ପିଲା ଦିନର ସାଥି
ପିଲା ଦିନର ସାଥି
ପିଲା_ଦିନର_ସାଥି
ରାଜା ଆଉ ସୀମା ପିଲାଦିନେ ଗୋଟେ ସ୍କୁଲ ରେ ପାଠ ପଢିଥିଲେ .ଆଉ ତାଙ୍କର ଭଲପାଇବା ସେହି ପିଲା ଦିନରୁ ଥିଲା .ସୀମା କୁ ବରକୋଳି ବହୁତ ପସନ୍ଦ ସେ ସ୍କୁଲ ର ପଛରେ ବରକୋଳି ଗଛ ରୁ କୋଳି ଝଡ଼େଇପାରେନି ସବୁ ବେଳେ ସେ ରାଜା କୁ ଡାକେ .ରାଜା ବି ସେ କଣ୍ଟା ଗଛରେ ଉପରକୁ ଚଢି ସୀମା ପାଇଁ କୋଳି ଆଣି ଦିଏ.ହେଲେ ସେମାନେ ଜାଣିନଥିଲେ ଦୁହେଁ ଦୁହିଁକୁ ଏତେ ଭଲପାଆନ୍ତି .
ଦଶମ ପରୀକ୍ଷା ଗଲା ପରେ
ରାଜା- ତୁ କଣ ଆଗକୁ ପଢ଼ିବୁ ?
ସୀମା- ହଁ .ଆଉ ତୁ?
ରାଜା - ଘରେ ପଇସା ନାହିଁ .ବାପା ମନା କରୁଛନ୍ତି .
ମୋ କଥା ଛାଡ଼
ତୁ କୋଉ କଲେଜ ରେ ପଢ଼ିବୁ ?
ସୀମା - ମୁଁ ଭୁବନେଶ୍ୱର ରେ ରହି ପଢ଼ିବି .
ରାଜା - ସେଠି ତୁମର କେହି ବନ୍ଧୁ ବାନ୍ଧବ ଅଛନ୍ତି କି?
ସୀମା - ନା .ହଷ୍ଟେଲ ରେ ରହି ପଢ଼ିବି .
ରାଜା - ତୁ ଆମ କଲେଜ ରେ ପଢୁନୁ.
ସୀମା- ନା .କଣ ପାଇଁ
ରାଜା- ତୁ ଏକା ହେଇଯିବୁ .ତୋର ଅସୁବିଧା ହେଲେ ତୁ ତ କାହାକୁ କିଛି କହିବୁନି ଖାଲି କାଂଦିବୁ .
ସୀମା - ନା କାନ୍ଦିବିନି .ଖାଲି ତୋ କଥା ମନେପଡିବ .
ରାଜା-(ମନ ଦୁଃଖ ରେ) ତୁ ସତରେ ପଳେଇବୁ ନା ?
ସୀମା- ଏମିତି କଣ କହୁଛୁ .ମୁ ଛୁଟି ଦିନ ରେ ଆସିବି .
କିଛି ଦିନ ପରେ ସୀମା ଭୁବନେଶ୍ୱର ପଳେଇଲା
ଦୁଇ ଜଣ ଦୁହେଁ ଦୁହିଁ କୁ ବହୁତ ମନେପକେଇଲେ .
ରାଜା ତା ବିନା ଆଉ ରହିପାରିଲାଣି .
ସେ ବାପା ଙ୍କୁ କହିଲା ବାପା ମୁଁ ଭୁବନେଶ୍ୱର ରେ କାମ ବୁଝିଛି ସେଠିକି ଯାଇ ରୋଜ଼କାର କରିବି .
ତା ବାପା ବି ଆଉ ଖଟି ପାରୁନଥିଲା ସେଥିପାଇଁ ରାଜି ହେଇଗଲା .
ରାଜା ସକାଳୁ ସକାଳୁ ବରକୋଳି ଗଛ କୁ ଯାଇ କୋଳି ବିଛେଇ ଆଣିଲା ଆଉ ଭୁବନେଶ୍ୱର ଚାଲିଗଲା .
ସେଠି ପହଂଚି
ଏ ଭାଇ ଏତେ ବଡ ସହର କୋଉଠି ସେ ପାଗିଳି ପଢୁଛି ଖୋଜିବି କେମିତି .
ତାର କଲେଜ ନାଁ ଟା ମନେ ଥିଲା .
ଲୋକ ଙ୍କୁ ପଚାରି ପଚାରି କଲେଜ ହଷ୍ଟେଲ ପର୍ଯ୍ୟନ୍ତ ପଳିଆସିଲା ହେଲେ ସେତେବେଳେ ରାତି 10
ସେ ହଷ୍ଟେଲ ର କର୍ମଚାରି କୁ ସୀମା ସହ ଦେଖା କରିବା ପାଇଁ କହିଲା .
ହେଲେ ରାତି ରେ ଦେଖା କରିବା ମନା ବୋଲି ସେ କହିଲା .
ରାଜା ମନ ବହୁତ ଦୁଃଖ ହେଲା ତଥାପି ସେ ତା ସୀମା କୁ ଦେଖିବା ବୋଲି ସେଇ ସୀତ କାକରା ଗେଟ ପାଖରେ ଟିକେ ଶୋଇପଡ଼ିଲା .
ସକାଳ ହେଲା .
ସେ କର୍ମଚାରୀ କୁ ପୁଣି ଥରେ କହିଲା .
ଏଥର କିନ୍ତୁ ସୀମା ସହ ଦେଖା ହେଇଗଲା .
ସୀମା- ତୁ କେତେବେଳେ ଆସିଲୁ .
ରାଜା - ଏବେ ଆସି ପହଁଞ୍ଚିଲି .ତତେ ଛାଡି ରହିପାରିଲିନି ଲୋ .
ହେଇ ଦେଖ ତୋ ପାଇଁ କଣ ଆଣିଛି .
ସୀମା - ମୋ ପସନ୍ଦ ର କୋଳି .ମତେ ମୋ ଗାଁ କଥା ମନେପଡୁଛି .
ରାଜା- ତୁ ଆସୁନୁ ମୋ ସହ .
ସୀମା - ରହ ପରୀକ୍ଷା ଟା ସରିଯାଉ .
ରାଜା - ମୁଁ କିନ୍ତୁ ଯିବିନି .ତୁ ଯେବେ ଯିବୁ ମୁଁ ଯିବି
ସୀମା - ତୁ ଏଠି କଣ କରିବୁ .
ରାଜା - ଆମ ଗାଁ ନନ୍ଦିଆ ମଉସା ଏଠି ଧାଵା ଖୋଲିଛନ୍ତି .ମୁଁସେଇଠି କାମ କରିବି .
ସୀମା- ତୁ ମତେ ଏତେ ଭଲପାଉ ରାଜା .
ରାଜା - ତୁ ପାଗିଳି ସେ କଥା ଛାଡ଼ ତୋର ଯାହା ଅଶୁଵିଧା ହେବ ମତେ କହିବୁ .
ସେ ଲୁଚି ଲୁଚି ବସି କାଂଦିବୁନି .ହେଲା
କିଛି ଦିନ ପରେ ସୀମା ର ଜନ୍ମ ଦିଥିଲା
ତା ସାଙ୍ଗ ମାନେ ତାକୁ ବହୁତ ଦାମୀ ଦାମୀ ଜିନିଷ ଦେଲେ .
ରାଜା ବି ତାକୁ ଗୋଟେ ଛୋଟ କଣ୍ଢେଇ ଟେ ଗିଫ୍ଟ ଦେଲା .
ସେଠି ସୀମା ର ସାଙ୍ଗ ମାନେ ହସିଲେ ସେ ଗିଫ୍ଟ ଦେଖି .
ରାଜା ସେଠୁ ମନ ଦୁଃଖ ରେ ଚାଲିଆସିଲା .
ସକାଳୁ ଆସି ଦେଖେ ତା ତାର ସେଇ ଛୋଟ କଣ୍ଢେଇ ଗୀଫ୍ଟ ଟି ଡ଼ଷ୍ଟବିନ ରେ ପଡିଛି .
ତଥାପି ତା ମନ ରେ ସୀମା ପ୍ରତି ଟିକେ ବି ରାଗ ଆସିନଥିଲା .
