STORYMIRROR

Pradeep Kumar Panda

Abstract Classics Inspirational

4  

Pradeep Kumar Panda

Abstract Classics Inspirational

ପଖାଳ

ପଖାଳ

6 mins
340

ଆମେ ଓଡ଼ିଆ ଆମ ପଖାଳ ଭାରି ବଢିଆ I ପଖାଳ ଦିବସ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ I

ଆଜି ଦିବସ ହେଉଛି ପଖାଳ ଦିବସ l ପଖାଳ ଖାଇଥିବା ଲୋକ ପଖାଳକୁ ନ ଖାଇଥିବା ଲୋକ ଆଜିର ଦିବସରେ ପଖାଳ ଖାଇଲେ ତାର ଗୋଟେ ସତନ୍ତ୍ରତା ବା ସୁଗନ୍ଧ ବାହାରେ l ପଖାଳ କଣ ? ଭାତ ଥଣ୍ଡା ହେବ ପାଣି ଭର୍ତ୍ତି ହେବ ବାସି ହେବ l ବାସି ହେଲା ପରେ ତାହା ଟିକେ ଟିକେ ଆମ୍ବିଳା ଲାଗୁଥିବ l ଏ ହେଉଛି ଓଡ଼ିଆ ଜାତିର ଗରିବ ପୁଅର ଖାଦ୍ୟ। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସବୁରି ପସନ୍ଦ l ଏହି ଓଡିଆ ମାନେ ଯାହା ଖାଅନ୍ତି ପ୍ରଭୁଙ୍କୁ ନୈବେଦ୍ୟ କରିକି ଖାଅନ୍ତି l ଯାହା ପିନ୍ଧନ୍ତି ପ୍ରଭୁଙ୍କୁ ଦେଖିକି ପିନ୍ଧନ୍ତି l ଯୁଆଡେ ଯାଆନ୍ତି ପ୍ରଭୁ ଙ୍କ ଅନୁକମ୍ପାରେ ଯାଆନ୍ତି l ଦାଣ୍ତକୁ ଯାଉଛନ୍ତି ଆପଣ ମେଳାକୁ ଯାଉଛନ୍ତି ଅଳଙ୍କାର ଯୁକ୍ତ ହୋଇଥିବେ ଘରେ ଗାଳି ଦେବେ ଫଳସ୍ ଜିନିଷ ପିନ୍ଧିକି ଯାଆ ନହଲେ ଚୋରି ହେବ l ଜଗନ୍ନାଥ ରଥକୁ ଗଲାବେଳେ ମଧ୍ୟ ହିରା ଚିତା କାଢିକି ଶୋଲ ଚିତା ପିନ୍ଧିକି ଜାଆନ୍ତି l ଆମ ପ୍ରଭୁ ଯାହା କରନ୍ତି ଆମେ ସେଇଆ କରୁ l ଆମ ପ୍ରଭୁ ଖାଇଲା ବେଳେ ଗୀତ ଗୋବିନ୍ଦ ପାଠ ହେଉଥିବ ସେ ଭୋଜନ କରୁଥିବେ - "ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ପଦୁଗଳୁଛି ମକରନ୍ଦ" ଆମେ ଖାଇଲା ବେଳେ ମଧ୍ୟ ସଂଗିତ ଶ୍ରବଣ କରି ଖାଉ l ଶୀତ ହେଲା