Sunanda Mohanty

Comedy Tragedy Fantasy

4  

Sunanda Mohanty

Comedy Tragedy Fantasy

ପକ୍ଷୀ ଜନ୍ମ

ପକ୍ଷୀ ଜନ୍ମ

3 mins
6



ଦୁଆର ଆଗରେ ଝଙ୍କାଳିଆ ବରଗଛ ଉପରେ କାହିଁ କୁଆଡୁ ଉଡିଆସି କେତେ ପକ୍ଷୀ ବସନ୍ତି. ଖରାଦିନେ ପାଣି ଟୋପେ ପିଇବାକୁ ଡହଳ ବିକଳ ହେଉଥିବା ପକ୍ଷୀମାନଙ୍କ ପାଇଁ ଛାତ ଉପରେ ମାଟି ଘଡି ବା ଅଧା ମାଟି ଘଡ଼ା ସାତଟାରେ ପାଣି ଭରି ଠାଆ କୁ ଠାଆ ରଖିଦିଅନ୍ତି ତାପ୍ତି. ପକ୍ଷୀଗୁଡିକ ଯେତେବେଳେ ଇଛା କରନ୍ତି ଉଡି ଆସି ପାଣି ପିଇ ପୁଣି ବରଗଛ ଡ଼ାଳକୁ ଉଡିଯାଆନ୍ତି. ସେଇ ଛାତରେ ତୁଳସୀ ଚଉରା ତାପ୍ତିଙ୍କର. ପ୍ରତିଦିନ ତୁଳସୀମୂଳେ ଜଳ ଦେବାକୁ ଓ ସୂର୍ଯ୍ୟଙ୍କୁ ଜଳଦାନ କରି ପୁଣ୍ୟ ପାଇବାକୁ ତାପ୍ତି ଯେବେ ଛାତ ଉପରକୁ ଯାଆନ୍ତି ଭରି ଦିଅନ୍ତି ସେହି ଆଧାଅଧି ବା ପୁରା ଖାଲି ପଡ଼ିଥିବା ମାଟି ଘଡି ଗୁଡିକୁ.

  ଦିନକୁ ଦୁଇଥର ଛାତ ଉପରକୁ ଯାଆନ୍ତି ତାପ୍ତି. ସକାଳେ ଯେମିତି ସକାଳ ସୂର୍ଯ୍ୟ ପୂଜା କରି ଶାନ୍ତି ପାଆନ୍ତି ସେମିତି ଚାରିଟା ବେଳେ ବରଗଛ ଡ଼ାଳରେ ଜାତି ଜାତି ପକ୍ଷୀ ଦେଖି ତାଙ୍କ ସ୍ୱର ଠାଵ କରି ତାଙ୍କ ଗତିବିଧି ଲକ୍ଷ କରି ତାଙ୍କୁ ଠାଵ କରନ୍ତି.ତାପ୍ତିଙ୍କୁ ଦେଖିଲେ ପାଣି ପିଇବାର ଶହେରୁ ଶହେ ଇଛାକୁ ଚାପି ଦେଇ ପକ୍ଷୀନୀଡ଼ବାହୁଡା଼ ବେଳେ ବସାକୁ ଫେରିପଡୁଥିବା ବଣି, କାଉ ସହ ସେଇ ବାର୍ଡଚଢେଇ ମଧ୍ୟ ଉଡିଯିବା ଦେଖି ମନ ଖରାପ ହୁଏ ତାପ୍ତିଙ୍କର ତ ହଲଚଲ ନହୋଇ ସ୍ଥାଣୁ ପାଲଟି ବସି ଯାଆନ୍ତି ତାପ୍ତି.

