STORYMIRROR

Madhabi Patel

Children

3  

Madhabi Patel

Children

ପ୍ରାଣୀ ଜଗତ

ପ୍ରାଣୀ ଜଗତ

6 mins
169

ଲିନା ଏକ ଛୋଟ ଝିଅ ଯିଏ ତା ବାପା ମାଆଙ୍କ ସହ ବମ୍ବେରେ ରହେ । ଏବେ କରୋନା ବ୍ୟାପିବାରୁ ନିଜ ଗାଆଁକୁ ଚାଲିଆସିଛନ୍ତି ସାରା ପରିବାର । ଘରୁ ଅନ୍ଲାଇନରେ ଅଫିସ କାମ କରୁଛନ୍ତି । ଲିନା ବି ନିଜ ପାଠ ଅନ୍ଲାଇନରେ କରେ । ଏବେ ଗାଆଁରେ ଆସିବ ପରେ ସେ ନିଜ ଜେଜୀଠାର ପ୍ରକୃତିର ପ୍ରତିଟି ଜିନିଷର ଶିକ୍ଷା ଓ ଉପକାର ବିଷୟରେ ବୁଝି ଜାଣୁଛି । ସାମ୍ନାସାମ୍ନି ଭେଟହେଇ ପ୍ରାକୃତିକ ଜିନିଷ ମାନଙ୍କୁ ଜାଣିବାର ସୁଯୋଗ ପାଉଛି । ଆଗରୁ ସେ ଗଛ, ନଈ, ପାହାଡ ଓ ଫୁଲ ବିଷୟରେ ଜେଜୀଠାରୁ ବୁଝି ସାରିଛି । ଆଜି ପ୍ରାଣୀ ମାନଙ୍କ ବିଷୟରେ ଜାଣିବାକୁ କଥା ହେଇଛି । ସେ ପ୍ରଜାପତି ଓ କଙ୍କି ଧରିବାକୁ ଭଲପାଏ ତାଙ୍କୁ ଧରି ଖେଳି ଖେଳି ମାରିପକାଏ । ଜେଜୀ କୁହନ୍ତି ସମସ୍ତଙ୍କର ବଞ୍ଚିବାର ଖେଳିବାର ଅଧିକାର ଅଛି ଏ ଛୋଟ ଜୀବଙ୍କୁ ଧରି କାହିଁ ମାରୁଛୁ? ହେଲେ ସେ ତାଙ୍କ କଥା ଶଣୁ ନଥିଲା । ଏବେ ଜେଜୀ ପ୍ରାଣୀମାନଙ୍କ ବିଷୟରେ ତାଙ୍କ ବକ୍ତବ୍ୟ ଆରମ୍ଭ କଲେ । 


ପ୍ରାଣୀ ଜଗତ ହେଉଛି ପ୍ରକୃତିର ଏକ ଅଙ୍ଗ । ବିନା ପ୍ରାଣୀରେ ଏ ପ୍ରକୃତି କଥା ଭାବିଲେ କେମିତି ଲାଗିବ?୍ପ୍ରାଣୀ ମାନେ ଅଛନ୍ତି ବୋଲି ଚାରିଆଡେ ଗହଳ ଚହଳ ଅଛି । କଥାବାର୍ତ୍ତା, ନାନା ପ୍ରକାର ପଶୁ ପକ୍ଷୀଙ୍କ ରାବ ଶୁଭାଯାଉଛି । ପ୍ରାଣୀ ଅଛନ୍ତି ବୋଲି ଏ ଗଛ ଲତା ବି ଅଛି । କାରଣ ଅଜାଣତରେ ବି ଏ ପ୍ରାଣୀ ମାନେ ଗଛର ଅନେକ କାମ ତୁଲାଇ ଦେଇଥାନ୍ତି । ଯେମିତି ବୀଜବିକ୍ଷେପ ଓ ପରାଗସଂଗମ ପାଇଁ ଏମାନେ ହିଁ ଦାୟୀ । ଏ ମାନଙ୍କ ଦ୍ୱାରା ବୀଜ ଏଠିସେଠି ବୁଣି ହେଇଥାଏ । ମଣିଷ ଗଛ ଲଗାଇ ଯତ୍ନକରି ବଢାଇଥାଏ ବୃକ୍ଷଲତାମାନଙ୍କୁ । 

