Dr Prateek kumar Pahi

Romance

4.3  

Dr Prateek kumar Pahi

Romance

ପହିଲି ରଜ ପ୍ରଥମ ଦେଖା

ପହିଲି ରଜ ପ୍ରଥମ ଦେଖା

3 mins
265


ଏ ସନ ମାନସୀକୁ ଚବିଶି ଛୁଇଁଲା l ଚାହୁଁ ଚାହୁଁ ଝିଅ ଏତେ ବଡ଼ ହେଇଗଲାଣି, ସେଥିପାଇଁ ବାପା ମାଆ ଭଲ ବରପାତ୍ରଟିଏ ଖୋଜିବା ବି ଆରମ୍ଭ କଲେଣି l ଆଜିକାଲି ଯୋଉ ସମୟ ଚାଲିଛି ମନଲାଖି ପ୍ରସ୍ତାବ ପାଇବା କାଠିକର ପାଠ l କିନ୍ତୁ ମାନସୀ ଆଜି ବି ଛୁଆ, ଖେଳିବା ବୁଲିବା ଏ ସବୁରେ ହିଁ ମନ l ବାହା ହବା, ଘର ସଂସାର କରିବା ଏ କଥାଗୁଡ଼ିକ ସହିତ ତା'ର ଦୂର ଦୂର ଯାଏଁ ସମ୍ପର୍କ ନାହିଁ l ବର୍ଷେ ହେଲା ମାନସୀର Post graduation (Home science) ସରି ଗଲାଣି, phd କରିବାକୁ ପ୍ରବଳ ଇଚ୍ଛା ହେଲେ ଭଲ university ରେ seat ନ ମିଳିବାରୁ ସେ ଘରେ ରହି ବିଭିନ୍ନ competitive exam ପାଇଁ ପଢାପଢି କରୁଚି ତା ସହ ମାଆଙ୍କ ଠାରୁ ଘରକାମ ବି ଶିଖୁଚି l ରଜ ଆଉ ଅଳ୍ପ ଦିନରେ ଆସିବ, ତେଣୁ ସହରରୁ ବଡ଼ ଭାଇ ଓ ଭାଉଜ ଗାଆଁକୁ ଆସିଗଲେ l ରାତି ପାହିଲେ ପହିଲି ରଜ, ମାନସୀ ଆଖିରେ ଆଉ ନିଦ ନାହିଁ କେମିତି ରାତି ପାହିବ ଆଉ ସେ ସଜବାଜ ହୋଇ ସାଙ୍ଗ ମେଳରେ ଦୋଳି ଖେଳିବାକୁ ଯିବ l ବଡି ସକାଳୁ ଉଠି ମାଆ ଖଣ୍ଡ ହଳଦୀ ବାଟି ରଖିଲେ, ଗୋଟିଏ ବୋଲି ଝିଅ ରଜ ପାଳିବ ବୋଲି ନୂଆ ଜାମାରେ ପାଣି ଛିଞ୍ଚି ପୂଜା କଲେ l ମାନସୀ ଗାଧେଇ ପାଧେଇ ନୂଆ ଜାମା ପିନ୍ଧିଲା, ଭାଉଜ ନଣନ୍ଦକୁ ସଜ କରିଦେଲେ l କଜଳ, ଅଳତା ଲଗେଇ ଶେଷରେ ଜାମାରେ ଟିକେ କିଆଫୁଲ ଅତର ବୋଳିଦେଲେ l ପୁଣି ଛିଗୁଲେଇ କହିଲେ- ଆଲୋ ଏ ଛଟକୀ ଆଜି ଗାଆଁ ଦାଣ୍ଡ ଜଳିବ କି କୋଉ ରସିକ ମନ ଜଳିବ କିଏ ଜାଣେ? ମାନସୀ କହିଲା- ଧେତ୍‌..... ଏହା କହି ସେ ସଅଳ ସଅଳ ପିଠାପଣା ଯାହା ହେଇଥିଲା ଖାଇଦେଇ ଦୋଳି ଖେଳିବାକୁ ଗଲା l ଦେଖିଲା ଗାଆଁ ଆମ୍ବତୋଟା (ଯେଉଁଠି ଦୋଳି ପଡେ)କୁ କେହି ଜଣେ ବି ଆସିନାହାନ୍ତି, ସେ ମନଦୁଃଖରେ ଗୋଟେ ପଟା ଦୋଳିରେ ବସି ରହିଲା l କିଛି ସମୟ ପରେ ଦେଖିଲା କିଏ ଗୋଟେ ଗୋରା ହେଇକି handsome ଟୋକା ତା ଆଡ଼କୁ ଆସୁଛି, ବେଶଭୂଷାରୁ ଯାହା ଜଣା ପଡୁଛି ସହରୀ ପିଲା, ବୋଧେ ରଜଛୁଟି ପାଇଁ କାହା ଘରକୁ ଆସିଥିବ l କଣ କରିବ ସେ ତାକୁ ଯେତେ ଦେଖିଲେ ବି ମନ ଭରୁନି, ଆଗରୁ ତାକୁ କେବେ ଏମିତି ଲାଗେନି ଆଜି କାହିଁକି ଲାଗୁଛି କେଜାଣି? ଯେତେ ଚେଷ୍ଟା କରୁଛି ସେ ଟୋକାକୁ ଚାହିଁବନି ମନ ଆପେ ଆପେ ସେପଟେ ଟାଣି ହେଇ ଯାଉଛି l ଦେଖୁ ଦେଖୁ ସେ ପିଲା ଆସି