Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

puspanjali das

Classics

2  

puspanjali das

Classics

ପେଟେଣ୍ଟ ମେଡ଼ିସିନ୍!!

ପେଟେଣ୍ଟ ମେଡ଼ିସିନ୍!!

4 mins
2.9K


      ସବୁଦିନ ପରି ସେଦିନ ବି ଆଭା ମଧ୍ୟାହ୍ନ ଭୋଜନ ପରେ ଖାତା ,କଲମ ଧରି ବଡ ଝିଅ ର ରୁମ୍ କୁ ପସି ଆସିଥିଲା,ହେଲେ ମନ ଭିତର ଟା ଯେମିତି କେତେ ଭାବନା କୁ ନେଇ ,ଅନେକ ଅଡୁଆ ସୂତା ଗୁଡ଼ାଇ ହେଲା ପରି ଛନ୍ଦି ହୋଇ ପଡୁଥିଲା!କିଛି ଲେଖିବାର ଇଛା ଟା କୋଉଠି ହଜି ଯାଉଥିଲା, ଆଉ ଭାବନା ର ଖିଅ ଟା ମେଲି ଯାଉଥିଲା।ସେଦିନ ର ଘଟଣା ଟି ଯେମିତି ଜୀବନ୍ତ ହୋଇ ଉଠୁଥିଲା!ସିଦ୍ଧାନ୍ତ ଙ୍କ ର ସେଇ କେତୋଟି ବାକ୍ୟ ମନ ଭିତର ଟାକୁ କୋରି ପକାଉଥିଲା!"କ'ଣ ତୋ ମମ୍ କରୁଛି କି?ତୁମେ ମାନେ ତ ବଡ ହୋଇଗଲଣି!ତୁମର ପାଠପଢା ତ ଦେଖିବାର ନାହିଁ,ତା'ଛଡା ଚାକରାଣୀ ତ ଆସୁଛି,ସବୁ ଘର କାମ ତ କରିଦେଉଛି,ଖାଲି ରୋଷାଇ ଗଣ୍ଡେ ଯାହା ତୋ ମମ କରୁଛି!"ବଡ଼ ଝିଅ ସାଙ୍ଗରେ ଯୁକ୍ତି ଛଳରେ କହିଥିବା କଥା ଟି ଯେ ତାକୁ ମର୍ମାହତ କରିଛି,ଏକଥା,ସେ କାହାକୁ ଜଣାଇବାକୁ ଦେଇନଥିଲା,ହେଲେ,ଯେତେ ଚେଷ୍ଟା କଲେ ମଧ୍ୟ ,ଭୁଲି ପାରୁନଥିଲା!

         ରୋଷେଇ ଘରେ ଖଡ୍ ଖାଡ୍ ଶବ୍ଦ ରେ ଉଠି ଯାଉ ଯାଉ,ରହିଯାଇଥିଲା,ମନେପଡିଯାଇଥିଲା ବଡ ଝିଅ ର ତାଗିଦ୍ ଆଉ ସାନ ଦୁଇ ଝିଅ ଙ୍କ ଅନୁରୋଧ।ସମସ୍ତ ଙ୍କ ର କଥା ରକ୍ଷା କରି ଚୁପ୍ ଚାପ୍ ବସି ରହିଥିଲା,ହାତରେ ଅଧଖୋଲା ଖାତା ଟି ଆଉ କଲମ ଟି ଧରି।ଆଉ କାନ ଡେରି ଶୁଣୁଥିଲା ସିଦ୍ଧାନ୍ତ ଙ୍କ ସ୍ୱାଗତୋକ୍ତି–ଓଃ,ଏଠି କିଛି ମିଳିବନି!କେମିତି ହଉଥିଲା ଏଠି ସବୁ ,କେଜାଣି!କିଛି ବି ଠିକ ଜାଗାରେ ମିଳୁନି!ସେ ସୁଭଦ୍ରା ଟା ଆଜି ଆସୁ,କିଛି ଠିକ କରି ରଖୁନି,ଯେତେ ଖୋଜିଲେ ବି କିଛି ମିଳୁନି!!ଏତକ କଥାରେ ଆଭା ବୁଝିପାରିଥିଲା ଯେ ,ଖିଆପିଆ ପର ର ପର୍ଯ୍ୟାୟ-ରୋଷେଇ ଘରୁ ବାସନ କାଢିକି ମାଜିବା ପାଇଁ କି ବାହାର କରିଦେବା କାର୍ଯ୍ୟ ଟି ବଡ଼ କଷ୍ଟ ଦାୟକ ହୋଇପଡିଛି ସିଦ୍ଧାନ୍ତ ଙ୍କ ପାଇଁ!'ପ୍ରଥମ ଦିନରେ ବିରକ୍ତି 'ଭାବି ସାମାନ୍ୟ ହସକୁ ଚାପି,ନ ଜାଣିଲା ପରି ବସିରହିଲା।

