STORYMIRROR

Dr Prateek kumar Pahi

Comedy Classics

3  

Dr Prateek kumar Pahi

Comedy Classics

ହଇଲୋ ଛୋପରୀ କାଳି

ହଇଲୋ ଛୋପରୀ କାଳି

1 min
194

ମୁଣ୍ଡରେ ଉକୁଣି ନାକରେ ସିଙ୍ଗାଣୀ 

ଦେହରୁ ଛାଡିନି ମଳି,

ମୁହଁରେ ବୋଳୁଛୁ ବାସ୍ନା ପାଉଡର 

ହଇଲୋ ଛୋପରୀ କାଳି....

ଆଇନା ଦେଖିଲେ ହେଉ ଛନ ଛନ 

କଞ୍ଚା ଡାହାଣୀ ତୋ ରୂପ,

ଛେଳି ପରି ଥୋଡ଼ି ଘୋଡ଼ୀ ପରି ମାଢ଼ି 

ଗୋଳମାଳ ମାପଚୁପ....

ଦୂରଦେଶ ବନ୍ଧୁ ଖୋଜୁଛି ତୋ ବାପ 

ମାଆ ଖୋଜେ ଘରଜ୍ୱାଇଁ,

ମିଳନ୍ତା କି ତତେ ମାଙ୍କେଡ଼ା ଗୋଖେଇ 

କହୁଣୀ ଖାଇବା ପାଇଁ....

ଗେରସ୍ତ ଭାରିଜା ମାଡ଼ଗୋଳ ଦେଖି 

ଘଷୁଥିବି ନଖ ନିତି,

ମନ କରିବୁନି ଦିନେ ସବାଖାଇ 

ଆସିବାକୁ ମୋର କତି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy