STORYMIRROR

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

ହୋଲି

ହୋଲି

2 mins
157


 ଫାଲୁଗୁଣ ଶୁକ୍ଳଦୋଳଦଶମୀ ଠାରୁ କୃଷ୍ଣ ପଞ୍ଚମୀ ପର୍ଯ୍ୟନ୍ତ ପାଳନ ହୁଏ ସାରା ଭାରତ ବର୍ଷ ରେ ହୋଲି ।

       ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଗଣ ପର୍ବ ହୋଲି ଭାଇଚାରାକୁ ବଜାଇ ରଖିବା ପାଇଁ ଆର୍ଯ୍ୟ ଋଷିଗଣ ସୃଷ୍ଟି କରିଥିଲେ ଏହି ପରମ୍ପର।ଫଗୁଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ରାଜ ଦୋଳ , ପୂର୍ଣ୍ଣିମା ପର ଠାରୁ ଚୈତ୍ର କୃଷ୍ଣ ପଞ୍ଚମୀ ପଞ୍ଚୁଦୋଳ ନାମରେ ପାଳନ କରାଯାଏ କେଉଁଠି ତିନି ଦିନ ତ ପୁଣି କେଉଁଠି ପାଞ୍ଚ ଦିନ।ଏହି ଦୋଳ ଯାତ୍ରା ବସନ୍ତ ମହୋତ୍ସବ ।ଏହି ପର୍ବ ରେ ଶ୍ରୀକୃଷ୍ଣ ଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି କୃଷ୍ଣ ଉପାସକ ମାନେ ଏହାର କାରଣ ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମଦିନ।


     ଆମ ଓଡ଼ିଶାରେ ରାଧାକୃଷ୍ଣ ଙ୍କୁ ବିମାନ ରେ ବସାଇ ବିଭିନ୍ନ ଦୋଳ ବେଦୀରେ ମେଳଣ କରି ଆମ୍ବକଷି ଆମ୍ବଡାଳ ରେ ସଜାଇ ଚାଚେରୀ ଭୋଗ ଲଗାଇ ଅଭୀର ଲାଗି କରାଯାଏ। ପ୍ରତ୍ୟେକ ଗ୍ରାମରେ ଘରେ ଘରେ ବିମାନ ବନ୍ଦାପନା କରି ଭାଇଚାରା ସୃଷ୍ଟି କରିଥାଏ ଏହି ଦୋଳ ପର୍ବ।


     ପୁରାଣ ଅନୁସାରେ ରାକ୍ଷସୀ ହୋଲିକା ହିରଣ୍ୟ କସିପୁର ଭଉଣୀ ବିଷ୍ଣୁ ଭକ୍ତ ପ୍ରହାଲ୍ଲାଦକୁ କୋଳରେ ବସାଇ କାଠ ଗଦାଉପରେ ବସି ଅଗ୍ନି ସଂଯୋଗ କରିଥିଲା।ଫଳରେ ହୋଲିକାର ବିନାଶ ଘଟିଥିଲା ।


    ଆହୁରି ମଧ୍ୟ ଏହି ହୋଲିକା ର ପୁତ୍ର ମେଣ୍ଢାସୁର ବର ପାଇଥିଲା ତା ରକ୍ତ ଭୂମି ରେ ପଡିଲେ ଶହ ଶହ ମେଣ୍ଢାସୁର ଜନ୍ମଗ୍ରହଣ କରିବେ ।ତେଣୁ ଭଗବାନ ଶ୍ରୀକୃଷ୍ଣ ନିଜ ଦେହରେ ଅଭିର ଲଗାଇ ଶ୍ୱାସ ରୁଦ୍ଧ କରିତାକୁ ବଧ କରିଥିଲେ।


    ଏହି ପରମ୍ପରା କୁ ଯାଦବ ମାନେ ଗୋପୂଜା କରି ଅଭିର ଲଗାଇ ଖୁବ ଆଡମ୍ବରେ ଦୋଳ ଭାର କଳସ ଶୋଭା ଯାତ୍ରା କରି ଆନନ୍ଦ ମହୋତ୍ସବ ରେ ଲଉଡି ଖେଳି ଗୀତ ଗାଉଥାନ୍ତି ।


     ଗୀତଫଗୁଣେ ଦୋଳ ଗୋବିନ୍ଦ

   ଫଗୁ ଖେଳୁଥିଲେ ପରମାନନ୍ଦ ମୋ କାହ୍ନୁ ରେ


 ଶ୍ରୀକ୍ଷେତ୍ରରେ ପୁରୁଷୋତ୍ତମ ଦେବ ଉତ୍ତର ପୂର୍ବ କୋଣରେ ଦୋଳ ବେଦିନିର୍ମାଣ କରି ଦୋଳ ପର୍ବ ପାଳନ କରିଥିଲେ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ। ଏହି ପର୍ବ ରେ ନୂଆ ପାଞ୍ଜି ପଠନ କରାଯାଏ ।ମହାପ୍ରଭୁଙ୍କ ଚାଚେରୀ ବେଶ ।ଲାଲ ବସ୍ତ୍ର ଧାରଣ କରନ୍ତି। ଏହି ବେଶ ତ୍ରୟୋଦଶୀ ଦିନ ହୋଇଥାଏ।


  ରୋଗ ନିବାରଣ ପାଇଁ ହୋଲି ପାଳନ ପୂର୍ବ କ ହୋଲି ମନ୍ତ୍ରପଠନ କରାଯାଏ

     ଅସୃକ୍ ପାଭୟସଂତ୍ରସ୍ତେଃ କୃତାତ୍ୱଂ ହୋଲି ବାଳିକ୍ୟୈ

ଅତସ୍ତାଂପୂଜୟିଷ୍ୟାମି ଭୂତେ ଭୂତି ପ୍ରଦାଭବ।


Rate this content
Log in