          କିଛି ସମୟ ପରେ ପୁଣି ଡାଇନିଂ ଟେବୁଲ ଉପରେ ଧଡ଼ ଧା଼ଡ୍ ସାଙ୍ଗକୁ ସିଦ୍ଧାନ୍ତ ଙ୍କ ସ୍ୱାଗତୋକ୍ତି–'ପାଣି ଟିକେ ଜଗ୍ ରେ ରଖିଲେନି,ମଣିଷ ପାଣି ଟିକେ ବି ଶାନ୍ତି ରେ ପିଇ ପାରିବନି!'ଆଭା ଉଠି ଯାଉ ଯାଉ ପୁଣି ଅଟକି ଗଲା।ନାଁ, ଆଜି ଦିନକ ଦେଖେ,କ'ଣ କରୁଛନ୍ତି ,କରନ୍ତୁ।ପିଲାମାନେ ସ୍କୁଲ ରୁ ଆସିଲେ କହିବି,ତା'ପରେ ଯାହା!କାନ୍ଥ ଘଣ୍ଟା ଟାରେ ଚାରିଟା ବାଜିଲାରୁ ଆଭା ସବୁଦିନ ପରି ଉଠି ଯାଉଥିଲା ରୋଷେଇ ଘରକୁ, ସିଦ୍ଧାନ୍ତ ଙ୍କ କଫି ପିଇବା ସମୟ ହୋଇଗଲା ଭାବି, ହେଲେ ସେତିକିବେଳେ ବାହାରେ କଲିଂ ବେଲ ଟା ବାଜିବାର ଶବ୍ଦରେ ଟିକେ ରହିଗଲା।ସାନ ଝିଅ ଦୁଇଜଣ ସ୍କୁଲ ରୁ ଫେରିବା ସମୟ ହୋଇଯାଇଥିବାରୁ,ବାହାର କବାଟ ଖୋଲିବାକୁ ଚାଲିଯାଇଥିଲା।ପିଲାଦୁହିଁ ଙ୍କର ପାଟିରୁ ଏକା ସାଙ୍ଗରେ ବାହାରି ଆସିିଥିଲା–ମମ୍,ପାପା କୁଆଡେ ଗଲେ?ତୁ ଆମ କଥା ଭୁଲିଗଲୁ?ସିଦ୍ଧାନ୍ତ ପଛ ପଟେ ଠିଆ ହୋଇ ସବୁ ଶୁଣୁଥିଲେ, ସଙ୍ଗେ ସଙ୍ଗେ କହିପକାଇଲେ, କବାଟ ଟା ଖୋଲିଦେବା କ'ଣ ଗୋଟାଏ କାମ?ମମ୍ କରିଦେଲା ତ କ'ଣ ହୋଇଗଲା?ମତେ ଟିକେ ତୁମ ଦୁଇଜଣ ଙ୍କ ଭିତରୁ କେହିଜଣେ, କଫି କରିକି ଦିଅ।ମୋ ମୁଣ୍ଡ ଟା ବିନ୍ଧିଲାଣି।

