ପର ଝିଅ ଘର ଭଙ୍ଗେନା!!
ପର ଝିଅ ଘର ଭଙ୍ଗେନା!!
କରୋନା ଗୋଟେ କି ଦୁରାବ୍ୟାଧି ଆସିଲା ସମସ୍ତଂକୁ ହଇରାଣ ଟେ ହେବାକୁ ପଡୁଛି। କିଏ କହୁଛି ରୋଗ କିଏ କହୁଛି ଭୂତାଣୁ ସବୁ ଠପ ରୋଜଗାର କରିବା ର ପନ୍ଥା ଗୁଡିକ ମଧ୍ୟ।କଥା ରେ ଅଛି ,ବସି ଖାଇଲେ ପରା ନଇ ବାଲି ବି ସାରିଯାଏ । ପାଞ୍ଚଟି ଲକ ଡାଉନ ପରେ ଏବେ unlock 2 ଚାଲିଛି ହେଲେ କଣ ହେବ?କରୋନା ରୋଗୀ ହଉଜଉ ହେଇ ବଢି ଯାଉଛନ୍ତି। ସରକାର ସିନା ପ୍ରଥମ ରୁ lock down କରିଦେଲେ ସମସ୍ତଂକୁ ବାଡ଼େଇ ବାଡେଇ କ୍ୱାରେଣ୍ଟିନ ରେ ପୁରାଇ ଲା ପୋଲିସ ବାହାରକୁ ବାହାରିଲା ମାତ୍ରେ ପୋଲିସ ମାଡ଼ ଆଉ ଟିକେ କାଶି କି ଝିଙ୍କି ଦେଲେ ସମସ୍ତେ ଏଡେ ଏଡ଼େ ଆଖି ସତେ କେ କୋଉ ଅନ୍ୟ ଗ୍ରହ ରୁ ଚାଲି ଆସିଛୁ କି??? ହଜ଼ାର ପ୍ରଶ୍ନ ମୁହଁ ରେ ମାସ୍କ ଟେ ନ ବାନ୍ଧି ଚାଲିଲେ ଫାଇନ ପୁଣି ରାସ୍ତା ରେ ଛେପ ପକେଇଲେ ପାଞ୍ଚଶହ ଟଙ୍କା ଫାଇନ ନେଇ କି ପଳାଉଛନ୍ତି ।ନହେଲେ ଲାଠି ଚାର୍ଜ ଟଙ୍କା ରୋଜଗାର ନ ଥିବାକୁ ।ଏ ଦଶା ରୁ ସେ ଦଶା ଭୋଗି ବାକୁ ପଡୁଛି । ଆଉ କେତେ ଦିନ ଚାଲିବ ଏ ସବୁ କେଜାଣି।ରାସ୍ତା ରେ ଯାହାକୁ ପାଉଛି ପ୍ରଥମ lock down ରେ ପୋଲିସ ର ଲାଠି ଚାର୍ଜ।
ସେଥିରେ ପୁଣି କିଛି ବି କାମୁନି ଚାରି ଚାରି ଥର ରୋଷେଇ କୁ ଯେମିତି ଆଗୁଆ ସମସ୍ତେ ଖାଉଥିଲେ ରହୁ ଥିଲେ। ସେମିତି ସୁମିତ୍ରା ଦେବୀ ଙ୍କର ପଡିଶା ଘର ଶୋଭା ମାଉସୀ ସଂଗେ କଥା ବାର୍ତା ଚାଲିଥାଏ lock down ବିଷୟ କୁ ନେଇ ହଠାତ ବୋହୁ ମାନିନୀ ଆସି କହିଲା ମାଆ ଚାଲ ଖାଇବ।ସୁମିତ୍ରା ଦେବୀ ବେଖିଆଲି ହୋଇ ରହ ରହ କେତେ ଦିନ ହେବ ଶୋଭା ସଂଗେ କଥା ହେଇନି କଥାବାର୍ତ୍ତା ହେଇ ଯାଉଛି । ସେତେବେଳ କୁ ସାଢ଼େ ତିନିଟା ।ମାନିନୀ ର ଭୋକ ରେ ତଣ୍ଟି ମୁଣ୍ଡ ଶୁଖିଗଲାଣି ।