Santanu Bisoi

Abstract

5.0  

Santanu Bisoi

Abstract

ପଞ୍ଚ ସତୀର "କୁନ୍ତୀ"।

ପଞ୍ଚ ସତୀର "କୁନ୍ତୀ"।

3 mins
656


ପୁରାଣ ମହାଭାରତର କଥା। କୁନ୍ତଭୋଜ ରାଜାଙ୍କ ପାଳିତା କନ୍ୟା ଥିଲେ କୁନ୍ତୀ। ଏକଦା ଦୁର୍ବାଶା ଋଷି କୁନ୍ତଭୋଜ ରାଜାଙ୍କ ରାଜଦରବାରରେ ଉଭା ହୋଇ ଅତିଥି ରୂପେ ରହିବାକୁ ଇଚ୍ଛା ପ୍ରକାଶ କଲେ। କୁନ୍ତଭୋଜ ଆନନ୍ଦିତ ହୋଇ ମୁନିଙ୍କର ସକଳ ବ୍ୟବସ୍ଥା କରାଇଦେଲ। ନିଜ ସାତ ବର୍ଷର ଝିଅ କୁନ୍ତୀକୁ ମୁନିଙ୍କ ସେବା କାର୍ଯ୍ୟରେ ନିୟୋଜିତ କରାଇଥିଲେ। 


ଏଭଳି ଅନେକ ଦୃଷ୍ଟାନ୍ତରୁ ଜାଣିବାକୁ ମିଳୁଛି। ଅତିଥି ସେବା ହିଁ ପରମ ଧର୍ମ। ଯୁଗଯୁଗରୁ ଚଳି ଆସୁଛି।


କୁନ୍ତୀ, ଦୁର୍ବାଶା ଋଷିଙ୍କର ବହୁତ ଯତ୍ନ ନେଉଥିଲେ। ଆତିଥ୍ୟରେ କୌଣସି ତ୍ରୁଟି ନ ରହିଯାଉ ସେଥିପାଇଁ ପ୍ରବଳ ଧ୍ୟାନନିବେଶ କରିଥିଲେ। ଦୁର୍ବାସା ଋଷି ମଧ୍ୟ କୁନ୍ତୀର ସେବା ରେ ଆନନ୍ଦିତ ଥିଲେ।


କିଛି ଦିନ ଅନ୍ତେ ଋଷି ନିଜ ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ମନ ବଳାଇଲେ। ରାଜା କୁନ୍ତଭୋଜ ତାଙ୍କୁ ଆଶ୍ରମ ଅନାମୟ ପୁଛାକରି ବିଦାୟ ଜଣାଇଲେ।


ଦୁର୍ବାସା ଋଷି କିଛି ବାଟ ଯିବା ପରେ ପଛକୁ ଫେରି ଚାହିଁ ଦେଖନ୍ତି ତ କୁନ୍ତୀ ତାଙ୍କର ଅନୁଧାବନ କରୁଛି। ଋଷି କୁନ୍ତୀକୁ ଅନୁଧାବନର କାରଣ ପଚାରିଲେ। 


କୁନ୍ତୀ କହିଲେ ହେ ମୁନି

ମୁଁ ଆପଣଙ୍କର ସେବା କଲି କିନ୍ତୁ ଆପଣ ମୋତେ କିଛି ନ ଦେଇ କେମିତି ଚାଲି ଯାଉଛନ୍ତି


ମୁନିଙ୍କ ପାଖରେ କିଛି ନ ଥିଲା। ବାସ୍ତବତଃ କୁନ୍ତୀର ସେବାରେ ମୁନି ଅଧିକ ଖୁସି ଥିଲେ। ସେ ଗୋଟିଏ ଅମ୍ଳାନ ଆଜ୍ଞାମାଳ ଦେଇ କୁନ୍ତୀକୁ କହିଲେ ଏହି ମାଳ ଧରି ତୁ ଯାହାକୁ ସୁମରଣା କରିବୁ ସେ ନିଶ୍ଚୟ ତୋ ମନୋବାଞ୍ଛା ପୁରଣ କରିବେ। କୁନ୍ତୀ ମାଳା ନେଇ ସାଦରେ ରାଜପ୍ରାସାଦ ଫେରିଲେ। ଏବଂ ମୁନି ସ୍ୱ-ଆଶ୍ରାମେ।


