STORYMIRROR

Saphala Das

Drama

2  

Saphala Das

Drama

ଥୁଣ୍ଟା ବରଗଛ

ଥୁଣ୍ଟା ବରଗଛ

1 min
85


ଗାଁ ମୁଣ୍ଡେ ଥିବା ଥୁଣ୍ଟା ବରଗଛ କୁ ଦେଖି

ସାଧୁଅଜାଙ୍କ କଥା ମନେ ପଡିଲା ସାଧୁଅଜାଙ୍କ ପୁଅ ରମେଶ ଆମେରିକା ରେ ରହେ ।ଏସନ କୋଭିଡ ପାଇଁ ଗାଁ କୁ ଆସିପାରିଲା ମାଆ ତାର ବହୁ ଦିନରୁ ବିଛଣାରେ ପଡି ପଡି ଶେଷରେ ପ୍ରାଣ ଛାଡିଗଲା ।ଘରେ ସାଧୁ ଅଜାଙ୍କୁ ଛଡା କେହି ନାହାଁନ୍ତି।ବିଚରା ବୁଢ଼ୀ କଥା ଭାବି ଭାବି ।ଏକା ଥକା ମାରି ବସି ପଡିଛି ଦୂଆର ମୂହଁରେ । ସେହି ବାଟରେ ଯାଉଥିବା ସମୟରେ ସାଧୁ ଅଜାଙ୍କୁ ପଚାରିଲି ।ଅଜା କେମିତି ଅଛ ? ଅଜା କହିଲେ ମୁଁ ଏଵେ ଥୁଣ୍ଟା ବର ଗଛ। ଆଶ୍ଚର୍ଯ୍ୟ ହୋଇ ପଚାରିଲି ଅଜା ଥୁଣ୍ଟା ବରଗଛ ମାନେ କଣ? ଏମିତି କାହିଁ କହିଲ । ଅଜାକହିଲେ ଯେପରି ବରଗଛ ର ଛାଇ ନଥିଲେ କେହି ଆଶ୍ରୟ ନିଅନ୍ତି ନାହିଁ ।ସେପରି ମୋ ପାଖକୁ କେହି ଆସୁନାହାନ୍ତି । କାରଣ ବୁଢ଼ୀ ଟି ମୋର ଭଲ ମରଣ ମରିଲେ ବି କେତେକ ଭାବୁଛନ୍ତି ।ଏ କରୋନା ଆଉ କେତେକ ବନ୍ଧୁ ବାନ୍ଧବ ଆସି ପାରୁନାହାଁନ୍ତି । ଗାଡି ମଟର ବନ୍ଦ ବୋଲି । ଆଉ କେତେକ ଙ୍କୁ ଭଲ ଲାଗୁନି ବୁଢ଼ୀ ଟି ନାହିଁ ।ତାଙ୍କ ଖବର କିଏ ବୁଝିବ। ତେଣୁ ମୁଁ ଏବେ ଏକା । ଥୁଣ୍ଟା ବର ଗଛ ପରି । କିଏ ବା କାହିଁ ଆସିବ ଆଶ୍ରୟ ନେଵାକୁ ଦିନେ ଅଧେ ପାଇଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama