Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Dr Prateek kumar Pahi

Drama Crime


4.0  

Dr Prateek kumar Pahi

Drama Crime


ଖଇରି ଲୋ ଖଇରି

ଖଇରି ଲୋ ଖଇରି

18 mins 226 18 mins 226


ବାଳୁତ ସୂର୍ଯ୍ୟଙ୍କ କୋମଳ ସ୍ପର୍ଶ ରେ ସସ୍ମିତା ର ନିଦ ଭାଙ୍ଗିଲା, ହାତ ଘଣ୍ଟାରେ ଦେଖିଲା ସମୟ 6 ଟା ବାଜିଲାଣି l side ରେ ସାନଭାଇ ଦିବ୍ୟ କାନରେ ear phone ଦେଇ ନିଘୋଡ ନିଦରେ ଶୋଇ ଯାଇଛି l କିନ୍ତୁ ରାସ୍ତା ଫାଙ୍କା ଥିବାରୁ driver ଗାଡିକୁ ପୁରା 80 ପାଖାପାଖି speed ରେ ନେଉଛି l Actually ସସ୍ମିତା ର posting ହେଇଛି ଯଶିପୁର range ରେ ଆଉ post ହେଲା- assistant conservator of forests(ACF) l ଦୁଇଦିନ ପରେ ତା'ର joining ଅଛି,ତେଣୁ ସବୁ ଜିନିଷ ଧରି ସାନଭାଇ ସାଥେ ପୁର୍ବଦିନ ରାତିରୁ ସେ bbsr ଛାଡ଼ିଲାଣି l ଯଦିଓ ତାଙ୍କ home town ଭଦ୍ରକ ଜିଲ୍ଲାରେ, କିନ୍ତୁ ସେମାନେ bbsr ରେ ଘର କରି ରହୁଛନ୍ତି l ସସ୍ମିତାର ବାପା ranger ଥିଲେ,ତେଣୁ ସସ୍ମିତା ର ପିଲାଦିନ କେନ୍ଦୁଝର ଓ ସୁନ୍ଦରଗଡ ଭିତରେ ହିଁ କଟିଛି l ସେଥିପାଇଁ ତା'ର forest & wild life ପ୍ରତି ବହୁତ ଦୁର୍ବଳତା ତେଣୁ ସେ veterinary graduate ହୋଇଥିଲେ ମଧ୍ୟ forest department job କୁ target କଲା l ତା ମତରେ ସେ forest department ରେ ରହିଲେ ବିଭିନ୍ନ ବନ୍ୟଜନ୍ତୁଙ୍କୁ treatment କରିପାରିବ, ମାତ୍ର veterinary field job ରେ once ଗଲେ wild life ସହ exposure ଅନେକ ପରିମାଣରେ କମିଯିବ l ତେବେ ସେ ଯାହା ହେଉ ନା କାହିଁକି ବାପାଙ୍କ ମନ ଭାରି ଖୁସି ଝିଅ ପାଇଁ, ତାଙ୍କ ଉପର rank officer ଯେହେତୁ ହେଇଛି l ଦିବ୍ୟ mbbs ପଢୁଛି ବାରିପଦା medical college ରେ( 3rd yr ) ଆଉ ଏବେ ତା'ର semester break ଥିବାରୁ ଦିଦି ସହିତ ଆସିଛି କିଛି ଦିନ ଯଶିପୁର ରେ ରହି ଦିଦି କୁ settle କରେଇ ସାରି ବାରିପଦା ଫେରିଯିବ l ଏହା ଭିତରେ ସେମାନେ କରଞ୍ଜିଆ ସହର ଅତିକ୍ରମ କରିସାରି ଖିଚିଂ ଆଡେ ଅଗ୍ରସର ହେଲେଣି l ସସ୍ମିତାର ଇଚ୍ଛା ଚାକିରୀ ରେ join କରିବା ପୁର୍ବରୁ ମାଆଙ୍କୁ ଦର୍ଶନ କରି ଶୁଭ ମେଲାଣି ଭିକ୍ଷା କରିବ l ମାତୃଶକ୍ତି ରେ ତା'ର ଅଖଣ୍ଡ ବିଶ୍ବାସ, ଜୀବନରେ ଶାନ୍ତି ତଥା ମୁକ୍ତି ନିମନ୍ତେ ମାତୃକୃପା ଯେ ଅପରିହାର୍ଯ୍ୟ ଏକଥା ସେ ଭଲ ଭାବେ ଜାଣେ l ସେ ଆଗରୁ ମଧ୍ୟ ଥରେ ଦି'ଥର ଖିଚିଂ ଆସିଛି କେନ୍ଦୁଝର ରେ ଥିବା ସମୟରେ କିନ୍ତୁ ସିଏ ପାଖାପାଖି 15 ବର୍ଷ ତଳେ, ସେଥିପାଇଁ ତା ମନରେ ଉତ୍ସୁକତା ଭରି ରହିଛି l Dept ତରଫରୁ ଖିଚିଂ ପାନ୍ଥ ନିବାସ ରେ ତାଙ୍କର fresh ହେବା ପାଇଁ ସମସ୍ତ ବ୍ୟବସ୍ଥା କରା ଯାଇଛି l କ୍ରମେ ମୁଗୁନି ପଥର କାମ ର ଶବ୍ଦ ସସ୍ମିତାର କର୍ଣ୍ଣ ଗୋଚର ହେଲା!!!..


  କିରେ ଟୋକା ଖିଚିଂ ପହଞ୍ଚିଲା ଉଠ୍‌ - ସସ୍ମିତା ଦିବ୍ୟ କୁ ନିଦରୁ ଉଠେଇଲା l ଦିବ୍ୟ ର ନିଦ ଜମା ଏତେ ଶୀଘ୍ର ଭାଙ୍ଗେନି, ହେଲେ କଣ କରିବ ଭିଡ଼ି ମୋଡି ହେଇ କଷ୍ଟେ ମଷ୍ଟେ ଉଠିଲା l ଅଳ୍ପ ସମୟ ମଧ୍ୟରେ ସେମାନେ ପାନ୍ଥ ନିବାସ ରେ ଗାଧୁଆପାଧୁଆ ସାରି ମାଆଙ୍କ ଦର୍ଶନ ପାଇଁ ମନ୍ଦିର ଆଡ଼େ ଆଗେଇଲେ l ଭୋଗ ଦୋକାନୀ ନଡିଆ ,କଦଳୀ, ଉଖୁଡ଼ା ,ନାଲି ଶାଢୀ ,ସିନ୍ଦୁର, ଶଙ୍ଖା, ଗୁଆ, ଅରୁଆ ଚାଉଳ, ମନ୍ଦାର ଫୁଲ, ଧୂପ, ଦୀପ ରଖି ଖୁବ୍ ସୁନ୍ଦର ଭାବେ ଡାଲା ସଜାଡ଼ି ଦେଲା l ତାକୁ ଧରି ଖୁସି ମନରେ ଭାଇ ଭଉଣୀ ମନ୍ଦିର ଫାଟକ ରେ ପ୍ରବେଶ କଲେ ଆଉ ଦେଖିଲେ କଳା ମଚମଚ ବିରାଟ ବଡ଼ ଦେଉଳ ଟିଏ ପୁଣି ଅଙ୍ଗେ ଅଙ୍ଗେ ମୁଗୁନି ପଥର କାମ l ମନ୍ଦିରର ନିର୍ମାଣ ଶୈଳୀ ସମ୍ପୂର୍ଣ୍ଣ ଭାବେ ଭୁବନେଶ୍ବର ର ଲିଙ୍ଗରାଜ ମନ୍ଦିର ତଥା ପୁରୀ ମନ୍ଦିର ସହିତ ସମାନ ଯାହାକି 'ଉତ୍କଳୀୟ ରେଖା' ନାମରେ ପରିଚିତ l ପୌରାଣିକ ବିଷୟବସ୍ତୁ କୁ ଲକ୍ଷ୍ୟ କଲେ ଜଣାପଡ଼େ ଯେ ମାଆ କିଚକେଶ୍ବରୀ ହେଉଛନ୍ତି ସ୍ବୟଂ ଚାମୁଣ୍ଡା ଦେବୀ ଙ୍କ ମୂର୍ତ୍ତୀମନ୍ତ ବିଗ୍ରହ, ଆଉ ଚାମୁଣ୍ଡା ଦେବୀ ହେଉଛନ୍ତି ମାତା ପାର୍ବତୀଙ୍କର ସର୍ବ ପ୍ରାଚୀନ ରୂପ l ଚଣ୍ଡ ଓ ମୁଣ୍ଡ ନାମକ ଦୁଇ ଦୈତ୍ୟଙ୍କୁ ବଧ କରିଥିବାରୁ ଦେବୀଙ୍କ ନାମ ଚାମୁଣ୍ଡା l ତେବେ ଚାମୁଣ୍ଡା ଦେବୀ ହେଉଛନ୍ତି ସପ୍ତ ମାତୃକାଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରିଣୀ l ଓଡ଼ିଶାର ଦୁଇଟି ଶକ୍ତିପୀଠ ରେ ମାତା ଚାମୁଣ୍ଡା ଦେବୀ ରୂପେ ପୂଜା ପାଉଛନ୍ତି, ତନ୍ମଧ୍ୟରୁ ଗୋଟିଏ ଖିଚିଂ ଓ ଅନ୍ୟଟି ବାଙ୍କୀ ମୁହାଣ ରେ ଥିବା ମା' ଚର୍ଚ୍ଚିକା ଦେବୀପୀଠ l ମହାଭାରତ ଯୁଗରେ ବିରାଟ ଗଡ ଓ କୀଚକ ଗଡ ନାମରେ ଦୁଇଟି ଗଡ ଖିଚିଂ ନିକଟରେ ଥିଲା ଆଉ କୀଚକ ଗଡ଼ର ରାଜା କୀଚକ ଙ୍କ ଇଷ୍ଟଦେବୀ ଥିଲେ ମାଆ କିଚକେଶ୍ବରୀ l ପରବର୍ତ୍ତୀ କାଳରେ ଭଞ୍ଜ ରାଜବଂଶର ରାଜଧାନୀ ଯେତେବେଳେ ଖିଚିଂ ଥିଲା, ମାଆ ମୟୁରଭଞ୍ଜ ରାଜପରିବାର ର କୁଳଦେବୀ ହୋଇଥିଲେ l ମାଆଙ୍କ ପ୍ରଥମ ମନ୍ଦିର ଖ୍ରୀଷ୍ଟାବ୍ଦ 920-925 ମଧ୍ୟରେ ନିର୍ମିତ ହୋଇଥିଲା, ମାତ୍ର ବାହ୍ୟଶତୃ ଆକ୍ରମଣ ତଥା କିଛି ଭୌଗଳିକ କାରଣ ହେତୁ ସମୟ କ୍ରମେ ମନ୍ଦିରଟି ଭାଙ୍ଗିରୁଜି ଯାଇଥିଲା l ଆଜି ଯେଉଁ ସୁରମ୍ୟ ଦେଉଳ ଆମେ ଦେଖି ପାରୁଛେ ତାହା 1935-1942 ମସିହା ମଧ୍ୟରେ ତତ୍କାଳିନ ରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଓ ତାଙ୍କ ପୁତ୍ର ପ୍ରତାପଚନ୍ଦ୍ର ଭଞ୍ଜଦେଓ ଙ୍କ ଆପ୍ରାଣ ପ୍ରଚେଷ୍ଟା ରେ ପୁନଃ ନିର୍ମାଣ କରା ଯାଇଛି l ବିରାଟ ଗଡ,କୀଚକ ଗଡ ତଥା ଭଗ୍ନ ମନ୍ଦିରରୁ ଖନନ ପରେ ମିଳିଥିବା ଅନେକ କୀର୍ତ୍ତିରାଜି ଏବେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ବାରା ମନ୍ଦିର ହତା ଭିତରେ ଥିବା ଏକ ସଂଗ୍ରହାଳୟ ରେ ସୁରକ୍ଷିତ l ମାଆଙ୍କ ଅପୂର୍ବ ଦର୍ଶନ କରି ସସ୍ମିତା ଓ ଦିବ୍ୟ ନିକଟସ୍ଥ ଗ୍ରାମ କେସନା କୁ ଗଲେ ଆଉ ମୁଗୁନି ପଥର କାରିଗର ମାନଙ୍କ ବିଚିତ୍ର କଳାଚାତୁରୀ ଦେଖି ଅଭିଭୂତ ହୋଇ ପଡ଼ିଲେ l ଏହାପରେ ପାନ୍ଥ ନିବାସ ରେ breakfast ସାରି ସେମାନେ ବାହାରିଲେ ସବୁଜିମା ର ସହର ଯଶିପୁର ଅଭିମୁଖେ , ଯେଉଁ ସହର ଆଜି ବି ସାଇତି ରଖିଛି କୁନି ବାଘୁଣି ଖଇରି ର ସ୍ମୃତି ସବୁକୁ l...


