The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

rameswar tek

Tragedy

4.0  

rameswar tek

Tragedy

ଦୁର୍ଘଟଣା

ଦୁର୍ଘଟଣା

2 mins
564


ଏ ଦୁନିଆରେ ଜିଇଁବାକୁ ହେଲେ କିଛି ନା କିଛି କର୍ମ କରିବାକୁ ପଡେ । କେହି କେହି କର୍ମ କୁ ସାବଧାନ ସହ କରନ୍ତି ତ ଆଉ କେହି ଅସାବଧାନତା ବଶତଃ।ସାବଧାନ ସହ କର୍ମ କରୁଥିବା ଲୋକ ଅନେକ ମାତ୍ରା ରେ ସଫଳ ହୁଅନ୍ତି ,ଆଉ ଅସାବଧାନ ଭାବରେ କର୍ମ କରୁଥିବା  ଲୋକ ସଫଳ ହୋଇପାରନ୍ତି ନି ସତ ,ହେଲେ ବେଳେ ବେଳେ ତାଙ୍କର ପରିସ୍ଥିତି ଏପରି ଅଣାୟତ୍ତ ହୋଇଯାଏ ,ତାହା ସେ ପରିସ୍ଥିତି କୁ ଆୟତ୍ତ କରିବାର କାହା ପାଖରେ ଶକ୍ତି ନ ଥାଏ ।ସେହି ଭଳି ଅସାବଧାନତା ବା ଅନ୍ୟମନସ୍କ ଯୋଗୁଁ କିପରି ଏକ ପରିବାର ଛାରଖାର ହୋଇଗଲା । ତାହା ଏହି ଗଳ୍ପ ଟିରୁ ଜାଣିବା ।ତେବେ ଚାଲନ୍ତୁ ପଢିବା

ଘର ବାଡ଼ିପଟେ ଚାକୁଣ୍ଡା ଗଛମୂଳରେ ବସି କରଞ୍ଚ କାଠିରେ ଦାନ୍ତ ଘଷୁଥାଏ ଆଉ ମନେ ମନେ ଏକ ହିନ୍ଦୀ ସିନେମାର ଗିତଟିକୁ ଗୁଣୁ ଗୁଣୁ କରି ଗାଉଥାଏ ।ସମୟ କେତେଟା ବାଜିଲାଣି ସେ ବିଷୟରେ ମୋର କିଛି ନିଘା ନ ଥାଏ ।ଘରୁ ଭିତରୁ ମମା ଡାକ ପକାଇଲେ । କହିଲେ ...ଦାନ୍ତ ଘଷି ଶୀଘ୍ର ଆ ରେ ମନୁଆ। କେଡେ ବଡ଼ ଭେଣ୍ଡିଆ ଟୋକା ହେଲାଣୀ ଯେ ଉଠିବ ଦିନ ୯ ଟାର ।ଦେଖୁନୁ ପାଖପଡୋଶୀ ଘର ର ରାମୁ କୁ ତୋରି ସାଙ୍ଗ ରେ ସେ ଯାଇ ଏକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଛି ,ତିନି ବର୍ଷ ଭିତରେ କେତେ କଣ କରିପକେଇଲାଣି ,ତୁ ଅଳସୁଆ ଏଠି ହରି କୀର୍ତ୍ତନ କରୁଚୁ।ଓ ମମା ତୁ କାହିଁକି ଏମିତି ହେଉଛୁ କହିଲୁ ।ସମୟ ଆସିଲେ ମୋର କଣ ଚାକିରୀ ହେବନି। ତୁ ଖାଲି ଟାରେ ବକର ବକର ହେଉଛୁ ।ମୁହଁ ଧୋଇ  ହୋଇ ଆସି ମମା ପାଖରେ ପହଁଞ୍ଚୁ ପହଁଞ୍ଚୁ  ମମା ମୋ ହାତରେ କାଗଜଚିଠା ଆଉ କିଛି ପଇସା ଗୁଞ୍ଜି ଦେଇ କହିଲେ ଯା ...ବଜାରରୁ କିଛି ସଉଦା କରିଆଣିବୁ । ନହେଲେ ଜାଣିବୁ ଯେ ହାଣ୍ଡି ,କଢ଼େଇ ଚୁଲି ଉପରକୁ ଯିବ ନାହିଁ । ବୁଝିଲି ମମା ବୁଝିଲି ,ହେଲେ ସକାଳ ରୁ ଏ ପର୍ଯ୍ୟନ୍ତ ପେଟ କୁ କୌଣସି ଦାନା ଯାଇନାହିଁ ,ରାସ୍ତା ରେ ଯିବା ବେଳେ ଯଦି ମୁଣ୍ଡ ଘୁରାଏ ତେବେ ଟଳି ପଡିବିନି।ସକାଳୁ ସକାଳୁ ପୁଣି ସେ ଅଶୁଭ କଥା ତୁଣ୍ଡ ରେ ଧରୁଛୁ। ମୋ ମୁଣ୍ଡକୁ ନିଜ ହାତରେ ଆଉଁସି ଦେଇ କହିଲେ । ମୋ ଧନ ପା ଘରେ ଆଉ କଣ ଅଛି ଯେ ତୋତେ ଖାଇବାକୁ ଦେବି , ତୁ ଏବେ କଣ ଆଉ ଛୋଟ ଛୁଆ ହେଇଚୁ,ଖାଲି ଅବୁଝା ହେଉଛୁ ।ତୋ ହାତ ରେ ଅଧିକ କିଛି ପଇସା ଦେଇଛି ସେଇଥିରୁ କିଛି କିଣି ଖାଇଦେବୁ । ମମା କୁ ଆଉ କିଛି ନ କହି ସିଧା  ଏକ ମୁହେଁ ହୋଇ ସାଇକେଲ ନେଇ ବାହାରି ଗଲି ବଜାରକୁ ।

ଅନୁସୟା ଚାହିଁ ରହିଥାଏ ପୁଅ ର  ଯିବା ବାଟ କୁ । ଆପଣ ମାନେ ଭାବି ପାରନ୍ତି ଏ ଅନୁସୟା ଜଣ ଙ୍କ କିଏ ।ସେ ଆଉ କେହି ନୁହନ୍ତି  ସେ ହେଉଛନ୍ତି ମନୁଆ (ମନୋରଞ୍ଜନ ପ୍ରଧାନ)ଙ୍କ ମା ଅନୁସୟା ପ୍ରଧାନ ।ପରିବାର କହିଲେ ସେ ଆଉ ତା ପୁଅ ମନୁଆ। ଅତୀତ ର ଝାଞ୍ଜି ପବନ ମନ ଭିତରେ ମାଡ଼ ହେବା ରୁ  ତାଙ୍କ ଆଖିରୁ ଶ୍ରାବଣ ର  ଧାରା ରେ ଅଶ୍ରୁ  ବୋହି ଗଲା  ।ନିଜ କାନିରେ ଲୁହକୁ ପୋଛି ,ନିଜ ଅନ୍ତରରେ ଥିବା ଅସଂଖ୍ୟ କୋହ ଓ ବେଦନା କୁ  ଚାପି ରଖି ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କଲେ ..ପ୍ରଭୁ ମୋ ପୁଅ କୁ ଟିକେ ସଦବୁଦ୍ଧି ଦିଅନ୍ତୁ ...ପ୍ରଭୁ ... । ବାପ ଛେଉଁଣ୍ଡ ପିଲା ଟା ପିତୃସ୍ନେହ ଶ୍ରଦ୍ଧା ଓ ଭଲ ପାଇବା କଣ ଜାଣେ ।ଜନ୍ମ ହେଲା ଠାରୁ "ବାପା"ଶବ୍ଦ ଟି କଣ ଜାଣିଲା ନାହିଁ । ମୋ ପେଟ ରେ ସେ ପାଞ୍ଚ ମାସ ହୋଇଥିବା ଥିଲାବେଳେ ତାର ବାପା କେଉଁ ଅଜଣା ରୋଗରେ ଆରପାରିକୁ ଚାଲିଗଲେ ।ମୋତେ ଏକା ଏକା ଲାଗୁଥିଲା, ଆଉ ଯେତେ ବେଳେ ମନୁଆ ମୋ କୋଳ କୁ ଆସିଲା ମୋର ସବୁ ଦୁଃଖ କଷ୍ଟ ଭୟ ଦୂରେଇଗଲା। ତଥାପି ମୋ ମନ ରେ ଟିକେ ଭୟ ରହୁଥିଲା କାରଣ ଏ ପୁରୁଷ ପ୍ରାଧାନ୍ୟ ସମାଜ ରେ ନାରୀ ଆଉ କେତେ ସୁରକ୍ଷିତ।ତଥାପି ମୁଁ (ଅନୁସୟା) ଭାଙ୍ଗି ପଡ଼ିନଥିଲି ।ନିଜ ଛାତି କୁ ପଥର କରି ଅନେକ ଝଡ଼ ଝଞ୍ଜା ର ଦୁଃଖ କଷ୍ଟ କୁ ସହି ଯାଇଛି ,ଖାସ ଏ ମନୁଆ ପାଇଁ  ।