ହେଲେ ଶାଶୁ ଙ୍କୁ ତାର କିଛି ବି ଫରକ ପଡୁନି । କାହିଁକି ?? ବା ପଡିବ ନିଜ ଝିଅ ହେଇଥିଲେ ସିନା ପଡିଥାନ୍ତା । ସେ ତ ପର ଝିଅ ତାକୁ ପଚାରେ କିଏ । ଗୋଟେ ଶସ୍ତା ସୁବିଧା ଚକେରାଣୀ ମିଳିଯାଇଛି ବିନା ମୂଲ୍ୟ ରେ ଆଉ ଯେତେବେଳେ ନଣଦ ଆସନ୍ତି ଘର କୁ ନିଜ ଝିଅ ସହିତ ମିସିକି ଦିନ ଗୋଟା କରୁ ଖାଇ ନିଅନ୍ତି ତାପରେ ଗପସପ ରେ ମାତି ଯାନ୍ତି ଖାଲି ଅର୍ଡର ଉପରେ ଅର୍ଡ ର ମାନିନୀ ଆକୁ ଆଣିଲୁ ତାକୁ ଆଣିଲୁ ଖାଲିରୋଷେଇ ଘରେ ରହି ରାନ୍ଧୁ ରାନ୍ଧୁ ଦିନ ଯାଏ ତାର । ମାତ୍ର ଖାଲି ଦିନ ମାନଙ୍କରେ ଦିନ ଚାରି ବାଜିବା ଟା ସାର ମାନିନୀ ଟା ତ ପର ଝିଅ ଘର କୁ ଖାଲି ବୋହୁ କରି ସେ ଆଣିଛନ୍ତି ଆଜି ପ୍ରାଯନ୍ତ ନିଜର ଭାବି ନାହାନ୍ତି କେବେ ବି ସେ ଖାଇଲ କି ନ ଖାଇଲା କାହାର କି ଯାଏ ଆସେ।
କିନ୍ତୁ ମାନିନୀ ଶାଶୁଘରକୁ ତାର ନିଜର କେବେଠାରୁ ଭାବି ସାରିଛି ମନେ ମନେ । ନିଜ ଝିଅ ପୁଅ ମିସିକି ଟିକେ ବାପ ମାଆ ଙ୍କର ଭୂଲ ହେଇଗଲେ ଗାଳି କରନ୍ତି ।ଶେଷ କୁ ସବୁ ବେଳେ ମାନିନୀ କୁ ହିଁ ଦୁଇ ଜଣଙ୍କୁ ବୁଝେଇ ବାକୁ ପଡି ଥାଏ । ହେଲେ କିଛି ନ ବୁଝି ହଠାତ ତା ଉପରେ ସେମାନଙ୍କର ରାଗ ବାଧ୍ୟ କଲେ କାଳେ ରାଗିବେ ଶାଶୁ ଭାବି କି ଆଉ ଡାକିଲାନି ଖାଇବାକୁ ମାନିନୀ।
ଶାଶୁଙ୍କର ମନା କରିବା ଶୁଣି ରୋଷେଇ ଘର କୁ ଚାଲିଗଲା ବାକି କାମ ତକ କରିବାକୁ ତାପରେ ବୋଉ କଥା ଭାବେ ମନେ ମନେ ବୋଉ କୁ ତାର ଚାରି ମାସେ ହେବ ଦେଖିନି କି ଘର କୁ ଯାଏନି ସେ ଏତେ କଲେ କିଛି ମୂଲ୍ୟ ଅଛି ଶାଶୁଘର ଜଞ୍ଜାଳ କରି କରି ବାବା ଘର କଥା ଟି ପୁରା ଭୁଲି ଯାଇଛି ସେତେ ବେଳ କୁ ବୋଉ ର ଫୋନ ଆସେ ଫୋନ ଟି ଉଠେଇ ବୋଉ କୁ ପ୍ରାଣମ ଜଣାଏ।