ଅଧୁରା ସ୍ଵପ୍ନ
ଅଧୁରା ସ୍ଵପ୍ନ
୪ ବର୍ଷ ପୂର୍ବରୁ ଗଢ଼ିଉଠିଥିଲା ଏକ ପ୍ରେମ କାହାଣୀ । ନା ଥିଲା ଛଳନା ନା ଥିଲା ମିଛ ତଥାପି ମଳିନ ହେଲା ପ୍ରେମରେ ସ୍ୱଚ୍ଛ । ସୁରେଶ ଏକ ତରଫା ପ୍ରେମ କରୁଥିଲା ସୁହାନିକୁ ହେଲେ ହୃଦୟର କଥାକୁ ପ୍ରକାଶ କରିପାରୁନଥିଲା କାହିଁକି ନା ତାର ଭୟ ଥିଲା ଯଦି ତା ପ୍ରେମକୁ ପାଦରେ ଆଡେଇ ଦେବ ତ କଣ ହେବ।
ସୁହାନି ଧୀରେ ଧୀରେ ଜାଣିପାରିଲା ସୁରେଶ ତାକୁ ଭଲପାଉଛି ।ସେ ସୁରେଶକୁ ଭଲ ପାଇବାକୁ ଲାଗିଲା । ତଥାପି ତା ମନରେ ଆଶଙ୍କା ଥିଲା ସେ ମୋ ସହ ପ୍ରେମର ନାଟକ କରୁନି ତ? ସୁରେଶର ମୁହଁରୁ i Love you ଶୁଣିବା ପାଇଁ ସେ ତାର ସାଙ୍ଗ ରାଜାକୁ ପ୍ରେମର ନାଟକ କରିବାକୁ କହିଲା । ସେହି ସମୟରେ ସୁରେଶ ତା ମନ କଥା ଖୋଲି କହିବାକୁ ଆସିଥିଲା ହେଲେ ସୁହାନି ଆଉ ରାଜାର ପ୍ରେମ ଦେଖି ସତ ଭାବିବାକୁ ଲାଗିଲା । ଆଉ କଣ ତ ମନର କଥାକୁ ପ୍ରକାଶ କରିବ ତା ହୃଦୟ ସେଇଠି ହିଁ ଚୁନା ଚୁନା ହେଇଗଲା। ସେ ସେହି ସହର ଛାଡି ପଳେଇଲା କାହିଁକି ନା ତାର ପ୍ରତିଟି ସ୍ମୃତି ଏହି ସହରରେ । ସୁହାନି ସୁରେଶକୁ ବହୁତ ଖୋଜିଲା ହେଲେ କାହା ପାଖରେ ବି ଉତ୍ତର ନଥିଲା ।ସେ ଭାବିନେଲା ଏ ସବୁ ଭଲପାଇବା ମିଛ ଥିଲା। ସୁରେଶ ସବୁବେଳେ ବସି ତା କଥା ଭାବିଲା କେତେ ଆଶା କେତେ ସ୍ବପ୍ନ ତାକୁ ନେଇ ଦେଖିଥିଲି ହେଲେ ।ଏ ସବୁ କଥା ଭାବି ଭାବି ତାକୁ ନିଦ ହେଉନଥାଏ ଆଉ ତା ଫଟୋକୁ ବାରମ୍ବାର ଦେଖୁଥାଏ ।
ଏମିତିରେ ଗୋଟେ ବର୍ଷ ବିତିଗଲା ହେଲେ ତା ପ୍ରେମ କମିନଥିଲା ବରଂ ଆହୁରି ବଢିଯାଇଥିଲା ।ସେଥିପାଇଁ ନା ସେ ପଢି ପାରିଲା ନା କୋଉଠି ଚାକିରୀ କରିପାରିଲା। ହଟାତ ଦିନେ… ରାଜା ସହ ସୁରେଶର ଦେଖା ହେଇଗଲା । ସୁରେଶ ପ୍ରଥମେ ସୁହାନିର ଖବର ଜାଣିବାକୁ ଚାହିଁଲା।
ସୁରେଶ - ସୁହାନି କେମିତି ଅଛି।
ରାଜା- ତା ସହ ବହୁତ ଦିନ ହେଲା କଥା ହେଇନି । ତୁ ସୁହାନି କଥା କାହିଁକି ପଚାରୁଛୁ ।
ସୁରେଶ - ତୁ ତାକୁ ଭଲପାଉନଥିଲୁ ?