ଭାରି ଶୀତ ମାର୍ଗଶିର ଶୁକ୍ଳ ଷଷ୍ଟି ଠାରୁ ବସନ୍ତ ପଞ୍ଚମି ପର୍ଯ୍ୟନ୍ତ ୭ ପ୍ରକାର ଚଦର ଘୋଡ଼ି ହେବେ l ସିଏ ଯାହା କରନ୍ତି ଆମେ ମଧ୍ୟ କରୁ l କିନ୍ତୁ ଗୋଟେ କଥା କରନ୍ତି ସିଏ l ଆମେ କରୁନି କାରଣ ସିଏ ଦିଅଁ l ସେ କଣ କରନ୍ତି ? ନା ଆମେ ସବୁ ପଖାଳ ଖାଉ କିନ୍ତୁ ସେ ପଖାଳ ଭାତରେ ଘିଅ ପକାଇ ଖାଅନ୍ତି l ପଖାଳ ଭାତରେ ଘିଅ ଖାଇବେ ଆପଣ ଦୋଉଡିବେ ଡାକ୍ଟର ଖାନା l ପେଟ ଖରାପ ହେବ l ହେଲେ ଆମ ଜଗନ୍ନାଥ ମହାପ୍ରଭୁ କିନ୍ତୁ ପ୍ରତିଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ପଖାଳ ଖାଇବେ ସେଥିରେ ଦହି ପଡ଼ିଥିବ l କଞ୍ଜା ଘିଅ ପଡିଥିବ l ତାହା ସମର୍ପଣ ହେଲେ ମହାପ୍ରଭୁ ଶୋଇବାକୁ ଯିବେ ବିଚିତ୍ର ଦିଅଁ l ତେଣୁ ଯେଉଁ ଦିଅଁ ପଖାଳ କୁ ଏତେ ପ୍ରାଧାନ୍ୟ ଦେଉଛି ତାର ଲୋକମାନେ ପଖାଳ ନଖାଇବେ ବା କେମିତି l କାହିଁକି ନା ପଖାଳ ଖାଇବା ପଧତି କୁ ଓଡିଶା ରେ ଜଗନ୍ନାଥ ଆଉ ତାଙ୍କ ଲୋକ ଜାଣନ୍ତି l ଦୁନିଆ ରେ ସବୁଠି ଚାଉଳରୁ ଭାତ ହୁଏ l ବଡ ଦେଉଳ ରେ ଭାତରୁ ଚାଉଳ ହୁଏ l ଓଲଟା କଥା ନିର୍ମାଲ୍ୟ l ତମ ଘର ର ଭାତ କାଲିକି ରହିଲେ ବାସି ଖରାପ ହେଇଯିବ ପୋକ ଭାସିବେ l ହେଲେ ବଡ ଦେଉଳର ଭାତ କାଲିକି ରହିଗଲେ ନିର୍ମାଲ୍ୟ ହେଇଯିବ l ତାର ରେଟ ଅଧିକା l ଅବଢା ଖାଇଲେ ପେଟ ପୁରିଜାଏ ହେଲେ ସେ ପଖାଳ ଖାଇଲେ ସବୁ ରୋଗ ବ୍ୟାଧି ଦୁରିଭୁତ ହେଇଜାଏ l ସବୁରୋଗ ବ୍ୟାଧି କୁ ଦୂରକରେ ମହାପ୍ରଭୁଙ୍କ ବାସି ପଖାଳ I ଆନନ୍ଦ ବଜାର ଭିତରେ ଗୋଟେ ଡଙ୍ଗା ଅଛି ତା ଭିତରେ ଅବଢା ତୋରାଣି ରହିଥାଏ l ସେ ତୋରାଣି କୁ ଯିଏ ପିଇଲା ବା ଘରକୁ ଆଣିକି ପିଇଲା ତାର ଦୁଶାଧ୍ୟ ରୋଗ ମଧ୍ୟ ଭଲ ହେଇଯାଏ l ପିଲାମାନେ ଯୋଉ ରାତିରେ ଶୋଇଥିବା ବେଳେ ଏକ କରିଦିଅନ୍ତି ବା ବୋହୁମୁତ୍ର ରୋଗୀ ମାନେ ସେ ପଖାଳ ସେବନ କଲେ ତାଙ୍କର ରୋଗ କ୍ରମଶଃ ଭଲ ହେଇଯିବ l ଭାରି ଶ୍ଵାସ ବେମାରି ଅଛି ଓୌଷଧ ଖାଇଲେ ବି କମୁନି ସେ ପଖାଳ ତୋରାଣି କୁ ପିଇଦେଲେ କମିଯିବ ସବୁ l ଜଗନ୍ନାଥ ଙ୍କ ବାସି ଅବଢା ପଖାଳ । ତାକୁ ଧରିକି ବୋତଲ ରେ ଆଣିବେ ଗୋଟେ ପାତ୍ର ରେ ନିୟମିତ ପରିମାଣ ରେ ରଖି ତାକୁ ନିୟମିତ ସେବନ କରିବେ ଗୋଟେ ମନ୍ତ୍ର ପାଠ କରିବେ - "ନସ୍ୟାନ୍ତି ଶକଳ ରୋଗା" ମନ୍ତ୍ର ପାଠ କରିକି ପ୍ରଭୁ ଙ୍କୁ ସମର୍ପଣ କରିକି ପ୍ରସାଦ ପାଇବେl ୨୧ ଦିନ ପର୍ଜ୍ୟନ୍ତ କରନ୍ତୁ ଆଜ୍ଞା ରୋଗ ଭଲ ହେଇଯିବ l ଭାରି ଜର ହେଉଛି l ଜମା କମୁନି ସେ ତୋରାଣି କୁ ଟିକେ ସେବନ କରିଦେଲେ ଜର କୁଆଡେ ଉଭାନ ହେଇଯିବ l ଚୌତନ୍ୟ ମହାପ୍ରଭୁ ଙ୍କ ଶ୍ଵାସ ଭଲ କରିଥିଲା ଏହି ପଖାଳ l ଦିନେ ଚୌତନ୍ୟ ମହାପ୍ରଭୁ ଙ୍କୁ ହେଲା ଶ୍ଵାସ ବେମାରୀ l ସେ ଭାରି ଅମାନିଆ ବାବାଜୀ l ଯିବେ ଜଗନ୍ନଥଙ୍କୁ ଦର୍ଶନ କରିବେ ରାଧା କୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି ଦେଖି ଗଦଗଦ ହେଇଯିବେ l ପ୍ରତିଦିନ ଜାଆନ୍ତି ବଡ ହେଉଳ ପଛପଟେ ଚୌତନ୍ୟ ମହାପ୍ରଭୁ l କାହିଁକି ନା ତାଙ୍କ ବିଶ୍ୱାସ ପୁରୀରେ ଜେତେଲୋକ ରୁହନ୍ତି ସେମାନେ ବୈକୁଣ୍ଠରେ ଅଛନ୍ତି l ତେଣୁ ସବୁ ହେଲେ ବିଷ୍ଣୁ l ମୁଁ ହେଲି ହିନ ଜନ ଯଦି ମୋ ଛାଇ ପଡିବ ତାହାଲେ ସେ ଅପବିତ୍ର ହେବେ l ତେଣୁ ବଡ ଦେଉଳ ପଛ ପଟେ ଲୁଚିକି ଯାଆନ୍ତି l ସେ ଯେଉଁ ବାଟ ଦେଇ ଜାଆନ୍ତି ତା ନା ହେଲା ଗୌରାଙ୍ଗ ସାହି l ତା ପରେ ହେଲା ଗୌଡବାଡ ସାହି ଏବେ ହରଚଣ୍ଡି ସାହି l ସମୁଦ୍ର କୁ ଦେଖିବେ ୨ ଟି ରଙ୍ଗ ଗୋଟେ ନୀଳ ଆଉ ଗୋଟେ ଧଳା l ନୀଳ ହେଲେ କୃଷ୍ଣ ଆଉ ଧଳା ହେଲେ ରାଧା l ରାଧା କୃଷ୍ଣ ଙ୍କୁ ଦେଖି ଗତ ଗତ ହେଇଯିବେ ଆଉ ସବୁଦିନ ସମୁଦ୍ର ଜଳ ରେ ବୁଡି ଯିବେ l କେଉଟ ମାନେ ବେଳେ ବେଳେ ଜାଲ ପକାଇ ତାଙ୍କୁ ଉଧାର ମଧ୍ୟ କରନ୍ତି ସେ ଭାବରେ ବୁଡି ଯାଆନ୍ତି ସମୁଦ୍ର ରେ l ସବୁଦିନ ଲୁଣି ପାଣି ରେ ଗାଧେଇକି ତାଙ୍କୁ ଶ୍ଵାସ ବେମାରି ହେଲା l ପ୍ରାତାପ ରୁଦ୍ର ଦେବଙ୍କ ପାଖରେ ଖବର ପହଞ୍ଚିଲା l ପଞ୍ଚସଖା ଙ୍କ ସହ ଆଲୋଚନା ହେଲା ଚୌତନ୍ୟ ମହାପ୍ରଭୁଙ୍କ ଶ୍ଵାସ ବେମାରି କେମିତି କମିବ ? ଏ ହରିଡା ରେ କୋଉ ଯିବ ଶ୍ଵାସ ବେମାରୀ କଣ କରିବା l ଏତିକି ବେଳେ ଓଡ଼ିଆ ମାଟିର ବରପୁତ୍ର ଅତିବଡି ଜଗନ୍ନାଥ ଦାସ ଭଗାବତ ରଚୟିତା କହିଲେ ଚୌତନ୍ୟ ମହାପ୍ରଭୁ ଙ୍କ ଶ୍ଵାସ ବେମାରି ମୁ ଭଲ କରିଦେବି l ଜଗନ୍ନାଥ ଦାସ ତାଙ୍କୁ ନେଇକି ଚାଲିଲେ ବଡ ଓଡ଼ିଆ ମଠକୁ l ସିଏ ଯେତିକି ଡେ଼ଙ୍ଗା ଇଏ ସେତିକି ଗେଡା ଚାଲିଲେ l ବଡ ଓଡ଼ିଆ ମଠ ବିଚିତ୍ର ବିଶାଳ ମଠ l ଅଚଳା ଚଳ ଜେଗା l ସେ ଜମି କୁ ଚାଷ କରିବାକୁ ହାତୀ ଭଳିଆ ବଳଦ ସବୁ ଅଛନ୍ତି l ସେମାନେ ପାଣି ପିଇବା ପାଇଁ ବଡ ବଡ କୁଣ୍ଡ ତିଆରି ହୋଇଛି l ସେ କୁଣ୍ଡ ରେ ପାଣି ଭର୍ତ୍ତି ହେଇକି ଥାଏ l ପୁରୀରେ ଗୋଟେ ନିୟମ ଅଛି l ଅଧିକାଂସ ଲୋକମାନେ ସେବକ ମାନେ ମହନ୍ତ ମାନେ ମଠର ଆଚାର୍ଜ୍ୟ ମାନେ ବଡ ଦେଉଳ କୁ ଅପେକ୍ଷା କରନ୍ତି l ଅପରହ୍ନ ର ବିଳମ୍ବିତ ପ୍ରହର ରେ ଜଗନ୍ନାଥଙ୍କୁ ମହାପ୍ରସାଦ ଭୋଗ ଲାଗିଲା ପରେ l ପ୍ରତ୍ୟକ ଦିନ ମହାପ୍ରସାଦ ମଠ ଆଉ ସେବକ ଙ୍କ ଗ୍ରୁହକୁ ଯାଏ l ଦିନ ବେଳା ଯାହା ଖାଉଛ ଖାଅ ରାତିବେଳା ପୁରୀରେ ମହାପ୍ରସାଦ ଖାଇବା ପୁରୀ ଲୋକଙ୍କର ଏକ ପାରମ୍ପାରିକ ଅଭ୍ୟାସ l ଯାହା ଅଭଡା ଖାଅନ୍ତି ଖାଆନ୍ତି ଆଉ ଯାହା ବଳିପଡିଲା ତାକୁ କୁଣ୍ଡ ରେ ପକାଇ ଦିଅନ୍ତି l ଅର୍ଥାତ ଗୋରୁ ଗାଈ ମାନେ ଖାଇବେ l କାଲିକି ପୁଣି ଅଭଡା ଆସିବ ନା l ତେଣୁ ଗୋରୁ ଗାଈ ମାନେ ଖାନ୍ତି l ପୁରୀ ରେ ଥିବା ଗୋରୁଗାଇ ଙ୍କ ଭାଗ୍ୟ କେତେ ସବୁଦିନ ଜଗନ୍ନାଥ ଙ୍କ ମହାପ୍ରସାଦ ପଖାଳ ରୂପରେ ଖାଇ ହାତୀ ଭଳିଆ ବଳ ପାଇଥାନ୍ତି l ଆଉ ତାଙ୍କୁ ବଳଦିଏ ଜଗନ୍ନାଥ ଙ୍କ ପଖାଳ l ଚୌତନ୍ୟ ମହାପ୍ରଭୁଙ୍କୁ ନେଇଗଲେ ବଡଓଡିଆ ମଠ l ଗୋଟେ କୁଣ୍ଡ ପାଖରେ ଠିଆକଲେ ବିଶାଳ କୁଣ୍ଡ ତା ଭିତରେ ଅଛି ଅଭଡା ପଖାଳ ପ୍ରସାଦ l ବଡ ବଡ ପୋକ ଭାସୁଛନ୍ତି l ବାଷ୍ନା ହେଉଛି , ଫିମ୍ପି ମାରିଯାଇଛି ପାଣି ସାରା l ଚୌତନ୍ୟ ଦେଖି ନାକଟେକିଲେ କହିଲେ ଏଇଟା କଣ ? ନା ପ୍ରସାଦ l କି ପ୍ରସାଦ ? ନା ପ୍ରଭୁର ପ୍ରସାଦ l ଏଟାକି ପ୍ରଭୁର ପ୍ରସାଦ ହେଇପାରେ ! ହଁ ଆମ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସାଦ ଇଏ ହେଲା ପଖାଳ ପ୍ରସାଦ ଯେମିତି କହିଛନ୍ତି l ସାଙ୍ଗେ ସାଙ୍ଗେ କହିଲେ ଆମର ଜଗନ୍ନାଥଙ୍କ ପ୍ରସାଦ କହି ଗୋରୁ ମୁହଁ ଲଗାଇ ପିଇଲାପରି ଚୌତନ୍ୟ ମହାପ୍ରଭୁ ପିଇଦେଲେ l ଦେଖିଲେନି ପୋକ ଦେଖିଲେନି ଗନ୍ଧ ସେଦିନ ସେହି ମୁହୁର୍ତ୍ତରେ ଶ୍ଵାସ ତାଙ୍କର ଭଲ ହେଇଗଲା l ଆମ ଓଡ଼ିଆ ଜାତି ରେ ପଖାଳ ଖାଇବା ପରମ୍ପରା କୁ ଆମ ମହାପ୍ରଭୁ ଅତି ଭଲ ଭାବରେ ପରିଚାଳିତ କରନ୍ତି l ସବୁଦିନ ସେ ପଖାଳ ଖାଇକି ନିଦ୍ରା ଜାଆନ୍ତି l ପଖାଳର ସୃଷ୍ଟି ଯେ ଶ୍ରୀ ମନ୍ଦିରରୁ ହେଇଛି ତାର ପ୍ରମାଣ ଦିଅନ୍ତି ଆମ ମହାପ୍ରଭୁ l ୫୬ ଭୋଗଠୁ ଭି ଦୁର୍ଲଭ ଭୋଗ ମହାପ୍ରଭୁଙ୍କ ପଖାଳ ଭୋଗ l କୋଟି ଓଡିଆ ର ମଉଡମଣି ଙ୍କ ଅତି ପ୍ରିୟ ଖାଦ୍ୟ l