               ଟୁନି ଓ ରୁନି ହସି ହସି କହିପକାଇଲେ–ପାପା,ତୁମ ସର୍ତ୍ତ ଅନୁସାରେ ତମେ ମମ୍ ର ସବୁ କାମ କରିବ ପରା!ମମ୍ ଅଛି ବୋଲି ଭୁଲିଯାଅ,ନ ହେଲେ ତ ସେଦିନ ଲେନି ଅପା ମମ୍ କୁ ସାଙ୍ଗରେ ନେଇ ଯାଇଥାନ୍ତା!She needs a break!ତମେ ପରା କହିଲ ଯେ,ତମେ ସବୁ କରିପାରିବ,ମମ୍ ଯାହା ସବୁ କରୁଛି,ଗୋଟିଏ ସପ୍ତାହ ଘର ଚଳେଇକି ଦେଖାଇଦେଵ!ଯଦି କରିଦେବ ତ ଅପା ଆଉ ମମ୍ କୁ ନେଇ ଯିଵନି,ନ ହେଲେ ମାସେ ଛୁଟି ମମ୍ ର କରିଦେବ,ତା'କୁ ତା'ସରକାରୀ କ୍ୱାଟର କୁ ନେଇଯିବ!ଆଉ ଆମେ ତ ସ୍କୁଲ ରୁ ଏବେ ଆସିଲୁ,ଆମକୁ ଖାଇବାକୁ ପଛେ ନ ଦିଅ,ଫ୍ରେସ ହୋଇ ନିଜେ ବାଢିକି ଖାଇଦେବୁ,ତା'ପରେ ଟିକେ ରେଷ୍ଟ ନେଇ ସ୍କୁଲ କାମ କରିବୁ,ବହୁତ ଖାତା କରେକ୍ସନ ବାକି ରହିଛି।ତୁମକୁ କଫି ନିଜେ କରିବାକୁ ପଡିବ!ସେଇଟା ତ ମମ୍ କରୁଥିଲା!ବହୁ କଷ୍ଟରେ ନିଜ ରାଗ କୁ ସମ୍ଭାଳି ପିଲାମାନଙ୍କୁ କିଛି ଉତ୍ତର ନ ଦେଇ ସିଦ୍ଧାନ୍ତ ଦୁମଦୁମ ହୋଇ ଚାଲିଗଲେ ରୋଷେଇ ଘରକୁ।ସେଠି କିଛି ଖୋଜାଖୋଜି କରିବା ସମୟ ରେ ଘରେ କାମ କରୁଥିବା ଝିଅ 'ସୁଭଦ୍ରା'ଆସିଯାଇଥିଲା, ଆଉ ତାକୁ କଫି କରିବା କୁ ବରାଦ ଦେଇ ସିଦ୍ଧାନ୍ତ ସାମାନ୍ୟ ଆଶ୍ୱସ୍ତ ହୋଇଥିଲେ।କଫି ପରେ ପରେ ଜଗ୍ ରେ ପାଣି ଭର୍ତ୍ତି କରି ରଖିବାର ଦାଇତ୍ୱ ଟା ମଧ୍ୟ ସୁଭଦ୍ରା ଉପରେ ଅଜାଡି ହୋଇ ପଡ଼ିଥିଲା! କଫି କପ୍ ଟିରେ ଓଠ ଲଗାଉ ଲଗାଉ ଆମ୍ବିଳା ମୁହଁ କରି ଡାକ ଛାଡିଥିଲେ ସୁଭଦ୍ରା କୁ–ଏଥିରେ କ'ଣ ଖାଲି ଗରମ ପାଣି ରେ କଫିଗୁଣ୍ଡ ପକାଇ ଦେଇଛୁ କିରେ?କ୍ଷୀର,ସ୍ୱିଟେକ୍ସ କୁଆଡେ ଗଲା?କଫି କପ୍ ଟିକୁ ଜୋର ରେ ଡାଇନିଂ ଟେବୁଲ ଉପରେ କଚାଡି ଦେଇ,ଉଠିଗଲେ ବେଡ଼ରୁମ ଭିତରକୁ।ତର୍ ତର୍ ରେ ଟ୍ରାଉଜର ଟା ଗଳାଇ ଦେଇ ,ସ୍କୁଟି ଧରି ବାହାରିଗଲେ ବାହାରକୁ,ବୋଧହୁଏ ଅଳ୍ପ ଦୂରରେ ଥିବା ଚା'ଦୋକାନ ଟିକୁ!