   ଯଶିପୁର ସହରଟି ସେତେ ବଡ଼ ହୋଇନଥିଲେ ମଧ୍ୟ ଓଡ଼ିଶା ମାନଚିତ୍ର ରେ ଗୋଟାଏ ଜଣାଶୁଣା ଜାଗା l ଶିମିଳିପାଳ ର entry gate, ବାଘରାଣୀ ଖଇରି ଏବଂ 'ରାମତୀର୍ଥ' କୁମ୍ଭୀର ପ୍ରକଳ୍ପ ପାଇଁ ଏହା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ସାରା ଭାରତରେ l ତେବେ ରାମତୀର୍ଥ ରେ ରହିଛି Mugger crocodile breeding centre ଯେହେତୁ IUCN red list ମତରେ ଏହା ଏକ vulnerable species, ତେଣୁ Wildlife protection Act 1972 ଅନୁସାରେ ଏଠାରେ ହିଁ ଆରମ୍ଭ ହେଲା 'Project-Mugger', ପୁଣି ଏହା ହେଉଛି ଭାରତର ଏକମାତ୍ର crocodile park l ରାମତୀର୍ଥ ନାମକରଣ ର ବିଶେଷତ୍ୱ ହେଉଛି - ତ୍ରେତୟା ଯୁଗରେ ଶ୍ରୀରାମଙ୍କ ବନବାସ କାଳରେ ଶ୍ରୀରାମ,ଲକ୍ଷ୍ମଣ ଏବଂ ମାତା ସୀତା ଏହି ସ୍ଥାନରେ କିଛି ଦିନ ଅତିବାହିତ କରିଥିଲେ l ମାତା ସୀତା ସେଠାରେ ବହି ଯାଇଥିବା ଖଇରି ନଦୀରେ ନିଜର ମୁଖ ତଥା ପାଦ ପ୍ରକ୍ଷାଳନ କରି ଏକ ପ୍ରସ୍ତର ଚଟାଣ ଉପରେ ବସିଥିଲେ, ସେହି ଜାଗାରେ ଆଜି ମନ୍ଦିର ନିର୍ମାଣ କରାଯାଇ ଯଥାବିଧି ପୂଜା କରାଯାଉଛି l କିନ୍ତୁ ଏହି ସ୍ଥାନର ସୌନ୍ଦର୍ଯ୍ୟ କୁ ଦ୍ୱିଗୁଣିତ କରୁଛି ଖଇରି ଓ ଭଣ୍ଡନ ନଦୀର ସଙ୍ଗମସ୍ଥଳ l ପଥୁରିଆ ଚଟାଣରେ ନଦୀ ଦୁଇଟି ମିଶିବା ପରେ ଗୋଟିଏ ନଦୀରେ ପରିଣତ ହୋଇଛନ୍ତି ଆଉ ଅନ୍ଧମୁହାଣି ସାଜି କୁଳୁ କୁଳୁ ନାଦରେ ଶିମିଳିପାଳ ଭିତରକୁ ପଶି ଯାଇଛନ୍ତି, ସ୍ଥାନୀୟ ଲୋକେ ତାଙ୍କୁ 'ଖଇରି-ଭଣ୍ଡନ୍‌' ବୋଲି କହନ୍ତି l ମକର ସଂକ୍ରାନ୍ତି ତିଥିରେ ଏଠାରେ ଯାତ୍ରା ଲାଗେ ଓ ସ୍ଥାନଟି ଉତ୍ସବ ମୁଖର ହୁଏ, ଯେହେତୁ ସେ ଅଞ୍ଚଳରେ ମକର ଏକ ଗଣପର୍ବ ରୂପେ ପ୍ରସିଦ୍ଧ l ଏହି ପର୍ବରେ କୁଡୁମୀ ସମ୍ପ୍ରଦାୟର 'ଟୁସୁ ମେଲଣ' ଏକ ନିଆରା ପରମ୍ପରା, ଯେଉଁଥିରେ ସେ ସମ୍ପ୍ରଦାୟର ସ୍ତ୍ରୀ ଲୋକମାନେ ଟୁସୁ ଦେବୀଙ୍କ ମୂର୍ତ୍ତୀ ଗୋଟିଏ ସପ୍ତାହ ଧରି ଘରେ ସ୍ଥାପନ କରି ଧୂପ ଦୀପ ଦେଇ ପୂଜା କରନ୍ତି l ପର୍ବର ଅନ୍ତିମ ଦିନରେ ଟୁସୁ ମୂର୍ତ୍ତୀ ଗୁଡ଼ିକର ମେଲଣ ହୁଏ l ଗ୍ରାମର କୌଣସି ଶିବ ମନ୍ଦିର ଚାରିପାଖେ ତିନିଥର ପରିକ୍ରମା ପରେ ମାତାଙ୍କୁ ପୁଷ୍କରିଣୀ ରେ ବିସର୍ଜ୍ଜନ କରାଯାଏ l କହିବାକୁ ଗଲେ ଟୁସୁ ଦେବୀ ଥିଲେ ସେହି ସମ୍ପ୍ରଦାୟ ର ଜଣେ ଝିଅ, ଯିଏ କି ଆଲ୍ଲା ଉଦ୍ଦିନ୍ ଖିଲିଜି ଆକ୍ରମଣ ସମୟରେ ମୋଗଲ ମାନଙ୍କ ସମ୍ମୁଖ ରେ ନିଜ ଇଜ୍ଜତ ରକ୍ଷା କରିବା ପାଇଁ ପୋଖରୀ କୁ ଡେଇଁ ପ୍ରାଣ ବିସର୍ଜ୍ଜନ କରିଥିଲେ l ସେହି ଆଦର୍ଶ ତଥା ଗୌରବମୟ ଇତିହାସ କୁ ବଞ୍ଚେଇ ରଖିବାର ଏହି ପ୍ରୟାସ ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ l...