ନୂତନ କଉତୁକିଆ ବସ୍ତୁଟିଏ ପାଇଲେ କାହା ମନରେ ଅବା କୌତୁହଳ ସୃଷ୍ଟି ନ ହେବ ମୁନି ଦେଇଥିବା ମାଳା ପ୍ରକୃତରେ ସତ୍ୟ କି ମିଥ୍ୟା ଜାଣିବା ପାଇଁ କୁନ୍ତୀ ବ୍ୟଗ୍ର ଥିଲେ। 


ବ୍ୟଗ୍ରତା ଏତେ ବଢିଯାଇଥିଲା ଯେ, ସେ ସକାଳ ହେବାକ୍ଷଣି ଏକାନ୍ତରେ ନଦୀକୂଳକୁ ଯାଇ 

ସ୍ନାନାଦି ନିତ୍ୟକର୍ମ ଶେଷ କଲା ପରେ ମାଳାର କରାମତି ପରୀକ୍ଷା କରିବାକୁ ଚାହିଁଲେ।


ବାଳସୂର୍ଯ୍ୟଙ୍କ କିରଣରେ ବିମୋହିତ ହୋଇ ସେ ସୂର୍ଯ୍ୟଙ୍କୁ ମାଳା ଜରିୟାରେ ସୁମରଣା କଲେ। ସୂର୍ଯ୍ୟ ଦେବ ପ୍ରସନ୍ନ ହୋଇ ସେଠାରେ ଉପସ୍ଥିତ ହେଲେ। 

ମାଳାର ମାହାତ୍ମ୍ୟ ଅନୁସାରେ ସୂର୍ଯ୍ୟ ଦେବଙ୍କୁ କୁନ୍ତୀକୁ ରମଣ କରିବାକୁ ପଡିବ। ନଚେତ୍ ସୂର୍ଯ୍ୟ ଦେବଙ୍କ ମୁର୍ଦ୍ଧଣ୍ୟା ଫାଟିଯିବ। 


ସାତବର୍ଷର ଅପ୍ରାପ୍ତ ବୟସ୍କ କନ୍ୟାକୁ ରମଣ କଲେ ମାତୃହରଣ ଦୋଷ ଲାଗିବ। 


ପରବର୍ତ୍ତୀ ଅବସ୍ଥାକୁ ବ୍ୟାଖ୍ୟା ନ କରି ଠିକେ ଠିକେ କୁହାଯାଇ ପାରେ ଯେ ସୂର୍ଯ୍ୟଙ୍କ ଔରସରୁ ଓ କୁନ୍ତୀଙ୍କ ଠାରୁ କର୍ଣ୍ଣ ଜନ୍ମ ଲାଭ କଲେ।


ଯଦିଓ ମାତୃହରଣ ଦୋଷ ଭଳି ଅହିଂସା ଉପାୟରେ ଧର୍ମୀୟ ଦଣ୍ଡ ବ୍ୟବସ୍ଥା ଥିଲା ଆଜିର କୁମାରୀ ମାତୃତ୍ବ ଦ୍ଵାପର ଯୁଗର ଅବଦାନ ମଧ୍ୟ ଥିଲା।


କୁନ୍ତୀଙ୍କ କର୍ଣ୍ଣ ଗହ୍ୱର ଦେଇ ସନ୍ତାନ ଜନ୍ମ ଗ୍ରହଣ କରିଥିଲା। ଅବୈଧ ଓ କୁମାରୀ ମାତୃତ୍ବ ଭଳି ଗର୍ହିତ ପ୍ରକ୍ରିୟାରେ ସନ୍ତାନ ଜନ୍ମ ହୋଇଥିବାରୁ ସାମାଜିକ ସମ୍ମାନ ଭୟରେ ଗୋଟିଏ ମଞ୍ଜୁଷା ଭିତରେ ଭର୍ତ୍ତି କରି ନଦୀ ସ୍ରୋତରେ ଭସାଇ ଦିଆଗଲା। ସନ୍ତାନଟିର ସୁରକ୍ଷା ପାଇଁ ସୂର୍ଯ୍ୟ ଦେବ ଚମତ୍କାରି କବଚ କୁଣ୍ଡଳରେ ଶିଶୁପୁତ୍ରଟିକୁ ଆଭୂଷିତ କରାଇ ଥିଲେ।(ମଞ୍ଜୁଷା:- ମାଟିନିର୍ମିତ ପାତ୍ର। କୁନ୍ତୀ ମାଟିରେ ପାତ୍ର ତିଆରି କରି ଥିଲେ, ସୂର୍ଯ୍ୟ ତାପରେ ତାକୁ ଶୁଖାଇ ଛୋଟ ଶିଶୁ ଟିଏ ରହିପରିଲା ଭଳି ଚତୁର୍ଭୁଜ ବିଶିଷ୍ଟ ଛୋଟ ସିନ୍ଧୁକ ଆକୃତିର ପେଡା)


ଆଜି ସମାଜରେ ଅବୈଧ ସନ୍ତାନ ମାନଙ୍କୁ ନଦୀ କୂଳରେ, ଗଛ ମୂଳରେ ଛାଡି ଦେବାର ପ୍ରଥା ବୋଧହୁଏ ସେଇ ସମୟରୁ ଚଳି ଆସୁଛି।


ମଞ୍ଜୁଷା ଭାସି ଜଣାଉଥିବାର ଧୃତରାଷ୍ଟ୍ରଙ୍କ ସାରଥୀ ଅଧିରଥ ଦେଖି ନିଜ ସ୍ତ୍ରୀ ରାଧାଙ୍କୁ ଲାଳନ ପାଳନ ପାଇଁ ଦେଇଥିଲେ। 


ସମକ୍ରମେ କୁନ୍ତୀ ବିବାହ ଯୋଗ୍ୟା ହୋଇଥିଲେ। ହସ୍ତିନାର ଛୋଟ ରାଜକୁମାର ପାଣ୍ଡୁଙ୍କୁ ବିବାହ କରିଥିଲେ। ବିବାହ ରାତ୍ରିରେ ପାଣ୍ଡୁ ନିଜର ଅକ୍ଷମତା ପ୍ରକାଶ କରି ନିଜ ଜୀବନ ବୃତାନ୍ତ କୁନ୍ତୀଙ୍କ ଆଗରେ ବଖାଣ କରିଥିଲେ। 


ପାଣ୍ଡୁ ଉବାଚ:- ମୃଗୟା କରବା ଉଦ୍ଦେଶ୍ୟରେ ଦିନେ ମୁଁ ନିଘଞ୍ଚ ଜଙ୍ଗଲ ଭିତରକୁ ଯାଇଥିଲି। ଜଙ୍ଗଲରେ ବହୁତ ବୁଲିବା ପରେ ଅଦୁରରେ ତିନୋଟି ମୃଗ ଦୃଷ୍ଟି ଗୋଚର ହେଲେ। ମୁଁ ଅନୁଧାବନ କରି ତୀର ଚାଳନା କରୁଥାଏ। ମୋ ତୀର ଗୋଟିଏ ମୃଗକୁ ଲକ୍ଷଭେଦ କଲା ଏବଂ ମୃଗଟି ସେଠାରେ ହିଁ ଟାଳିପଡ଼ିଲା। ପାଖକୁ ଯାଇ ଦେଖେତ ଅଗ୍ନିକ ମୁନିଙ୍କ ରକ୍ତଜୁଡୁବୁଡୁ ଶରୀର।  