             ସନ୍ଧ୍ୟା ହବାକୁ ଥିବା ଅଳ୍ପ ସମୟ ପୂର୍ବରୁ ଫୋନରେ ଗପି ଚାଲିଥିଲେ ସିଦ୍ଧାନ୍ତ। ରିଟାଏର୍ଡମେଣ୍ଟ ହବା ପରଠାରୁ,ଫୋନ ରେ ପୁରୁଣା ସାଙ୍ଗ ମାନଙ୍କ ସାଙ୍ଗରେ ଗପ କରିବାଟା ବହୁତ ବଢି ଯାଇଥିଲା,ଯଦିଓ ନିଜକୁ WA ଓ ଫେସବୁକ ରେ ବ୍ୟସ୍ତ ରଖି ସମୟ ଟା କୁ ସୁରୁଖୁରୁ ରେ କଟାଇ ଦେଉଥିଲେ,ହେଲେ,ଆଭା ର ବୟସ ବି ବଢୁଥିଲା,ସେକଥା ଟା କେମିତି ସହଜରେ ଗ୍ରହଣ କରିପାରୁ

ନଥିଲେ!ସେତିକିବେଳେ ଟୁନି ଆସି ଜଣାଇଦେଲାଯେ-ପାପା,ସନ୍ଧ୍ୟା ଦେଇଦେବ।ଏବେ ଗୋଡହାତ ଧୋଇ,ଲୁଙ୍ଗି ବଦଳାଇ ସନ୍ଧ୍ୟା ଦେବ।ଆମର କମ୍ପ୍ୟୁଟର ରେ କାମ ଅଛି,ତା'ଛଡା ସେଇଟା ତ ମମ୍ ର କାମ!ଆମେ ଖାଲି ମନେ ପକାଇଦେଲୁ,ପ୍ରଥମ ଦିନ ଆଜି ତ!ଅଧା କଥା କହି,ଫୋନ ଟି ରଖିଦେଇ,ସାମାନ୍ୟ ବିରକ୍ତ ହୋଇ ସିଦ୍ଧାନ୍ତ ଚୁପଚାପ ସନ୍ଧ୍ୟା ଦେବାକୁ ଉଠିଗଲେ।ତା'ପରେ ସାମାନ୍ୟ ଜଳଯୋଗ ର ପର୍ବ ପାଇଁ ପୁଣି ଯୋଜନା ଚାଲିଲା ସିଦ୍ଧାନ୍ତ ଙ୍କ ର।ମ୍ୟାଗି ଖାଇକି ଚଳାଇଦେବେ ଭାବିକି ,ପିଲାଙ୍କୁ ବଡ଼ ପାଟିରେ ଆଦେଶ ଦେଇଦେଲେ,ହେଲେ,ଟୁନି,ରୁନି ତ ସେତେବେଳକୁ ଘରେ ନ ଥିଲେ,ଘର ପ୍ରିଣ୍ଟର ଖରାପ ହୋଇ ଯାଇଥିବାରୁ,ଆଭା କୁ କହିଦେଇ ବାହାରକୁ ଅଳ୍ପ ସମୟ ପାଇଁ ଚାଲିଯାଇଥିଲେ।

