Saphala Das

Others

3  

Saphala Das

Others

ଘରଠାକୁରଙ୍କୁ ଦୁଇ ଗୋଇଠା

ଘରଠାକୁରଙ୍କୁ ଦୁଇ ଗୋଇଠା

2 mins
147


(ନବବର୍ଷ ର ଅଭିନନ୍ଦନ ଶୂଭେଛା ସହ ପୁଣି ଥରେ ନେଇ ଆସିଛି ଜେଜୀ ମାଆ କାହାଣୀ । ଆମ ଢଗ ଢମାଳିକି ନେଇ।)


"ଘର ଠାକୁର କୁ ଦି ଗୋଇଠା

ମନ୍ଦିର ବେଢାରେ ପତର ଉଠା।"

କଥାଟା ଏପରି,


    ଚମ୍ପା ନାନୀ କି ବାଟରେ ଦେଖି ବହୁତ ଖୁସି ହୋଇଗଲି । ମୁଣ୍ଡିଆ ମାରି ଦେହପା କଥା ପଚାରା ପଚରି ପରେ ଆରମ୍ଭ ହୁଏ....ଆଉ ଘରେ ପୁଅ ବୋହୂ ଅଛନ୍ତି । ଭଲ ମଣିଷଟି ନାନୀ ଆମର, କମ ବୟସରୁ ଦାରୁଣ ଦୁଃଖ ଦେଲେ ଇଶ୍ୱର । ବିଧବା ନାନୀ ପୁଅକୁ ପାଠ ପଢାଇ ମଣିଷ କରିଛି ବହୁ କଷ୍ଟରେ । ପୁଅଟି ସରକାରୀ କିରାନି ଚାକିରୀ ଖଣ୍ଡିଏ କରିଛି,...ପାଖରେ ଥାଆନ୍ତି ।


       ଚମ୍ପାନାନୀ ଉତ୍ତର ରେ କହିଲା । ହଇଲୋ ଝିଅ ଘରେ କଣ କହିବି କାହାକଥା ପଚାରୁଛୁ ଘରେ ଥାଇ ଯାହା ନଥାଇ ତାହା। କେମିତି ଗୋଟିଏ ମୁହଁ ଟି କରି ନାନୀ କହିଲା । ହଠାତ୍ ପାଟିରୁ ବାହାରି ପଡିଲା କାହିଁକି ତୋ ପୁଅ ବୋହୂ ସବୁ ଅଛନ୍ତି ପାଖରେ ଅସୁବିଧା କେଉଁଠି।


     ଚମ୍ପାନାନୀ କହିଲା ବୁଝିଲୁ ଝିଅ ଅସୁବିଧା ନାହିଁ ପୁଣି ଅଛି । ମୋ ପାଟିରୁ ବାହାରିଗଲା ହେଇହୋ ନାନୀ ସମସ୍ତଙ୍କ ମୁହଁ ରେ ତୁମ ବୋହୂର ପ୍ରଶଂସା । ତମ ବୋହୂ ଏବେ କେଉଁଠି? ଯାହା କୁହ ମାଉସୀ ବାହାରେ ରହି ଆମ ଓଡ଼ିଆ ସଂସ୍କୃତି ପରମ୍ପରା ସବୁ ବଜେଇ ରଖିଛନ୍ତି ତମ ବୋହୂ । ଥରେ ଆମ ଗାଁ ମହାଦେବ ମନ୍ଦିର ରେ ଦେଖିଥିଲି । ଲୋକ ମାନଙ୍କୁ ଖାଇବା ବାଢିବା ଠାରୁ ପତର ଉଠା ପର୍ଯ୍ୟନ୍ତ ସବୁ କାମ କରୁଥାନ୍ତି । ସମସ୍ତ ଙ୍କ ଖବର ଅନ୍ତର ବୁଝୁଥାନ୍ତି । ସମସ୍ତ ଙ୍କ ମୁହଁରେ ପ୍ରଶଂସା। ଯାହା କୁହ କାମିକିଆ ବୋହୂଟି।


      ଚମ୍ପାନାନୀ କହିଲା ହଁ ନହେବ କେମିତି ? କଥାରେ ଅଛି- 'ଘର ଠାକୁରଙ୍କୁ ଦୁଇଗୋଇଠା, ମନ୍ଦିର ବେଢାରେ ପତର ଉଠା ।' ଘରେ ତ ଦିନେ ଖାଇବାକୁ ବାଢ଼ି ବାସନ ଉଠାଇବାକୁ ବେଳ ନଥାଏ ମୋ ବୋହୂ ର ହେଲେ ମନ୍ଦିର ଯାଇ ପତର ଉଠାଇ ଦୀପ ଦାନ କରିବାରେ ବହୁତ ସମୟ ଥାଏ ।

       ଚମ୍ପାନାନୀ ଆଖିରୁ ଲୁହ ଟୋପା ଗଡିବା ଦେଖି ପଚାରି ବସିଲି, ଏମିତି କଥା ତା' ହେଲେ ଏ ଲୋକ ଦେଖାଣିଆ କାମରେ ମିଛ ପ୍ରଶଂସାରେ ବହୁତ ଆଗଭର । ବେଳଥିଲା ବୋହୂ ମାନେ ମନ୍ଦିର ଯିବା କୁ ସମୟ ପାଉନଥିଲେ । ଶାଶୁଶଶୁର ଙ୍କୁ ଦେବତା ମାନି ତାଙ୍କରି ସେବାରେ ତାଙ୍କ ଭଲମନ୍ଦ ବୁଝିବାରେ ବେଳ ଘଟେନି।ଏବେ ସବୁ ଏକଥା କୁ ଗଣ୍ଠିଲି ବାନ୍ଧି ବାକୁ ପଡୁଛି କେତେକ ଜାଗାରେ । ସେଥିଲାଗି ମୁଁ ଏ ଢଗଟି କହିଲି, କିଛି ଭାବୁନି ଝିଅ ସବୁ ବୋହୂ ଏମିତି ନୁହନ୍ତି ।



Rate this content
Log in