ମଧୁର କଥା
ମଧୁର କଥା
ଗୋଟିଏ ପିଲାଟିଏ ଖେଳୁଥିବା ସମୟରେ ସାଙ୍ଗମାନଙ୍କ ସହ କଳିଲାଗିଲା । ଏହି କଳି ସମୟ ରେ ଜଣେ ସାଧୁ ଯାଉଥିଲେ ।ପିଲାମାନଙ୍କ ପାଖକୁ ଗଲେ ଆଉ କହିଲେ
ମଧୁର କଥା କୁହ
ଭଲ ପିଲା ହୁଅ ।
ସନ୍ୟାସୀ ଗୀତ ଆକାରରେ ଗାଇ ଖେଳ ଶିଖାଇ ଚାଲିଗଲେ ।
ପିଲାଙ୍କ ଭିତରୁ ଗୋଟିଏ ପିଲାର ବହୁତ ମନକୁ ଛୁଇଁ ଲା ଗୀତ । ସେ ଘରକୁ ଗଲା ତାର ବାପାଙ୍କୁ ଗୀତ ଶୁଣେଇଲା ବାପା ପିଲାଟିର କଥା ନଶୁଣିଲା ପରି ପାଖରୁ ବିଦା କଲେ ।
ପିଲାଟି ପୁଣି ଗୁଣୁ ଗୁଣୁ ହୋଇ ଗୀତ ଗାଇ ମାଆ ପାଖକୁ ଗଲା ।ମାଆ ମଧ୍ୟ ବାପାଙ୍କ ପରି ବିଦା କଲେ କାମ ଅଛି କହି ।
ତା ପରେ ପିଲାଟି ପୁଣି ଗୁଣୁ ଗୁଣୁ ହୋଇ ଗୀତ ଗାଇ ବାରଣ୍ଡାରେ ବସି ଏକା ଏକା ଗାଇଲା ।
କିଛି ସମୟ ପରେ ମାଆ ବାପା ପିଲାଟିକୁ ଖୋଜି ପାଖକୁ ଆସିଲେ ଆଉ ତା ଗୀତକୁ ମନ ଦେଇ ଶୁଣି ଗୀତର ଅର୍ଥ ବୁଝିଲେ ।ଆଉ ପିଲାଟି କୋଳେଇ ନେଇ ନିଜ ଭୂଲ ବୁଝି ପାରିଲେ ।