ବୋଉ ମନ ଭରି ଦୁଃଖ ଭାଇ ତାର ଲାକଡାଉନ ରେ ବିଦେଶ ରେ ଫସିଯାଇଛି ବୋଉ ର ମନ ଦୁଃଖ ହେଲେ ଫୋନ କରି ବହେ କାନ୍ଦେ ଭାଇ ବିଦେଶ ରେ ତାର ଚାକିରୀ କରିଥିଲା ଏ କରୋନା ରେ ବିଦେଶରେ ହଜ଼ାର ହଜ଼ାର ସଂଖ୍ୟା ରେ ଲୋକ ମାନ ଙ୍କର ମୃତ୍ୟୁ ହେଉଛି ଭାଇ କଥା ଭାରି ଚିନ୍ତା ଲାଗୁଛି ତାକୁ ବହୁତ କଷ୍ଟ ରେ ଫୋନ ଲାଗୁଛି କହୁଛି ସେ ଭଲ ରେ ଅଛି ବୋଲିହେଲେ ??କାଳେ ତା ଚିନ୍ତା କରିବେ ହେଲେ କିଏ କହିବ କେମିତି ଅଛି ସେ ସାନ ପୁଅ ଘର ର ପୁଣି ଏକୁଟିଆ ବାହା ସାହା ହୋଇନି ଇଟାଲୀ ରେ ଡାକ୍ତର ଅଛି ।ଆଉ ଇଟାଲୀ ରେ କରୋନା ରୋଗୀ ଙ୍କର ସଂଖ୍ୟା ପୁରା ଅଧିକ ମନେ ମନେ ଭାବି ବୋଉ ସଂଗେ କଥା ହୁଏ ବୋଉ ର ଦୁଃଖ ଭରା କଣ୍ଠ ରେ ତାଦୁଃଖ କିଛି ଲାଗେନି ତାକୁ......।
ଘରେ ବଡ଼ ଭାଇ ଭାଉଜ ତାର ଅଛନ୍ତି ହେଲେ ସାନ ପୁଅ ଆଉ ଝିଅ କୁ ନ ପାଇ ମନ ତ ଦୁଃଖ ହେବ ଏହା ସ୍ୱାଭାବିକ କଥା । ବୋଉ କୁ ଆଶ୍ୱାସନା ଦିଏ ଆଉ ବହୁତ କାନ୍ଦେ ମନେ ମନେ। ନିଜେ ଫୋନ ରଖି ଦିଏ ବୋଉ କୁ ବୁଝେଇ ଲୁହ ପୋଛି ଟିକେ ପାଣି ପିଇ ନିଏ ଶାଶୂର ପିଲାମାନେ କେବେ ଠାରୁ ଖାଇ ସାରିଲେଣି ।ଆଉ ତା ସ୍ବାମୀ ଅସିତ ବି । ମାଛ ଝୋଳ କରିଥିଲା ଆଜି ଶାଶୁଙ୍କର ଭାରି ପ୍ରିୟ ଆଉ ସେଥିରୁ ତିନି ଟି ଅଛି ।ଚାରି ଆଠ ଦିନ ହେବ ଆମିଷ ଆସିନଥିଲା ଘର କୁ ଆଜି ସମସ୍ତେ ମନ ଭରି ଖାଇଛନ୍ତି। ହେଲେ ଭୋକ ଭାରି ଲାଗିଲାଣି ତାକୁ ଶାଶୁ ଖାଇବା ପୂର୍ବ ରୁ କଣ ?? ସେ କେବେ ଖାଇଛି ଆସିଲା ଦିନ ରୁ ଶାଶୁ ଖାଇବା ପରେ ଶେଷ କୁ ଖାଏ ସ ଆଉ ଯଦି ଖାଇଲ ଜାଣିଲେ ବାର ପ୍ରକାର କଥା କହିବେ କିଏ ସେସବୁ ଶୁଣିବ ତାକୁ ଭଲ ଲାଗିବନି ଆଉ ବି ସହି ହଉନି କେତେ ସହିବ ବୋହୂ ବୋଲି କଣ କାଠ ପଥର ମାତ୍ର ତା ସ୍ବାମୀ ବେଳେ ବେଳେ ତାର ଖାଇବା ପିଇବା ନେଇ ବେଶୀ ବ୍ୟସ୍ତ ଦେହଟି ତାର ଯଦି ଖରାପ ହୁଏ ,ଘର କାମ କିଏ କରିବ ବୋଉ କୁ ବୟସ ହେଲାଣି ଆଉ ସେ କଣ ଏତେ ପ୍ରକାର ଖାଇବା କରିପାରିବ ଘର ଗୋଟା କର କାମ ପୁଣି ଅଛି।