ମାନସୀ ପାଖେ ପହଞ୍ଚି ଗଲା ଆଉ କହିଲା- hello, myself ପ୍ରତୀକ... ଛୁଟିରେ ମାମୁଁ ଙ୍କ ଘରକୁ ଆସିଛି, ବହୁତ୍ ଦିନରୁ ଦୋଳି ଖେଳିନି ଭାରି ଇଚ୍ଛା ଅଛି, ଦେଖିଲି ତୋଟା ଫାଙ୍କା ପଡିଛି so ଆସିଗଲି, If u dnt mind ଟିକେ ବାହି ଦବ plzz.... ମାନସୀ କହିଲା- sure ଆସନ୍ତୁ... ତା ପରେ ପ୍ରତୀକ ବେଶ୍ କିଛି ସମୟ ଖୁସିରେ ଦୋଳି ଖେଳିଛି ସେଇ ଭିତରେ ମାନସୀର ସଖୀ ସବୁ ଆସିକି ପହଞ୍ଚି ଯିବାରୁ ପ୍ରତୀକ, ମାନସୀକୁ Thnx କହି ସେଠାରୁ ପ୍ରସ୍ଥାନ କରିଛି l ସଖୀ ମାନେ ମାନସୀକୁ ଚିଡେଇ କହିଲେ- ସେ ଟୋକା କିଏ କିଲୋ, ଭାରି ପ୍ରେମରେ thnx କହୁଥିଲା ଆଉ ତୁ ବି କୁଲୁକୁଲୁ ହେଇ ଗଲୁଣି, କଥା କଣ ବା ମନ ଚୋରେଇ ନେଲା କି ସେ ଯାଦୁଗର? ମାନସୀ କହିଲା- ନାଇଁ ମ ସେ ତା ମାମୁଁଘରକୁ ଆସିଛି ଛୁଟିରେ, ଦୋଳି ଖେଳିବାକୁ କହିଲା ଆଉ ମୁଁ ଟିକେ ବାହିଦେଲି... ଚାଲ ମ ଆମେ ଦୋଳି ଖେଳିବା ବେଳ ଉଛୁର ହେଲାଣି.... ମାନସୀ ଦୋଳି ଖେଳରେ ବ୍ୟସ୍ତ, ସେ ଭିତରେ ଦୁଇ ଘଣ୍ଟା ବିତି ଯାଇଛି, ସାଙ୍ଗ ସାଥୀ ମେଳରେ ସମୟ ଜଣା ପଡୁନି l ହଠାତ୍ ମାନସୀର ଭାଉଜ ଆସିଲେ ଆଉ ତାକୁ ଶୀଘ୍ର ଘରକୁ ଆସିବାକୁ ଡାକିଲେ l ମାନସୀ କହିଲା- କଣ ହେଇଛି ଭାଉଜ କିଛି prblm ହେଇଛି କି? ଭାଉଜ କହିଲେ- ନାଁ କିଛି ହେଇନି ତମେ ଆସ ମୁଁ ବାଟରେ କହିବି l ବାଟରେ ଆସୁ ଆସୁ ଭାଉଜ କହିଲେ- ତୁମ ଭାଗ୍ୟ ଫିଟିଗଲା ମାନସୀ ବଢିଆ ପ୍ରସ୍ତାବ ଆସିଛି ତୁମ ପାଇଁ, ପିଲା doctor ଦେଖିବାକୁ ବି ସୁନ୍ଦର ପୁଣି ଘର ବି ବହୁତ୍ ଭଲ l ମାନସୀ ମନ ଦୁଃଖ ହେଇଗଲା ଏ କଥା ଶୁଣି, ମନେ ମନେ ଭାବିଲା ଜୀବନରେ ପ୍ରଥମେ କାହା ପ୍ରତି ଟିକେ feelings ଆସିଥିଲା ଭଗବାନ୍ ତାକୁ ବି ଛଡ଼େଇ ନେଲେ... ସେ ରାଗିକି କହିଲା- ମୁଁ ଏବେ ବାହା ହେବିନି, ଆରେ ମୋର ବୟସ କେତେ ଯେ, ମୋ ସାଙ୍ଗ କିଏ ଗୋଟେ ବି ବାହା ହେଇ ନାହାନ୍ତି l ଭାଉଜ କହିଲେ- ହଉ ନଣନ୍ଦ ରାଣୀ ଚାଲ ଆଗେ ପିଲାକୁ ଦେଖ, ବାହାଘର କଥା ପରେ decide କରିବା l ମାନସୀ ଚିଡ୍‌ ଚିଡ୍‌ ହେଇକି ଆସିଲା ଭାଉଜଙ୍କ room ରୁ screen ଫାଙ୍କ ରେ ଯାହା ଦେଖିଲା ନିଜ ଆଖିକୁ ବିଶ୍ୱାସ କରି ପାରିଲାନି... ଏ ତ ସେଇ ପିଲା ଯିଏ ଆଜି ଦୋଳି ଖେଳିବାକୁ ଆସିଥିଲା ପ୍ରତୀକ.... ଆନନ୍ଦରେ ତା'ର ଆଉ ସୀମା ରହିଲାନି.... ଭାଉଜ ପଚାରିଲେ- କଣ ଲୋ ଫୁଲେଇ, ମନକୁ ପାଇଲା ଟି? ମାନସୀ ମୁହଁ ଲୁଚେଇ କବାଟ କଣକୁ ଚାଲିଗଲା...


Rate this content
Log in

Similar oriya story from Romance