Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Dr Prateek kumar Pahi

Tragedy Inspirational


4.3  

Dr Prateek kumar Pahi

Tragedy Inspirational


ଦୁଇଟି ଅକ୍ଷର ଆହାକି ମଧୁର

ଦୁଇଟି ଅକ୍ଷର ଆହାକି ମଧୁର

7 mins 233 7 mins 233


ମର୍ଣ୍ଣିଂ ୱାକ୍ କରିବା ଏକ ଭଲ ଅଭ୍ୟାସ, ଆଗରୁ ମୋର ସେ ଅଭ୍ୟାସ ନଥିଲା କିନ୍ତୁ ଲକ୍ ଡାଉନ୍ ଫଳରେ ଏହା ନିତିଦିନ ରୋଟିନ୍ ର ଗୋଟାଏ ଅଂଶ ହୋଇ ଯାଇଛି l ତା'ର କାରଣ cooking experiment ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ l Generally ମୁଁ foody ସ୍ବଭାବର, Bbsr ରେ ଥିବା ସମୟରେ ସାଙ୍ଗ ମାନଙ୍କ ସହିତ ପଟିଆ ଅଞ୍ଚଳରେ ଛତୁ ଫୁଟିଲା ପରି ଗଢି ଉଠିଥିବା ଆଭିଜାତ୍ୟ ସମ୍ପନ୍ନ restaurant ଓ cafe ଗୁଡିକୁ weekend ରେ explore କରିବାରେ ମୁଁ ଟିକେ ବି ଅବହେଳା କରେନି l ମାତ୍ର କରୋନା ମହାମାରୀ ଯୋଗୁଁ ଏ lockdown/shutdown ଭିତରେ ସେସବୁ ସାତସ୍ବପ୍ନ ହୋଇଯାଇଛି, ତେଣୁ ଘରେ ହିଁ ବିଭିନ୍ନ ପ୍ରକାର ଖାଦ୍ୟ ନିଜେ ପ୍ରସ୍ତୁତ କରି ଖାଇବାକୁ ପଡୁଛି l ନିଜ ଶରୀର କୁ ପୃଥୁଳକାୟ ହେବାରୁ ରକ୍ଷା କରିବା ପାଇଁ morning walk ହେଉଛି ଏକ ସୁନ୍ଦର ପ୍ରୟାସ l ତା ପରେ ସକାଳର ପବନରେ ଯେଉଁ ମହକ ଭରି ରହିଥାଏ ତାହା ପୁରା ଦିନର mood କୁ refresh ରଖିବା ପାଇଁ ଯଥେଷ୍ଟ l ସେଥିପାଇଁ ପ୍ରାୟ ପାଞ୍ଚମାସ ହେଇଯିବ morning walk ଦିନେ ବି miss କରିନି ମୁଁ l ଘର ପଛ ପଟେ ବିଲ ମଝିରେ ଅଣଓସାରିଆ ମାଟିରାସ୍ତା ଦେଇ ବେଶ୍ କିଛି ବାଟ ଯାଇକି ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରୁ ପୁଣି ବାହୁଡି ଆସେ, ଏତିକି ଭିତରେ ମୁଁ ଦୁଇଟି ଗାଆଁ ଆଉ almost 5km cover କରିଦିଏ l ସେଦିନ ବି ସେମିତି ସକାଳୁ ଉଠି ମୁହଁଧୋଇ ମୁଁ ବାହାରିଲି, ପାଗ ମେଘୁଆ ଓ କୋହଲା ଥିବାରୁ ଚାଲିବାର ମଜା କିଛି ଅଲଗା ହିଁ ଥିଲା l ରାସ୍ତାର ଉଭୟ ପାର୍ଶ୍ବରେ କାଶତଣ୍ଡି ଫୁଲ ବୁଦବୁଦୁକିଆ ହୋଇ ମାଟିରୁ ମୁଣ୍ଡ ଟେକିଲେଣି, ଆଶ୍ବିନ କୁ ଆଉ ମାତ୍ର ଗୋଟିଏ ମାସର ବ୍ୟବଧାନ ଆଉ ତା ପରେ ଧୋବ ଫରଫର କାଶଫୁଲ ଅଙ୍ଗେ ଅଙ୍ଗେ ଶୋଭା ମଣ୍ଡି ସିଂହ ବାହିନୀ କୁ ସ୍ବାଗତ ସମ୍ବର୍ଦ୍ଧନା ଜଣେଇବେ l କଥାରେ କହନ୍ତି ଯେଉଁ ମାଟିରେ ଯେତେ ଅଧିକ କାଶତଣ୍ଡି ଫୁଲ ହୁଏ, ସେ ମାଟି ମାତୃ କରୁଣା ଲଭି ସେତେ ଗୌରବମୟ ଏବଂ ପବିତ୍ର l ପୁଣି ଇଏ ତ ବିରଜାକ୍ଷେତ୍ର ର ମାଟି, ଯାହାର ପ୍ରତିଟି ଧୂଳିକଣା ରେ ମଧ୍ୟ ଜଗତ ଜନନୀଙ୍କ ଅସ୍ତିତ୍ୱ ସମାହିତ ହୋଇ ରହିଛି l ସାରା ଓଡ଼ିଶାରେ ଯାଜପୁର ହେଉଛି ଶକ୍ତି ଉପାସନା ର ପ୍ରମୁଖ କ୍ଷେତ୍ର l ଦେବୀ ଭାଗବତ ରେ ବର୍ଣ୍ଣିତ ଶହେଆଠ ସିଦ୍ଧପୀଠ ମଧ୍ୟରେ ପ୍ରଥମ ପୀଠ ଟି ଓଡ୍ଡୀୟାଣ ମହାପୀଠ ନାମରେ ନାମିତ ଆଉ ସେହି ସ୍ଥାନ ହିଁ ଆଧୁନିକ ଯୁଗରେ 'ଯାଜପୁର' ବୋଲି ପ୍ରସିଦ୍ଧି ଲାଭ କଲା ଯାହାକି ପୁଣ୍ୟତୋୟା ବୈତରଣୀ ତୀରରେ ଅବସ୍ଥିତ l....

