A ସାଥି

Tragedy Others

4.0  

A ସାଥି

Tragedy Others

ମୁଁ ବି ଜଣେ ଶିକ୍ଷା ସହାୟକ

ମୁଁ ବି ଜଣେ ଶିକ୍ଷା ସହାୟକ

5 mins
313


ଜଣେ ଶିକ୍ଷା ସହାୟକ ଙ୍କ ଜୀବନ ରେ ଘଟି ଯାଇଥିବା ଏକ କରୁଣ କାହାଣୀ ।କିପରି ଶିକ୍ଷକ ଜଣକ ଅଳ୍ପ ବୃତ୍ତି ରେ ନିଜ ଜୀବନ ସହ ସଂଘର୍ଷ କରୁଥିଲେ ,ତାହା ଏ କାହାଣୀ ରୁ ଦେଖିବାକୁ ମିଳେ। କିନ୍ତୁ ଲେଖକ ଭାବ ରେ ମୁଁ ସେ ଶିକ୍ଷକ ଜଣ ଙ୍କ ର ବାସ୍ତବ ପରିଚୟ ଏ କାହାଣୀ ରେ ଦେଇନାହିଁ,କାରଣ ସେ ମୋତେ ଗୋପନ ରେ ରଖିବା ପାଇଁ କହିଥିଲେ ।ହେଲେ ଆଜି କାଲି ଦେଖା ଯାଏ ଚାକିରୀ ଅଭାବ ରୁ କିଛି ଖାନଦାନୀ ଘର ର ପିଲା ମାନେ ଏହି ବୃତି କୁ ଆପଣେଇ ନେଇଥାନ୍ତି।କିନ୍ତୁ ସେମାନଙ୍କ ଉପରେ ଏ ସ୍ୱଳ୍ପ ବୃତ୍ତି ବିଷୟରେ କିଛି ଫରକ ପଡ଼େ ନାହିଁ ।କାହିଁକିନା ସେମାନଙ୍କ ପିତା ମାତା ଙ୍କ ପାଖରେ ଯଥେଷ୍ଟ ଧନ ଥାଏ ,ଦରମା ନ ମିଳିଲେ ମଧ୍ୟ ସେମାନେ ଘରୁ କିଛି ପଇସା ନେଇ ଆସନ୍ତି ଚଳିବା ପାଇଁ। ଆଉ ଯେଉଁ ମାନଙ୍କ ର ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ନ ଥିବ ସେମାନେ ଏହି ଠିକା ରେ କାମ କରି ଅଳ୍ପ ବୃତ୍ତି ପାଇ କିପରି ଜୀବନ ବିତାଉଥିବେ ,ତାହା ଭଗବାନ ଜାଣନ୍ତି ।  ସେକଥା ଛାଡ଼ ,ଏବେ ଚାଲନ୍ତୁ ପଢିବା ସେ କାହାଣୀ ଟିକୁ ।



ସାଙ୍ଗସାଥି ଙ୍କ ମେଳ ରେ ବସି ମୋବାଇଲ ରେ ଦେଖୁଥାଏ ଶିକ୍ଷା ସହାୟକ ମାନଙ୍କ ର ବାହାରିଥିବା ମେରିଟ ଲିଷ୍ଟ ।ଏମିତି ଅଣ୍ଡାଳୁ, ଅଣ୍ଡାଳୁ ଯେତେବେଳେ ନିଜ ନାଁ ପାଇଯାଇଛି ,ଖୁସି ରେ ଧାଇଁଛି ଘର କୁ ଅରୁଣ ।ଏହି ଅରୁଣ ହେଉଛନ୍ତି ବେତନଟୀ ବ୍ଲକ ରେ ଥିବା ରାମଚନ୍ଦ୍ର ପୁର ଗ୍ରାମ ରେ ଦିବାକର ମହାନ୍ତି ଙ୍କ ପୁତ୍ର ଅରୁଣ ମହାନ୍ତି । ବୟସ ମାତ୍ର ୨୫ ହେବ।ମାତା ସତ୍ୟବତୀ ମହାନ୍ତି ଓ ତାର ଦୁଇ ଭଉଣୀ ମିନତୀ ଆଉ ମିତାଲି ।ପରିବାର ଏତେ ସ୍ୱଚ୍ଛଳ ନୁହେଁ ।ଦୁଇବଖୁରିଆ ରେ ମାଟିକାନ୍ଥ ସହ ଚାଳଛପର ଘର ଟିଏ ।ପିତା ଦିବାକର ମହାନ୍ତି ଖରା ବର୍ଷା କୁ ଖାତିରି ନ କରି ହାଡ଼ ଭଙ୍ଗା ପରିଶ୍ରମ କରନ୍ତି ଚାଷ ବିଲ ରେ । ଧାନ ସହ ଆଉ କିଛି ପରିବା ଚାଷ ମଧ୍ୟ କରନ୍ତି ।ସେଥି ରୁ ଯାହା କିଛି ଉପାର୍ଜନ କରନ୍ତି ,ତାଙ୍କର ସେ ଛୋଟ ସଂସାର ଟି ସୁରଖୁର ରେ ଚଳିଯାଏ। ଘର କୁ ଆସି ଅରୁଣ ବଡ଼ ପାଟି ରେ କହିଲା ....ବାପା !!! ...ବାପା ..କୁଆଡେ ଗଲ । ମା ତାର ରୋଷେଇ ଘରୁ ବାହାରି ଆସି କହିଲେ କଣ ହୋଇଛି ଏତେ ବଡ଼ ପାଟିରେ କୁଆ ଭଳି ରାବୁଛୁ କାହିଁକି ।!!!!!ଓହ..ମା  ତୁ ଆଗେ  ବାପା କୁଆଡେ ଗଲେ କହିଲୁ!!!!.ହେଇ ବା ଆସିଲେଣି ...!!! ଅରୁଣ ବାପା ଙ୍କ ପାଖକୁ ଯାଇ  କହିଲା ...ବାପା ...ଆଜି ଶିକ୍ଷା ସହାୟକ ମାନଙ୍କ ର ମେରିଟ ଲିଷ୍ଟ ବାହାରିଛି । ମୋ ନାମ ମାଲକାନଗିରି ଜିଲ୍ଲାର ୨୭୫ rank ରେ ଅଛି । ଆଉ ଦୁଇ ଦିନ ପରେ ମାଲକାନଗିରି ଜିଲ୍ଲା DPO ଅଫିସ ରେ ଆମର  ଭେରୀଫିକେଶନ ହେବ ।ଭେରୀଫିକେଶନ ସରିଲା ପରେ appointment ଲେଟର ପୋଷ୍ଟାଲ ରେ ଆସିବ। ପୁଅ ର କଥା ଶୁଣି ଦିବାକର ସ୍ନେହରେ  ତା ମୁଣ୍ଡ ରେ ହାତ ବୁଲାଇ ଆଣି କହିଲେ ଯାହା ହେଉ ମୋ ପୁଅ କୁ ଏତେ ଦିନ ପରେ ଭଗବାନ ସାହା ହେଲେ ।ଦୁଇ ଦିନ ପରେ ଅରୁଣ ମାଲକାନଗିରି ଜିଲ୍ଲା କୁ ଯାଇ ଭେରି ଫିକେଶନ କରି ଫେରି ଆସିଲା।ଗୋଟେ ମାସ ପରେ ଅରୁଣ କୁ appointment ଲେଟର ମିଳିଗଲା ।