 ମହାପ୍ରଭୁଙ୍କ ପାଖେ ଲାଗିହୁଏ ପଖାଳ ଭୋଗ l ଶ୍ରୀ ଜଗନ୍ନାଥ ଙ୍କୁ ବଢା ହେଉଥିବା ପଖାଳରେ କେତେବଳେ ଦହି ଭାସେ କେତେବେଳେ ଘିଅ ଭାସେ। ତେବେ ଏହି ପଖାଳର ନାଁ ସବୁ ହେଲା ସୁବାସ ପଖାଳ :- ପ୍ରଥମେ କୁଡୁଆରେ ଅନ୍ନ ରନ୍ଧା ହୋଇସାରିବା ପରେ ସେଥିରେ ପାଣି ମିଶିଥାଏ। ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ପରଷାଯାଏ। ଏହା ଏକ ସୁଗନ୍ଧିତ ଅନ୍ନ ହୋଇଥିବାରୁ ପାରମ୍ପରିକ ଭାବେ ଏହାକୁ ସୁବାସ ପଖାଳ ବୋଲି କୁହାଯାଏ। ଚୁପୁଡା ପଖାଳ :- ରନ୍ଧା ହୋଇଥିବା ଅନ୍ନକୁ ଭଲଭାବେ ଚିପୁଡି ଦିଆଯାଏ। ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟିପାତ୍ରରେ ମହାପ୍ରଭୂଙ୍କୁ ପରଷି ଦିଆଯାଏ। ପାଣି ପଖାଳ :-ରନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଇ ଏହି ପଖାଳ ପ୍ରସ୍ତୁତ ହୁଏ। ଏଥିରେ ଅନ୍ୟ କୌଣସି ଦ୍ରବ୍ୟ ମିଶ୍ରଣ କରାଯାଏ ନାହିଁ। ସାଧାରଣତଃ ଏହା ପ୍ରତ୍ୟକ ଓଡ଼ିଆ ଘରର ସାଧାରଣ ଖାଦ୍ୟ। ଦହି ପଖାଳ :- ଶୁଖିଲା ଅନ୍ନରେ କେବଳ ଦହି ପକାଇ ଗୋଳାଇ ଦିଆଯାଏ। ଏଥିରେ ଦହିର ମାତ୍ରା ଅଧିକ ଥାଏ। ଏହି ମିଶ୍ରିତ ଅନ୍ନରେ ଭଜା ଜିରା ଓ ଅଦା ପାକାଇ ପ୍ରସ୍ତୁତ କରାଯାଏ। ମିଠା ପଖାଳ :- ସାଧା ଅନ୍ନରେ ଧଳା ଗୁଡ ପାକାଇ ରନ୍ଧାଯାଏ। ଏଥିରେ ଭଜା ଜିରା, ଲୁଣ ଓ ଅଦାଖଣ୍ଡ ପକାଇ ପରଷା ଯାଇଥାଏ। ମଲ୍ଲିଫୁଲ ପଖାଳ :- ଏହି ପଖାଳ ଦହି ପଖାଳ ଭଳି ପ୍ରସ୍ତୁତ ହୋଇଥାଏ । ମାତ୍ର ଏହାକୁ ସୁବାସିତ କରିବାକୁ ମଲ୍ଲିଫୁଲ ଦେଇ ପରସାଯାଏ। ଟଭା ପଖାଳ :- ସାଧାଅନ୍ନରେ ଟଭା ମିଶ୍ରିତ ଜଳ ଦେଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ। ଉପରୋକ୍ତ ପ୍ରଣାଳୀରେ ଏହି ପଖାଳ ପ୍ରସ୍ତୁତ ହୁଏ। ଏହା ମଧ୍ୟ ସୁବାସ ପଖାଳ ପର୍ଯ୍ୟାୟଭୁକ୍ତ। ଘିଅ ପଖାଳ :- ସାଧାଅନ୍ନ, ଲୁଣ, ଅଦାଖଣ୍ଡ, ଦହି, ଭଜା ଜିରା ଇତ୍ୟାଦି ଓଳିରେ ରଖାଯାଇ ଏଥିରେ ଘିଅ ମିଶାଯାଏ। ଯାହାକୁ ଶ୍ରୀମନ୍ଦିର ପାରମ୍ପରିକ ପରିଭାଷାରେ ଘିଅ ପଖାଳ କୁହାଯାଏ। ବିଶେଷ କରି ସନ୍ଧ୍ୟାଧୂପ ଓ ବଡ଼ ସିଂହାର ବା ରାତ୍ର ପହୁଡ଼ ପୂର୍ବରୁ ମହାପ୍ରଭୁଙ୍କ ପାଖରେ ପଖାଳ ଓ କଦଳୀ ଭଜା ଭୋଗ ଲାଗିଥାଏ।
🙏 ଜୟ ଜଗନ୍ନାଥ🙏
#PakhalaDibasa


Rate this content
Log in

Similar oriya story from Abstract