  ବାର୍ଡ ଚଢେଇର ଗୋଟେ ଇତିହାସ ଅଛି. ପୁଅ ଝିଅ ଦୁହେଁ ପାଟିକୁ ଖାଦ୍ୟ ନେଉନଥିବା ବେଳେ ଛାତ ଉପରେ ଏଇ ଚଢେଇ ଦେଖେଇ ବୁଲେଇ ବୁଲେଇ ଖୁଆଇଲା ବେଳେ ତାପ୍ତି କହନ୍ତି ଦେଖ ଦେଖ ବାର୍ଡ ଆସିଲାଣି ଏବେ ସବୁ ଖାଇନେବ. ତୁ ଆଁ କରି ଖାଇଦେ ଧନ. ମୁଁ ଆଖି ମୁଜି ଥାଏକି ମୋ ଧନ /ଧାନୀ ଖାଇଥାଏକି କହୁ କହୁ ଖାଇଦିଅନ୍ତି ପିଲାବେଳେ ପୁଅ ଓ ତା ପରକୁ ଠିକ ସେହି ପ୍ରଣାଳୀରେ ଝିଅ ତ ଆଖି ଖୋଲି ତାପ୍ତି କହନ୍ତି କିଏ ଖାଇଲା? ପୁଅ ଓ ପରେ ପରେ ଝିଅ ଦେଖେଇ ଦିଅନ୍ତି ବାର୍ଡ ଚଢେଇକୁ. ଯାହାର ସଠିକ ନାମ ଏଯାଏଁ ନଜାଣି ସେହି ବାର୍ଡ ଚଢେଇ ହୋଇ ରହିଯାଇଛି ପକ୍ଷୀଟି. ଅନେକାଂଶରେ ହଳଦୀ ବସନ୍ତ ଓ ଶୁଆର ମିଶ୍ରଣର ସେହି ବାର୍ଡ ଚଢେଇ କିନ୍ତୁ ଡରେନା ତାପ୍ତିଙ୍କୁ ଦେଖି. କିଏ ଖାଇଲା କିଏ ଖାଇଲା କହିଲେ ପାଟିରେ ଖାଦ୍ୟ ନେଇ ଢ଼ୋକି ଦେଉଥିବା ପିଲା ଦୁହେଁ ଯିଏ ଯାହା ସଂସାରରେ ଦୂର ବିଦେଶରେ ଥିଲା ବେଳେ ପକ୍ଷୀ ମାନଙ୍କ ଭିତରେ ବାର୍ଡ ଚଢେଇ ତାପ୍ତିଙ୍କର ଖୁବ ପ୍ରିୟ.

    ସେଦିନ ଆଳୁ ପରଠା କରି ସ୍ୱାମୀଙ୍କୁ ଖାଇବାକୁ ଦେଉ ଦେଉ ସନ୍ଧ୍ୟା ଆସିଯାଇଥିଲା. ଗୋଠବାହୁଡା ଦୃଶ୍ୟ ସହ ପକ୍ଷୀମାନଙ୍କର ନୀଡ଼ ଫେରନ୍ତା ଦୃଶ୍ୟ ଦେଖିବାକୁ ତରତର ହେଉଥିଲେ ତାପ୍ତି ଛାତ ଉପରକୁ ଯିବାକୁ ତ ସ୍ୱାମୀ କହୁଥିଲେ କଣ ରାଣୀ ମାଆଙ୍କର ଏଇ ଆଳୁ ପରଠା ସାଙ୍ଗକୁ ଆଜି ଚଟଣୀ ଇତ୍ୟାଦିର କିଛି ଯୋଜନା ନାହିଁ ନା କଣ? ଆଳୁ ପରଠା ଭିତରେ ତ ଚଟଣୀ ପୁଣି କଣ ଚଟଣୀ ଖୋଜୁଛ କହି ତରତରରେ ଯୋଗାଡି ରଖିଥିବା ଷ୍ଟିଲ ଢାଳ ସବୁ ନେଇ ଛାତ ଉପରକୁ ଉଠୁଥିଲେ ତାପ୍ତି. କୋଉଠି ଥାଆନ୍ତି ଏ ମାଙ୍କଡ଼ ସବୁ ମାଟି ଘଡି ଗୁଡ଼ିକରୁ ପାଣି ପିଇ କଚାଡି ଭାଙ୍ଗି ସାରିଛନ୍ତି. ତାଙ୍କ ପାଇଁ ତ ଆରପଟ ଛାତରେ ପାଣି ଥୁଆ ହୋଇଛି. ବିଚରା ପକ୍ଷୀଗୁଡିକଙ୍କର ଘଡି ଭାଙ୍ଗିଦେଲେ ସେମାନେ ଚଳେ ପାଣି କଳକୁ କେମିତି ନେବେ ଥଣ୍ଟରେ? ସବୁ ଢାଳରେ ପାଣି ଭରି ଜଗି ରହିଲେ ଦୂରରେ ତାପ୍ତି. ପାରାଟିଏ ଉଡିଆସିଲା. ପାଣି ଖୋଜି ଖୋଜି ବୋଧହୁଏ ହଂସା ଉଡିଯାଉଥିଲା ତାର. କଣ ଦେଖିପାରୁନି କି ଥଣ୍ଡା ଜଳ ପୂର୍ଣ୍ଣ ଷ୍ଟିଲ ଢାଳ ଗୁଡିକରେ ଥୁଆ ପାଣି ଢାଳସବୁକୁ?