ପ୍ରାଣୀ ଓ ମଣିଷ ପ୍ରକୃତିର ସବୁଠୁ ସୁନ୍ଦର ସୃଷ୍ଟି । ସମସ୍ତଙ୍କ ଭିତରେ ମଣିଷ ହେଉଛି ଶ୍ରେଷ୍ଠ ଜୀବ । କାରଣ ଅନ୍ୟ ଜୀବ ମାନଙ୍କ ତୁଳନାରେ ତାର ମସ୍ତିଷ୍କ ଅଧିକ ଉନ୍ନତ । ଭଲ ଖରାପ ବୁଝିବାର ଜ୍ଞାନ ରହିଛି । 

ମଣିଷ ଭଗବାନଙ୍କୁ ବିଶ୍ୱାସ କରେ । ଧର୍ମ ରୀତି ନିୟମ ମାନି ଚଳେ । କହିବାକୁ ଗଲେ ସେ ଏକ ସାମାଜିକ ଜୀବ । ସମାଜର ନୀତି ନୀୟମ ମାନି ଚଳେ । ପଶୁମାନଙ୍କ ପରି ମନଇଚ୍ଛା କରେ ନାହିଁ କିଛି । । 

ପ୍ରାଣୀ ମାନେ ସଜୀବ । ସେମାନେ ଖିଆ ପିଆ କରନ୍ତି । ବଂଶ ବିସ୍ତାର କରନ୍ତି । ପ୍ରତିକ୍ରିୟା ପ୍ରଦର୍ଶନ କରି ପାରନ୍ତି । ଯେମିତି ରାଗିଲେ ହିଂସ୍ର ପାଲଟନ୍ତି ଓ କ୍ଷତି ଘଟାନ୍ତି, ମରା ପିଟା କରନ୍ତି । ଆଉ ଖୁସି ହେଲେ କୋଳାକୋଳି ହୁଅନ୍ତି ଗୀତ ନାଚ କରନ୍ତି । 