ରାଜା- କେବେ? ପାଗଳ ନା କଣ ।
ଆରେ ସେ ମୋର ସାଙ୍ଗ ।
ସୁରେଶ - ତୁ ମିଛ କହୁଛୁ ।ଗୋଟେ ବର୍ଷ ପୂର୍ବରୁ ତୁ ଫୁଲ ଧରି ସୁହାନିକୁ i love you କହି ନଥିଲୁ ?
ରାଜା - ସେ ଗୋଟେ ବଡ ପାଗିଳି ।ସେ କାହାକୁ ଭଲପାଉଥିଲା । ତା ଠାରୁ ଭଲପାଇବା ଜାଣିବା ପାଇଁ ମତେ ନାଟକ କରିବାକୁ କହିଲା ।
ସୁରେଶ – ସତରେ ସେ ତତେ ଭଲପାଏନି ।
ରାଜା - ଆରେ ନା ନା ସେ ମୋ ସାଙ୍ଗ ।
ସୁରେଶ ଆଉ ନିଜକୁ ଖୁସୀରେ ସମ୍ଭଳି ପାରିଲାନି । ସେ ସଂଗେ ସଂଗେ ବାହାରି ପଡିଲା ସୁହାନିକୁ ନିଜର କରିବା ପାଇଁ । ପୁଣି ଅଧୁରା ସ୍ବପ୍ନକୁ ଦେଖିବାକୁ ଲାଗିଲା । ସୁହାନି ସହ ଦେଖା ହେଲା …
ସୁରେଶ - କେମିତି ଅଛ?
ସୁହାନି- ଭଲ ଅଛି।
ସୁରେଶ - ମୁଁ ବହୁତ ଦିନ ହେବ ତମକୁ ଭଲପାଉଛି । ତମ ଫଟୋ ସହ ପ୍ରତିଦିନ ମୁଁ କଥା ହେଉଛି ପ୍ଲିଜ଼ ତମେ ମିଛ ଭାବିବନି ମୋ ଭଲପାଇବାକୁ ମୁଁ ତୁମକୁ ଏବେ ବି ଭଲପାଉଛି ହେଲେ ଭୟ ଥିଲା ତମେ ଯଦି ମୋ ପ୍ରେମକୁ ଆଡେଇ ଦେଲ ତ ସେଥିପାଇଁ କହିପାରୁନଥିଲି । ତମକୁ ନେଇ ଦେଖିଥିବା ସ୍ଵପ୍ନକୁ ମୋର ପୁରା କରିପାରିବ?