ଘର ର ବାପା ଓ ମା ଙ୍କ ଠାରୁ ଆର୍ଶୀବାଦ ନେଇ ଅରୁଣ ଚାଲିଗଲା ସୁଦୂର ମାଲକାନଗିରି ଜିଲ୍ଲା କୁ ଶିକ୍ଷକତା କରିବା ପାଇଁ। ରାସ୍ତାରେ ଯିବା ବେଳେ ବଡ଼ ବଡ଼ ପାହାଡ଼,ଗଛ ,ନଦୀ ଝରଣା ସବୁଜ ପ୍ରାକୃତିକ ଭରା ମନୋରମ ଦୃଶ୍ୟ କୁ ଉପଭୋଗ କରୁଥାଏ ଅରୁଣ ।ଦିନ ୩.୦୦ ଟା ବେଳେ ଅରୁଣ  ଡଲଡ଼ଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପହଞ୍ଚିଲା ।ହେଡମାଷ୍ଟର ରାମଚନ୍ଦ୍ରଙ୍କୁ ଏକ ଦରଖାସ୍ତ ଦେଇ ବିଦ୍ୟାଳୟ ରେ ଜଏନ କଲା ।ହେଡମାଷ୍ଟର ଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟରେ ଥିବା ସଭାପତି ପୂର୍ଣ୍ଣଚନ୍ଦ୍ର ବାବୁ ଙ୍କ ଏକ ଘର ଖାଲି ଥିବା ରୁ  ଅରୁଣ ଙ୍କୁ ସେଇ ଘର ଟି ରହିବା ପାଇଁ ଯୋଗଡ଼ କରିଦିଆ ଗଲା ।ସନ୍ଧ୍ୟା ହେଲା ପରେ ଅରୁଣ ନିଜ ଘରର ବାପା, ମା ଆଉ ଭଉଣୀ ମାନଙ୍କ ସହ ଫୋନ ରେ  କିଛି କଥା ହେଇଗଲା ।ପରେ ନିଜେ ନିଜ ଚୁଲା ରେ ରୋଷେଇ କରି ଖାଇପିଇ ଶୋଇ ପଡ଼ିଲା । ଅରୁଣ କୁ ରାତି ଟେ ପାଇଁ ରୋଷେଇ କରିବାକୁ ପଡେ,କାରଣ ଦିନ ବେଳା ରେ ସେ ବିଦ୍ୟାଳୟରେ ଖାଏ ।ବିଦ୍ୟାଳୟରେ ଛୋଟ ଛୋଟ ପିଲା ମାନଙ୍କୁ ଶିକ୍ଷା ଦେବା ଓ ଜରୁରୀ ଲେଖା ପଢ଼ା ରେ ଅରୁଣ ର ସମୟ ବିତିଯାଏ,ଜଣା ପଡେ ନାହିଁ ତାକୁ। ପାଞ୍ଚ ମାସ ଗଲା ପରେ ଅରୁଣ ଙ୍କୁ ନିଜର ପାରିଶ୍ରମିକ ର ପ୍ରଥମ ଦରମା ମିଳିଲା । ନିଜର ଅତ୍ୟାବଶ୍ୟକ ଖର୍ଚ୍ଚ ପାଇଁ କିଛି ରଖି ଆଉ ସବୁ ଘର କୁ ପଠାଇ ଦେଲେ ପୋଷ୍ଟାଲ ରେ।ଏମିତି ଛୁଟି ଦିନ ଦେଖି ଅରୁଣ ଗାଁ କୁ ଆସନ୍ତି ,ବୁଲା ବୁଲି କରି ପୁଣି ଫେରି ଯାଆନ୍ତି ମାଲକାନଗିରି କୁ।ଏମିତି କିଛି ବର୍ଷ ସୁରଖୁର ରେ ଗଡ଼ିଗଲା। ହଠାତ ତାଙ୍କ ଜୀବନ ର ପରିଧି ଭିତରକୁ ମାଡ଼ି ଆସିଲା ଅଦିନ ର କଳା ମେଘ ।ତାଙ୍କ ବାପା ବିଲ ରେ କାମ କରୁଥିବା ବେଳେ ଏକ ବିଷଧର ସର୍ପ ତାଙ୍କ ଗୋଡ କୁ କାମୁଡିବାରୁ ସେ ମୃତ୍ୟୁ ମୁଖ ରେ ପଡିଲେ ।ଖବର ପାଇ ଅରୁଣ ଧାଇଁ ଆସିଲେ ଗାଁ କୁ ,ବାପା ଙ୍କୁ ଦେଖି ଆଉ କୋହ ସମ୍ଭାଳି ପାରିଲେ ନାହିଁ ଭୋ ଭୋ କାନ୍ଦି ଉଠିଲେ ।