ଏ ପ୍ରାଣୀ ମାନେ ପ୍ରକୃତିର ଅନ୍ୟ ଜିନିଷ ଉପରେ ନିର୍ଭରଶୀଳ । ସେମିତି ଅନ୍ୟ ମାନେ ପାଣୀ ପାଖରେ ନିର୍ଭର କରନ୍ତି । ଏକ ଗୋଲାକାର ଚକ୍ର ଚାଲିଥାଏ ପରସ୍ପର ଭିତରେ । ମଣିଷ ଓ ପ୍ରାଣୀ ଉଦ୍ଭିଦର ପତ୍ର ଫୁଲ ଫଳ ଶସ୍ୟକୁ ଖାଇ ଚଳନ୍ତି । ପୁଣି ସେମାନଙ୍କ ବର୍ଯ୍ୟ ବସ୍ତୁ ଖତ ପରିଶ୍ରା ଜୈବିକ ସାର ହେଇ ଉଦ୍ଭିଦର କାମରେ ଆସେ । ଜୀବମାନେ ମରିଗଲାପରେ ଜୈବିକ ସାର ପାଲଟି ଯାନ୍ତି । ଜିଆ ଏକ ଛୋଟିଆ ଜୀବ ହେଲେବି ମାଟିକୁ ଉର୍ବର କରିବାର କାମରେ ଆସେ । ପକ୍ଷୀମାନେ ଉଦ୍ଭିଦକୁ ହାନି ପହଞ୍ଚାଉଥିବା ଛୋଟ ଛୋଟ ପୋକ କୀଟ ପତଙ୍ଗକୁ ଖାଇ ଦେଇ ତାର ଉପକାର କରିଥାନ୍ତି । ପ୍ରଜାପତି ମହୁମାଛି ମାନେ ପରାଗ ସଂଗମ ପାଇଁ ସାହାଯ୍ୟ କରନ୍ତି । । ପକ୍ଷୀମାନେ ବର ପିପ୍ପଳୀ ପରି ଛୋଟ ମଞ୍ଜି ଥିବା ଫଳକୁ ଖାଇ ଅନ୍ୟ ଜାଗାରେ ମଳତ୍ୟାଗ କରନ୍ତି । ସେଇ ମଳରେ ଥିବା ମଞ୍ଜି ଅନ୍ୟଜାଗାରେ ପଡି ସେଠି ପୁଣି ଗଛଉଠେ । ଏମିତି ବୀଜ ବିକ୍ଷେପ ହୁଏ । ପକ୍ଷୀମାନେ ଛୋଟ ଛୋଟ ଫଳ ଯେମିତି ଟୋଲ ଚାର ପିଜୁଳି ଆଦି ଫଳକୁ ଥଣ୍ଟରେ ଧରି ଉଡିଯାନ୍ତି । ଅନ୍ୟ ଦୂର ଜାଗାରେ ନେଇ ତାକୁ ଖାଆନ୍ତି ଓ ତାର ମଞ୍ଜିକୁ ସେଠି ପକାଇ ଦିଅନ୍ତି । ବର୍ଷା ପାଇଲେ ସେଠି ସେ ମଞ୍ଜିରୁ ଗଛ ଉଠିଥାଏ । ପଶୁମାନେ ବି ଅନେକ ଫଳ ବୋହି ନେଇ ଅନ୍ୟତ୍ର ଖାଆନ୍ତି । ମଞ୍ଜିକୁ ଫୋଫାଡି ଦିଅନ୍ତି । ସେ ମଞ୍ଜିରୁ ସେମିତି ନୂଆଁ ଗଛ ସୃଷ୍ଟି ହୁଏ । ଏମିତି ଭାବରେ ପରସ୍ପର ନିର୍ଭରଶୀଳ ହେଇ ଚଳନ୍ତି । 

