Dr Prateek kumar Pahi

Inspirational

4.6  

Dr Prateek kumar Pahi

Inspirational

ନଡିଆ କୋରା ଓ ନଡିଆରାଣୀ

ନଡିଆ କୋରା ଓ ନଡିଆରାଣୀ

2 mins
250


ନଡିଆ କୋରା ମୋର ଛୋଟ ବେଳୁ ବହୁତ ପସନ୍ଦ । ବିଶେଷ କରି ଘଟଗାଁ ନଡିଆ କୋରା ର ସ୍ବାଦ ଓ ମହକ ଭାରି ନିଆରା । କାରଣ ତାହା ଓଡ଼ିଶାର କୋଣ ଅନୁକୋଣରୁ ଆସୁଥିବା ଭକ୍ତଙ୍କ ମାନସିକ ନଡିଆ ରେ ତିଆରି ହୁଏ ଆଉ ସେଥିରେ ଭକ୍ତ ମନର ସ୍ନେହ,ଶ୍ରଦ୍ଧା ଓ ମାଆ ପ୍ରତି ଗଭୀର ବିଶ୍ବାସ ନିହିତ ଥାଏ । ମୁଁ ଯେତେବେଳେ ବି କେନ୍ଦୁଝରରୁ କୁଆଡ଼େ ବାହାରକୁ ଯାଏ ବାଟରେ ଘଟଗାଁ ପାଖେ ବସ୍ ଅଟକିଲେ ନଡିଆ କୋରା କିଣିବାକୁ ଜମାରୁ ଭୁଲେନି । ମୋ ସାଙ୍ଗ ମାନେ ବି ମାଆର ନଡିଆ କୋରା କୁ ଚାହିଁ ବସିଥାନ୍ତି ।


୨୦୧୮ ମସିହା ଫେବ୍ରୁଆରୀ ମାସର କଥା, ମୋର ସେତେବେଳେ ଇଣ୍ଟରନସିପ ଚାଲିଥିଲା । 2-3 ଦିନ ଛୁଟି ଥିବାରୁ ମୁଁ ମାମୁଁ ଘରକୁ ଆସିଥିଲି । ସମୟ କୁଆଡ଼େ ହସ ଖୁସିରେ କଟିଗଲା କିଛି ଜାଣି ହେଲାନି । ଫେରିବା ଦିନ ଆସିଗଲା, ମାମୁଁ ନାଇଟ ବସ ରେ ଟିକେଟ କରିଦେଇଥିଲେ । ରାତି 10:30 ରେ ବସ୍ ତେଣୁ 10 ଟା ସୁଦ୍ଧା ଡିନର ସାରି ମାମୁଁ ଙ୍କ ସାଥୀରେ ବସ୍ ଷ୍ଟାଣ୍ଡ ଆସିଲି, ବସ୍ ଠିକ୍ ଟାଇମ ରେ ଆସିଗଲା ମାମୁଁ ମତେ ବସେଇ ଦେଇ ଗଲେ । ବସ୍ ତୀବ୍ର ଗତିରେ ଆଗେଇ ଚାଲିଥାଏ ଚାହୁଁ ଚାହୁଁ ଘଟଗାଁ ପହଞ୍ଚିଗଲା, ସେତେବେଳକୁ ସମୟ ପ୍ରାୟ ରାତି 12:30 ହେଇଯିବ । ପାଖାପାଖି 15-20 ମିନିଟ୍ ବସ୍ ରହିବ, ତେଣୁ ମୁଁ ଚିନ୍ତା କଲି ଟିକେ ବାହାରୁ ବୁଲି ଆସିଲେ ଭଲ ହେବ । ବସ୍ ରୁ ବାହାରି ଦେଖିଲି ପଦାରେ ପ୍ରବଳ ଶୀତ, ପେବୃଆରୀ ମାସ ହେଲାଣି ତଥାପି କେନ୍ଦୁଝର ଶୀତ ଥମିବା ନାଁ ଧରୁନି ।


