ପହିଲି ପ୍ରେମ
ପହିଲି ପ୍ରେମ
ବାଲକୋନି ରେ ଏକ ଚୌକି ଉପରେ ବସି ମୁକେଶ ବାବୁ ଲକ୍ଷ୍ୟ କରୁଥାନ୍ତି ଦୂର ଦିଗବଳୟରେ ଥିବା ଅସ୍ତଗାମୀ ସୂର୍ଯ୍ୟ ଙ୍କୁ ଆଉ ତାଙ୍କ କୋଳ ରେ ବସିଥାଏ ୫ ବର୍ଷ ର ପୁତ୍ର ରାହୁଲ । ମୁକେଶ ବାବୁ ଖୋଦ ଜଣେ ଦେଶ ବିଦେଶରେ ନାମ କରା ବିଶିଷ୍ଟ ଚିତ୍ରଶିଳ୍ପୀ । ତାଙ୍କ ର ଗୋଟିଏ ଗୋଟିଏ କାନଭାସ ନିଲାମ ହୋଇ ବିକ୍ରି ହୁଏ ଲକ୍ଷ ଲକ୍ଷ ଟଙ୍କା ରେ । ପୁଅ ରାହୁଲ ଜିଦ କରି କହିଲା ଯେ - ବାପା ତୁମେ ଗୋଟେ ଗପ କୁହ ମୁଁ ଶୁଣିବି ।ମୁକେଶ ବାବୁ ପୁଅ ର ଜିଦ କୁ ଏଡାଇ ନ ପାରି ନିଜ ମା ପାଖ ରୁ ଶୁଣି ଥିବା ଏକ ଗପ କହିବା ଆରମ୍ଭ କଲେ ।ଶୁଣୁ ଶୁଣୁ ପୁଅ ରାହୁଲ କେତେବେଳୁ ଶୋଇପଡିଲାଣି ।ମୁକେଶ ବାବୁ ସେମିତି ଗପ ଟିକୁ କହି ଚାଲିଥାନ୍ତି ।ହଠାତ ତାଙ୍କ ମନ ଆକାଶ ରେ ଛୋଟ ଛୋଟ ଧଳା ମେଘଖଣ୍ଡ ଭାସିଲା ଭଳି ଅତୀତ ର ସ୍ମୃତି ଗୁଡିକ ଭାସି ଉଠିଲେ । (ଏଠି ଆମେ ଅତୀତ କୁ ଫେରି ଯିବା ......)
୨୦୦୬ ମସିହାରେ କଥା ,ମୁକେଶ ବାବୁ ସେତେବେଳେ ଫକୀରମୋହନ ବିଶ୍ୱବିଦ୍ୟାଳୟ ରେ ଦ୍ୱିତୀୟ ବର୍ଷ ରେ ବିଏ ର ଦର୍ଶନଶାସ୍ତ୍ର ରେ ଅନର୍ସ ନେଇ ପଢୁଥାନ୍ତି ।ଘରେ ତାର ମା କୁ ଛାଡି ଦେଲେ ଆଉ କେହି ବି ଆତ୍ମୀୟସଜନ ନ ଥାନ୍ତି ।ମୁକେଶ ବାବୁ ଜନ୍ମ ରୁ ଭୀରୁ ଆଉ ଡରକୁଳା ମଧ୍ୟ ଥିଲେ ।ଗାଁ ଲୋକ କେହି କିଛି ପଦେ କହିଲେ ଖୁବ ଡରି ଯାଉଥିଲା ସେ ।କିନ୍ତୁ ତାର ସେ ଭୟ ଟା ସବୁ ଦିନ ପାଇଁ ରହିଲା ନାହିଁ ,ଯେବେ ତା ଜୀବନରେ ରାଜଶ୍ରୀ ବୋଲି ଏକ ଝିଅ ଆସିଲା ।ରାଜଶ୍ରୀ ଦେଖିବାକୁ ଖୁବ ସୁନ୍ଦର ।ବେଶୀ ଡେଙ୍ଗା ନୁହେଁ କି ବେଶୀ ଗେଡା ନୁହେଁ। ।ତାକୁ ଦେଖିଲେ ମନେ ହୁଏ କେଉଁ ରାଜ ଵଂଶ ର ରାଜଜେମା ।