ତନ୍ତ୍ର ଚୂଡ଼ାମଣି ମତରେ ବ୍ରହ୍ମା ବୈତରଣୀ ଘାଟ ରେ କରିଥିଲେ ବିରାଟ ଯଜ୍ଞ, ଯାହା ଫଳରେ ସେ ସ୍ଥାନର ନାମ ରହିଲା 'ଯଜ୍ଞ ନଗର' l ସେହି ଯଜ୍ଞର ପବିତ୍ର ଅଗ୍ନୀକୁଣ୍ଡରୁ ଜଗତ ଜନନୀ ଦ୍ୱିଭୁଜା ଦୁର୍ଗା ରୂପରେ ଉଭା ହେଲେ ଆଉ ସମଗ୍ର ବିଶ୍ୱ କୁ ଧନ୍ୟ କଲେ l ତା ପୁର୍ବରୁ ଦକ୍ଷଯଜ୍ଞ ସମୟରେ ପିତାଙ୍କ ଦ୍ବାରା ପତିଙ୍କ ଅପମାନ ସହ୍ୟ ନକରି ପାରି ମାତା ସତୀଙ୍କ ଆତ୍ମଦାହ ପରେ ମହାଦେବ ଯେତେବେଳେ ମାତାଙ୍କ ଅର୍ଦ୍ଧଦଗ୍ଧ କାୟା କୁ ଧରି ତାଣ୍ଡବ କଲେ, ଭଗବାନ ବିଷ୍ଣୁ ମହାକାଳୀ ଙ୍କ ଆଦେଶରେ ଶିବଙ୍କ ମୋହ ଭଙ୍ଗ କରିବା ପାଇଁ ସୁଦର୍ଶନ ଚକ୍ରରେ ସତୀଙ୍କ ଶରୀରକୁ ଏକାବନ ଖଣ୍ଡ କରିଦେଲେ ଆଉ ସେହି ସବୁ ଖଣ୍ଡ ଗୁଡିକ ଯେଉଁ ସ୍ଥାନରେ ଭୂପତିତ ହେଲା, ତାହା ଆଦିଶକ୍ତି ପୀଠ ନାମରେ ପ୍ରସିଦ୍ଧି ଲାଭ କଲା l ବିରଜାକ୍ଷେତ୍ର ରେ ମାତାଙ୍କ "ନାଭି" ପଡ଼ିଥିବାର ପୌରାଣିକ ମାନ୍ୟତା ରହିଛି, ଏହି ପୀଠ ର ପଶ୍ଚାତ ଭାଗରେ ମହାଦେବ 'ସଂହାର ଭୈରବ' ରୂପେ ଏକ ପାଦରେ କ୍ଷେତ୍ର ରକ୍ଷକ ଭାବେ ବିରାଜିତ l କାଳକ୍ରମେ ଏହି ସ୍ଥାନର ନାମ ଯଜ୍ଞ ନଗରରୁ ଅପଭ୍ରଂଶ ହୋଇ ଯାଜପୁର ହେଲା, ଆଉ ବହୁଳ ଭାବରେ ବୌଦ୍ଧ ତାନ୍ତ୍ରିକ ମାନଙ୍କ ଆଗମନ ଫଳରେ ଏହି କ୍ଷେତ୍ରର ହିନ୍ଦୁ ବୈଦିକ ପରମ୍ପରା ନଷ୍ଟ ହେବାକୁ ବସିଲା l ଏହାକୁ ଆଖିରେ ରଖି ତତ୍କାଳିନ ରାଜା ଦ୍ବିତୀୟ ଯଯାତି କାନ୍ୟକୁବ୍ଜ ନାମକ ସ୍ଥାନରୁ ଦଶ ହଜାର ଶ୍ରୋତ୍ରୀୟ ବ୍ରାହ୍ମଣ ଡକାଇ ସେହି ବୈତରଣୀ ଘାଟ ରେ ଦଶାଶ୍ବମେଧ ଯଜ୍ଞର ଆୟୋଜନ କଲେ ଓ ରତ୍ନଗିରି, ଲଳିତଗିରି ତଥା ଲାଙ୍ଗୁଡ଼ି ରେ ଥିବା ବୌଦ୍ଧ କୀର୍ତ୍ତିରାଜି କୁ ଧ୍ବଂସ କରିବା ସହ ଅନେକ ବୌଦ୍ଧ ତାନ୍ତ୍ରିକ ମାନଙ୍କୁ ଗୋପନରେ ହତ୍ୟା କରେଇ ଥିଲେ କେବଳ ସନାତନ ଧର୍ମ ର ରକ୍ଷା ନିମନ୍ତେ l ପାଞ୍ଚ ବ' କାର କ୍ଷେତ୍ର ଭାବେ ବିରଜାକ୍ଷେତ୍ର ସାରା ଭାରତରେ ପ୍ରସିଦ୍ଧ, ସେଗୁଡିକ ଯଥାକ୍ରମେ- ମା' ବିରଜା, ବିପ୍ର, ବରାହ, ବେଦ ଓ ବୈତରଣୀ ନଦୀ l କାଶୀ ପରେ ଭାରତରେ ଦ୍ବିତୀୟ ମହା ଶ୍ମଶାନ ଯାଜପୁର ରେ ଅବସ୍ଥିତ, ଯାହାକି ଦିନେ ହିନ୍ଦୁ ତାନ୍ତ୍ରିକ ପରମ୍ପରା ର ସିଦ୍ଧଭୂମି ଥିଲା l ଦଶାଶ୍ବମେଧ ଘାଟରେ ସ୍ଥିତ ସପ୍ତ ମାତୃକାଙ୍କ ମନ୍ଦିର ଉତ୍କଳୀୟ ମାତୃକା ପୂଜାର ଏକ ବିରଳ ନିଦର୍ଶନ l ସେହି ସପ୍ତ ମାତୃକା ଦେବୀ "ଯମ ମା' ସାତ ଭଉଣୀ" ନାମରେ ପରିଚିତ କିନ୍ତୁ ପୁରାଣ କହେ ମହିଷାସୁର ବଧ ସମୟରେ ସେହି ସାତଜଣ ଦେବୀ ମା' ଦୁର୍ଗାଙ୍କ ଠାରୁ ଉତ୍ପନ୍ନ ହୋଇଥିଲେ l ସେମାନେ ହେଲେ- ବ୍ରହ୍ମାଣୀ, ବୈଷ୍ଣବୀ, ଇନ୍ଦ୍ରାଣୀ, ମହେଶ୍ୱରୀ, କୌମାରୀ, ବରାହୀ ଓ ନରସିଂହୀ l କିନ୍ତୁ ଚାମୁଣ୍ଡା ଦେବୀ ତାଙ୍କ ମଧ୍ୟରେ ବିଶେଷ ସ୍ଥାନର ଅଧିକାରିଣୀ ତେଣୁ ତାଙ୍କୁ ସ୍ୱତନ୍ତ୍ର ସ୍ଥାନରେ ରଖାଯାଏ l ବିରଜାକ୍ଷେତ୍ର ରେ ଥିବା 'ନାଭିଗୟା' ରେ ପିତୃ ପୁରୁଷଙ୍କୁ ପିଣ୍ଡ ଦେବାର ବିଧି ଶାସ୍ତ୍ର ସମ୍ମତ, ନଚେତ୍ ଜୀବାତ୍ମା କୁ ମୁକ୍ତି ମିଳେନାହିଁ l ସେଥିପାଇଁ ଯଥାର୍ଥ ରେ କୁହାଯାଇଛି- "ଦେବୀ ଦେବୀ ମହାଦେବୀ ବିରଜେ ପିତୃ ରୂପିଣୀ, ତ୍ବଂ ଦେବୀ ସର୍ବ ଭୁତାନାଂ ଗୟାୟାଂ ମୁକ୍ତି ଦାୟିନୀ" l....

ଚାଷଜମି ମଧ୍ୟରେ ଗଲାବେଳେ ସକାଳର ମନଲୋଭା ପଲ୍ଲୀଚିତ୍ର ଗୁଡିକ ମାନସପଟ୍ଟ ରେ ଅନେକ ଛାପ ଛାଡ଼ିଯାଏ l ଯେମିତି କି ଚଷା ପରିବାରର ମିଳିତ ଉଦ୍ୟମରେ ଧାନତଳି ପକେଇବା ର ଦୃଶ୍ୟ ଦେଖିଲେ ପିଲାଦିନ କଥା ମନେପଡ଼ିଯାଏ l ଆଜି ମଣିଷ ସହରୀ ସଭ୍ୟତା ଭିତରେ ଏତେ ବାନ୍ଧି ହେଇଯାଇଛି ଯେ ଶୁଦ୍ଧ ପବନ ଟିକେ ବି ଖୁବ୍ କଷ୍ଟରେ ମିଳୁଛି l ପ୍ରଦୂଷିତ ଜଳ, ବାୟୁ ଓ ମାଟି ଭିତରେ ଯେତେବେଳେ ପ୍ରାଣ ଛାଟିପିଟି ହୁଏ, ଠିକ୍ ସେତେବେଳ ହିଁ ମନ ଖୋଜେ ଗ୍ରାମ୍ୟ ପରିବେଶ କୁ l ଇଚ୍ଛା ହୁଏ ଖୋଲା ଆକାଶ ତଳେ ଧାଇଁ ଯାଆନ୍ତି କି କୋଉ ଅଜଣା ମୁଲକକୁ, ଚିରସ୍ରୋତା ନଦୀ ସୁଅରେ ଭାସି ଯାଆନ୍ତି କି ଦୂର ଦେଶକୁ, ବର୍ଷା ହେଲେ ଭିଜାମାଟି ରେ ଗଡି ତା ମହକ କୁ ମନଭରି ଅନୁଭବ କରନ୍ତି ଆଉ ଏକାତ୍ମ ହୋଇ ମିଶି ଯାଆନ୍ତି ସେଇ ମାଟି ମା' ସହିତ, କେତେ ମହାନ ସତରେ ମାତୃଶକ୍ତି ନିତିଦିନ ମୋ ଗୋଡ଼ ମାଟି ମା' ଉପରେ ପଡୁଥିଲେ ହେଁ ଦିନେ ହେଲେ ସେ ପ୍ରତିବାଦ କରିନି, ହସି ହସି ସବୁ ସହି ଯାଇଛି l ତେବେ ସେ ଯାହା ହେଉ ନା କାହିଁକି lockdown ଫଳରେ ବାତାବରଣ ପରିଷ୍କାର ହେଉଛି ନିଶ୍ଚିତ l ବୋଧେ ପ୍ରକୃତି ନିଜ ପ୍ରତିଶୋଧ ସ୍ୱାର୍ଥପର ମଣିଷ ଉପରେ ଖୁବ୍ ଭଲ ଭାବେ ନେଇଛି l ମଣିଷ ଭାବୁଛି ସେ ସଂସାରରେ ସବୁଠାରୁ ଚତୁର ଓ ବୁଦ୍ଧିମାନ ଆଉ ସେ ନଥିଲେ ବିଶ୍ବ ରେ କୌଣସି ବିସ୍ମୟ ର ସତ୍ତା ହିଁ ନଥାନ୍ତା l ବିବେକଶୂନ୍ୟ ହୋଇ ସେ ସମ୍ପୂର୍ଣ୍ଣ ପାସୋରି ଯାଇଛି ସର୍ବ ଶକ୍ତିମାନ ବିଶ୍ବ ନିୟନ୍ତା ପରମେଶ୍ବରଙ୍କୁ, ଯାହାଙ୍କ ଇଚ୍ଛା ବିନା ଗଛରୁ ପତ୍ରଟିଏ ମଧ୍ୟ ହଲିବାର ପ୍ରଶ୍ନ ନାହିଁ l କିନ୍ତୁ ମଣିଷ ଆଜି ହାର୍‌ ମାନିଛି ପ୍ରକୃତି ଆଗରେ..... ଏ ଭିତରେ ମୁଁ ମୋ destination ରେ ପହଞ୍ଚି ଗଲିଣି, ସେଇଠୁ ପଛକୁ ବୁଲି ପ୍ରତିଦିନ ଘରକୁ ଲେଉଟି ଆସେ ମୁଁ l ହେଲେ ସେଦିନ ମୁଁ ଦେଖିଲି 4-5 ବର୍ଷର ଗୁଲୁଗୁଲିଆ ଛୁଆଟିଏ ପାଖ ଘାସ ପଡ଼ିଆ ରେ ତା pet dog ସହ ଅତି ଆନନ୍ଦରେ ଖେଳୁଛି l ଗୋଟାଏ foot ball କୁ ପ୍ରଥମେ ସେ ପୁଅଟି ନିଜ ଗୋଡ଼ରେ kick ମାରି କିଛି ବାଟ ଗଡ଼େଇ ଦେଉଛି, ତା ପରେ ସେ dog ଯାଇକି ball ଟିକୁ ନିଜ ଗୋଡ଼ରେ ଠେଲି ଠେଲି ଆଣି ଆସୁଛି l ବେଶ୍ କିଛି ସମୟ ଏ cute game କୁ ଦେଖିବାରେ ଏକପ୍ରକାର ହଜି ଯାଇଥିଲି ମୁଁ l ମୋ ଧ୍ୟାନ ସେତେବେଳେ ଭାଙ୍ଗିଲା ଯେତେବେଳେ ଜଣେ ବୁଢୀ ଲୋକ mobile ଧରି ଆସିକି ସେ ଛୁଆକୁ ଡାକିଲେ- ଧନ, mama call କରିଛି ଜଲଦି ନେ.... Ball ଖେଳ ଛାଡି ପୁଅଟି ଦଉଡିଲା ସେ ବୁଢୀ ଲୋକଙ୍କ ପାଖକୁ ଆଉ phone ନେଇ କହିଲା- hello, mama କେବେ ଆସିବ ତମେ? ତମକୁ ମୁଁ ବହୁତ miss କରୁଚି....