କଷ୍ଟ ମଷ୍ଟେ ମନୁଆକୁ ମୁଁ ଦ୍ୱାଦଶ ଯାଏ ପଢେଇଳି, ଅର୍ଥ ଅଭାବ ରୁ  ଆଉ ତାକୁ ପଢେଇବା ସମ୍ଭବ ହେଲା ନାହିଁ । ଏପଟେ ମନୁଆ ସାଇକେଲକୁ ଜୋର ରେ ଚଳାଇ ଯାଉଥାଏ ରାସ୍ତାରେ ,ଗଲା ବେଳେ ହଠାତ ଆଖି ଲାଖି ଗଲା ମନୁଆ ର ରାସ୍ତାର ଡାହାଣ କଡ଼ ରେ ଥିବା ଯାତ୍ରୀ ବିଶ୍ରାମଗାରରେ ।ସେଇଟି ଦେଖିଲା କିଛି ଲୋକ ଙ୍କ ଗହଳ ରେ ଏକ ସୁନ୍ଦର ଝିଅକୁ  । ଲମ୍ବା ଘନ କଳା କେଶ ଦକ୍ଷିଣାପବନର ଛୁଆଁ ରେ ଉଡ଼ିଯାଇ ତା ପଦ୍ମ ପାଖୁଡା ପରି ଗୋଲ ମୁହଁରେ ମାଡ଼ ହୋଇ ,ତାର ସୁନ୍ଦର ଆଖି ଦୁଇଟାକୁ ଘୋଡ଼ାଇ ଦେଉଥାଏ ।ନାଲି ନାଲି ଓଠ ଅଧରରୁ ଝରି ଆସୁଥିବା ମଧୁ ଝରା ହସ ,ସେ ହସ ମନୁଆ ର ମନ କିଣି ନେଉଥାଏ ।ସତେକି ସ୍ୱର୍ଗ ର ଅପ୍ସରୀ ଟା ସେ । ସେ ଝିଅ ଉପରେ  ମନୁଆ ଏତେ ମାତ୍ରା ରେ ବିମୋହିତ ହୋଇଥିଲା ଯେ ଆଖ ପାଖରେ ଘଟୁଥିବା ଘଟଣା ଗୁଡିକ ତାକୁ ଜଣା ପଡୁ ନଥାଏ ।ଏମିତି ଅନ୍ୟମନସ୍କ ହେଇ ଯାଉଥିବା ସମୟରେ ଆଗରେ ଆସୁଥିବା ଇଣ୍ଡିକା ଗାଡି ଆସି ଧକା ହେଇଗଲା ତା ସହ। ରାସ୍ତା ଟି NH-5 ରୋଡ଼ ହେଇଥିବାରୁ ଗାଡିଟି  ବହୁ ସ୍ପିଡ଼ରେ ଚାଲୁ ଥିଲା । ସେ ଗାଡି ଧକା ରେ  ମନୁଆ ଛିଟି କି ଯାଇ ଏକ ଇଲେଟ୍ରିକ ଖୁଣ୍ଟିରେ ପିଟି ହେଲା ।ଖୁଣ୍ଟିରେ ମନୁଆର ମୁଣ୍ଡରେ ମାଡ଼ ହେଇଥିବାରୁ ମନୁଆ ର ମୁଣ୍ଡ ରେ ବହୁତ ରକ୍ତସ୍ରାବ ବୋହି ଯାଇଥିଲା । କିଛି ସହୃଦୟ ବ୍ୟକ୍ତି ଆମ୍ବୁଲାନ୍ସ କୁ ଡକାଇ ମନୁଆ କୁ ମେଡିକାଲ ନେଇଯାଇଥିଲେ।