ଗୋଟେ ଆପଲ କାଟିକି ଧରିଲା ବେଳକୁ ସ୍ୱାମୀ ଅସିତ ପାଖ ରେ ହାଜର କଣ ମାନିନୀ ତମେ ଆପଲ ଖାଉଛ ଲଞ୍ଚ କରି ସାରିଲାଣି ନା କଣ ??ଚାରିଟା ବାଜିଲାଣି ଘଣ୍ଟା ରେ କେତେ ବେଳେ ଖାଇବ ଦେହ ଖରାପ ହବ ଆଉ ଏ କରୋନା ସମୟ ରେ ହେଲେ ଘରୁ ଭିଡା ହେଇକି ଯିବାକୁ ପଡ଼ିବ । ମାନିନୀ କୁହେ ମାଆ ତ ଆସିନାହାନ୍ତି ଆସନ୍ତୁ ଏକାଠି ଖାଇବବା । ଅସିତ ଆଶ୍ଚର୍ଯ୍ୟ ହୋଇ ମାଆ ଖାଇନି ଚାରିଟା ବାଜି ଲାଣି ଯାଏ କୁଆଡେ ଗଲା ସେ ଦେଖେ ମିନିନୀ କୁହେ ସେ ଆସିବେ ତମେ ତମ କାମ ରେ ଯାଅ ହେଲେ ଅସିତ ଶୁଣେନି ମାନିନୀ କଥା ତଳ କୁ ଯାଇ ମା କୁ କୁହେ, ମାଆ ଚାରିଟା ବାଜିଲାଣି କେତେ ବେଳେ ଲଞ୍ଚ କରିବୁ ମାନିନୀକୁ ଭୋକ ଲାଗିଲାଣି ଏତକ କହି ଚାଲି ଯାଏ ସେ ପାଖ ଦୋକାନ କୁ ସେଠାରେ ଗୋଟେ ରିକ୍ସା ଵାଲା ର ଘର ରିକ୍ସା ଲକଡା ଉନ ରେ ବାହାର କରିପାରେନି କି ରୋଜଗାର ର କୌଣସି ପନ୍ଥା ନାହିଁ ଏବେ ତାର ,ତେଣୁବେଳେ ବେଳେ ଅସିତ ଆସି ବଳକା ଖାଦ୍ୟ ତକ ନେଇ ତା ଘରେ ଦେଇ ଆସନ୍ତି ।ହେଲେ ସୁମିତ୍ରା ଦେବୀ ଙ୍କୁ ନ ଜଣାଇ ଜାଣିବେ ଯଦି ରାଗି ଯିବେ ।ନିଜେ ବଞ୍ଚିଲେ ବାପ ର ନାଆ ଆକୁ ତାକୁ ଦଉଛି ପୁରା ସହରରେ ଯେତକ ଗରିବ ଅଛନ୍ତି ସମସ୍ତଂକୁ ଖାଇବା ବାଣ୍ଟୁ ନୁ ଦାନୀ ହରେଶ ଚନ୍ଦ୍ର....ଟେ।
ସେଠୁ ରାଗ ତମ ତମ ହୋଇ ସୁମିତ୍ରା ଦେବୀ ଘର କୁ ପଶିଲେ ହାଇଲୋ ମାନିନୀ ତତେ ଯଦି ଭୋକ ଲାଗୁ ଥିଲା ତୋ ପେଟ ପୋଡିଯାଉଥିଲା ତୁ ଖାଇ ଲୁନି ସ୍ୱାମୀ କୁ ଶିଖେଇ ମତେ ଇ ମୋ ପାଖ କୁ ଛାଡି ମତେ ଗାଳି ଖୁଆଇଲୁ । ସମସ୍ତଙ୍କ ଆଗରେ ଯା ମୋ ପେଟ ପୁରିଗଲା ଗାଳି ଖାଇ କହି ତାଙ୍କ ରୁମ କୁ ଚାଲିଗଲେ। । ମାନିନୀ ବିଚାରି