କନ୍ଦାକଟା ସରିଲା ପରେ ଅରୁଣ ଗ୍ରାମ ର କିଛି ବ୍ୟୟଜ୍ୟେଷ୍ଠ ଲୋକ ଙ୍କୁ ନେଇ ମଶାଣୀ ରେ ବାପାଙ୍କ ର ଅନ୍ତେଷ୍ଟିକ୍ରିୟା କଲେ ।ପାଖ ପଡୋଶୀ ଘରର ସୁଦାମ ନନା ସହ ବାପା ଙ୍କ ର ଦଶାହ କର୍ମ ର ଯାବତୀୟ ଖର୍ଚ୍ଚ ବିଷୟ ରେ ମୁଁ ଆଲୋଚନା କଲି।ନନା କହିଲେ ଅରୁଣ ତୁମ ବାପାଙ୍କ ର ଦଶାହ କର୍ମ ର ଯାବତୀୟ ଖର୍ଚ୍ଚ ୧ ଲକ୍ଷ ରୁ କମ ହେବ ନାହିଁ ।ସୁଦାମ ନନା ମୁଁ ଏତେ ଟଙ୍କା ପାଇବି କେଉଁଠୁ ...!!!ମୁଁ ଜାଣୁଛି ରେ ଅରୁଣ ....ଏତେ ଟଙ୍କା ଏ ଗାଁ ରେ ବି କେହି ରାଜି ହେବନି ଦେବା କୁ।ତେବେ ଏତେ ଟଙ୍କା ଯୋଗାଡ କରିବା କେଉଁଠୁ ସୁଦାମ ନନା ।ଅରୁଣ ତୁ ଗୋଟେ କାମ କର ଗାଁ ଲୋକ ଙ୍କୁ ମାଗିବା ଅପେକ୍ଷା  ବ୍ୟାଙ୍କ ରେ ଲୋନ କର!!!!!। ୧ଲକ୍ଷ ଟଙ୍କା ଲୋନ କରିବା ପାଇଁ ଗଲି ବ୍ୟାଙ୍କ କୁ  ।ବ୍ୟାଙ୍କ ର କର୍ମଚାରୀ ମୋର ଠିକା ଚାକିରୀ କି ନେଇ ରାଜି ହେଉ ନ ଥିଲେ ୧ଲକ୍ଷ ଟଙ୍କା ଦେବା ପାଇଁ। ବହୁତ ବୁଝା ସୁଝା ପରେ ବ୍ୟାଙ୍କ ର କର୍ମଚାରୀ ଜଣକ ରାଜି ହେଲେ ଆଉ କହିଲେ ଯଦି ଠିକ ସମୟରେ  ନ ପୈଠ କର ତେବେ ଦୁଇଗୁଣା ଅଧିକ ସୁଧ ଦେବାକୁ ହେବ ।ବ୍ୟାଙ୍କ ରୁ ୧ଲକ୍ଷ ଟଙ୍କା ନେଇ ବାପା ଙ୍କର ଦଶାହ କର୍ମ ସାରିଦେଲି । ଭଉଣୀ ମାନଙ୍କ ପଢା ଖର୍ଚ୍ଚ ଓ ଘର ଚଳିବା ପାଇଁ ମା ହାତ ରେ କିଛି ପଇସା ଦେଇ ,ମନଦୁଃଖ ରେ ଖାଲି ହାତରେ ଫେରି ଗଲି ମୋ କାର୍ଯ୍ୟକ୍ଷେତ୍ର କୁ ।ମନରେ ଲିଭି ନ ଥାଏ ମୋ ବାପା ଙ୍କ ର ସ୍ନେହ ଓ ଭଲ ପାଇବା ।ଆହୁରୀ ବି  ମୁଁ ଝୁରି ହେଉ ଥାଏ ମୋ ବାପା ଙ୍କୁ ।ଭାବୁଥାଏ ବାପା ଥିଲା ବେଳେ ଆମ ଜମିରେ ଚାଷବାସ କରି ପରିବାର ଚଳେଇ ନେଉଥିଲେ। ଏବେ ବାପା ତ ଚାଲି ଗଲେ ଜମି ରେ ଚାଷ କରିବେ କିଏ ...?ନିଜ ଜିଲ୍ଲାର ପାଖ ବିଦ୍ୟାଳୟରେ ପାଇଥିଲେ ,ସିନା ମୁଁ ଆମ ଜମି ରେ ଚାଷ ବାସ କରି ପରିବାର ଚଳେଇ ନେଇଥାନ୍ତି ।ମୁଁ ତ ରହିଲି ବାହାର ଜିଲ୍ଲାର ।ଟଙ୍କା ମାତ୍ର ୬୫୧୨ ପାଉଛି ,ତାହା ପୁଣି ଠିକ ରେ ମିଳୁନି।ତିନି, ଚାରି ,ପାଞ୍ଚ ମାସ ରେ ଥରେ ଆସୁଛି ।ଏମିତି ଡେରି ରେ ଦରମା ହେବା ରୁ ମୋତେ ବ୍ୟାଙ୍କ କୁ ଦୁଇ ଗୁଣା ଅଧିକ ସୁଧ ଦେବାକୁ ପଡୁଛି । ଲଜ୍ଜା ନିବାରଣ ପାଇଁ ଦେହ କୁ ଖଣ୍ଡେ କନା ଘୋଡ଼ାଇ ଓ ପେଟ କୁ ଚାଖଣ୍ଡେ ଦାନା ଦେଇ ବିଦ୍ୟାଳୟରେ ଛୋଟ ଛୋଟ ଶିଶୁ ମାନଙ୍କ ର ଭବିଷ୍ୟତ ଗଢିବା  ହିଁ ତ ଜଣେ ଶିକ୍ଷା ସହାୟକ ର ଜୀବନ ।ଭଗବାନ ବି କେତେ ବଡ଼ ନିଷ୍ଠୁର ହେଲେ ।ଏତେ ଦୁଃଖ କଷ୍ଟ ଦେଲା ପରେ ବି ତାଙ୍କ ମନ ରେ ଟିକେ ହେଲେ  ଦୟା  ଆସିଲାନି।ପୁଣି ଏକ ବୋଝ ଲଦିଦେଲେ କଅଁଳିଆ ବୟସ ରେ ନିରୀହ ପିଲା ଅରୁଣ ମୁଣ୍ଡ ରେ । ବାପା ଦିବାକର ଗଲା ପରେ ତାର ମା ଆଉ ଠିକ ରେ ଖିଆ ପିଆ ନ କରିବାରୁ ତା ପେଟ ରେ ଧୀରେ ଧୀରେ କ୍ୟାନ୍ସର ରୋଗ ବଡ଼ ହେବାକୁ ଲାଗିଲା ।ଘର କୁ ଆସି ମା କୁ ସାଙ୍ଗ ରେ ମେଡ଼ିକାଲ ନେଇଗଲି ।ଡାକ୍ତର ପରୀକ୍ଷା କରି କହିଲେ ମା କୁ କ୍ୟାନ୍ସର ହୋଇଛି ।ଅପରେସନ କରିବାକୁ ପଡିବ। ଅପରେସନ ନ କଲେ ରୋଗୀ ର ଜୀବନ ପ୍ରତି ବିପଦ ଅଛି ।ଡାକ୍ତର ଙ୍କୁ ଅପରେସନ ରେ କେତେ ଟଙ୍କା ଖର୍ଚ୍ଚ ହେବ ପଚାରିବାରୁ କହିଲେ ନିହାତି ଆପଣ ଙ୍କୁ  ୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।ଏତେ ଟଙ୍କା ଶୁଣି ମୋ ମନ ଭାଙ୍ଗିପଡିଲା ।ଡାକ୍ତର ଙ୍କର ଗୋଡ଼ ହାତ ଧରି ନେହୁରା ହୋଇ କହିଲି ... "ସାର ମୁଁ ଜଣେ ଠିକା ରେ ପାଇଥିବା ଶିକ୍ଷା ସହାୟକ । ଦରମା ମାତ୍ର ୬୫୧୨ ।ଏତିକି ଟଙ୍କା ରେ ବି ଆମ ପରିବାର ଅଣ୍ଟୁନି ।ଏତେ ଟଙ୍କା କେଉଁଠୁ ଯୋଗାଡ଼ କରିବି ,ଏହାର ବିକଳ୍ପ ବ୍ୟବସ୍ଥା କୁହନ୍ତୁ ସାର" ।ଡାକ୍ତର ବାବୁ prescription ରେ କିଛି ଔଷଧ ର ନାମ ଲେଖି ବିଦା କରିଦେଲେ ।ମେଡ଼ିସିନ ଦୋକାନ ରେ prescription ଦେଖାଇ ମେଡ଼ିସିନ ନେଇ ଘର କୁ ଫେରିଆସିଲୁ ।ତା ପର ଗଲା ବେଳେ ମିନତୀ ଓ ମିତାଲିକୁ ଡାକି ମା ର ଔଷଧ ଖାଇବାର ସମୟ ବୁଝାଇ ଦେଲି ଆଉ କହିଲି ତୁମେ ଦୁଇ ଜଣ ମା ର ଦେଖା ଶୁଣା କରୁଥିବ ,କେବେ ହେଲେ ହେଳା କରିବ ନାହିଁ ମା ର ।