ସୁହାନି- (ଆଖିରେ ଲୁହ) ମୁଁ ବି ତୁମକୁ ବହୁତ ଭଲପାଉଥିଲି ହେଲେ ଅଚାନକ ତମେ କିଛି ନଜଣେଇ କୁଆଡେ ଚାଲିଗଲା । ଥରେ ଭାବିଲନି ମୁଁ ତୁମକୁ ଛାଡି କେମିତି ରହିଥିବି । ସୁରେଶ ସୁହାନିର ଆଖିରୁ ଲୁହ ପୋଛି ଛାତିରେ ଲଗେଇଲା । ହେଲେ ସୁହାନିର ପ୍ରେମର ତେଜ ଏତେ ନଥିଲା ସୁରେଶ ପ୍ରତି ।
ସୁହାନି - ମୋର ବାହାଘର ଠିକ ହେଇ ଯାଇଛି ।ଆଉ ମୋ କଥା ଭାବିବା ଦରକାର ନାହିଁ ।
ସୁରେଶ- ତମେ ସେମିତି କୁହନି ଏଇ ଗୋଟେ ବର୍ଷ ମୋର କେମିତି କଟିଛି ସେଟା ମୁଁ ଜାଣିଛି ଆଉ ସେମିତି କଷ୍ଟ ମତେ ଦିଅନି ।କେତେ ଜେ ସ୍ଵପ୍ନ ଦେଖିଛି ତୁମ ପାଇଁ । ତମେ ଥରେ କହିଦିଅ ମତେ ଭଲପାଅ ବୋଲି ମୁଁ ତମକୁ ନିଜର କରିକି ରହିବି ।
ସୁହାନି - ଶୁଣ , ମୋ ବାପା ସରକାରୀ ଚାକିରିଆ ପିଲା ଖୋଜିଛନ୍ତି । ମୁଁ ମୋ ବାପାଙ୍କ କଥା କାଟି ପାରିବିନି ।ତମେ ବି ଯଦି ଏବେ ଗୋଟେ ଛୋଟ ଚାକିରୀ ବି କରିଥାନ୍ତ ତଥାପି ମୁଁ ବାପାଙ୍କୁ ତମ ବିଷୟରେ କହିଥାନ୍ତି ।
ସୁରେଶ - ତମେ ଏ ଟଙ୍କା ଚାକିରୀ ଆଡେ କାହିଁକି ଯାଉଛ । ସମ୍ପର୍କ ସବୁଠୁ ବଡ ।ମୁଁ କଣ ଭବିଷ୍ୟତରେ ଚାକିରୀ କରିବିନି ନା କଣ ? ଆଜି ତମ ମନରେ ମୋ ଭଲ ପାଇବା ନାହିଁ ବୋଲି ତମ ପାଇଁ ଟଙ୍କା ଚାକିରୀ ବଡ ହେଇଗଲା ନା । ଶୁଣିରଖ ଆଜିକାଲି ଦୁନିଆରେ କେହି ଓପାସ ରହୁନାହାନ୍ତି ।ସମସ୍ତଙ୍କୁ ମୁଠାଏ ଯେମିତି ହେଲେ ମିଳିଯିବ ହେଲେ ହୃଦୟକୁ ଖୁସି କରିବା ଲୋକ ବହୁତ କମ ମିଳିବେ । ବିବାହ ପାଇଁ ଶୁଭକାମନା ।
କିଛି ଦିନ ପରେ ସୁହାନିର ବିବାହ ହେଇଗଲା । ହେଲେ ତାର ସ୍ୱାମୀ ତାକୁ ଭଲପାଇବା ସେତିକି ଦେଇପାରିଲାନି । କେମିତି ବା ଦେବ ତାର ବି ଗୋଟେ ପ୍ରଥମ ପ୍ରେମ ଥିଲା ତାକୁ ନିଜ ଜୀବନ ଠୁ ଅଧିକ ଭଲପାଉଥିଲା ହେଲେ ନିଜର କରିପାରିଲାନି ।
ଆଜି କାଲି ଦୁନିଆରେ କେହି ଭୋକରେ ରହୁନାହାନ୍ତି । ଯାହାକୁ ଭଲପାଉଛ ତା ଉପରେ ବିଶ୍ୱାସ ରଖ ସେ ତମକୁ କେବେ ବି ଓପାସ ରଖିବନି କି ଭଲପାଇବା କେବେ କମ କରିବନି । କାହିଁକି ନା 'ଯାହା ପାଖରେ ଟଙ୍କା ନଥାଏ ତା ପାଖରେ ପ୍ରଚୁର ଭଲପାଇବା ଥାଏ ତଥାପି ସେ ଦୁଖୀ କାହିଁକି ନା ଦୁନିଆ ଟଙ୍କାରେ ଧନୀ ଗରିବ ମାପିଥାଏ ।