ଭୋକ ରେ ତଣ୍ଟି ମୁଣ୍ଡ ଶୁଖି ଗଲାଣି ଆଉ ଶାଶୁ ଙ୍କର ରାଗ ବୋଝ ଉପରେ ନଳିତା ବିଡା ପରି ତାକୁ ଲାଗୁଥାଏ। ସବୁ କିଛି ସାଉଁଟି ସାଉଁ ଟି ଆଜିକୁ ବାର ବର୍ଷ ହେଇଗଲାଣି ଆଜି ପ୍ରାଯନ୍ତ ସେ କଣ ଦୋଷ କରିଛି ନିଜେ ବି ଜାଣି ପାରେନି ?? ଦୋଷ ଥିଲେ ଗାଳି ନ ଥିଲେ ଗାଳି ଆଖି ରେ ଲୁହ ଆସିଗଲା ତାର ନିଜ ପୁଅ ଗାଳି ଦେଲେ କି କହିଲେ ତାଙ୍କୁ କି କଥା ରେ କହିଲେ ପୁଅ କୁ ନ କହି ବୋହୁ କୁ ଶସ୍ତା କଣ୍ଢେଇ ଭାବିଛନ୍ତି । ଆଉ ମାନିନୀ ଯଦି ଟିକେ କହିବ ଆଲୋ ତୁ ଘର ଭାଙ୍ଗୁଛୁ ମୋର ମାନିନୀ ମନେ ମନେ ଭାବେ ବୋହୁ କାମ ଦାମ 24/7କରିବ ଶାଶୁ ଘରେ ଆଉ ଯଦି ଟିକେ ଅଧିକାର କରି କହିଲା କାହାକୁ ତାକୁ ଘର ଭାଙ୍ଗିବାର ଆଖ୍ୟା ଦିଆ ଯାଏ। ଅସିତ ତାକୁ କେତେ ଥର କହିଲାଣି ତମ ଦେହ ଖରାପ ହେଉଛି ଶିଘ୍ର ଟିକେ ଖାଇନିଅ ବୋଲି ଯଦି ସ୍ୱାମୀ କଥା ଶୁଣିବ ସେ ଶାଶୁ ରାଗି ଯିବେ ଏକୁଟିଆ ଏକୁଟିଆ ଖାଇଦେଲା । ଆଉ ଯଦି ତାଙ୍କୁ ଅପେକ୍ଷା କରିବ ତାହେଲେ ଦେହ ଖରାପ ହବଟା ସାର । ଆଉ ଆଜି ତାର ଦେହ ଟା କାମ କରି କରି ରୋଗଣା ହେଇଗଲାଣି ସେ ବୁଝି ପାରେ ହେଲେ କଣ କରିବ କିଛି ଉପାୟ ଦେଖାଯାଉନି ତାକୁ।
lock down ରେ ଯାହା ତ ଘରେ ରହି ଦିନ କୁ ଚାରିଥର ରୋଷେଇ ବାସ କୁ ତାପରେ ଏ ରାଗ ରୁଷା ବୋଝ ଉପରେ ନଳିତା ବିଡା, କଣ କରିବ ଭାବି?? ଶାଶୁ ଙ୍କର ରୁମ କୁ ଗଲା ଶାଶୁଙ୍କୁ ବହୁତ ବୁଝା ସୁଝା କଲା ପରେ ସେ ଆସିଲେ । ଶାଶୂର ଜାଣିଛନ୍ତି ଶାଶୁଙ୍କର ଗୁଣ ତେଣୁ ସେ ବି ଟିକେ ଶାଶୁଙ୍କୁ କହିଲେ । ବହୁତ ଖୁଷା ମତିଆ ନାଟକ ପରେ ଶୋଭା ଦେବୀ ଆସି ବସିଲେ ଖାଇବାକୁ ମାନିନୀ କୁ ଟିକେ କହିଲେନି ଖାଇ ଦେ ବୋଲି, ମୁହଁ ଟା ତାଙ୍କର ସାପ ପରି ଫଣ ଫଣ ଦିଶୁଥାଏକାଳେ ରାଗିବେ ଭାବି ମାନିନୀ କିଛି କହିଲାନି ତାଙ୍କୁ ଶୋଭା ଦେବୀ ସୁନ୍ଦର କି ତିନୋଟି ମାଛ ପେଟ ଭାତ ଆଉ ସବୁ ଯାହା ମାନିନୀ ବାଢି ଥିଲା ସବୁ ପୋଛା ପୋଛି କରି ଖାଇକି ଉଠିଲେ ।