ପଶୁ ପକ୍ଷୀମାନେ ଭୋକ ଯେତିକି ଥାଏ ସେତିକି ହିଁ ଖାଦ୍ୟ ଖାଆନ୍ତି । ବେଶିଖାଦ୍ୟ ନେଇ ନଷ୍ଟ କରନ୍ତିନି । ହିଂସ୍ର ଜନ୍ତୁ ବାଘ ସିଂହ ବି ଭୋକ ଲାଗିଲେ ପଶୁଟେ ମାରେ । ତାହାକୁ ଦୁଇ ତିନିଥର ଖାଏ । ସରିଲେ ପୁଣି ଆଉ ଏକ ଜୀବ ମାରେ । ସେ ଥରକୁ ବେଶି ଜୀବଙ୍କ ପ୍ରାଣ ନିଏ ନାହିଁ । ଏକା ବଣରେ ରହିଲେ ବି ପରସ୍ପରକୁ ବଞ୍ଚିବାର ସୁଯୋଗ ଦିଅନ୍ତି ସେମାନେ । ମିଶିକି ଚଳନ୍ତି । ସେମାନେ ଜମା କରିବାର ପ୍ରକୃତି ରଖନ୍ତିନି । ଏସବୁ ମଣିଷ କରେ । ନିଜ ଦରକାରଠୁ ଅଧିକ ସମ୍ପତ୍ତି ଠୁଳ କରେ ଓ ଚୋର ଠକ ଙ୍କ ହାବୁଡରେ ପଡେ । ପଶୁପକ୍ଷୀଙ୍କ ଠାରୁ ଏ ସବୁ ଗୁଣ ଆମର ଶିଖିବାର ଦରକାର । ଜଣେ ଅଧିକ ଜନିଷ ଠୁଳ କରି ରଖିବା ଫଳରେ ଅନ୍ୟମାନଙ୍କ ପାଇଁ ଜିନିଷ ଅଭାବ ହୁଏ । ଭାଗ ବଣ୍ଟାକରି ଚଳିଳେ ସଭିଏଁ ସୁଖରେ ରହନ୍ତେ । ଅନ୍ୟ ପ୍ରାଣୀ ମାନେ ଗଛ ବୃକ୍ଷ ଜଳ ବାୟୁର ଅନିଷ୍ଟ କରନ୍ତି ନାହିଁ । କେବଳ ମଣିଷ ପରିବେଶକୁ ଦୂଷିତ କରେ । ମଣିଷ ଏ ଗୁଣ ବି ଶିଖିବା ଉଚିତ୍ । ଗଛ କାଟି ଚାଲିଛି, ବାୟୁରେ, କଳକାରଖାନା ଓ ଯାନବାହନର ଧୂଆଁ ମିଶାଇ ପ୍ରଦୂଷିତ କରୁଛ । ଜଳରେ ବି ଅନେକ ମଇଳା ଓ କାରଖାନର ବର୍ଯ୍ୟ ବିଷାକ୍ତ ଜିନିଷ ପକେଇ ଜଳକୁ ପ୍ରଦୂଷିତ କରୁଛି । ଅନ୍ୟ ପ୍ରାଣୀମାନେ କେବଳ ପିଇବା ପାଇଁ ଜଳକୁ ବ୍ୟବହାର କରନ୍ତି । ପାଣିକୁ ଦୂଷିତ କରନ୍ତି ନାହିଁ । ପ୍ରାଣୀମାନେ ନିଷ୍କାସନ କରୁଥିବା ଅଙ୍ଗାରକାମ୍ଲ ଗ୍ୟାସକୁ ଉଦ୍ଭିଦ ନିଜ ରୋଷେଇରେ ବ୍ୟବହାର କରେ । ଆଉ ସେ ଅମ୍ଲଜାନ ନିଷ୍କାସନ କରେ ଯାହା ପ୍ରାଣୀଙ୍କ ଶ୍ୱାସକ୍ରିୟା ପାଇଁ ଅତ୍ୟନ୍ତ ଜରୁରୀ । ଏଠି ପରସ୍ପର ଅନ୍ୟର କାମରେ ଆସିଥାନ୍ତି । ପ୍ରାଣୀମାନେ ବିଶେଷ କରି ମଣିଷ ଶସ୍ୟ ଓ ଫଳମୂଳ ଚାଷକରି ପ୍ରକୃତିର ସବୁଜିମା ବଢାଏ । । ଗଛ ମାନଙ୍କୁ ଜଳସେଚନ କରି ବଞ୍ଚାଇ ରଖେ । 