ଭାଷା ରେ ତାର ରୂପ ଲାବଣ୍ୟ କୁ ଏଠି ବର୍ଣ୍ଣନା କରି ହେବ ନାହିଁ ।ଦିନେ କଲେଜ ରେ ମୁକେଶ ତାର ସାଙ୍ଗ ହରିଆ କୁ କଣ ଗୋଟେ କହି ଚିଡ଼େଇ ଦେଇଛି ।ହରିଆ ତାକୁ ପାନେ ଚଖାଇବାକୁ ଗୋଡ଼ାଇଛି ,ମୁକେଶ କଲେଜ ବାରଣ୍ଡାରେ ରେ ଦଉଡୁ ଥିବା ସମୟରେ ଆଗ ରେ ଥିବା କମନ ରୁମ ରୁ ବାହାରୁ ଥିବା ଏକ ଝିଅ ସହ ଧକ୍କା ହେଇ ଗଲା ।ଦୁଇ ଜଣ ଯାକ ତଳେ ପଡି ଯାଆନ୍ତି ।କିଛି ସମୟ ପରେ ସେ ଝିଅ ମୋତେ ଠେଲି ଦେଇ ନିଜ କୁ ସଂଯତ କରିନେଇ ମୋ ଗାଲ କୁ ଠା କିଣି ଚଟକଣା ଦେଇ କହିଲା କଣ ଏ ଟୋକା ଦେଖା ଯାଉ ନାହିଁ ,ଏମିତି ପାଗଳ ଙ୍କ ପରି ଦୌଡ଼ୁଛୁ କିଆଁ।ତାର ସେ ବୀଣା ଜିଣା କଣ୍ଠ ସ୍ୱର ଓ ତାର ଅପରୂବ ସୌନ୍ଦର୍ଯ୍ୟ ରେ ବିମୋହିତ ହେଇଗଲି । । ହରିଆ ଆସି କହିଲା କଣ ସାଙ୍ଗ ... ମାଡ଼ ଖାଇଲୁ ନା .. ମୋତେ ଚିଡ଼େଇ ବୁ ।
ସେ ଦିନ ତାର କଅଁଳିଆ ହାତ ରେ ଥିବା ପାଞ୍ଚ ଆଙ୍ଗୁଠି ଗୁଡିକ ମୋ ଗାଲ ରେ ଲେସିଦେଇ ଗଲା ପ୍ରେମ ର ରଙ୍ଗ ।ସେହି ପ୍ରେମ ରଙ୍ଗ ରେ ରଙ୍ଗେଇ ହୋଇ ମୁଁ ଉଡ଼ିବୁଲୁଥାଏ ସ୍ୱପ୍ନ ରାଇଜ ରେ। ରାତି ରେ ମୁ ଆଉ ଶୋଇ ପାରି ନାହିଁ ।କେମିତି ଆଉ ଶୋଇବି ଏହି ଦେହ ଓ ମନ ରେ ଲାଗିଛି ବା ପ୍ରେମ ରଙ୍ଗ।ଦୁନିଆ ରେ ଯେତେ ପ୍ରକାର ର ରଙ୍ଗ ଅଛି ସେ ସବୁ ରଙ୍ଗ ମଧ୍ୟରୁ ପ୍ରେମ ରଙ୍ଗ ଟିକେ ଭିନ୍ନ ।ଏହି ରଙ୍ଗ ଥରେ ଲାଗିଲେ ତାହା ସହଜ ରେ ଛାଡେ ନାହିଁ ।ଏମିତି ଅନା ବନା କଥା ଭାବୁ ଭାବୁ କେତେ ବେଳେ ଶୋଇ ଯାଇଛି ଯେ ଜଣା ନାହିଁ ମୋତେ । ତା ପର ଦିନ ମୁଁ କଲେଜ ରେ ମୋ ସାଙ୍ଗ ସହ କିଛି କଥା ହେଉ ଥାଏ ।ସେ ଝିଅ ମୋ ପାଖକୁ ଆସି କହିଲା ...ଆଇ ଏମ ସରି .! କାଲି ର ସେ ଘଟଣା ପାଇଁ ମୁଁ ଦୁଃଖିତ, ସେଥିପାଇଁ ମୁଁ ଆପଣ ଙ୍କୁ କ୍ଷମା ମାଗୁଛି । ମୁଁ ତ ସହଜ ରେ ପୁରା ଡରକୁଳା ଥିଲି ସେଥି ପାଇଁ କିଛି ନ କହି ମୁଣ୍ଡ ଟିକୁ ଠୁଙ୍ଗାରିଲି। ସେ sorry କହି ଦେଇ ତା ବାଟ ରେ ଚାଲି ଗଲା । ସେ ଚାଲି ଗଲା ପରେ ମୁଁ ଟିକେ ଅନ୍ୟ ମନସ୍କ ହେଇ ଗଲି ।ମୋର ଅନ୍ୟ ମନସ୍କ ହେବା ଦେଖି ହରିଆ କହିଲା କିରେ ...ସାଙ୍ଗ ତୁ ଏମିତି ଅନ୍ୟମନସ୍କ ହେଇ ଗଲୁ ।ମୁଁ କିଛି କହିଲି ନାହିଁ ତାକୁ ।ଏମିତି ହରିଆ ମୋତେ ବାଧ୍ୟ କରିବାରୁ ,ହରିଆ କୁ ମୁଁ ମୋ ମନ କଥା ଖୋଲି କି କହିଲି ।ମୋ କଥା ଶୁଣି ହରିଆ କିଛି ସମୟ ନିରବ ରହି କହିଲା ଆରେ ମୁକେଶ ତୁ ସିନା ମନ କୁ ମନ ତାକୁ ଭଲ ପାଉଛୁ ହେଲେ ସେ ଝିଅ କଣ ଜାଣିଚି ଯେ ତୁ ତାକୁ ଭଲ ପାଉଛୁ ବୋଲି ।ମୁଁ କହିଲି ହଁ ତ ସତ କଥା ।
।ହରିଆ କହିଲା ମୋତେ କାଇଁ ଲାଗୁଛି ,ଏ ଝିଅର କେହି ନା କେହି ବୟଫ୍ରେଣ୍ଡ ଥିବେ ।କାହିଁକି ନା ଆଜିକା ଦୁନିଆ ରେ ଏତେ ସୁନ୍ଦରୀ ଝିଅ ସିଙ୍ଗଲ ରହିବା ବିରଳ ।ହରିଆ ର କଥା ଶୁଣି ମୋ ମନ ଟା ଟିକେ ଖଟା ହେଇଗଲା । ମୋ ମନ ଦୁଃଖ ହେଇଯିବା ଦେଖି ହରିଆ କହିଲା ମନ ଦୁଃଖ କରନା ସାଙ୍ଗ ମୁଁ ସେ ଝିଅ ର ସବିଶେଷ ଖବର ଜାଣି ତୋତେ କହିବି ,ମୋତେ ତୁ ଦୁଇ ଦିନ ସମୟ ଦେ । ଦୁଇ ଦିନ ଗଲା ପରେ ତୃତୀୟ ଦିନରେ ହରିଆ ଆସି ମୋତେ କହିଲା ...ଜାଣିଛୁ ସାଙ୍ଗ ତୋ ପାଇଁ ଏକ ଶୁଭ ଖବର ଆଣିଛି । ତା କଥା ଶୁଣି ମୁଁ ଟିକେ ଖୁସି ହେଇ ପଚାରିଲି ..କି ଖବର ଆଣିଛୁ କହିଲୁ ମୁଁ ଟିକେ ଶୁଣେ ।ଜାଣିଛୁ ସେ ଝିଅ ର ନାମ ହେଉଛି ରାଜଶ୍ରୀ ପଟ୍ଟନାୟକ । ତାର ବାପା ଜଣେ ବଡ଼ ବିଜିନେସ ମ୍ୟାନ । ତାର କେହି ବୟଫ୍ରେଣ୍ଡ ନାହାନ୍ତି ।