ମାନିନୀ ର ଭୋକ ମାରି ଯାଇଥାଏ ସେତେବେଳେ କୁ ମନେ ମନେ ସେ ଭାବୁଥାଏ, lock down ସିନା ଏ ସାଂସର ର ହେଲେ ଗୃହିଣୀ ର ଜୀବନ ତ ସବୁ ବେଳେ luck down ରେ ଘର କାମ କରୁ କରୁ ତାର ଦିନ ସାରି ଯାଏ ହେଲେ କାମ ସରେନି।
ସମସ୍ତିକ ଙ୍କର କାମ କମିଛି ହେଲେ ଗୃହିଣୀ ମାନ ଙ୍କର ଚାରି ଗୁଣା କାମ ବଢିଛି । ଘର କାମ କରି କରି ବିରକ୍ତ ଲାଗିଲାଣି ତା ଭିତରେ ପିଲା ଙ୍କର ଯୋଉ ପାଠପଢ଼ା online ରେ class teacher ମନେ ଶୀଘ୍ର ଶୀଘ୍ର ବହୁତ ବହୁତ ପାଠ ଦେଇ କୋର୍ସ ଟା ବୋଧେ ବର୍ଷକ ର ଛଅ ମାସ ରେ ସାରି ଦେବେ । ଆଉ ଘରେ ରୋଷେଇ କଲେ କେତେ କେତେ କରି ଦଉଚୁ ଶାଶୁ ଙ୍କର ତଗିଦୀ ମାସ ଶେଷ ପ୍ରାଯନ୍ତ ସଉଦା ଯେମିତି ଯିବ ଦିନକୁ ଚାରି ଥର ରୋଷେଇ ହୋଇ । କଣ ଅନ୍ନପୂର୍ଣ୍ଣା ହାତ ରୁ ସାରିବନି ନା କଣ??? ବାସି ଟିକେ ବଳିଗଲେ ମାନିନୀ ଭୋକିଲା ଲୋକ ଦେଖିଲେ ତାକୁ ଦେଇ ଦିଏ ନ ଫିଙ୍ଗି କିଛି କାରଣ ଅର୍ଣ୍ଣ ଲକ୍ଷ୍ମୀ ଙ୍କର ସଂଗେ ସମାନ । ଗୋଟେ ଦିନ ଶୋଭା ଦେବୀ ଙ୍କର ନଜର ପଡିଯାଇଥିଲା । ଯେ ସେଦିନ ଠାରୁ ତୁ ବେଶି ବେଶି ରାନ୍ଧି କି ଆକୁ ତାକୁ ଦଉଛୁ । ତୋ ବାପ ଘରୁ କଣ ?? ଆଣିଥିଲୁ ଏସବୁ କଥା ଶୁଣି ସେଟା ବି ବନ୍ଦ କରିଦେଲେ ଏବେ ପୁରା କଣ୍ଟା କଣ୍ଟି ରନ୍ଧାବଢା କିଏ ଯଦି ଟିକେ ବେସି ଖାଇଲା ଆଉ ଜଣ ଙ୍କର କମିଯିବ।