   ସସ୍ମିତା ଓ ଦିବ୍ୟ ଯଶିପୁର ପହଞ୍ଚିବା ବେଳକୁ ଦିନ 10:30 ପାଖାପାଖି ସମୟ ହେଲାଣି l ଗାଡିରୁ ଓହ୍ଲେଇବା ବେଳେ ସସ୍ମିତା ଦିବ୍ୟ କୁ ପଚାରିଲା- କଣ hero ଯଶିପୁର ପସନ୍ଦ ଆସୁଛି ତ? ଦିବ୍ୟ କହିଲା- ଏଥିରେ ଆଉ doubt ଅଛି, its really beautiful କିନ୍ତୁ 1month ଯେତେବେଳେ ରହିବି ଭଲ gym ଟିଏ ମିଳିଗଲେ ମୋର ଆଉ କିଛି ଦରକାର ନାହିଁ l ଭାବନ୍ତୁ ମିଳିଗଲା- କହି ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ସେଠାରେ ପହଞ୍ଚିଲେ l ସସ୍ମିତା କହିଲା- ମୁଁ ଯଦି ଭୁଲ୍ ନୁହେଁ ତେବେ ଆପଣ ନିଶ୍ଚିତ ମୋର care taker cum PA? ନମସ୍କାର madam, ପୁରା ଠିକ୍ ଧରିଲେ, myself ଅତନୁ ନାୟକ, କିନ୍ତୁ ଆପଣ ମତେ ଦେଖୁ ଦେଖୁ ଚିହ୍ନିଦେଲେ କେମିତି? ସବ୍ୟସାଚୀ ସାର୍(field director, ଶିମିଳିପାଳ) ମତେ call କରି ଆପଣଙ୍କ କଥା କହୁଥିଲେ ଆଉ ବହୁତ ପ୍ରଶଂସା ବି କରୁଥିଲେ ପୁଣି ଆପଣଙ୍କ ହାତରେ flower bouquet ଦେଖି ଗୋଟେ ପ୍ରକାର sure ହେଇଗଲି l ଦେଖନ୍ତୁ କଥା କଥାରେ ମୁଁ ଆପଣଙ୍କୁ bouquet ଦେବାକୁ ପୁରା ଭୁଲି ଯାଇଛି madam, A grand welcome to ଯଶିପୁର- ଅତନୁ excited ହୋଇ କହିଲେ l ଏଠି ଆପଣଙ୍କ କିଛି problem ହବନି ସବୁ ମୁଁ handle କରିଦେବି, ଆଉ ଦିବ୍ୟ ବାବୁଙ୍କୁ କାଲି ସୁଦ୍ଧା gym join କରେଇ ଦେବି l Ok madam, ଆପଣ ଟିକେ rest ନିଅନ୍ତୁ ତା ପରେ ଯିବା ଯଶିପୁର ଡାକ ବଙ୍ଗଳା, ଆଜିର lunch arrangement ସେଇଠି ହେଇଛି l ସସ୍ମିତା ଆଶ୍ଚର୍ଯ୍ୟ ହୋଇ କହିଲା- wow! Its a pleasant surprise! ମତେ ସବ୍ୟସାଚୀ ସାର୍ ଏ ବିଷୟରେ କିଛି ବି କହି ନାହାନ୍ତି l ଅତନୁ ହସି ହସି କହିଲା- ସାର୍ ସବୁବେଳେ ସେମିତି, ଭାରି ଖୁସି ମିଜାଜ୍ ର ଲୋକ l ଠିକ୍ ଅଛି mam ଆପଣ rest କରନ୍ତୁ ମୁଁ ଆପଣଙ୍କ ଜିନିଷ ପତ୍ର ରଖେଇ ବାର ବ୍ୟବସ୍ଥା କରୁଛି 12 ଟା ରେ ଗାଡି ଆସିବ ଆମେ ବାହାରିବା l ଏହାପରେ ସସ୍ମିତା ଓ ଦିବ୍ୟ କିଛି ସମୟ rest ନେଲା ପରେ ଡାକ ବଙ୍ଗଳା ଆଡେ ଅଗ୍ରସର ହେଲେ, ଯାହାକି ଦିନେ ଖଇରି ର ନିବାସ ଥିଲା l ସେଠାରେ Mr ସବ୍ୟସାଚୀ ଆଉ range officer Mr ସମ୍ବିତ, ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଲେ ଆଉ dining ଆଡ଼କୁ ପାଛୋଟି ନେଲେ l Lunch ସରିବା ପରେ ସବ୍ୟସାଚୀ ପଚାରିଲେ- lunch କେମିତି ଥିଲା ସସ୍ମିତା madam? ବହୁତ୍ yummy ସାର୍- ସସ୍ମିତା କହିଲେ l ତା ପରେ ସବ୍ୟସାଚୀ ପୁଣି କହିଲେ- କାଲି ଆପଣଙ୍କ joining, ତେଣୁ ଚହଲା forest rest house ରେ ଗୋଟେ welcome party ଅଛି, so ଆପଣ Mr ସମ୍ବିତ ଙ୍କ ସହିତ ସେଠାରେ ଠିକ୍ 12ta ସୁଦ୍ଧା ପହଞ୍ଚି ଯିବେ l ଆଉ ଶିମିଳିପାଳ ର କିଛି କିଛି ଅଂଶ କାଲିଠୁ ଦେଖିବା start କରନ୍ତୁ, ଆପଣଙ୍କୁ ecotourism ଦାୟିତ୍ବ ବି ନେବାର ଅଛି l ଯେହେତୁ ଆଜିକାଲି ଲୋକେ wilderness experience ପାଇଁ ଅତ୍ୟନ୍ତ ଆଗ୍ରହୀ ତେଣୁ coming tourist season ରେ ଆମେ ତାଙ୍କୁ feel କରେଇବା actual aesthetic value of biodiversity!!!!...


   ସସ୍ମିତା ଉତ୍ତର ଦେଲା- ନିଶ୍ଚିତ ସାର୍, ମୁଁ ସମ୍ପୂର୍ଣ୍ଣ ଚେଷ୍ଟା କରିବି ମୋ କର୍ତ୍ତବ୍ୟ ସମ୍ପାଦନ କରିବାକୁ, ଆପଣଙ୍କୁ ଜମା ବି ନିରାଶ ହେବାକୁ ପଡ଼ିବ ନାହିଁ l ଏହାପରେ ସବ୍ୟସାଚୀ ସାର୍ ସେଠାରୁ ବିଦାୟ ନେଲେ ଆଉ ସସ୍ମିତା କୁ ପୁରା ଖଇରି ନିବାସ ବୁଲେଇ ଦେଖେଇବା ପାଇଁ ସମ୍ବିତ କୁ କହିଲେ l ସେ ଘରସବୁ ଦେଖିବା ସମୟରେ ସସ୍ମିତା କୁ ଏମିତି ଲାଗୁଥାଏ ଯେମିତି ଖଇରି ଆଜି ବି ବଞ୍ଚିଚି, କୋଣ ଅନୁକୋଣ ରେ ତା ଚିର ସବୁଜ photo ସବୁକୁ ଦେଖି ସସ୍ମିତା କିଛି କ୍ଷଣ ପାଇଁ ଚାଲିଗଲା ଦୀର୍ଘ 50 ବର୍ଷ ତଳକୁ - 

ଦିନେ ମା' ବାଘୁଣି ଟିଏ ତା'ର ତିନୋଟି ଶାବକଙ୍କୁ ସାଥିରେ ଧରି ଖଇରି ନଦୀ କୁ ପାଣି ପିଇବା ପାଇଁ ଆସିଥିଲା,ମାତ୍ର ସେ ରାସ୍ତା ଦେଇ ଖଡ଼ିଆ ଜନଜାତି ର କିଛି ଲୋକ ଆସିବା କାରଣରୁ ସେ ଦୁଇଟି ଛୁଆଙ୍କୁ ନେଇ ଜଙ୍ଗଲ ଭିତରକୁ ଦଉଡ଼ିଲା,ତୃତୀୟ ଛୁଆଟି ଅତ୍ୟନ୍ତ ଦୁର୍ବଳ ଥିବାରୁ ମା' ସହିତ ଯାଇ ପାରିଲାନି l ଖଡ଼ିଆ ଲୋକେ ସେ ବାଘଛୁଆ ଟିକୁ ନେଇ ସରୋଜ ରାଜ ଚୌଧୁରୀଙ୍କ ଜିମା ଦେଲେ,କାରଣ ସେ ସେତେବେଳେ similipal tiger reserve ର field director ଥିବା ସହ 1973 ରେ ଆରମ୍ଭ ହୋଇଥିବା 'Project tiger' ର head ଥିଲେ l ସେ ହିଁ ଥିଲେ ଓଡ଼ିଶାର ପ୍ରଥମ forest conservator l କୁନି ବାଘୁଣି ର ନାମ 'ଖଇରି' ସେ ହିଁ ରଖିଲେ, ଖଇରି ତଟ ରୁ ମିଳିବା କାରଣରୁ l ତେବେ ତାଙ୍କ ପତ୍ନୀ ନିହାର ନଳିନୀ ଦେବୀଙ୍କ ସହ ମିଶି ସରୋଜ ବାବୁ ଖଇରି କୁ ବହୁତ ଗେଲ ବସର ରେ ବଡ଼ କଲେ ନିଜ ଝିଅ ପରି, କାରଣ ତାଙ୍କର ନିଜ ପିଲାପିଲି ନଥିଲେ l ସେ tiger behavior ଆଉ pheromones ଉପରେ ଅନେକ ଗବେଷଣାତ୍ମକ ଉପାଦେୟ ତଥ୍ୟ ନିଜର ବହି 'khairi-The beloved tigress' ରେ ଲେଖି ଯାଇଛନ୍ତି l 