Mobile ରେ କଥା ହେଇ ହେଇ ଛୁଆଟି ଘରକୁ ଚାଲିଗଲା, ତା ପଛେ ପଛେ dog କୁ ଧରି ସେ ବୁଢୀଲୋକ ଜଣକ ମଧ୍ୟ ଗଲେ l ତାଙ୍କୁ ଆଗରୁ କେବେ ବି ସେ ଜାଗାରେ ମୁଁ ଦେଖିନଥିଲି, ବୋଧେ ଏବେ କେବେ ହିଁ ଆସିଛନ୍ତି ବୋଲି ଭାବି ସେଠାରୁ ଘରକୁ return କଲି l ତା ପରଦିନ ପୁଣି morning walk ରେ ଗଲି ଆଉ ସମାନ ଦୃଶ୍ୟ ଦେଖିବାକୁ ପାଇଲି l ଏମିତି ପାଞ୍ଚ ଦିନ ବିତିଗଲା, ସବୁଦିନ କିନ୍ତୁ ଗୋଟେ ଜିନିଷ constant ଥାଏ ସେଇଟା ହେଉଛି ସେ ପିଲାର ମାଆଙ୍କ call ଆସିବା, ବୋଧେ କୁଆଡ଼େ ଦୂର ଜାଗାରେ ଚାକିରି କରୁଛନ୍ତି l ଷଷ୍ଠ ଦିନ ସକାଳେ ମୁଁ ଯେତେବେଳେ ସେ ଛୁଆ ଆଉ dog ର playful activities କୁ ଉପଭୋଗ କରୁଥିଲି, ପଛରୁ ଶୁଭିଲା- good morning ସାର୍.... ମୁଁ ବୁଲିପଡି ଦେଖେ ତ ଜଣେ 35-36 ବର୍ଷ ବୟସ୍କ ଲୋକ ମୋ ପଛରେ ଠିଆ ହେଇଛନ୍ତି l ମୁଁ କହିଲି- Very good morning, କିନ୍ତୁ ଆପଣ? ଯୋଉ ଛୁଆକୁ ଦେଖୁଛନ୍ତି ତା ବାପା ମୁଁ,This z Dr ଦୀପକ ମହାପାତ୍ର- ସେ କହିଲେ l 