କଣ କରିବ ମାନିନୀ ବିଚାରି ?? କୋଉ କଥା ଟା ଶାଶୁଙ୍କର ଶୁଣିବ ଗୋଟେ ଥର ମନ୍ଦିର ଯାଇଥିଲା ସେ ଶାଶୁଙ୍କର ସହିତ ସେଠି ଶାଶୁଙ୍କର କ୍ଲବ ସାଙ୍ଗ ମିସେସ ମହାପାତ୍ର ଖାଦ୍ୟ ର ପୁଡ଼ିଆ ସବୁ ଭୋକିଲା ଲୋକମାନ ଙ୍କୁ ବାଣ୍ଟୁ ଥିଲେ luck down ରେ । ସେଠି ଶାଶୁ ତାଙ୍କ ସହ କଥା ହୋଇ କହିଲେ ବହୁତ ଭଲ କାମ କରୁଛନ୍ତି ଆପଣ ମିସେସ ମହାପାତ୍ର ମୁଁ ବି ବହୁତ ଥର କହିଲିନି ମାନିନୀ କୁ କିଛି ଖାଦ୍ୟ ବାଣ୍ଟି ବାକୁ କାଲି ବାଣ୍ଟି ଦେବୁ ହେଲା ମାନିନୀ ମନେ ନାହିଁ ତାର ଆଜି କାଲି କା ପିଲା ତା ଜାଣିପାରୁନି ମିସେସ ମହାପାତ୍ର ହସି ଦେଲେ ଖାଲି।
କାଲି ଯେମିତି ହେଲା ମାନିନୀ ରୁଟି କଲା ବେଳେ ଶୋଭା ଦେବୀ ଆସିକି ମାନିନୀ କଣ ?? କିଲେ ଅଟା ରୁଟିକରୁଛୁ କି ??? ଦି ଦି ଟା ପିଲା ର ମା ହେଲୁଣି ତୁ ,କେମିତି ଚାଳିବୁ ଏ ସମାଜ ରେ ଜାଣିନୁ ରଖ ରଖ ସବୁ ଘର ପାଇଁ ଖାଲି କର ଦେଖୁଚୁ ଅସିତ ର ଦୋକାନ ବନ୍ଦ ବାପା ଙ୍କର ପେନସନ ଟଙ୍କା ରେ ଘର ଚାଳିବା କଥା । ଦେଖି ଚାହିଁ ଖର୍ଚ୍ଚକର । ମାନିନୀ ଭାବେ ସତେ କେ ସିଏ ନିଜ ପାଇଁ ଆଉ ତା ବାବା ଘର ଲୋକ ମାନଙ୍କ ପାଇଁ ରାନ୍ଧିକି ପଠାଉଛି ସେଥିପାଇଁ ଏତେ କଥା ତାକୁ ଶୁଣାଉଛନ୍ତି ଶାଶୁ।
କାଲି ବଲକୋନି ରେ ବସିଥିଲା ବେଳେ ତାଙ୍କ ଏରିଆ ରୁ ତିନୋଟି କି ଚାରୋଟି ଲୋକ କୁ ପୋଲିସ ଭଡି ନେଇ ଗଲା। ପରୀକ୍ଷା କରିବାକୁ ଯାହାକୁ ନେଲା ଶାଶୁ ତାର ତାଙ୍କ ସହିତ କଥା ହେଉଥିଲେ । ଯଦି ସିଏ କହିବ ତାହେଲେ ଗାଳି ଖାଇବାଟା ସାର ହେବ ।ଭାବୁ ଭାବୁ କଣ ଦିଟା ଖାଏ ନେଲା ରୋଷେଇ ଘର ସଫା କରୁ କରୁ ବାଜି ଯାଇଥିଲା ଘଣ୍ଟା ରେ ଛଅ ଟା ଆଉ କଣ ଟିକେ ରେଷ୍ଟ ନେବ ସକାଳ ପଞ୍ଚଟାରୁ ସନ୍ଧ୍ୟା ୬ଟା ତେର ଘଂଟା ର ପରିଶ୍ରମ କୁ ଖାଦ୍ୟ କମ ବାନ୍ତି ବାନ୍ତି ଲାଗୁ ଥାଏ ତାକୁ ଗ୍ୟାସ ବୋଧେ ହେଇଗଲା ତାର କିଛି ଭଲ ଲାଗୁ ନଥାଏ ଦେହ ଟା ତାର ତଥାପି କଷ୍ଟମଷ୍ଟେ ଉଠି ବାର୍ଥ ରୁମକୁ ଯାଇ ଗାଧେଇ ପଡିଲା ଟିକେ ଫ୍ରେଶ ଲାଗେବା ପାଇଁ । ଚାଆଟା ସମସ୍ତେ ଙ୍କୁ ଦେଇ ଠାକୁର ଘରେ ସନ୍ଧ୍ୟା ଧୂପ ଦୀପ ଦେଇ ପ୍ରାଥନା କରେ ହେ ପ୍ରଭୁ ମୋ ବାବା ଘର ଆଉ ଶାଶୁ ଘର ର ସମସ୍ତେ ଙ୍କୁଭଲ ରେ ରଖ । ହେଲା ଏ କଥାଟା ତା' ମନ ର କିଏ କେବେ ବୁଝିପାରିବେ??