Tiger census ପାଇଁ 'Pug mark technique' ପ୍ରଦାନ କରି ସେ ସାରା ଭାରତରେ ପ୍ରସିଦ୍ଧି ଲାଭ କରିଥିଲେ l ଯେଉଁ technique ଅନୁସାରେ ପ୍ରଥମେ ଜଙ୍ଗଲ ଭିତର ରାସ୍ତାକୁ 2cm ର ପତଳା ବାଲି ଦେଇ ଢାଙ୍କି ଦିଆଯାଏ, ସେଥିରେ ବନ୍ୟଜନ୍ତୁଙ୍କ pug mark ଖୁବ୍ ଭଲ ଭାବେ ରହିଯାଏ,ଯାହାକୁ 'Pug impression pad' କୁହାଯାଏ l ଏହାପରେ 25/30 cm ର ଏକ glass plate ଆଣି ସେଥିରେ pug mark ର outline ନିଆଯାଏ,ତାହା 'tiger tracer' ନାମରେ ଜଣାଶୁଣା l ଏହି technique ପ୍ରଥମେ 1972 ମସିହାରେ All India tiger census ରେ ବ୍ୟବହାର ହୋଇଥିଲା l ଦେଶ ବିଦେଶରୁ ଖଇରି କୁ ଦେଖିବା ଲାଗି ପର୍ଯ୍ୟଟକଙ୍କ ସୁଅ ଛୁଟୁଥିଲା, ଆଉ ଶିମିଳିପାଳ ପାଇଥିଲା ଏକ ଅନନ୍ୟ ପରିଚୟ l 1983 ମସିହାରେ ସରୋଜ ବାବୁ ଭାରତ ସରକାରଙ୍କ ଦ୍ବାରା "ପଦ୍ମଶ୍ରୀ" ସମ୍ମାନ ପାଇଲେ ମାତ୍ର ତାଙ୍କ ଖୁସି ବେଶୀ ଦିନ ରହିଲା ନାହିଁ, ଖଇରି rabies ରେ ପୀଡ଼ିତା ହୋଇ ମୃତ୍ୟୁ ମୁଖରେ ପଡ଼ିଲା ଆଉ ଅଳ୍ପ ଦିନରେ ସରୋଜ ବାବୁ ମଧ୍ୟ ତାକୁ ଝୁରି ଝୁରି ଶେଷ ନିଶ୍ବାସ ତ୍ୟାଗ କଲେ l ଖଇରି ଯୌବନ ଅବସ୍ଥା କୁ ଆସିଥିବାରୁ ସରୋଜ ବାବୁ ତା ପାଇଁ ଅଣ୍ଡିରା ବାଘଟିଏ ଖୋଜୁଥିଲେ,ତାଙ୍କର ବହୁତ ଇଚ୍ଛା ଥିଲା ଖଇରିର ଛୁଆଙ୍କୁ ମଧ୍ୟ ପାଳିବା ପାଇଁ, ମାତ୍ର ସେ ସ୍ବପ୍ନ ସବୁ ସ୍ୱପ୍ନରେ ରହିଗଲା l ଏହି ସବୁ ମଧୁର ସ୍ମୃତି କୁ ପାଥେୟ କରି କଟକର କୌଣସି ଏକ ବୃଦ୍ଧାଶ୍ରମ ରେ ନିଜର ଶେଷ ଜୀବନ ଅତିବାହିତ କରୁଛନ୍ତି ନିହାର ନଳିନୀ ଦେବୀ l କିନ୍ତୁ ସ୍ବଳ୍ପ ସମୟ ମଧ୍ୟରେ ସରୋଜ ବାବୁ ବାଘ-ମଣିଷ ଭିତରେ ଯେଉଁ ଅନାବିଳ ସ୍ନେହ ର ନିଦର୍ଶନ ଦେଖେଇଲେ ତାହା ସାରା ବିଶ୍ବରେ ବିରଳ l..


   ତହିଁ ଆରଦିନ ସକାଳୁ ସସ୍ମିତା ଶୀଘ୍ର ଶୀଘ୍ର ready ହେଇଗଲା, ଅଳ୍ପ ସମୟ ମଧ୍ୟରେ ସମ୍ବିତ ଆସି ପହଞ୍ଚିଲା ଆଉ କହିଲା- madam ଚାଲନ୍ତୁ, ଆଜି ଆପଣଙ୍କର joining ପୁଣି first ଶିମିଳିପାଳ visit , so its a spcl day l ନିଶ୍ଚୟ ସମ୍ବିତ, ତା ହେଲେ ଆମେ ପ୍ରଥମେ କୁଆଡ଼େ ଯିବା?-ସସ୍ମିତା ପଚାରିଲା l ସମ୍ବିତ କହିଲା- ଗୁଡୁଗୁଡିଆ nature camp ,ଉସ୍କି ,

ବରେହି ପାଣି ଓ ଯୋରନ୍ଦା ଜଳପ୍ରପାତ ହେଇ ଚହଲା forest rest house l ଠିକ୍ ଅଛି ଚାଲ ତାହେଲେ ଆଉ late କରିବାନି- କହି ସସ୍ମିତା ଗାଡ଼ିରେ ବସିଲା l ଧୀରେ ଧୀରେ ସେମାନେ ତନଖି ଫାଟକ ଡେଇଁ national park ମଧ୍ୟକୁ ପ୍ରବେଶ କଲେ l ତେବେ ଶିମୁଳି ଗଛର ପ୍ରାଚୁର୍ଯ୍ୟ ହେତୁ ଶିମିଳିପାଳ ନାମକରଣ କରା ଯାଇଥିବା ମନେହୁଏ, ଏହା ବର୍ତ୍ତମାନ UNESCO ଦ୍ବାରା biosphere reserve ମାନ୍ୟତା ପାଇଛି l ମହାବଳ ବାଘ, ହାତୀ, ହରିଣ, ଚୌଶିଙ୍ଘା, କୁଟ୍ରା, ବାରହା, ଝିଙ୍କ ତଥା ବଜ୍ରକାପ୍ତା ପରି ବନ୍ୟଜନ୍ତୁ ଏଠାରେ ବହୁଳ ଭାବେ ଦେଖାଯାନ୍ତି l କିଛି ସମୟ ମଧ୍ୟରେ ସେମାନେ ଗୁଡୁଗୁଡିଆ nature camp ରେ ପହଞ୍ଚିଲେ, ଯାହାକି ଗୋଟିଏ ସୁନ୍ଦର hill station ଭଳି ପ୍ରତୀତ ହୁଏ l ସେଠାରେ tourist ମାନଙ୍କ ରାତ୍ରି ଯାପନ ନିମନ୍ତେ ବେଶ୍ କେତେ ଗୁଡ଼ିଏ eco-cottages ମଧ୍ୟ ନିର୍ମିତ ହୋଇଛି l ସେ ସ୍ଥାନର ମୁଖ୍ୟ ଆକର୍ଷଣ ହେଲା elephant safari, jungle trekking ଆଉ ତା ସହ ମନଲୋଭା orchidarium l ସେହି orchid garden ରେ ବିଶ୍ବର ଦୁଇଟି ବିରଳ orchid ଦେଖିବାକୁ ମିଳେ, ସେଗୁଡ଼ିକ ଯଥାକ୍ରମେ- ଏରିଆ ମେଘସିନମ୍ ଓ ବଲବୋ ଫାଇଲମ୍ ପାଣିଗ୍ରାହୀନମ୍‌ l ଏହାପରେ ସେମାନେ ଉସ୍କି ଓ ବରେହି ପାଣି ଜଳପ୍ରପାତ ଦୁଇଟି ଦେଖିଲେ l ତେବେ ବରେହି ପାଣି ହେଉଛି ଭାରତର ଦ୍ବିତୀୟ ବୃହତ୍ତମ ଜଳ ପ୍ରପାତ, ମେଘାସନୀ ନାମକ ସୁଉଚ୍ଚ ପର୍ବତ ଶିଖର ଦେଶରୁ ତଳକୁ ଲମ୍ଫ ଦେଉଛି ପ୍ରପାତ ଟି ଏବଂ ବରେହି ର ଅର୍ଥ ହେଉଛି ଦଉଡ଼ି, ଏହାର ଆକାର ପ୍ରାୟତଃ ସେମିତି l ତା ପରେ ସେମାନେ ଯୋରନ୍ଦା ଜଳପ୍ରପାତ ଆଡେ ଅଗ୍ରସର ହେଲେ ଆଉ ଏତେ ସବୁ ସୌନ୍ଦର୍ଯ୍ୟ ଗୋଟିଏ ଜାଗାରେ ଠୁଳ ଥିବା ଦେଖି ସସ୍ମିତା ର ଆନନ୍ଦ କହିଲେ ନ ସରେ l ଯୋରନ୍ଦା ଜଳପ୍ରପାତ ନିକଟରେ ଏକ salt lick ରହିଛି, ଯାହାକି ବନ୍ୟଜନ୍ତୁଙ୍କ mineral requirements fulfil କରେ l ପରିଶେଷ ରେ ସେମାନେ ଚହଲା forest rest house ନିକଟରେ ଉପନୀତ ହେଲେ, ଯାହାକି ଦିନେ ମୟୁରଭଞ୍ଜ ରାଜପରିବାର ର hunting ground ରୂପେ ପ୍ରସିଦ୍ଧ ଥିଲା l royal family ର ଲୋକେ ସେତେବେଳେ recreation ପାଇଁ trophy ବା sport hunting ଭଳି wild game କୁ ବହୁତ ପସନ୍ଦ କରୁଥିଲେ l...