ଏଇ କିଛି ଦିନ ତଳେ ଆମ କଲେଜ ରେ ଅମର ବୋଲି ପିଲା କିଏ ତାକୁ ପ୍ରୋପୋଜ କରିଥିଲା ,ସେ ତାକୁ ସିଧା ସିଧା ମନା କରିଦେଲା ।ମୁଁ ଦି ହାତ ଯୋଡି ଭଗବାନ ଙ୍କୁ ଟିକେ ଜୁହାର ମାରିଲି ଆଉ କହିଲି ଯାହା ହେଉ ମୋ ଥାପଡ଼ ବାଲି ର କେହି ବୟଫ୍ରେଣ୍ଡ ନାହିଁ ।ଖୁବ ଖୁସି ରେ ବହେ ନାଚି ପକେଇଳି । ମୋର ଏ ନାଚ ଦେଖି ହରିଆ କହିଲା କିରେ ଏତେ ଖୁସି । ମୁଁ କହିଲି ଖୁସି ହେବିନି ଆଉ କଣ କାନ୍ଦିବି ।ଦେଖ ସାଙ୍ଗ ସେ ଝିଅ ସହଜ ରେ ପଟିଲା ଭଳିଆ ଝିଅ ନୁହେଁ ,ଆଗେ ତା ସହ ଆଗ ବନ୍ଧୁତା କର ତାପରେ ବେଳ କାଳ ଦେଖି ତାକୁ ପ୍ରୋପୋଜ କରିବୁ ।ଏବେ ସେ କେଉଁଠି ଅଛି ହରିଆ କୁ ପଚାରିଲି ।ଭାଉଜ ମୋର ଏବେ ପଢା ରେ ବ୍ୟସ୍ତ ଅଛନ୍ତି ।କେଉଁଠି ପଢୁଛି ରେ ହରିଆ।ତୋତେ ବା ଆଗରୁ କହିଥିଲି ବା ୯ ରୁ ୧୦ ଭିତରେ ସେ ଲାଇବ୍ରେରୀ ରେ ରୁହେ । ହରିଆ ର କଥା ଶୁଣି ସିଧା ଦୌଡ଼ିଲି ଲାଇବ୍ରେରୀ ଆଡ କୁ । ଯାଇ ଦେଖିଲି ଥାପଡ଼ ବାଲି ଏକ କୋଣ ରେ ବସି ବହି ପଡୁଛି । ମୁଁ ତା ସାମ୍ନା ରେ ଏକ ବହି ନେଇ ବସି ପଢିଲି ଆଉ ବହି ଟିକୁ ଟେବୁଲ ଉପରେ ରଖି ପଢିବାର ଅଭିନୟ କଲି।ମଝିରେ ମଝିରେ ମୁଁ ତାକୁ ଲକ୍ଷ୍ୟ କରୁଥାଏ ।କିଛି ସମୟ ପରେ ମୁଁ ତାକୁ ପୁଣି ଥରେ କଣେଇ ଦେଖିଲା ବେଳ କୁ ସେ ମୋ ଆଗରେ ଛିଡ଼ା ହୋଇଛି । ମୁଁ ଗୋଟେପଣ ଭୟ ରେ ଖାଲି ଥରିବାକୁ ଲାଗିଲି । ମୋତେ ସେ କହିଲା କଣ ଏମିତି ଲୁଚି ଲୁଚି ସବୁଦିନେ ଦେଖୁଥିବ ନା କିଛି କହିବ ।ମୁଁ ଭୟ ରେ ତଳ କୁ ମୁହଁ କରି ଛିଡା ହୋଇଥାଏ ଆଉ କିଛି କହୁ ନ ଥାଏ ।କାହିଁକିନା ମୁହେଁ ମୁହେଁ ଜବାବ ଦେଉଥିବା ଝିଅ ସେ ।