କିଛି ଯଦି ଅସୁବିଧା ହୁଏ ଫୋନ କରି ଜଣାଇବ ମୋତେ ।ଘରର ଯାବତୀୟ ଖର୍ଚ୍ଚ ,ରୋଗୀଣା ମା ର ଔଷଧ ର ଖର୍ଚ୍ଚ ଓ ବ୍ୟାଙ୍କ ରେ କରିଥିବା ଲୋନ ର ସୁଧ ସହ କଟିବା ଆଦି ମୋ ହାତ ଓ ଗୋଡ଼ ରେ ବେଡି ପକେଇ ଦେଉଥାଏ ଖର୍ଚ୍ଚ ର ପାଉଣା ।ସେହି ପାଉଣା ର ଅଡ଼ୁଆ ସୂତା ଖିଅ ରେ  ମୁଁ ଗୋଡେଇ ହୋଇଯାଉଥାଏ ।ମୋ ମନ କୁ କିଛି ବୁଦ୍ଧି ବାଟ  ଦିଶୁ ନ ଥାଏ।୧ବର୍ଷ ଭିତରେ ମୋ ମା ସେହି କ୍ୟାନ୍ସର ରୋଗରେ ଗୋଳେଇ ଘାଣ୍ଟି ହୋଇ ଚାଲି ଗଲେ ଆର ପାରି କୁ ।ମା ଚାଲି ଗଲା ପରେ ମୋ ଭଉଣୀ ମାନଙ୍କୁ ଘରେ ଛାଡ଼ି ଯିବାକୁ ଇଚ୍ଛା ହେଲାନି ।ଯାହା ହେଲେ ବି ସେମାନେ ନାରୀ ଜାତି ର ଲୋକ ନା ...!!!!! ଘରର ମୁରବି ନ ଥିଲେ ସେମାନେ କିଛି ନା କିଛି କରି ବସିବେ ।ଯେମିତି ହେଲେ ବି ତାଙ୍କ ଦୁଇ ଜଣଙ୍କ ର ବାହାଘର କରିବାକୁ ପଡିବ ।ଦୁଇ ଦୁଇଟା ବ୍ୟାଙ୍କ ରୁ ଲୋନ ଆଣି ମୋ ଭଉଣୀ ମାନଙ୍କ ର ବାହାଘର କଲି ।ଭଉଣୀ ମାନଙ୍କ ର  ବାହାଘର କରିଦେଇ ,ମୁଁ ସିନା ମୋ ମୁଣ୍ଡ ଉପରୁ ବୋଝ ହଟେଇ ଦେଲି ହେଲେ  ରହିଗଲି ମୁଁ ଅବିବାହିତ।ଏ ଭିତରେ ମୋ ଚାକିରୀ ର କାର୍ଯ୍ୟକାଳ ୮ବର୍ଷ ବିତି ଯାଇଥାଏ ।ତଥାପି ଅଫିସରେ କିଛି ଲାଞ୍ଚ କାରବାର ଯୋଗୁଁ ମୁଁ ରେଗୁଲାର ହେଇ ପାରୁ ନ ଥାଏ ।ମୁଁ ମନେ ମନେ ଭାବୁଥାଏ "ମୋ ଭଳି କଣ ଏମିତି ଅନେକ ଗରିବ ଶ୍ରେଣୀର ପିଲା ନିଜ ଜୀବନ କୁ ମରଣ ମୁହଁକୁ ଠେଲି ଦେଇ ଶିଶୁମାନଙ୍କ ର ଭବିଷ୍ୟତ ଜୀବନ କୁ ଉଜ୍ଜ୍ୱଳ କରିବା ପାଇଁ ସ୍ୱଳ୍ପ ପାରିଶ୍ରମିକ ରେ  ଏହି ଶିକ୍ଷା ସହାୟକ ବୃତ୍ତିକୁ ଆପଣେଇ ନେଇଥାନ୍ତି।!!!!!!!!



(ଶେଷ ରେ ଆପଣ ମାନଙ୍କୁ ଜଣେଇ ଦେଉଛି ଯେ ମୋ ଲେଖା ରେ ଯଦି କିଛି ତ୍ରୁଟି ଥାଏ ,ତେବେ ମୋତେ କ୍ଷମା କରିବେ ।ମୋର ଏ ଲେଖା ଟି ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ)
ଲେଖକ-Aସାଥି





Rate this content
Log in

Similar oriya story from Tragedy