ମୁଁ - ଆଚ୍ଛା ଆପଣ ବୋଧେ ଅଳ୍ପଦିନ ହେଲା ଯାଜପୁର ଆସିଛନ୍ତି?

ଦୀପକ - yes, around 1 week. ୟା ପୁର୍ବରୁ ନୟାଗଡ medical ରେ ଥିଲି ଏବେ ଯାଜପୁର transfer ହେଇଛି l 

ଆଉ ଆପଣଙ୍କ ବିଷୟରେ କୁହନ୍ତୁ l 

ମୁଁ - Myself Dr ପ୍ରତୀକ,veterinary science ରେ pg ଚାଲିଛି ମୋର କିନ୍ତୁ ଏବେ corona ପାଇଁ ସବୁ ଠପ୍ l 

ଦୀପକ - ଆଚ୍ଛା veterinary! Good choice.... ଖରା ବହୁତ ହେଲାଣି ଚାଲନ୍ତୁ ଘର ଭିତରେ ବସି କଥା ହେବା with a cup of tea or coffee, ଯାହା ଆପଣଙ୍କୁ ପସନ୍ଦ l 

ମୁଁ ପ୍ରଥମେ ଟିକେ ଅପ୍ରସ୍ତୁତ ହୋଇ ପଡିଲି ଯିବା ପାଇଁ କିନ୍ତୁ ସେ ବାଧ୍ୟ କରିବାରୁ ତାଙ୍କ ସହ ଘର ଭିତରକୁ ଗଲି l ତା ପରେ ସେ ମତେ ତାଙ୍କ family members ମାନଙ୍କ ସହ introduce କରେଇଲେ, mobile ନେଇକି ପ୍ରତିଦିନ ପୁଅ ପାଖକୁ ଯାଉଥିବା ବୁଢୀଲୋକ ଜଣକ ଆଉ କେହି ନୁହନ୍ତି ତାଙ୍କ ମାଆ l ତା ସହିତ ଜଣେ lady cook ଆଉ ଜଣେ orderly l ତାଙ୍କ ପୁଅ ନାଁ ହେଉଛି ସୁମନ, ସେତେବେଳକୁ ସେ ତା ମାଆଙ୍କ ସହିତ ଗପିବାରେ ପୁରା ମଜ୍ଜି ଯାଇଛି l ଏ ଭିତରେ ଦୀପକ ସାରଙ୍କ ମାଆ ଦୁଇ cup coffee ଥୋଇ ଚାଲିଗଲେଣି l ମୁଁ ଦୀପକ ସାରଙ୍କୁ ପ୍ରଶ୍ନ କଲି - madam ବୋଧେ ଅଲଗା କୋଉଠି job କରନ୍ତି ନୁହେଁ କି ସାର୍, ସବୁଦିନ ଠିକ୍ ଏଇ time ରେ ତାଙ୍କ call ଆସେ l 

Dr ଦୀପକ ଟିକେ ଗମ୍ଭୀର ହେଲା ଭଳି ଲାଗିଲେ ଆଉ କହିଲେ - 

Actually.... ଟିକେ ରହିଗଲେ.... She is no more since 3yrs....!!!! ମୁଁ ହତବାକ୍ ହୋଇ ଚାହିଁଥାଏ l....

I'm so sorry ଦୀପକ ବାବୁ, କିନ୍ତୁ madam ଙ୍କର କଣ ହେଇଥିଲା ଜାଣିପାରେ କି? ଆଉ ଆପଣଙ୍କ ପୁଅ ସବୁଦିନେ କାହା ସହିତ କଥା ହେଉଛି phone ରେ?- ମୁଁ ପଚାରିଲି l 

ଦୀପକ ବାବୁ- blood cancer ଥିଲା stage 4,ବଞ୍ଚେଇବାର ଶତ ଚେଷ୍ଟା କରିବା ସତ୍ତ୍ବେ ସବୁ ବିଫଳ ହେଲା...ଆଉ ମୋର ଜଣେ ବନ୍ଧୁଙ୍କ ସ୍ତ୍ରୀ ପୁଅ ସହ ସବୁଦିନ ସକାଳୁ ତା ମାଆ ସ୍ବର ରେ କଥା ହୁଅନ୍ତି, ତା ମାଆ ଏ ଦୁନିଆଁ ରେ ନାହିଁ ବୋଲି ଆମେ ତାକୁ କହିବାର ସାହସ ସଂଚୟ କରି ପାରିନୁ,କେମିତି ବି କହିଥାନ୍ତୁ ଦୁଇ ବର୍ଷ ର ଛୋଟ ଛୁଆ କୁ?...

