Dr Prateek kumar Pahi

Inspirational

4.8  

Dr Prateek kumar Pahi

Inspirational

ଅସଲି ଭେଟି

ଅସଲି ଭେଟି

2 mins
318


ଫେସବୁକ ରେ ନ୍ୟୁଜ ଫିଡ଼ ଦେଖୁ ଦେଖୁ ଆଡ୍ଵାନ୍ସ ମଦର୍ଶ ଡେ କୋଟ୍ ଗୁଡ଼ିକ ପ୍ରତ୍ୟୁଷ ଆଖିରେ ପଡ଼ିଲା, ତା'ର ହଠାତ୍ ମନେ ପଡ଼ିଗଲା ଯେ କାଲି ହେଉଚି ବିଶ୍ବ ମାତୃ ଦିବସ l ନିଜ ମାଆକୁ ସେ କଣ ଉପହାର ଦେବ ଚିନ୍ତା କରିବାକୁ ଲାଗିଲା, କିଛି ସ୍ଥିର କରି ନପାରି ଶେଷରେ ତାକୁ କେତେବେଳେ ଯେ ନିଦ ଆସିଯାଇଛି ସିଏ ଜାଣି ପାରିନି l ତା ପରଦିନ ସକାଳୁ ଉଠି ଗାଧେଇ ପାଧେଇ ଆସି ମାଆକୁ ମୁଣ୍ଡିଆ ମାରିଲା ଆଉ ତା ସହ ମାତୃ ଦିବସ ଶୁଭେଚ୍ଛା ବି ଦେଲା l ମାଆ କହିଲେ- ଧନ ତୋ ପ୍ରିୟ ଚକୁଳି ପିଠା ସାଥେ ମଟର ତରକାରି ବନେଇଛି, ଚାଲ୍ ଗରମ୍ ଗରମ୍ ଖାଇନବୁ l ପ୍ରତ୍ୟୁଷ କହିଲା- ନାଇଁ ମା, ଆମେ ଆଗେ ଗୋଟେ ଜାଗାକୁ ଯିବା ତା ପରେ ଆଉ ଯାହା l କିନ୍ତୁ କୁଆଡ଼େ- ମାଆ ଆଶ୍ଚର୍ଯ୍ୟ ହୋଇ ପଚାରିଲେ? ପୁଅ ହସିଲା ଆଉ କହିଲା- ସରପ୍ରାଇଜ, କୁହା ହବନି, ଗଲେ ତୁ ଆପେ ଜାଣିବୁ l ଏହା ପରେ ମାଆକୁ କାର ରେ ବସେଇ ପ୍ରତ୍ୟୁଷ ଡ୍ରାଇଭିଙ୍ଗ ଆରମ୍ଭ କଲା ଓ ସଂଗୀତ ମହାବିଦ୍ୟାଳୟ ପର୍କିଙ୍ଗ ଲଟ ରେ ପହଞ୍ଚିଲା l ମାଆ କହିଲେ- ଏପଟେ କୁଆଡ଼େ ଆସିଲୁ ବାବା କୋଉ ସାଙ୍ଗକୁ ଦେଖା କରିବୁ କି? ପ୍ରତ୍ୟୁଷ କିଛି ନ କହି ମା ହାତ ଧରି ମହାବିଦ୍ୟାଳୟ ର ଅଧ୍ୟକ୍ଷଙ୍କ ରୁମ ଆଡ଼କୁ ନେଇଗଲା l ଅଧ୍ୟକ୍ଷ ମହୋଦୟ ପ୍ରତ୍ୟୁଷ କୁ ଦେଖି ବହୁତ୍ ଖୁସି ହେଇଗଲେ ଆଉ କହିଲେ- ଡ଼ଃ ପ୍ରତ୍ୟୁଷ ( ଯେହେତୁ ପ୍ରତ୍ୟୁଷ MBBS complete କରି House surgeon ଥିଲା ସେତେବେଳେ)ଆସନ୍ତୁ ଆସନ୍ତୁ.... ଆଉ ମାଆଙ୍କ ଆଡ଼ମିଶନ କରିଦେବା ତାହେଲେ? ମାଆ ଚକିତ ହେଇଗଲେ l ପ୍ରତ୍ୟୁଷ କହିଲା- ନିଶ୍ଚୟ ସାର୍, ମାଆର ଗୀତ ଗାଇବାରେ ଅନେକ ରୁଚି ଆଉ ସେ ଖୁବ୍ ଭଲ ଗାଏ ମଧ୍ୟ, ବହୁତ୍ ଇଚ୍ଛା ଥିଲା ତା'ର ସଂଗୀତ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ କିନ୍ତୁ ମୁଁ ଜନ୍ମ ହେବା ପରେ ସେ କର୍ମ ଜଞ୍ଜାଳ ରେ ଏମିତି ଫସିଗଲା ଯେ ନିଜ ପାଇଁ ଆଦୌ ସମୟ ଦେଇ ପାରିଲାନି l ଖାଲି ମୋ ସ୍କୁଲ, କଲେଜ୍, ଟ୍ୟୁସନ, କୋଚିଙ୍ଗ ଆଉ ଫାଇନାଲି ମେଡିକାଲ କଲେଜ୍ ଏଇ ଭିତରେ ତା ଜୀବନ ସୀମିତ ରହିଗଲା l ମାଆର ସମସ୍ତ ତ୍ୟାଗ ସମର୍ପଣ ସନ୍ତାନ କୁ ଜୀବନରେ ସଫଳ କରେ, ତେଣୁ ସନ୍ତାନର ବି କିଛି କର୍ତ୍ତବ୍ୟ ରହିବା ଦରକାର ସେଇ ମମତାମୟୀ ମା ପାଇଁ l ଏସବୁ ଶୁଣି ମାଆଙ୍କ ଆଖି ଛଳ ଛଳ ହେଇଗଲା ତା ସହ ପୁଅ ପାଇଁ ଗର୍ବରେ ଛାତି କୁଣ୍ଢେମୋଟ ମଧ୍ୟ l ପରିଶେଷ ରେ ଅଧ୍ୟକ୍ଷ ମହୋଦୟ କହିଲେ- ବାସ୍ତବିକ୍ ଡ଼ଃ ପ୍ରତ୍ୟୁଷ ଆପଣ ଆଜିର ଯୁବ ସମାଜ ପାଇଁ ଆଦର୍ଶ, ସମସ୍ତେ ହୃଦୟଙ୍ଗମ କରିବା ଉଚିତ୍ ମାତୃ ଦିବସ ରେ ଫେସବୁକ, ହ୍ଵାଟ୍ସଆପ ରେ ଷ୍ଟାଟସ ଦେଇଦେଲେ ସନ୍ତାନର କର୍ତ୍ତବ୍ୟ ଶେଷ ହୋଇଯାଏ ନାହିଁ ବରଂ ମାଆ ର ମନ ବୁଝିବା ହିଁ ବିଶ୍ବ ମାତୃ ଦିବସର ଅସଲି ଭେଟି l


Rate this content
Log in

Similar oriya story from Inspirational