ତା ନାମ ରେ କିଏ ଯଦି କିଛି କମେଣ୍ଟ କରେ ସଙ୍ଗେ ସଙ୍ଗେ ସେ ପିଲା କୁ ବେଇଜତ କରି ପକାଏ । ସେଥି ପାଇଁ କଲେଜ ରେ ଅଧିକାଂଶ ପିଲା ତା ସାମ୍ନା ରେ କଥା ହେବା ପାଇଁ ସାହସ କରିପାରନ୍ତି ନାହିଁ ।ମୋ ହାବଭାବ ରୁ ସେ ଜାଣି ନେଲା ଯେ ମୁଁ କହିବାକୁ ଡରୁଛି ।ତା ହାତ ରେ ମୋ ମୁଁହ କୁ ଉପରକୁ ଟେକି କହିଲା ...ମୁଁ ତ ଦେଖୁଛି ତୁମେ ସବୁବେଳେ ଏମିତି କଣେଇ କଣେଇ ଚାଂହୁଛ ମୋତେ। କଣ ମୋତେ ଭଲ ପାଉଛ..?ମୁଁ ମନେ ମନେ ଭାବିଲି ଏଥର ମୁହଁ ନ ଖୋଲିଲେ ବାର ବର୍ଷ ର ତପସ୍ୟା ଶୁଖୁଆ ଝୋଳ ରେ ଚାଲିଯିବ । ସାହସ କରି ହଁ ଟେ ଭରିଲି ତା ଆଗ ରେ ।ମୋ କଥା ଶୁଣି ତା ମୁହଁ ରେ ଏକ ହସ ର ଝଲକ ଦେଖା ଗଲା ଆଉ କହିଲା ମୁଁ ବି ତୁମ କୁ ଭଲ ପାଏ । ଯେବେଠୁ ତୁମେ ଏ କଲେଜ ରେ ଆଡ଼ମିଶନ କଲ ,ସେବେଠୁ ମୁଁ ଭଲ ପାଇବସିଛି ତୁମ କୁ।ତୁମର ସେ ଶାନ୍ତଶିଷ୍ଟ ସରଳ ଓ ନିରୀହ ମୁହଁ ଦେଖିଲେ ମୋ ହୃଦୟ ବରଫ ଭଳି ତରଳି ଯାଏ । ଆଜି ପର୍ଯ୍ୟନ୍ତ ମୋ ଜୀବନରେ ତୁମ ଭଳି ଶାନ୍ତଶିଷ୍ଟ ପିଲା କୁ କେବେ ଦେଖିନି । ତା କଥା ଶୁଣି ମୋର ଟିକେ ସାହସ ର ସୂର୍ଯ୍ୟ ଉଦୟ ହେଲା । ଆଉ କହିଲି
ମୁଁ -ଭଲ ପାଉଥିଲ ଯଦି ମୋତେ ତ କହି ପରିଥାନ୍ତ ।
ରାଜ - କାଳେ ମୁଁ ଭାବିଲି ତୁମେ ଖରାପ ଭାବିବ ସେଥି ପାଇଁ ମୁଁ ମୋ ମନ ର କଥା କୁ ମନ ରେ ରଖିଦେଲି । ତାପରେ ଦେଖିଲି ତୁମେ ସବୁବେଳେ ମୋତେ କଣେଇ କଣେଇ ଚାଂହୁଛ , ସେଥିପାଇଁ ଆଜି ତୁମ କୁ କହିଲି ।
ମୁଁ -ତୁମ କୁ ବି ମୁଁ ବହୁତ ଭଲ ପାଏ ନିଜ ଜୀବନ ଠୁ ଅଧିକ ,ହେଲେ ସବୁଦିନ ପାଇଁ ମୋ ହାତ ଧରି ମୋ ପାଦ ରେ ପାଦ ମିଶାଇ ଚାଲି ପାରିବ ତ..?
ରାଜ- ତୁମର ସବୁ କଥା ରେ ମୁଁ ରାଜି କିନ୍ତୁ ମୋର ଗୋଟେ ଛୋଟିଆ ଅନୁରୋଧ ରଖିପାରିବେ ତ ..!