ଦୁଇଟି ମୃଗ ମୃଗୁଣୀର ଶୃଙ୍ଗାର ଦେଖି ମୁନିଙ୍କର ମତିଭ୍ରମ ଘଟିଥିଲା ଏବଂ ସେ ମାୟାମୃଗ ବେଶ ଧାରଣ କରି ମୃଗୁଣୀ ସହିତ ରତିକ୍ରିଡା ଆଶାରେ ମୃଗୁଣି ପଛରେ ଦୌଡୁଥିଲେ। ଆସନ୍ନ ମୃତ୍ୟୁ ମୁଖରେ ଥିବା ସମୟରେ ମୁନି ମୋତେ ଅଭିଶାପ ଦେଇଥିଲେ ଯେ, "ମୁଁ ଯେମିତି ଶୃଙ୍ଗାର ସମୟରେ ପ୍ରାଣତ୍ୟାଗ କରୁଛି ତୁ ସେମିତି ସମ୍ଭୋଗ କଲା ସମୟରେ ତୋର ମୁର୍ଦ୍ଧନ୍ୟା ଫାଟିଯିବ।"

ଅତୀତର ଦୁଃଖ କାହାଣୀ ଶୁଣି ଉଭୟ ପାଣ୍ଡୁ ଓ କୁନ୍ତୀ ଦୁଃଖ ପ୍ରକାଶ କରିଥିଲେ।


ଉଚିତ ସମୟରେ କୁନ୍ତୀ ଦୁର୍ବାସା ଋଷି ପ୍ରଦତ୍ତ "ଆଜ୍ଞାମାଳା" କଥା ପାଣ୍ଡୁଙ୍କୁ ଜଣାଇଥିଲେ।


ପରବର୍ତ୍ତୀ ସମୟରେ ପାଣ୍ଡୁଙ୍କଠାରୁ ଅନୁମତି ନେଇ କୁନ୍ତୀ ମାଳ ଦ୍ୱାରା ଧର୍ମ ଦେବଙ୍କୁ ଆବାହନ କରି ଯୁଧିଷ୍ଠିରଙ୍କୁ, ପବନଙ୍କୁ ଆବାହନ କରି ଭୀମକର୍ମା ବୃକୋଦର ଓ ପରେ ସ୍ୱର୍ଗର ରାଜା ଇନ୍ଦ୍ରଙ୍କୁ ଆବାହନ କରି ଅର୍ଜୁନଙ୍କୁ ଜନ୍ମ ଦେଇଥିଲେ। 


ପରେ ପରେ କୁନ୍ତୀ, ମାଦ୍ରୀଙ୍କୁ ଆଜ୍ଞାମାଳଟି ଦେଇଥିଲେ। ପାଣ୍ଡୁଙ୍କ ଅନୁମତି ନେଇ ମାଦ୍ରୀ ଅଶ୍ୱିନୀ କୁମାରଙ୍କୁ ସୁମରଣା କରିଥିଲେ, ଏବଂ ନକୁଳ ସହଦେଵଙ୍କୁ ଜନ୍ମ ଦେଇଥିଲେ।


ଏଠାରେ ପ୍ରଶ୍ନ ଧର୍ମଦେବତା, ଇନ୍ଦ୍ର, ପବନ ଭଳି ବହୁପତି ସହ ସମ୍ବନ୍ଧ ରଖି କୁନ୍ତୀ ମହାସତୀ ହେଲେ କେମିତି

ପଞ୍ଚ ସତୀରେ ତାଙ୍କୁ ଗଣତି କରାଯାଏ କାହିଁକି


Rate this content
Log in

Similar oriya story from Abstract