ନଈ ମାନଙ୍କୁ ବନ୍ଧ ତିଆରି କରି ଜଳସଂଚୟ କରି ରଖେ ନହେଲେ ନଈ ଶୁଖା ପଡିଥାନ୍ତା । 

ଅନେକ ଛୋଟ ଛୋଟ ଜୀବ ଅଛନ୍ତି ଯେଉଁମାନେ ପ୍ରାକୃତିକ ବିପତ୍ତିକୁ ଆଗରୁ ଜାଣି ପାରନ୍ତି । ପିମ୍ପୁଡି ଓ ମୂଷା ମାନେ ଭୂମିକମ୍ଫ ହେବା ଆଗରୁ ଜାଣି ପାରନ୍ତି । ତାଙ୍କ ପ୍ରତିକ୍ରିୟା ଦେଖି ମଣିଷ ବୁଝିଯାଏ ବିପଦ ଆସିବ ବୋଲି । ବର୍ଷା ଆସିବା ଖବର ବି ପିମ୍ଫୁଡି ମାନେ ଜାଣି ପାରନ୍ତି । ଜିଆ ଶୁଖା ଭୂଇଁରେ ଗଡିଲେ ଯୋର୍ ବର୍ଷାହୁଏ ବୋଲି ଲୋକେ କୁହନ୍ତି । ଏମିତି ଅନେକ ବାର୍ତ୍ତା ପଶୁପକ୍ଷୀ ଦେଇଥାନ୍ତି । କୁକୁର ଘର ଜଗି ନିଜ ମାଲିକର ଜୀବନ ବଞାଏ । ତାଠୁ ପ୍ରଭୁ ଭକ୍ତି ଶିଖିବାର ଅଛି । କୁକୁର ଜଣକର ମୃତ୍ୟୁଖବର ଆଗରୁ ଜାଣି ପାରେ ଓ କନ୍ଦିବା ଆରମ୍ଭ କରେ । । ସୁନାମୀ ଆସିବାର ଥିଲେ ବି ଅନେଚ ଜୀବ ବତାଇ ଦିଅନ୍ତି ନିଜ ଅନୁଭବରୁ । ଗାଈ ବଳଦ ନିଜର ଜୀବନକୁ ମାଲିକ ପାଇଁ ଉତ୍ସର୍ଗ କରି ଦିଅନ୍ତି । ଗାଈ ତ ନିଜ ପିଲାର ଆହାର ଛଡେଇ ନିଜ କ୍ଷୀରକୁ ଅନ୍ୟର ସେବାରେ ଦେଇଦିଏ । ଏମାନଙ୍କଠୁ ସେବା ଭାବ ଶିଖିବା ଉଚିତ । ବିଶ୍ୱାସ ଓ ତ୍ୟାଗ ଭାବନା ଗାଈ ପାଖରୁ ଶିକ୍ଷା ମିଳିଥାଏ । 

ଓଟ ପାଣି ମିଳିଲେ ଅଧା ପାଣି ନେଇ ନିଜ ଥଳିରେ ଜମା ରଖେ ଓ କମ୍ ପାଣିରେ ଜୀବନ ନିର୍ବାହ କରେ । ତାଠୁ ଆମକୁ ଅଳ୍ପ ଜିନିଷରେ ଚଳିବା ଗୁଣ ଶିଖିବା ଉଚିତ । 