  ଚହଲା ରେ ପହଞ୍ଚିଲା ବେଳକୁ ସମୟ ପ୍ରାୟ 12:30 ହେଇଯିବ l ତେବେ dept ତରଫରୁ ସସ୍ମିତାର welcome ceremony ପାଇଁ ବହୁତ ସୁନ୍ଦର ଆୟୋଜନ ହୋଇଥିଲା l କରଞ୍ଜିଆ, ବାରିପଦା ଓ ରାଇରଙ୍ଗପୁର ର ତିନି ଜଣ DFOଙ୍କ ସମେତ ଶିମିଳିପାଳ ର ସମସ୍ତ forester ଏବଂ forest guards ମଧ୍ୟ ଯୋଗ ଦେଇଥିଲେ l 3 ଟା ସୁଦ୍ଧା ଖିଆପିଆ ସାରି ସସ୍ମିତା ଓ ସମ୍ବିତ ବାହାରିଲେ ନଅଣା ଅଭିମୁଖେ, ଯାହାକି ଶସ୍ୟକ୍ଷେତ୍ର ଓ ବିସ୍ତୀର୍ଣ୍ଣ ତୃଣଭୂମି ସବୁକୁ ସାଉଁଟି ଧରି ଶୋଭା ମଣ୍ଡିତ l ଶୀତଦିନ ଅତି ନିକଟରେ ଥିବାରୁ ନଅଣା ଉପତ୍ୟକା ଆହୁରି ଚିତ୍ତାକର୍ଷକ ଲାଗୁଥାଏ l ସେ ପାଖରେ ଅନେକ ଗୁଡ଼ିଏ ଆଦିବାସୀ ଗାଆଁ ରହିଛି ଆଉ ସେଠାରେ ଥିବା ଲୋକେ ସାଧାରଣତଃ 'ପାହାଡି ଖଡ଼ିଆ' ଓ 'ମାଙ୍କଡିଆ' ସମ୍ପ୍ରଦାୟର l ସେମାନେ ମୁଣ୍ଡା ଶ୍ରେଣୀର ଆଦିବାସୀ ଅଟନ୍ତି ଏବଂ ଜୀବିକା ନିର୍ବାହ ପାଇଁ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ଉପରେ ଏବେ ମଧ୍ୟ ନିର୍ଭର କରନ୍ତି ସେଥିପାଇଁ ସେମାନଙ୍କୁ 'hunter - gatherer' ଶ୍ରେଣୀଭୁକ୍ତ କରା ଯାଇଛି l ଖଡ଼ିଆ ମାନେ ମୁଖ୍ୟତଃ ଜଙ୍ଗଲରୁ ଝୁଣା,ଲାଖ,ମହୁ ପ୍ରଭୃତି ସଂଗ୍ରହ କରନ୍ତି କିନ୍ତୁ ତା ସହିତ ଝାଡୁ,ଖଲି ଓ ମସିଣା ଇତ୍ୟାଦି ତିଆରି କରିଥାନ୍ତି l କିନ୍ତୁ ମାଙ୍କଡିଆ ମାନେ ଶିଆଳି ଦଉଡ଼ି, ବାଉଁଶ ଡାଲା, ସବାଇ ଘାସ ଓ ଝୋଟ ରୁ ଅନେକ ଜିନିଷ ତିଆରି କରନ୍ତି ପୁଣି ତାଙ୍କ ମାଙ୍କଡ଼ ଧରିବା କୌଶଳ ନିହାତି ପ୍ରଶଂସନୀୟ l 'ଅଥରଦେଉଳି' ହେଉଛି ଖଡ଼ିଆ ମାନଙ୍କର ଏକ ପବିତ୍ର ସ୍ଥାନ, ସେମାନେ ଶିମିଳିପାଳ ର ସମସ୍ତ ପାହାଡ କୁ ପବିତ୍ର ମାନିବା ସହ ଶାଳଗଛ କୁ ମଧ୍ୟ ପବିତ୍ର ମାନନ୍ତି l ତାଙ୍କ ମତରେ 'ବଡାମ' ହେଉଛନ୍ତି ଶିମିଳିପାଳ ର ଆରାଧ୍ୟ ଦେବତା ଆଉ ସେ ଶାଳଗଛ ମୂଳ ରେ ବିରାଜମାନ କରନ୍ତି l ଏହାଛଡା ଖଡ଼ିଆ ଲୋକେ ସୁର୍ଯ୍ୟ ଦେବତା ଓ ଧରଣୀ ମାତାଙ୍କୁ ମଧ୍ୟ ପୂଜା କରନ୍ତି କିନ୍ତୁ ସର୍ବଶ୍ରେଷ୍ଠ ଆସନରେ ଥାଆନ୍ତି ପ୍ରତି ଗାଆଁର ଗ୍ରାମ ଦେବତୀ l ମାଙ୍କଡିଆ ମାନେ ଉଭୟ ଭଗବାନ୍ ଓ ଶୟତାନଙ୍କୁ ବିଶ୍ବାସ କରନ୍ତି କିନ୍ତୁ ତାଙ୍କର ପ୍ରମୁଖ ଠାକୁର ହେଲେ 'ଲୋଗୋବିର୍' ଓ ଠାକୁରାଣୀ ହେଉଛନ୍ତି 'ବୁଢୀମାଈ' l ଏହି ଜନଜାତି ଦୁଇଟିର ସର୍ବାଙ୍ଗୀନ ଉନ୍ନତି ସକାଶେ ଯଶିପୁର ଠାରେ 'Hill-Khadia and Mankirdia development agency' 1987 ମସିହାରୁ ସ୍ଥାପନ କରା ଯାଇଛି l ଗାଆଁ ବୁଲୁ ବୁଲୁ ମୁହଁସଞ୍ଜ ହେଇଗଲା, ସମ୍ବିତ ଗାଡ଼ିରେ ବସି ଡାକିଲା ଆସନ୍ତୁ madam, ରାତି ହେବା ଆଗରୁ ଯଶିପୁର ପହଞ୍ଚିବା ଯେ l କିନ୍ତୁ ସସ୍ମିତା ଏକ ଲୟରେ ଚାହିଁ ରହିଛି ଗୋଟିଏ ବୁଦାକୁ l ବୁଦା ମୂଳରେ ତାକୁ ଜୁଳୁଜୁଳୁ କରି ଅନେଇ ବସିଛି କଳା ରଙ୍ଗର କୁନିବାଘ ଛୁଆ ଟିଏ l ସସ୍ମିତା ଭାବିଲା ବୋଧେ ଏହା ଏକ melanistic tiger cub!!!.... କିନ୍ତୁ କୋଉଠୁ ଆସିଲା???!!!...


  ଡଉଲ ଡାଉଲ ବାଘଛୁଆ ଟିକୁ ଦେଖି ସସ୍ମିତା କୁ ଭାରି ଖୁସି ଲାଗିଲା, କିନ୍ତୁ ସେ ଯେମିତି ତା ଆଡ଼କୁ ଅଗ୍ରସର ହେଇଛି ଛୁଆଟି ଦଉଡ଼ି ପଳେଇ ଗଲା l ଆସନ୍ତୁ madam, late ହେଇଯିବ ବହୁତ- ସମ୍ବିତ ବଡ଼ ପାଟିରେ ଡାକିଲା l ସସ୍ମିତା କହିଲା- ଆରେ ସମ୍ବିତ ଆସ ମ ଟିକେ, ଦେଖୁନ କୁନି ବାଘଛୁଆ ଟିଏ ଏଇନେ ମୋ ଆଖି ସାମ୍ନାରେ ଥିଲା କୁଆଡ଼େ ଚାଲିଗଲା ଆଖି ପିଛୁଳାକେ l କଣ ବାଘ? ପୁଣି buffer zone ରେ? Impossible madam - ସମ୍ବିତ ହସି ହସି କହିଲା l ସସ୍ମିତା କହିଲା- ଆରେ trust me, ମୁଁ ନିଜ ଆଖିରେ ତାକୁ ଦେଖିଛି and I think its a melanistic tiger cub l ଜଙ୍ଗଲୀ ଭୁଆ ଦେଖିଥିବେ madam, ସେଗୁଡା ବି melanistic tiger ଭଳି ଦିଶନ୍ତି- ସମ୍ବିତ ଯୁକ୍ତି ବାଢିଲା l ତମେ ଭୁଲି ଯାଇଛ ବୋଧେ ମୁଁ ଗୋଟେ veterinarian ବୋଲି, ବାଘ ଆଉ ବିଲେଇ ଭିତରେ difference ମୁଁ easily ଜାଣି ପାରିବି Ok - ସସ୍ମିତା confidence ର ସହିତ ଉତ୍ତର ଦେଲା l ହଉ madam ଠିକ୍ ଅଛି, ଯଦି ସେ melanistic tiger cub ହେଇଥିବ ତାହେଲେ drone camera ନଜର ରେ ନିହାତି ଆସିବ then only ଆମେ ତାକୁ locate କରିପାରିବା, କିନ୍ତୁ ଏବେ ବହୁତ late ହେଇଗଲାଣି madam, ଚାଲନ୍ତୁ ବହୁତ ବାଟ ଯିବାର ଅଛି- ସମ୍ବିତ request କରି କହିଲା l ଏହାପରେ ସମ୍ବିତ ଗାଡ଼ି start କଲା ଆଉ ସେମାନେ ଯଶିପୁର ଫେରିଲେ, ସସ୍ମିତା କୁ ତା quarters ରେ ଛାଡ଼ିଲା ପରେ ସେ ନିଜ quarter ଆଡେ ଗଲା l ସସ୍ମିତା କୁ ଆସିବାର ଦେଖି ଦିବ୍ୟ କହିଲା- କଣ ଦିଦି ଶିମିଳିପାଳ ଏକା ଏକା ବୁଲିଦେଲୁ ନୁହଁ, ମତେ ନେଲୁନି l ହଁ ମୋ ଧନ ଯିବା ବହୁତ ଶୀଘ୍ର, ଆଚ୍ଛା ତୁ gym join କଲୁ?- ସସ୍ମିତା ପଚାରିଲା l yo di, gym ବି join କଲି ଆଉ ରାମତୀର୍ଥ ବି ବୁଲି ଆସିଲି ଅତନୁ ଭାଇଙ୍କ ସହିତ - ଦିବ୍ୟ ଖୁସି ମନରେ କହିଲା l ହଉ ମତେ ଭାରି tired ଲାଗିଲାଣି ରେ ଚାଲ୍ dinner ସାରି ଶୋଇ ପଡ଼ିବା- କହି ସସ୍ମିତା ଘର ଭିତରକୁ ଗଲା ଆଉ ତା ପଛେ ପଛେ ଦିବ୍ୟ l ସମ୍ବିତ ସେତେବେଳକୁ ନିଜ quarter ରେ ପହଞ୍ଚି ସାରି ସବ୍ୟସାଚୀ ସାର୍ ଙ୍କୁ call କରି କହୁଛି- ସାର୍, ଗୋଟେ ଛୋଟ prblm ହେଇଯାଇଛି, ସସ୍ମିତା madam ଆଜି ନଅଣା ପାଖରେ କୁଆଡ଼େ tiger cub ଦେଖିଲେ ସେ ପୁଣି melanistic! What rubbish, melanistic tiger cub!!! R u serious, ପୁଣି buffer zone ରେ?- ବିରକ୍ତ ହୋଇ କହିଲେ ସବ୍ୟସାଚୀ ସାର୍ l ସାର୍ ମତେ ବି ବିଶ୍ବାସ ହଉନି, କିନ୍ତୁ ଭାବନ୍ତୁ ଯଦି ତାଙ୍କ କଥା ସତ ହୁଏ ତେବେ loss ତ ଆମର ହିଁ ହେବ ନା - ସମ୍ବିତ କହିଲା l drone camera footage ଭଲସେ check କର, ଯଦି black cub ଜନ୍ମ ହେଇଛି ତେବେ footage ରେ କୋଉଠି ନା କୋଉଠି ନିଶ୍ଚୟ ଥିବ, ସସ୍ମିତା ଗୋଟିଏ ambitious ଝିଅ ପୁଣି skilled veterinarian, ସେ ଯଦି ଆମଠାରୁ ଆଗରୁ ତାକୁ ପାଇଗଲା ତା ହେଲେ ଆମର ସବୁ plan fail ବୋଲି ଜାଣ!!!!..


  ସସ୍ମିତା କୁ ରାତିରେ ଭଲ ଭାବେ ନିଦ ହେଲାନି, ସେ black cub ର ନିରୀହ ଆଖି ଦୁଇଟି ମନେ ପଡ଼ିଗଲା ବେଳକୁ ତା ମନ ଖାଲି ବିଚଳିତ ହେଉଥାଏ l ତାକୁ ଏମିତି ଲାଗୁଥାଏ ଯେମିତି ସେ cub ଟି ନିଶ୍ଚିତ କିଛି ବଡ଼ ଅସୁବିଧା ର ସମ୍ମୁଖୀନ ହେବାକୁ ଯାଉଛି ବହୁତ ଶୀଘ୍ର l ଏମିତି ଭାବୁ ଭାବୁ ତାକୁ ନିଦ ଲାଗିଗଲା l ସକାଳୁ ଉଠି କାମଦାମ ସାରି ବ୍ୟସ୍ତ ହୋଇ ସେ ନଅଣା ଅଭିମୁଖେ ଗାଡି ଧରି ବାହାରିଲା l ଏପଟେ ସକାଳ ପହରୁ ସବ୍ୟସାଚୀ ସାର୍ ଆଉ ସମ୍ବିତ drone camera footage ଦେଖି ଦେଖି ଥକି ପଡ଼ିଲେଣି, ହେଲେ କୋଉଠି ବି melanistic tiger cub ନଜର କୁ ଆସୁନି l ସମ୍ବିତ ବିରକ୍ତ ହୋଇ କହିଲା- ଦେଖିଲେ ତ ସାର୍, ମୁଁ କହୁଥିଲି ନା ସେ ଜଙ୍ଗଲୀ ଭୁଆ ଦେଖିଥିବେ ବୋଲି l Don't be silly Mr. ସମ୍ବିତ, ବେଳେ ବେଳେ ଆମକୁ ଯାହା clear ଦେଖାଯାଏ ସେ ଜିନିଷ ସେତେ crystal clear ନଥାଏ, ତେଣୁ କୌଣସି କଥାକୁ ହାଲ୍‌କା ଭାବେ ଗ୍ରହଣ କରିବା ଆଦୌ ଉଚିତ ନୁହେଁ, ଏମିତି ବି ହେଇପାରେ କି ସେ cub ଟି drone coverage ରେ ଆସିନଥିବ, so ଆମକୁ ସାବଧାନ ରହିବାକୁ ପଡ଼ିବ- ସବ୍ୟସାଚୀ ସାର୍ ଗମ୍ଭୀର ସ୍ୱରରେ କହିଲେ l ଏହି ସମୟରେ ଜଣେ forest guard, ସସ୍ମିତାର ନଅଣା ଆଡ଼େ ଯିବା ଖବର ସବ୍ୟସାଚୀ ସାର୍ ଙ୍କ ଆଗରେ କହିଲା l What nonsense, ମୋ ମୁହଁ ଚାହିଁଛ କଣ ସବୁ ଗାଡି କାଢ ଆମକୁ ଅତିଶୀଘ୍ର ସେଠାକୁ ଯିବାକୁ ହେବ, ସସ୍ମିତା ଆଗରେ କୋଉ ମୂର୍ଖ ଆଦିବାସୀ ଯଦି ପାଟି ଫିଟେଇ ଦିଏ ସରିଲା କଥା!!!... କାହିଁକି ଯେ ଏ ଝିଅ କାଦୁଅ ରେ ପାଦ ଦଉଛି ମୁଁ କିଛି ଜାଣିପାରୁନି, ତାକୁ ଟିକେ ବି idea ନାହିଁ ଏ network କେତେ ବଡ଼!!!... ଅଳ୍ପ ସମୟ ମଧ୍ୟରେ ସେମାନେ ନଅଣା ପହଞ୍ଚିଲେ ଦେଖିଲେ ସସ୍ମିତା ଆଦିବାସୀ ଗାଆଁ ଆଡ଼େ ଯାଉଛି l ସବ୍ୟସାଚୀ ସାର୍ ପଛରୁ ଡାକିଲେ- ସସ୍ମିତା ଏପଟେ କୁଆଡ଼େ? ସାର୍... ସେ black cub - ସସ୍ମିତା ଉତ୍ତର ଦେଲା l ଆମେ footage check କଲୁ କୌଣସି tiger cub ର ଚିହ୍ନ ପାଇଲୁନି, ଯଦି ବି କୋଉଠି ସେ cub ଥିବ ତାହେଲେ drone ନଜର ରେ ନିହାତି ଆସିବ, ତେଣୁ ତମେ ଏସବୁ କଥା ଛାଡ, ଆଉ ହଁ november ପହିଲାରୁ gate ଖୋଲିବ tourist ମାନଙ୍କ ପାଇଁ, ଆମ ହାତରେ ମାତ୍ର 15-16 ଦିନ ଅଛି ତେଣୁ ତମେ ସେପଟେ ଟିକେ ଧ୍ୟାନ ଦିଅ ok, ଆଉ ଯାହା ଦରକାର ମତେ କହିବ l ସସ୍ମିତା ଆଉ କିଛି କହି ନପାରି ଘରକୁ ଫେରିଲା, ତାକୁ tension ରେ ଦେଖି ଦିବ୍ୟ ପଚାରିଲା- ଦିଦି କଣ ହେଇଛି ଏତେ upset ଲାଗୁଛୁ, କିଏ କଣ କହିଲେ? ସସ୍ମିତା ଗୋଟି ଗୋଟି କରି ସବୁ କଥା ଦିବ୍ୟ ଆଗରେ ବଖାଣିଲା ଆଉ କହିଲା- l think there is something wrong.... ଠିକ୍ ଧରିଲେ madam, u r absolutely right - କହି ଅତନୁ ପ୍ରବେଶ କଲା l...