ମୁଁ- ହେଲେ ଦୀପକ ବାବୁ ସେ ତ ଦିନେ ବଡ଼ ହେବ ଆଉ ତା ମାଆକୁ ନିଶ୍ଚୟ ଖୋଜିବ?

ଦୀପକ ବାବୁ- ଏବେ ଆମେ ତାକୁ କହିଛୁ ଯେ ତା ମାଆ ବିଦେଶରେ ଚାକିରୀ କରୁଛି,ଛୁଟି ଏତେ ମିଳୁନି ବୋଲି ଆସିପାରୁନି l ଭବିଷ୍ୟତ କଥା କିଛି ଭାବିନି!!!

ମୁଁ- ପୁଅ ଏତେ ଛୋଟ ଥିଲା,ଆପଣଙ୍କୁ second marriage କରିବାକୁ ତ ବହୁତ ଲୋକ କହିଥିବେ l 

ଦୀପକ ବାବୁ- ହଁ,କିନ୍ତୁ ମୁଁ ସେଥିରେ interested ନୁହଁ, ସେ ମୋ ପୁଅ କୁ ଯଦି ଠିକ୍ ରେ accept ନ କରିବ ତାହେଲେ ଘରେ ଅଯଥା ରେ ଅଶାନ୍ତି ବଢିବ l ତା ପରେ ଯଦି ଜଣେ ସ୍ତ୍ରୀ ଲୋକ ଏକୁଟିଆ ଘରର ସବୁକାମ କରି ନିଜ ପିଲାର ଯତ୍ନ ନେଇ ପାରୁଛି ତେବେ ପୁରୁଷ କାହିଁକି ନୁହେଁ...

ଏତିକି ବେଳେ ତାଙ୍କ କୁନିପୁଅ ଜୀତ୍ ଦଉଡି ଦଉଡି ପୁରା ଖୁସି ମନରେ ଆସି ପହଞ୍ଚିଲା l 

ଜୀତ୍- ବାବା, ମାମା କହିଛି ମୋ ପାଇଁ ଗୋଟେ ବଢିଆ gift ପଠେଇବ l 

ଦୀପକ ବାବୁ- ଆରେ ବାଃ...ସୁନ୍ଦର କଥା...କିନ୍ତୁ ଏପଟେ ଦେଖ ପ୍ରତୀକ uncle ,ନମସ୍କାର କର୍ l 

ଜୀତ୍- ନମସ୍କାର uncle, ମୁଁ ସକାଳେ ଖେଳିବା ବେଳେ ଆପଣଙ୍କୁ ଦେଖିଛି, ଆପଣଙ୍କ ମାଆ କୋଉଠି ରହନ୍ତି ଆଉ ସେ ଆପଣଙ୍କୁ gift ଦିଅନ୍ତି କି ନାହିଁ?

ମୁଁ- ମୋ ମାଆ କଥା କଣ ଆଉ କହିବି, ଦୂର ଶାଳବଣ ରେ ସେ ରହେ,ସଭିଙ୍କ ହୃଦୟର ଅକୁହା କଥା କୁ ବୁଝିପାରେ l ଯିଏ ଯେତେ ଦୁଃଖ ରେ ଥିଲେ ବି ତାକୁ ଥରେ ଦେଖିଦେଲେ ସବୁ ଦୁଃଖ ଉଭେଇ ଯାଏ l ଆଉ ଉପହାର ସ୍ବରୂପ ସେ ବର୍ଷକୁ ଥରେ ଆସେ ଚଇତି ମେରୁ ସାଜି ଘୋଡାରେ ଚଢି l ସେ ଘୋଡ଼ା ଅଧରାତି ରେ ଆସି ମୋ ମନ୍ଦାର ଗଛ ପାଖେ ଠିଆ ହୋଇ କହେ-"ତୋର ସବୁ ଦୁଃଖ ମୋର,ମୋର ସବୁ ସୁଖ ତୋର"



Rate this content
Log in

More oriya story from Dr Prateek kumar Pahi

Similar oriya story from Tragedy