କପୋତ ପକ୍ଷୀ କଥାକୁ ଭଲରେ ନବୁଝି ନିଜ ପିଲାକୁ ଠେଲି ଦେଲା ଗଛତଳକୁ ଓ ପଛେ ଜୀବନ ସାରା ପସ୍ତେଇ ହେଲା । ତା ପାଖରୁ ଆମକୁ ଧୈର୍ଯ୍ୟ ଓ କଥାକୁ ଭଲରେ ଅନୁଧ୍ୟାନ କରିବାର ବାର୍ତ୍ତା ମିଳିଥାଏ । ଅଜଗର ଏକ ଜାଗାରେ ପଡିରହିଥାଏ ପାଖକୁ ଯିଏ ଆସିଲେ ତାକୁ ଖାଏ । ତା ପାଖରୁ ଆମକୁ ଶିଖିବାର ଅଛି ନିଜ ପାଇଁ ଯାହା ମିଳୁଛି ବାଛ ବିଚାର ନକରି ଖାଇନେବା ଉଚିତ । ପ୍ରାୟ ଅଧିକାଂଶ ପ୍ରାଣୀ ଅନ୍ୟ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥାନ୍ତି । ଅନ୍ୟର ଆହାର ବନିଥାନ୍ତି । ଏ ଉତ୍ସର୍ଗିତ ଭାବନା ଆମେବି ଶିଖିବା ଉଚିତ । ପଶୁ ବା ପକ୍ଷୀ କେବେ କାହାର ଉପକାର କଥା ଭୁଲେ ନାହିଁ । ଦରକାର ପଡିଲେ ନିଜ ଜୀବନ ଦେଇ ଉପକାର ଛୁଟେ । ତାଙ୍କଠୁ ଏ ଗୁଣ ଶିଖିବା ଉଚିତ । ବଡ ବଡ ହାତୀ ସିଂହ ବାଘ ଭାଲୁ ସାପ ମାନେ ବି ଭଲ ପାଇବାର ଡୋରରେ ବନ୍ଧା ପଡନ୍ତି ଓ ଯାହା କହିଲେ କରନ୍ତି । ନହେଲେ ସେମାନେ ସାମାନ୍ୟ ବନ୍ଧନକୁ କାଟି ଚାଲିଯାଇ ପାରନ୍ତେ । ମହୁମାଛି ତ ଅନ୍ୟର ସେବାପାଇଁ ହିଁ ମହୁ ସଂଚେ ନିଜେ କେବେ ଖାଏ ନାହିଁ । ତାଠୁ ସେବା ଭାବନା ଶିଖିବା ଉଚିତ । ଆଉ ଏକଥା ବି ବୁଝିବା ଉଚିତ ଯେ ଲୋଭ କରି ରଖିଲେ ଏମିତି ଅନ୍ୟ କାମରେ ଲାଗେ । ତେଣୁ ଲୋଭକରି କେବଳ ସଂଚିବା ମୁର୍ଖାମି । ପଶୁମାନେ ଭାରବହନ, ହଳ କରିବା, ଗାଡି ଟାଣିବା, ଜିନିଷ ଉଠାଇବା କାମରେ ମଣିଷକୁ ସାହାଯ୍ୟ କରିଥାନ୍ତି । । ପଶୁ ପକ୍ଷୀଙ୍କୁ ମାରି ତାଙ୍କ ମାଂସ ଓ ଅଣ୍ଡାକୁ ଖାଇ ମଣିଷ ନିଜର ଭୋକ ମାରିଥାଏ । ନିଜ ଜୀବନ ବଦଳରେ ସେମାନେ ଅନ୍ୟର ସେବାରେ ଲାଗିଥାନ୍ତି । 

ହେଲେ ଏ ମାଂସ ଭକ୍ଷଣ ମଣିଷ ପାଇଁ ଭଲ ନୁହେଁ । ମଣିଷକୁ ମାଂସାସି ରୂପେ ତିଆରି କରାଯାଇ ନାହିଁ । ମାଂସାସି ପ୍ରାଣୀଙ୍କ ଦାନ୍ତ ମୁନିଆଁ ଥାଏ । ହିଂସା ଆଚରଣ ମଣିଷକୁ ଶୋଭା ଦିଏ ନାହିଁ । ଅନେକ ଜୀବଙ୍କୁ ମାରି ଓ ଜୀଅନ୍ତା ଖାଇବା ଫଳରେ ଏ କରୋନା ମହାମାରି ସୃଷ୍ଟି ବୋଲି ଅନେକଙ୍କ ମତ । ସେ ଯାବି ହେଉ ଆମକୁ ସବୁ ଜୀବଙ୍କୁ ବଞ୍ଚିବାର ଅଧିକାର ଦେବା ଉଚିତ । 


ଜେଜୀମା ଏତିକି କହି ଚୁପ୍ ପଡିଲେ । ଲିନା ସବୁ ଶୁଣି ସାରି କହିଲା ଜେଜୀ ମୁଁ ଆଉ ମାଛ ମାଂସ ଅଣ୍ଡା କିଛି ଖାଇବି ନାହିଁ ତୁମ ପରି । ଆଉ ଛୋଟ ଛୋଟ ପତଙ୍ଗ ମାନଙ୍କୁ ବି ଧରି ମାରିବି ନାହିଁ । 



Rate this content
Log in

Similar oriya story from Children