 ସସ୍ମିତା- ମାନେ ତମେ କୋଉ କଥା କହୁଛ ଅତନୁ?

ଅତନୁ- Wildlife trafficking & smuggling ବାବଦରେ ତ ଆପଣ ନିଶ୍ଚୟ ଶୁଣିଥିବେ madam, ସେଇ ଜିନିଷ ହିଁ ଏଠି ଚାଲିଛି l 

ସସ୍ମିତା-(ଆଶ୍ଚର୍ଯ୍ୟ ହୋଇ) what!!! ସତରେ ନା କଣ?କିଏ କିଏ involve ଅଛନ୍ତି ଏଥିରେ l 

ଅତନୁ- (ଅଳ୍ପ ହସି କହିଲା)ମତେ ଛାଡି ଆଉ ସମସ୍ତେ l 

ସସ୍ମିତା- R u serious???

ଅତନୁ- yes madam, its a huge network... ଛୋଟ ଜନ୍ତୁ ଯେମିତି କି pangolin(ବଜ୍ରକାପ୍ତା), civet(ଶାଳିଆ ପତନୀ), କିଛି rare snakes ଆଉ tiger cub ଗୁଡିକୁ ସେମାନେ ଜୀବନ୍ତ ଅବସ୍ଥାରେ ନିଅନ୍ତି କିନ୍ତୁ ହାତୀର tusk ଓ ବଡ଼ବାଘ ଗୁଡ଼ିକର claws ସହିତ skin କାଢି ନେଇ south cambodia, vietnam, china ପରି ଦେଶରେ ବିକ୍ରି କରି କୋଟିପତି ହୁଅନ୍ତି ଆଉ ସେଇ ଲାଭାଂଶ ର ମୋଟା ଅଂଶ ଆମ dept ର ସାର୍ ମାନଙ୍କ ପକେଟ କୁ ମଧ୍ୟ ଗରମ କରେ l 

ସସ୍ମିତା- unbelievable! କିନ୍ତୁ ସେ melanistic cub ର ରହସ୍ୟ କଣ?

ଅତନୁ- melanistic cub ତ ତାଙ୍କର ପ୍ରଥମ target, କାରଣ ସେସବୁ market ରେ ତା skin ର ଚାହିଦା ବହୁତ ବେଶୀ l ପ୍ରାୟ ପ୍ରତି ବର୍ଷ ଶିମିଳିପାଳ ରେ ଗୋଟେ ଗୋଟେ black cub ଜନ୍ମ ହୁଅନ୍ତି, କିନ୍ତୁ drone ଦ୍ବାରା ସେମାନଙ୍କୁ locate କରି ଲୁଚେଇକି smuggling କରିଦିଆଯାଏ l କିନ୍ତୁ ଏଥର ମୁଁ କିଛି ଖଡ଼ିଆ ଲୋକଙ୍କୁ କହି ଅତି ସତର୍କତା ର ସହିତ ସେ cub ଟି ଜନ୍ମ ହେଲାପରେ ତାକୁ ଆଣି ଜଣଙ୍କ ଘରେ ସୁରକ୍ଷିତ ଭାବେ ରଖିଛି l ଆପଣଙ୍କ ସଚ୍ଚୋଟପଣିଆ ଦେଖି ଆଜି ସବୁକଥା ଖୋଲି କହିଲି l madam, ମତେ ଆପଣଙ୍କ help ନିହାତି ଦରକାର ନହେଲେ ସେ cub କୁ ସବ୍ୟସାଚୀ ସାର୍ ଅତିଶୀଘ୍ର ହାତେଇ ନେବେ l 

ସସ୍ମିତା- ଆରେ ଏଇଟା ମୋ duty, ଏଥିରେ request କଣ କରୁଛ, ଯୋଉ ଶିମିଳିପାଳ ଦିନେ ଖଇରି ଆଉ ସରୋଜ ବାବୁଙ୍କ ପାଇଁ ସାରା ବିଶ୍ବରେ ଗୌରବାନ୍ୱିତ ହୋଇଥିଲା ସେଇଠି ଆଜି illegal wildlife trade ଚାଲିଛି, ଏହା ଅତ୍ୟନ୍ତ ଲଜ୍ଜାକର କଥା, ତେଣୁ ଆମକୁ ଏସବୁକୁ ଅଟକେଇବାକୁ ପଡ଼ିବ l 

ଅତନୁ- କିନ୍ତୁ ଏସବୁ ଏତେ ସହଜ ହେବନି madam, ତାଙ୍କ ହାତରେ ସମସ୍ତେ ଆଉ ଆମେ ଶୂନ୍ୟହସ୍ତ l 

ସସ୍ମିତା- ଅନ୍ୟାୟ ଦେଖି ମୁଁ ଚୁପ୍ ରହି ପାରିବିନି, ଆଉ ମା' ର ଆଶିର୍ବାଦ ସବୁବେଳେ ଆମ ସାଥିରେ ଅଛି, ବର୍ତ୍ତମାନ କୌଣସି ମତେ black cub କୁ ଯଶିପୁର ଆଣିବାକୁ ପଡିବ l..

ସସ୍ମିତା- ଅତନୁ ଗାଡି ବାହାର କର, ଏବେ ନଅଣା ଯିବା ଆଉ ସେ cub କୁ ଧରିକି ପଳେଇ ଆସିବା ତା ପରେ ରାତି ଭିତରେ ତାକୁ ନନ୍ଦନକାନନ ନେଇ ଯିବାକୁ ହେବ, late କଲେ ଆଉ କିଛି ଲାଭ ନାହିଁ quick....

ଅତନୁ- କିନ୍ତୁ madam, ଏବେ ସନ୍ଧ୍ୟା ହେଲାଣି... କିଏ କିଛି ପଚାରିଲେ କଣ କହିବେ?

ସସ୍ମିତା- ସେ ଚିନ୍ତା ତମେ କରନି, ସବ୍ୟସାଚୀ ସାର୍ ମତେ ecotourism ର ସବୁ responsibility ଦେଇଛନ୍ତି ତେଣୁ କିଛି ବାହାନା କରିଦେବି, Dont worry ଶୀଘ୍ର ଚାଲ l 