ମୁଁ - ତୁମର କି ଅନୁରୋଧ ରଖିପାରିବି କୁହ ।
ରାଜ- ଆମର ଏ ଭଲ ପାଇବା ସମ୍ପର୍କ ଯେମିତି ବାହାରେ ନ ପ୍ରକାଶ କର ।ମୋ ବାବା ଜାଣିଲେ ମୋ ପାଠ ପଢା ବନ୍ଦ କରିଦେବେ ।
ମୁଁ -ଓକେ
ଏମିତି ଲୁଚାଛପା ରେ ଆମ ପ୍ରେମ ସମ୍ପର୍କ ୧ ବର୍ଷ ବିତି ଯାଇଥାଏ ।ବିଏ ର ଶେଷ ପରୀକ୍ଷା ମଧ୍ୟ ସରିଯାଇଥାଏ ।ଦିନେ ସିନେମା ଦେଖି ସାରି ଫେରିବା ସମୟରେ ରାଜଶ୍ରୀ ର ବାବା ର ଜଣେ କ୍ଲୋଜ ଫ୍ରେଣ୍ଡ ଆମ କୁ ଦେଖି ନେଇଥିଲେ । ସେ ଯାଇ ତାଙ୍କ ବାବା ପାଖରେ କହିଦେଲେ । ତା ବାବା ରାଜଶ୍ରୀ କୁ ମାଡ ମାରି ଗୋଟେ ଘରେ ତାଲା ପକେଇ ରଖି ଦେଇଦେଲେ ।ମୁଁ ଏପଟେ ତିନି ଦିନ ହେଲେ କଲେଜ ରେ ଅପେକ୍ଷା କରି ହତାଶ ହେଲି । ଚତୁର୍ଥ ଦିନ ରାତି ରେ ମୁଁ ଶୋଇ ଥିବା ସମୟରେ ଆମ କବାଟ କିଏ ବାଡେଇଲା । ଏତେ ରାତି ରେ କିଏ ହେଇ ଥିବ ,ଯାଇ କବାଟ ଖୋଲି ଦେଖେ ତ ...!ରାଜଶ୍ରୀ ତୁମେ ଏତେ ରାତିରେ ..!!!।ମୋତେ ଦେଖି କୁଣ୍ଡେଇ ପକାଇଲା ଆଉ ଭେଁ ଭେଁ ହୋଇ କାନ୍ଦିଲା ।ମୁଁ ପଚାରିଲି କଣ ହୋଇଛି ।ତୁମେ କାନ୍ଦୁଛ କାହିଁକି ।ସେ ମୂଳ ରୁ ଅମୂଲଚୂଳ କରି କହିଗଲା ।ତା ପରେ ମୁଁ କିଛି ସମୟ ନିରବ ରହି ସେହି ରାତି ରେ ମୋ ମା ଆଉ ରାଜଶ୍ରୀକୁ ନେଇ ଚାଲିଗଲି ସୁଦୂର ପୁରୀ ଉପକଣ୍ଠ ସହରକୁ । ଆଉ ସେଇଟି ଏକ ଛୋଟ ବସ୍ତି ରେ ଭଡ଼ା ନେଇ ରହିଲୁ । ସେଇଟି ରହି କିଛି କାମ ଖୋଜିଲି କିନ୍ତୁ ମିଳିଲା ନାହିଁ । ଛୋଟ ବେଳୁ ମୁଁ ଭଲ ଭଲ ଚିତ୍ର ଅଙ୍କନ କରୁଥିଲି ।ସେହି ଚିତ୍ର ଗୁଡିକ ଏତେ ନିଖୁଣ ଭାବରେ ଆଙ୍କୁ ଥିଲି ଯେ କେହି ଦେଖିଲେ ଜୀବନ୍ତ ଭଳି ମନେ କରିବେ ।ବିଦ୍ୟାଳୟରେ ଚିତ୍ରକଳା ପ୍ରତିଯୋଗିତାରେ ମୁଁ ପ୍ରଥମ ହେଇଥିଲି । ମୋର ଚିତ୍ର ରେ ଭଲ ହେଉଥିବା ଜାଣି ମୋ ମା କହିଲେ ତୁ ଘରେ ରହି ଛୋଟ ଛୋଟ କାନଭାସ ରେ ଚିତ୍ର ଅଙ୍କନ କରି ବଜାର ରେ ବିକ୍ରି କର ,ଦେଖିବୁ ତୋର କିଛି ପଇସା ରୋଜଗାର ହେବ। ରୋଷେଇ କରୁ କରୁ ମୋ ମା ଙ୍କ ସପକ୍ଷରେ ରାଜଶ୍ରୀ କହିଲା ..