ତ ଚାପୁଡା ମାରିଲେ ବାପୁଙ୍କ ଗାଲରେ ।ଆଉ କହିଲେ ମୁଁ ଗୋଟିଏ ମିଛୁଆ ପୁଅର ମାଆ ହୋଇ ଧିକ୍କାର କରୁଛି ନିଜକୁ।

    ବାପୁଜୀ ପୁତୁଲିବାଇ (ମାଆ)ଙ୍କୁ କୁଣ୍ଢେଇ କାନ୍ଦି ନିଜ ଭୁଲ୍ ପାଇଁ କ୍ଷମା ମାଗିଲେ ଆଉ ଜୀବନରେ କେବେ ମିଛ କହିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଲେ।


     ସତ କହିବାକୁ କିଆଁ ଡରିବି

     ସତ କହି ପଛେ ମଲେ ମରିବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