ଘନ କୁହୁଡ଼ି ର ଆସ୍ତରଣ ଶାଳବଣ କୁ ସୁନ୍ଦର ଭାବେ ଢାଙ୍କି ଦେଇଛି, ସେଇ ଭିତରେ ମାଆର ମନ୍ଦିର ଭାରି ଆକର୍ଷଣୀୟ ଲାଗୁଛି । ଦୁଇଟି ଚାହା ଦୋକାନ କୁ ଛାଡିଦେଲେ ଆଉ କିଛି ଖୋଲା ନଥିଲା, ମନରେ ଗୋଟେ ଇଚ୍ଛା ଆସିଲା ଯଦି ଦିନରେ ଆସିଥାନ୍ତି ତାହେଲେ ନଡିଆ କୋରା ନିଶ୍ଚେ ନେଇଥାନ୍ତି । ଏମିତି ଭାବି ଭାବି ମୁଁ ଧୀରେ ଧୀରେ ମନ୍ଦିରର ସାମ୍ନା ଗେଟ ପାଖେ ମାଆକୁ ମୁଣ୍ଡିଆ ମାରି ପଛକୁ ବୁଲି ଦେଖେ ତ ଜଣେ ବୁଢା ମଉସା ନଡିଆ କୋରା ଡାଲା ଧରି ପଚାରୁଛନ୍ତି- ପୁଅ ନଡିଆ କୋରା ନେବ? କେତେ ପ୍ୟାକେଟ ଦେବି କୁହ? ମୁଁ କହିଲି- ମଉସା ଚାରି ପ୍ୟାକେଟ ଦିଅ, ହେଲେ ଏତେ ରାତି ହେଲାଣି ତମେ ଘରକୁ ଫେରିନ? ସେ କହିଲେ- ଏବେ ହିଁ ଯାଇଥାନ୍ତି ବାପା, ତମକୁ ଦେଖିଲି ତ ସେଥିପାଇଁ ରହିଗଲି । ମୋ ହାତରେ ନଡିଆ କୋରା ଦେଇ ମଉସା ଚାଲିଗଲେ ଆଉ ମୁଁ ଖୁସି ମନରେ ବସ୍ ପାଖକୁ ଆସିଲି । ମୋ ହାତରେ ନଡିଆ କୋରା ଦେଖି ଚାହା ଦୋକାନୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା- ସାର୍! ରାତିରେ ତ ଗୋଟେ ହିଁ ଭୋଗ ଦୋକାନ ଖୋଲା ରହେ ସେଇଟା ବି ଆଜି ବନ୍ଦ ଅଛି, ଆପଣ କୋରା କୋଉଠୁ ପାଇଲେ । ମୁଁ କହିଲି - ମନ୍ଦିର front gate ପାଖେ ଜଣେ ମଉସା ବିକ୍ରି କରୁଥିଲେ,ତାଙ୍କରି ପାଖରୁ ଆଣିଛି । ଦୋକାନି ଆହୁରି ଆଶ୍ଚର୍ଯ୍ୟ ହେଇଗଲା- କି କଥା କହୁଛନ୍ତି ସାର୍, ରାତି 10 ଟା ସୁଦ୍ଧା ସବୁ ନଡିଆ କୋରା ବାଲା ବି ଘରକୁ ପଳେଇ ଯାଆନ୍ତି ଏବେ ତ ରାତି 12:45 ହେଲାଣି । ମୁଁ ବି ମନେ ମନେ ଭାବିଲି ସତକଥା ତ ଏତେ ରାତିରେ ଗୋଟିଏ ବୁଢା ଲୋକ ଏକୁଟିଆ ଏମିତି ହଠାତ୍ କୋଉଠୁ ଆସିଲା? ସଙ୍ଗେ ସଙ୍ଗେ ବସ୍ ର horn ବାଜିଲା ଆଉ ମୁଁ ଯାଇକି seat ରେ ବସିଲି । ବସ୍ ଯେତେବେଳେ ମନ୍ଦିର ସମ୍ମୁଖ ରେ ଅତିକ୍ରମ କଲା ମାଆର ନେତ କୁ ଦଣ୍ଡବତ କଲି, ଅଜାଣତରେ ଆଖିରୁ ଦି ଟୋପା ଲୁହ ଖସି ପଡ଼ିଲା ।


Rate this content
Log in

Similar oriya story from Inspirational