ମା ଯାହା କହିଲେ ଠିକ କଥା ।ସେଇଆ କର ,ସେଥି ରୁ ଯାହା ମିଳିବ ଆମେ ଚଳି ଯିବା ।ଆଉ କାହିଁକି ବାରଆଡେ ବୁଲି କାମ ଖୋଜିବ । ମୁଁ ମୋ ମା ଆଉ ସ୍ତ୍ରୀ ର କଥା ରଖି ବଜାର ରୁ ଛୋଟ ଛୋଟ କାନଭାସ ,କିଛି ତୁଳି ଆଉ କିଛି ରଙ୍ଗ ଆଣି ଘରେ ବସି ନିଖୁଣ ଭାବେ ଅଙ୍କନ କଲି ଚିତ୍ର ।ସେହି ଅଙ୍କିତ କାନଭାସ ଚିତ୍ର ଗୁଡିକ ବଜାରେ ବିକ୍ରି କଲି ।ଧୀରେ ଧୀରେ ସେ କାନଭାସର ଚାହିଦା ବଡ଼ିଲା ।ଦେଶ ବିଦେଶରେ ମଧ୍ୟ ସେ କାନଭାସ ବିକ୍ରି ହେଲା ।ଅଧିକ କିଛି ଦି ପଇସା ହେବା ରୁ ମୁଁ ସେ ବସ୍ତି ଛାଡି ଏକ ଫ୍ଲାଟ କିଣି ରହିଲି ।ଏହା ଭିତରେ 5 ବର୍ଷ ବିତି ଯାଇଥାଏ ।ମୋ ମା ମଧ୍ୟ ଆମ କୁ ଛାଡି ଚାଲି ଯାଇଥାଏ ଆର ପାରି କୁ ।ମୋ ମା ଚାଲି ଯିବାର ୧ବର୍ଷ ପରେ ଆମ କୋଳ ଆସିଲା ନୂଆ ଶିଶୁ ।ତାର ସେ ଖିଲି ଖିଲି ହସ ଆଉ କୁଆଁ କୁଆଁ ରାଵ ରେ ଆମ ସଂସାର ଖୁସି ରେ ଉସୁଳି ପଡୁଥାଏ । ଏମିତି ହସ ଖୁସି ରେ କିଛି ବର୍ଷ ବିତି ଯାଏ ।ସମୟ ସବୁ ଦିନ ସମାନ ନ ଥାଏ । ହାତ ମୁଠା ରୁ ବାଲି ଖସିଲା ଭଳି ସୁଖ ର ସମୟ ଗଡି ଯାଏ ।ସେ ସମୟ କୁ କେହି ବି ଜାଣି ପାରନ୍ତି ନାହିଁ ।ସେଭଳି ହଠାତ ମୋ ଜୀବନରେ ଅଦିନ କାଳବୈଶାଖୀ ମାଡି ଆସିଲା । ସେ ଝଡ଼ ମୋ ପ୍ରାଣ ପ୍ରିୟା ରଜନୀକୁ ମୋ ହାତ ରୁ ଛଡେଇ ନେଲା। ହୃଦଘାତ ରେ ରଜନୀ ଆର ପାରିକୁ ଚାଲି ଗଲେ ମୋତେ ଆଉ ରାହୁଲ କୁ ଛାଡି ଦେଇ । ଦ୍ଵିତୀୟ ବିଭାହ କରିବା ପାଇଁ ମୋ ମନ ଆଉ ଚାଂହୁ ନ ଥିଲା ।ସେ ଦିନ ଠୁ ଏ ରାହୁଲ ର ମୁହଁ କୁ ଚାହିଁ ଚାହିଁ ଜିଇଁ ରହିଛି ।
(ପରିଶେଷରେ ମୁଁ ଆପଣ ମାନକୁ ଗୋଟେ କଥା କହି ରଖୁଛି ଯେ ମୋ ଲେଖା ରେ ଯଦି କୋୖଣସି ତ୍ରୁଟି ପରିଲକ୍ଷିତ ହୁଏ ,ତେବେ ମୋତେ କ୍ଷମା କରିଦେବେ । ମୋର ଏ କାହାଣୀ ଟି ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ )
ଲେଖକ - A ସାଥି