ନା ତାକୁ କେହି ପର ଝିଅ କହିବେନି ନା ଭାବିବେନି ଏଟା ହେଉଛି ସାଂସର ଏଠି ଏସବୁ ଚାଲେ ନିଜ ର କଥାସବୁ ସମସ୍ତେ ଲୁଚାଆନ୍ତି କହିବା ପାଇଁ ଅନ୍ୟ ର ଦୋଷ ଦୁର୍ବଳତା ଖୋଜନ୍ତି ।ସେ ଶାଶୂଘର ର ମନେ ମନେ ଶୁଭ ମାନସୁ ନା କାହିଁକି ?? କାହିଁକି ନା ସେ ପର ଝିଅ ବିଶ୍ୱାସ ତା ଉପରେ ନ ଥାଏ ସେମାନଙ୍କର ତାପରେ ଯେତେ ସିଏ ଶାଶୁଘର ପାଇଁ କଲେବି ପ୍ରଶଂସା ତ ମିଳିବା ଦୂର କଥା ତାର କର୍ତ୍ତବ୍ୟ ଭାବି ନିଏ । ମାନିନୀ ତା କର୍ତ୍ତବ୍ୟ ପଥ ରେ ସବୁ ବେଳେ ଅଗ୍ରସର । ସିଏ କରୋନା ବେଳ ହେଉ କି ଆଉ କିଛି ବି ପରିସ୍ଥିତି ହେଉ ବା ଆଉ କିଛି ସମସ୍ୟା ହେଉ ତା ଘର ସହିତ ବାପ ଘର ର ସେ ଜଣେ ଶୁଭ ଚିନ୍ତକ ଏମିତି ଏକ ନୀତିଦିନ ର ଘଟଣା ଘଟେ ଗୋଟେ ଗୃହିଣୀ ଜୀବନ ରେ ।ଏମିତି ଅନେକ ଗୃହିଣୀ ଅଛନ୍ତି ଯିଏ ଖାଲି ଅନ୍ୟ ମାନଙ୍କ ର ସେବା ହିଁ ନିଜ ଧର୍ମ ଭାବନ୍ତି ଯେତେ ଗାଳି ଆଉ ଵିଵସତା ଭିତରେ ଗତିକଲେବି ତାଙ୍କର ମୂଲ୍ୟ କେହି ବୁଝନ୍ତି ନାହିଁ। ପ୍ରତିବଦଳରେ ରାଗ ରୁଷା ଆଉ କ୍ରୋଧ ର ଶିକାର ହୁଅନ୍ତି।ତଥାପି ନିସ୍ୱାର୍ଥ ଭାବ ରେ କର୍ମ କରିଚାଲନ୍ତି ବିନା ପ୍ରତିବାଦ କରି ।
କିଛି ଦିନ ଭିତରେ ମାନିନୀ ଶାଶୂଙ୍କର ଦେହ ଖରାପ ହୁଏ । ଫୋନ ରେ ନିଜ ଝିଅ କୁ କୁହନ୍ତି ହେଲେ ଝିଅ ଖାଲି ଆଶ୍ଵସନା ଦିଏ ମାତ୍ର ମାନିନୀ ର ସେବାଯତ୍ନ ରେ ସେ ଭଲ ହୁଅନ୍ତି ମାନିନୀ ର ମୂଲ୍ୟ ସେ ବୁଝାନ୍ତି ଠାକୁର ଘରେ ମାନିନୀ କୁ ଦେଖି ତା ମୁଣ୍ଡ ରେ ହାତ ବୁଲେଇ କୁହନ୍ତି ବୋହୁ ନୁହେଁ ତୁ ମୋ ଘର ର ଲଷ୍ମୀ ମୁଁ ଜାଣିସାରିଲିଣି ଏକଥା ।