           ଏଥର କିନ୍ତୁ ସିଦ୍ଧାନ୍ତ ଙ୍କ ର ବିରକ୍ତି ଟା ସାମାନ୍ୟ ନ ଥିଲା, ମୁଣ୍ଡଟା ହୁଏତ ଆଉ ସମ୍ଭାଳି ପାରୁନଥିଲା,ମ୍ୟାଗି କରିବା ପାଇଁ କଡ଼ାଇଟା କାଢୁ କାଢୁ ,ପୁରା ରୋଷେଇ ଘରଟା ଯାକ ବାସନ କଢ଼ା ହୋଇଯାଇଥିଲା।ସୁଭଦ୍ରା ଓ ପିଲା ଦୁହିଁ ଙ୍କ ଉପରେ ସବୁଯାକ ରାଗ ଯେମିତି ଅଜାଡି ହୋଇ ପଡୁଥିଲା!ବହୁ କଷ୍ଟରେ କଡ଼ାଇ ଟା ଖୋଜି ବସାଇଲା ବେଳକୁ ,ପିଇବା ପାଣି ସବୁ ଶେଷ ହୋଇ ଯାଇଥିବା ଦେଖି ,ଗ୍ୟାସ ବନ୍ଦ କରି ଦୁମଦୁମ ହୋଇ ଡ୍ରଇଂ ରୁମ୍ କୁ ଆସି ବସିପଡିଥିଲେ,ଆଉ ସେତିକି ବେଳେ ତାଙ୍କ ଫୋନ ଟି ବାଜି ଉଠିଥିଲା,ଅନ୍ୟପଟୁ ବାଲ୍ୟବନ୍ଧୁ ଜଣକ ପଚାରୁଥିଲେ–କିରେ,ରାଗିଲା ଭଳିଆ କ'ଣ କଥା କହୁଛୁ?କାହା ଉପରେ ରାଗିଛୁ?ସ୍ପିକର ଟା ଭୁଲ ରେ ଅନ୍ ହୋଇଯାଇଥିବାରୁ,ସେତକ ଆଭା ଶୁଣିପାରିଥିଲା।ତା'ପରେ ପରେ ସିଦ୍ଧାନ୍ତ ଙ୍କ ମୁହଁ ରୁ ଶୁଣିବାକୁ ପାଇଥିଲା-କ'ଣ କରିବି ଭାଇ,କାହା ଉପରେ ରାଗିବି?ନିଜ ଉପରେ ରାଗୁଛି,ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଛି!ବଡ଼ ଝିଅ ସାଙ୍ଗରେ ଯୁକ୍ତି କରୁଥିଲି,ତା'ମମ୍ ର କିଛି କାମ ନାହିଁ ବୋଲି,ଖାଲି ରୋଷାଇ ଟିକିଏ ଯାହା,ସବୁ ନିଜେ ଆରାମ ରେ କରିପାରିବି ବୋଲି ଚାଲେଞ୍ଜ ନେଇଗଲି,ସାତ ଦିନ କ'ଣ,ଆଜି ଗୋଟିଏ ଦିନ ବି ପୂରଣ ହେଇନି,ମୋ ଅବସ୍ଥା ବାର ବାଜିଗଲାଣି!ଏତେ ସବୁ କେମିତି କରୁଥିଲା,ଜଣାପଡୁନଥିଲା।ଦୀର୍ଘ ଚଉତିରିସ ବର୍ଷ ତା'ସଙ୍ଗରେ ସଂସାର କରିବା ଭିତରେ ,ମୁଁ ଗ୍ୟାସ ଲଗେଇବା ବି ଜାଣିନଥିଲି,କେବେ କିଛି କରିନଥିଲି।ଏତେ କଷ୍ଟ ଆଉ ଏତେ ବିରକ୍ତିକର ,କେମିତି ସିଏ ତା'ରି ଭିତରେ ଏତେ ସିଲାଇ ପତ୍ର,ଲେଖାଲେଖି କରେ ବୁଝିପାରୁନି! ତାକୁ ଓ ପିଲାଙ୍କୁ କେମିତି କ'ଣ କହିବି ଜାଣିପାରୁନି!ମତେ ଏଥର ତାକୁ ଟିକେ ଘର କାମରେ ସାହାଯ୍ୟ କରିବାକୁ ହେବ,ବଡ ଝିଅ ଠିକ କହୁଥିଲା,ତା'ର ବି ବୟସ ବଢ଼ିଲାଣି!

      ରାତି ଆଠଟା ରେ ଆଭା ରୋଷେଇ ଘରକୁ ଉଠିଯାଇଥିଲା ଓ ରାତ୍ରୀ ଭୋଜନ ତିଆରି କରିବାରେ ଲାଗିଯାଇଥିଲା।ଆଉ ବଡ଼ ଝିଅ ସାଙ୍ଗରେ ଫୋନ ରେ କଥାହେଲାବେଳେ ହସି ହସି କହିପକାଉଥିଲା–ଭଲ ପେଟେଣ୍ଟ ମେଡ଼ିସିନ୍ ତୋ ପାପାଙ୍କୁ ଚଖାଇ ଦେଲ ତମେ ତିନିଜଣ!ଦିନଟିଏ ବି ପୁରିଲାନି, ହେଜ ପସିଗଲା!

           


Rate this content
Log in

More oriya story from puspanjali das

Similar oriya story from Classics