ଡାକ୍ତର ପରୀକ୍ଷା ନିରୀକ୍ଷା କରି କହିଲେ ଅଜଶ୍ର ରକ୍ତସ୍ରାବ ଯୋଗୁଁ ମନୁଆର ମୃତ୍ୟୁ ହୋଇଛି ।ତା ପରେ ଆମ୍ବୁଲାନ୍ସ ଯୋଗେ ମନୁଆ ର ଶବ କୁ ନେଇ ଘର ସାମ୍ନା ରେ ପହଞ୍ଚିଲେ ।ମା ମନୁଆ ର ବାଟ କୁ ଚାହିଁ ବସିଥିଲେ , ମନୁଆ ସଉଦା ଆଣିଲେ ଯାଇ ରୋଷେଇ କରିବେ ।କିନ୍ତୁ ଆମ୍ବୁଲାନ୍ସ କୁ ଘର ଆଗ ରେ ଦେଖି ଅନୁସୟା ଟିକେ ସନ୍ଧେହ ଦୃଷ୍ଟି ରେ ଚାହିଁଲେ। ଆମ୍ବୁଲାନ୍ସ ରୁ ଦୁଇ ଜଣ ଲୋକ ଆସି ସେ ଶବ କୁ ଅନୁସୟା ପାଖରେ ଥୋଇଦେଇ ,କହିଲେ  ..ମାଉସୀ ଆପଣ ଙ୍କର  ପୁଅ ..।ଏତକ କହି ତଳ କୁ ମୁହଁ କରି ଚୁପ ହୋଇଗଲେ ଆମ୍ବୁଲାନ୍ସ ର ଜଣେ ଲୋକ।ଅନୁସୟା ଙ୍କୁ ଲାଗିଲା ଯେପରି ଆକାଶ ତାଙ୍କ ମୁଣ୍ଡ ଉପରେ ଛିଣ୍ଡି ପଡିଲା ଆଉ ।ପାଖ କୁ ଯାଇ କପଡ଼ା ଟିକୁ ଟିକେ ପଛକୁ ଟାଣି ଦେଇଛନ୍ତି, ତାଙ୍କ ହୃଦୟ ଟା  ପୃଥିବୀ ଫାଟିଲା ପରି ଥରିଲା,ତାଙ୍କ ନୟନ ଯୁଗଳ ରୁ ଟୋପା ଟୋପା ଲୁହ ନିଗିଡି ଗଲା।ପୁଅ ମୃତ୍ୟୁ ରେ ମା ଅନୁସୟା ଆଉ ସହି ପାରିଲେ ନାହିଁ । ମାନସିକ ସନ୍ତୁଳିତ ହରାଇ ସେ ତାଙ୍କ ପୁଅ ପାଖରେ ଟଳି ପଡିଲେ।

(ଶେଷରେ ଏତିକି କହିବି ଆପଣ ମାନେ ଯେକୌଣସି କାର୍ଯ୍ୟ କରନ୍ତୁ ନା ,ସର୍ବଦା ମନ ଧ୍ୟାନ ରେ କରୁଥିବେ ।ଆଉ ହଁ ଗୋଟେ କଥା କହିବାକୁ ଭୁଲି ଯାଇଛି , ଯଦି ମୋ ଲେଖାରେ କୌଣସି ତ୍ରୁଟି ଥାଏ ,ତେବେ ମୋତେ କ୍ଷମା କରିଦେବେ।)



Rate this content
Log in

More oriya story from rameswar tek

Similar oriya story from Tragedy