Ok madam - କହି ଅତନୁ ଗାଡି ବାହାର କଲା ଆଉ ସେମାନେ ଚାଲିଲେ ନଅଣା ନିକଟସ୍ଥ ସେ ଆଦିବାସୀ ଗାଆଁ ଆଡ଼େ l ଯେଉଁ ଘରେ cub ଟି ଥିଲା ସେମାନେ ସେ ଘରକୁ ଗଲେ ଆଉ ତାକୁ ନେବା ପାଇଁ ପ୍ରସ୍ତୁତି କଲେ l ସସ୍ମିତା ଦେଖିଲା cub ଟି female, ସେ ତାକୁ ହାତରେ ଧରିଲା ଆଉ ଅଳ୍ପ ସମୟ ମଧ୍ୟରେ ନିଜର କରିନେଲା, ଯେମିତି ସେ ବାଘ ନୁହଁ ବିଲେଇ ଟିଏ!! ଏସବୁ ଦେଖି ଅତନୁ କହିଲା- madam ସବୁ veterinarian ଆପଣଙ୍କ ଭଳି ହେଲେ କେତେ ଭଲ ହୁଅନ୍ତା l ସସ୍ମିତା ସ୍ମିତହାସ୍ୟ ଦେଇ କହିଲା- ଦୁଇ ଜଣ ଖଡ଼ିଆ ଲୋକଙ୍କୁ ଆମ ସାଥିରେ ଯିବାକୁ ପଡ଼ିବ, କାରଣ ସେମାନେ ଏସବୁ illegal wildlife trade ର ସାକ୍ଷୀ, ତାଙ୍କୁ ନନେଲେ ଆମକୁ କେହି ବିଶ୍ବାସ କରିବେନି l ଦୁଇଜଣ ଲୋକ ମଧ୍ୟ ସାଙ୍ଗେ ସାଙ୍ଗେ ବାହାରି ଗଲେ, ଆଉ ସେମାନେ cub କୁ ଗୋଟିଏ ବାକ୍ସ ରେ ରଖି ଯଶିପୁର ଚାଲି ଆସିଲେ l କିଛି କ୍ଷୀର ଗୋଟିଏ ଗିନାରେ ଆଣି ସସ୍ମିତା ତାକୁ ପିଇବାକୁ ଦେଲା, cub ଟି ସୁନା ଝିଅଟିଏ ପରି କ୍ଷୀର ତକ ଢକ ଢକ କରି ନିମିଷକ ମଧ୍ୟରେ ଶେଷ କରିଦେଲା l ସସ୍ମିତା ତାକୁ ଆସ୍ତେ ଆସ୍ତେ ଆଉଁସି ଦେଉଥାଏ, ଦେଖୁ ଦେଖୁ cub ଟି ସସ୍ମିତା କୋଳରେ ମୁହଁଜାକି ଶୋଇ ପଡ଼ିଲା l ବୋଧେ ତା ମା' କୁ ସେ ସସ୍ମିତା ପାଖରେ ଦେଖୁଥିଲା l ସସ୍ମିତା ଦିବ୍ୟ କୁ କହିଲା- ଶୀଘ୍ର ଶୀଘ୍ର ready ହେଇଯା, ସକାଳ ସୁଦ୍ଧା ଆମକୁ bbsr ପହଞ୍ଚିବାର ଅଛି l ok di - କହି ଦିବ୍ୟ ready ହେଲା ଆଉ ସେମାନେ ବାହାରି ଗଲେ bbsr ଅଭିମୁଖେ l ପାଖାପାଖି କରଞ୍ଜିଆ ସେମାନେ ପହଞ୍ଚି ଗଲେଣି, ଦୂରରୁ ଗୋଟେ bright light ସେମାନଙ୍କ ଆଖିରେ ପଡ଼ିଲା l ସସ୍ମିତା ର ଗାଡ଼ି ଅଟକି ଗଲା, କିଛି clearly ଜଣା ପଡୁନି l ଘନ ଅନ୍ଧାର ଭିତରୁ ବାହାରି ଆସିଲା ସମ୍ବିତ, ତା ପଛେ ପଛେ ସବ୍ୟସାଚୀ ସାର୍, କରଞ୍ଜିଆ DFO ଆଉ ବେଶ କିଛି forester l 

ସମ୍ବିତ- କଣ ସସ୍ମିତା madam, ଆମକୁ ଚକମା ଦେଇ ଖସି ଯିବାକୁ ବସିଥିଲେ, ଏତେ easy ନୁହେଁ!

ସବ୍ୟସାଚୀ ସାର୍- ଗୋଟେ ସାମାନ୍ୟ ବାଘଛୁଆ ପାଇଁ କାହିଁକି ଅଳିଆ ରେ ପଶୁଛ ଝିଅ, ଏବେ ବି ସମୟ ଅଛି ତାକୁ ଆମକୁ handover କର, ନହେଲେ କିଛି ଭଲ ହବନି!

  ସସ୍ମିତା କାହାକୁ କିଛି ଉତ୍ତର ନଦେଇ ଗାଡି ବୁଲେଇ ବିପରୀତ ଦିଗରେ ଆଗେଇ ଚାଲିଲା l ସମ୍ବିତ ଉତ୍‌କ୍ଷିପ୍ତ ହୋଇ କହିଲା- ଏତେ ଗର୍ବ, U will pay for it.... ସବ୍ୟସାଚୀ ସାର୍ ବିରକ୍ତ ହୋଇ କହିଲେ- Dialogue ମାରିବା ବନ୍ଦ କର and follow her, ସେ ହାତରୁ ଖସିଗଲେ ଆମେ jail ଯିବା l ସେମାନେ ସସ୍ମିତା କୁ follow କରି ତା ପଛେ ପଛେ ଆଗେଇ ଚାଲିଲେ l ଖିଚିଂ ପଟେ ସେମାନେ ଅଗ୍ରସର ହେଉଥାନ୍ତି, ଅତନୁ ପ୍ରଶ୍ନ କଲା- madam ଏପଟେ କୁଆଡ଼େ ଯିବା? ଖିଚିଂ ଦେଇ ଭିତରେ ରାସ୍ତାରେ କେନ୍ଦୁଝର ପଳେଇବା ଆଉ ତା ପରେ ହରିଚନ୍ଦନ ପୁର ବାଟେ ଭୁବନେଶ୍ବର- ସସ୍ମିତା ବ୍ୟତିବ୍ୟସ୍ତ ହୋଇ ଉତ୍ତର ଦେଲା l ଖିଚିଂ ମନ୍ଦିର ପାଖାପାଖି ହେଇ ଗଲାଣି ସମ୍ବିତ revolver କାଢି ସସ୍ମିତା ର ଗାଡି ଚକକୁ ଲକ୍ଷ୍ୟ କରି firing କଲା, ଯାହା ଫଳରେ ଗାଡି puncture ହୋଇ ଆଉ ଆଗକୁ ବଢିଲା ନାହିଁ l ସସ୍ମିତା,ଦିବ୍ୟ,ଅତନୁ ଆଉ ଦୁଇ ଜଣ ଖଡ଼ିଆ ଲୋକ ଗାଡ଼ିରୁ ବାହାରିଲେ, cub ଟିକୁ ଦୁଇ ହାତରେ ଜାବୁଡ଼ି ଧରିଲା ସସ୍ମିତା l ସମ୍ବିତ revolver ଦେଖେଇ କହିଲା- cub ଟିକୁ ଯଥାଶୀଘ୍ର ଆମକୁ handover କରନ୍ତୁ, ନଚେତ୍ ବାଧ୍ୟ ହୋଇ ମୁଁ firing କରିବି l ହଠାତ୍ ମନ୍ଦିର ପଟୁ ଘୋଡ଼ାର ଟାପୁ ଶବ୍ଦ ଶୁଭିଲା, ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ ଏତେ ରାତିରେ ଘୋଡା କୁଆଡ଼ୁ ଆସିଲା ବୋଲି, କିନ୍ତୁ ସେଠାରେ ଘୋଡା ନଥିଲା ବରଂ ଆଲୋକ ଶିଖା ଟିଏ ତାଙ୍କ ଆଡକୁ ମାଡ଼ି ଆସି cub ଦେହରେ ସମାହିତ ହେଲା l ଗଗନ ପବନ ପ୍ରକମ୍ପିତ କରି ଗର୍ଜ୍ଜନ କଲା cub ଟି, ସତେକି ଶତସିଂହ ର ବଳ ତା ଦେହରେ ଆସିଗଲା l ସସ୍ମିତା ହାତରୁ ଡେଇଁ ପଡି ସେ ସମସ୍ତଙ୍କୁ ଆକ୍ରମଣ କଲା, ସମ୍ବିତ ଯେତେ firing କଲେ ମଧ୍ୟ ଗୋଟେ କି ଗୁଳି cub କୁ ସ୍ପର୍ଶ କରିପାରିଲା ନାହିଁ l ନିମିଷକ ମଧ୍ୟରେ ସମ୍ବିତ, ସବ୍ୟସାଚୀ ସାର୍ ଓ ତାଙ୍କ team କ୍ଷତାକ୍ତ ହୋଇ ଚେତାଶୂନ୍ୟ ହୋଇଗଲେ l ତା ପରେ ସଙ୍ଗେ ସଙ୍ଗେ ଉଜ୍ଜ୍ୱଳ ଜ୍ୟୋତି ଶିଖା cub ଦେହରୁ ବାହାରି ମନ୍ଦିର ଆଡ଼େ ଚାଲିଗଲା ଆଉ ପୁନଶ୍ଚ ଟାପୁ ଶବ୍ଦ ଶୁଭିଲା, ସସ୍ମିତା ହାତ ଯୋଡ଼ି ମାଆକୁ ପ୍ରଣିପାତ କଲା l punctured tyre change କରିସାରି ସେମାନେ ଚାଲିଲେ ଭୁବନେଶ୍ବର, ସକାଳ ସୁଦ୍ଧା ନନ୍ଦନକାନନ ପହଞ୍ଚି cub କୁ ସୁରକ୍ଷିତ ଭାବେ director ଙ୍କ ହାତରେ ଦେଲେ l Director ସାର୍ କହିଲେ- l 'm proud of u ସସ୍ମିତା, forest department କୁ ତୁମ ପରି officers ଙ୍କର ଆବଶ୍ୟକତା ରହିଛି l ଯଦି melanistic tiger species ର captive breeding ସଫଳ ହୁଏ ତେବେ ନନ୍ଦନକାନନ ବିଶ୍ବର ପ୍ରଥମ zoo ହେବ black tiger ସଫାରି କରିବାରେ l ତୁମେ ଜମାରୁ ଚିନ୍ତା କରନି police ଆସି investigation ଆରମ୍ଭ କଲେଣି ଖଡ଼ିଆ ଲୋକଙ୍କୁ ନେଇ, ବହୁତ ଶୀଘ୍ର culprits jail ରେ ଥିବେ l ଆଉ ହଁ ସବୁଠୁ important କଥା cub ର name ତୁମେ ନିଜେ ଦିଅ l ସସ୍ମିତା cub କୁ କୋଳେଇ ନେଇ କହିଲା-"ସାନ ଖଇରି "l 

          



Rate this content
Log in

More oriya story from Dr Prateek kumar Pahi

Similar oriya story from Drama