ମୋ ପାଗିଳି କୁ ପସନ୍ଦ ହେଲାନି ବୋଧେ .
କିଛି ଦିନ ଗଲା
ସୀମା ନୂଆ ନୂଆ ସାଙ୍ଗ କୁ ପାଇଁ ଆଉ ନିଜ ଆତ୍ମ ସଂମାନ କୁ ଦେଖି
ରାଜା ଠାରୁ ଧୀରେ ଧୀରେ ଦୁରେଇ ବାକୁ ଲାଗିଲା .
ଆଉ ଦେଖା ବି ଦେଲାନି .କାହିଁକି ନା ସେ ଗୋଟେ ବଡ଼ଲୋକୀଆ ପୁଅ ପୁଅ କୁ ଭଲପାଉଥିଲା .
ରାଜା ବହୁତ ତାକୁ ମନେପକୋଉଥିଲା.ଆଉ ତାର ଚିନ୍ତା ରହୁଥିଲା .ସେ ଯେବେ ଜାଣିପାରିଲା କି ସୀମା ଜାଣିଶୁଣି ତା ସହ ଦେଖା କରିବାକୁ ଚାହୁଁନି .ସେବେଠୁ ସେ ତା ଖୁସି ପାଇଁ ଆଉ ତା ସାମ୍ନା କୁ ଗଲାନି.ତା ପରେ ରାଜା ନନ୍ଦିଆ ମଉସା ର ଢ଼ାବା କୁ ବଡ ହୋଟେଲ ରେ ପରିଣତ କରିଦେଲା .
ଗୋଟେ ବର୍ଷ ପରେ ସୀମା ର ଜନ୍ମ ଦିନ ଥିଲା ସବୁ ସାଙ୍ଗ ବି ଦାମୀ ଜିନିଷ ଦେଉଥିଲେ ରାଜା ବି ତାକୁ ଗୋଟେ ଗିଫ୍ଟ ଦେଲା ହେଲେ ସୀମା ଆତ୍ମ ସଂମାନ ଭୟ ରେ ରାଜା ର ଗିଫ୍ଟ ଖୋଲିଲା ନାହିଁ .
ସମସ୍ତଙ୍କ ଗିଫ୍ଟ ଖୋଲା ହେଲା ହେଲେ ରାଜା ର ଗିଫ୍ଟ ନଖୋଲାହେବାରୁ ସେ ମନ ଦୁଃଖ ରେ ପଳିଆସିଲା.
ତା କିଛି ଦିନ ପରେ ପିକାରିଲେ କଲେଜ ରେ
ସୀମା ଆଉ ତାର Bf ବହୁତ ବୁଲଲ ବୁଲି କଲେ .ପାଖରେ ବରକୋଳି ଗଛ ଥିଲା .
ସୀମା ଜ଼ିଦ କଲା ବରକୋଳି ଖାଇବ ବୋଲି .
Bf- ଏତେ କଣ୍ଟା ଏ ଗଛରେ ତମେ ମତେ ମାରିବନା କଣ .
ସୀମା- ମନ ଦୁଃଖ ହେଲା .
ଏମିତି ବହୁତ କିଛି ଯାହା ସୀମା କୁ ପସନ୍ଦ ଥିଲା ହେଲେ ତା bf ର ନାପସନ୍ଦ ଥିଲା.
ତା ପରେ ଦୁହେଁ ଗୋଟେ ହୋଟେଲ କୁ ଗଲେ .
ସୀମା କୁ ଜଣା ନଥିଲା ସେ ହୋଟେଲ ର ମ୍ୟାନେଜେର ରାଜା ଥିଲା ବୋଲି .
ରାଜା ହଟାତ ସୀମା କୁ ଅନ୍ୟ ଗୋଟେ ପିଲା ସହ ଦେଖି ଆଶ୍ଚର୍ଯ୍ୟ ହେଇଗଲା .
ସେଦିନ ସେ ଜାଣିପାରିଲା କି ଆଉ ତା ପାଗିଳି ତାର ହେଇକି ନାହିଁ .
ଆଉ ତାକୁ ବହୁତ କଷ୍ଟ ହେଲା .