  ସ୍ଥାଣୁ ପାଲଟି ବସିଗଲେ ତାପ୍ତି. ବୋଧହୁଏ ତାଙ୍କ ଉପସ୍ଥିତି ପାରାଟିକୁ ପାଣି ପିଇବାକୁ ଦେଉନି. ଶୋଷରେ ପାରାଟି ଉଡିଆସିଲା ଚଉରା ଉପରକୁ. ଦୁଇଦିନ ତଳେ ଅଦିନ ବର୍ଷାରେ ଝୁଣାଧୂପ ଦାନୀ, ରୂଖା, ଦୀପରେ ଲାଗିଥିବା ଟୋପେ ଟୋପେ ପାଣିକୁ ଥଣ୍ଟ ବୁଡେଇ ପିଇଲା ବେଳେ ମନେ ମନେ ତାପ୍ତି କହୁଥାନ୍ତି ଆରେ ବୋକା ଷ୍ଟିଲ ଢାଲରେ ପରା ଭଲ ପାଣି. ଟିକେ ହଳଚଲ ହୋଇଗଲା ତାପ୍ତିଙ୍କ ଶରୀର ତ ଫଡ ଫଡ ଉଡ଼ିଗଲା ପାରାଟା. ବିରକ୍ତିରେ ତାପ୍ତି କହୁଥିଲେ ଏ ପାରାଠୁ ବାର୍ଡ ଚଢେଇଟା ଢେର ଭଲ. ତଳୁ ସ୍ୱାମୀ ଡାକ ପକେଇଲେ ପୁଅର ଫୋନ ଆସୁଛି. ପୁଅ କହୁଥିଲା ମାଆ ତୁ ତ ଜାଣିଛୁ ଦିଲ୍ଲୀର ଏଇ ଭଡାଘର ବାଳାକୋନୀରେ ଥରକୁ ଥର ପାରା ଦୁଇଟି ଅଣ୍ଡା ଦେଇ ଛୁଆ କରନ୍ତି. ଏବେ ଟିକେ ବର୍ଷା ହୋଇଯାଇଛି ଏଠି ତ ଶୁଖିଲା ଅଖା ପାରି ଦେଇ ଚାଉଳ ଗିନା ଓ ପାଣିଗିନା ଥୋଇଛି ହେଲେ ମାଆପାରା ଗୋଟେ ଅଣ୍ଡାକୁ ଗଡେଇ ଗଡେଇ ପେଟତଳେ ଜାକି ଭୁଲିଯାଇଛି ଆଉ ଗୋଟିଏକୁ ନେଇନି ଏଯାଏଁ!କଣ କରିବି କହିଲୁ? ପାରାର ଅନ୍ୟମନସ୍କତାର ସୁଯୋଗ ନେଇ ଆର ଅଣ୍ଡାଟିକୁ ତା ପେଟ ତଳେ ଥୋଇଦେ. ସେ ଯଦି ଖୁମ୍ପି ଦିଏ ବା ଉଡିଯାଏ? ନା ମ ସେ କଣ ବାର୍ଡ ଚଢେଇ ପରି ହୋଇଛି. ପୁଅ ହସୁଥିଲା କହୁଥିଲା ଓଃ ଆମ ପିଲାଦିନ ବାର୍ଡ ଚଢେଇ? ଏ ପାରାଟା ଆଉ କଣ କି!ଠିକ ସେତିକି ବେଳକୁ ଝିଅ ଫୋନ କରି କହୁଥିଲା ମାଆ ତୋ ପକ୍ଷୀଘର ଗଳ୍ପଟି କଣ ଆମ ପିଲାଦିନର ବାର୍ଡ ଚଢେଇ ଉପରେ ଲେଖିଛୁ!ପଢିକି ମଜ୍ଜା ଆସିଗଲା. ହଉ ମୁଁ ଏବେ ପାରା ଉପରେ ଲେଖିବାକୁ ଯାଉଛି. ଝିଅ ହସୁଥିଲା ଖିଲଖିଲ କହୁଥିଲା ଲେଖେ ଲେଖେ ତୋ ନାତି ନାତୁଣୀ ପଢିବେ ।


Rate this content
Log in

Similar oriya story from Comedy