ସେଦିନ ସୀମା ଘରକୁ ଯାଇ ସେଇ ଗିଫ୍ଟ କୁ ଖୋଲିବାକୁ ଗଲା ସେ ଗିଫ୍ଟ ରେ ଥିଲା ହୋଟେଲ ର ମାଲିକାନା ପତ୍ର .ସବୁଠାରୁ ଦାମୀ ଉପହାର ଆଉ ତା ସହ ଗୋଟେ ଚିଠି .
ଚିଠିରେ ଲେଖା ଥିଲା
"ପାଗିଳି ତୁ ମୋ ସହ ଦେଖା କରୁନୁ ବୋଲି ମୋର ରାଗ ଅଭିମାନ ନାହିଁ ହେଲେ ତତେ ଏକା ଛାଡିବାକୁ ମତେ ଆଉ ଠିକ ଲାଗୁନି .
ଦେଖ ତୋ ପାଇଁ କଣ ପଠେଇଛି ମୁଁ ଜାଣିଛି ମୋ ପାଗିଳି ଟା ଟିକେ ପଇସା ଲୋଭି ହେଇଗଲାଣି .
ଭବିଷ୍ୟତ ରେ ବି ମୋର ସବୁକିଛି ତୋର ହେଇଥାନ୍ତା .
ତୋ ସାଙ୍ଗ ମାନଙ୍କୁ କହିଦେ ତୋ ହିରୋ ସବୁଠୁ ଦାମୀ ଉପହାର ଦେଇଛି .
ଆଜି ତୋ ଜନ୍ମଦିନ ରେ ସବୁଠୁ ମୁଁ ଖୁସି ହେବି .
ଏ ସବୁ ପଢି ସୀମା ର ଆଖି ରେ ଲୁହ ଆସିଗଲା .
ସେହି ସମୟ ରେ ରାଜା ଆସି ପହଁଚିଲା .
ସଂଗେ ସଂଗେ ତାକୁ ଛାତିରେ ଜାବୁଡି କହିଲା
ଏ ପାଗିଳି କଣ ହେଇଛି କାନ୍ଦୁଛୁ କାହିଁକି .
ମୁଁ ଜାଣିଥିଲି ପରା ତୁ କାନ୍ଦିବୁ ପଛେ ମୋ ଛାଡା ତୋ ଦୁଃଖ କୁ ଆଉ କାହାକୁ କହିବୁନି .
ସୀମା - (କାନ୍ଦିକି) ମୋର ଏ ହୋଟେଲ ଦରକାର ନାହିଁ.ମତେ ତୁମେ ଦରକାର .
ରାଜା- ଆଲୋ ପାଗିଳି .ମୁଁ ପା ତୋର.ତତେ ଛାଡି ମୁ କେମିତି ରହିପାରିଥାନ୍ତି .
ଗାଁ କୁ ଯାଇଥିଲି ଭାବିଲି ତୋ ପସନ୍ଦ ର ବରକୋଳି ନେଇଆସେ .
ଏଇ ନେ .
ସେତେବେଳେ ଝିଅ ବୁଝିଗଲା କି ଦାମୀ ଜିନିଷ ବି ନିଜ ପସନ୍ଦ ର ଜିନିଷ ଆଗରେ ଫିକା ପଡିଗଲା .
ଆଉ ତାର ଆତ୍ମସଂମାନ ତା ଭଲପାଇବା କୁ ବହୁତ ଦୂର କୁ ନେଇଯାଉଥିଲା .
ସେ ସବୁ ଭୁଲି ଦୁଇ ଜଣ ବିବାହ କଲେ .
ସବୁ ପସନ୍ଦ ଜିନିଷ ଦାମୀ ହେଇପାରେ ହେଲେ ସବୁ ଦାମୀ ଜିନିଷ ପସନ୍ଦ ନୁହଁ.
ଭଲପାଇବା ପାଇବାକୁ ହେଲେ ପ୍ରଥମେ ଆତ୍ମ ସଂମାନ କୁ ଫିଙ୍ଗିଦିଅ ତା ପରେ ହୃଦୟରେ ସଚ୍ଚା ଭଲପାଇବା ଜାଗ୍ରତ ହେବ .
ଚେଷ୍ଟା କରି ଦେଖ.