Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Rasmita Dixit

Romance Tragedy

3  

Rasmita Dixit

Romance Tragedy

ପବିତ୍ର ପାପ

ପବିତ୍ର ପାପ

5 mins
12.4K


##ପବିତ୍ର ପାପ ##

-------------------------

     "ପ୍ଲିଜ ମ୍ୟାରି ମି !!!"

      ରୁଟିନ ଦେଖାସାକ୍ଷାତ ପରେ ଫେରିଆସୁଥିବା ସ୍ୱସ୍ତିକର ପାଦ ଅଟକି ଗଲା । ପଛକୁ ଫେରି ଚାହିଁଲା । ସୁନ୍ଦରୀ ନୀଳନୟନା ମାରିଆ ଅଶ୍ରୁ ସଜଳ ଚକ୍ଷୁ ରେ ଚାହିଁରହିଛି ତାକୁ । 

     - " କଣ ହେଲା ମାରିଆ ? ହ୍ଵାଟ ହାପେଣ୍ଡ ? ହଠାତ ଏତେ ଭାବପ୍ରବଣ ହେଇ ପଡ଼ିଲ ?? " 

      ମାରିଆ ନିରୁତ୍ତର ଥିଲା । "ଓ କେ !, ତମେ ଡ୍ୟୁଟି ସାର । ମୁଁ ଫ୍ରି ହୁଏ । ତୁମ ରୁମ ରେ କଥା ହେବା । " 

      ମୁଣ୍ଡ ହଲେଇ ସମ୍ମତି ଜଣାଇଲା ମାରିଆ । ମାରିଆ ଇଟାଲୀର ଏକ ହସ୍ପିଟାଲ ରେ କାମ କରେ ନର୍ସ ଭାବେ । ଉଚ୍ଚତାର ଅଧ୍ୟୟନ ପାଇଁ ସ୍ୱସ୍ତିକ ଭାରତରୁ ଆସିଥିଲା ଇଟାଲୀର ଦୁଇବର୍ଷ ପାଇଁ। 

        ହଠାତ ଦିନେ କୌଣସି କାରଣରୁ ଅସୁସ୍ଥ ହୋଇପଡିଲା ସ୍ୱସ୍ତିକ । ତାକୁ ଯେଉଁ ହସ୍ପିଟାଲରେ ଆଡ଼ମିଟ କରାଯାଇଥିଲା ସେଇଠି ନର୍ସ ଭାବେ କାମ କରୁଥିଲା ମାରିଆ । ବାଇଶି ବର୍ଷୀୟା ଅସମ୍ଭବ ଭାବେ ଗୋରୀ ସୁନ୍ଦରୀ ମାରିଆର ବିଶେଷତ୍ୱ ଥିଲା ଦୁଇଟି ସୁନ୍ଦର ନୀଳ ଚକ୍ଷୁ , ଯାହା ପ୍ରେମ ରେ ପ୍ରଥମ ଦେଖାରୁ ହିଁ ପଡିଯାଇଥିଲା ସ୍ୱସ୍ତିକ । ହୁଏତ ଏ ସାକ୍ଷାତ ଈଶ୍ୱରଙ୍କ ସଂଯୋଗ ଥିଲା ।

       କେଇଦିନ ଭିତରେ ସ୍ୱସ୍ତିକ ହସ୍ପିଟାଲ ରୁ ଛାଡ଼ ପାଇଲା କିନ୍ତୁ, ତାର ଏଣ୍ଟ୍ରି ହୋଇସାରିଥିଲା ମାରିଆ ର ହୃଦୟରେ । ଭାରତୀୟ ସ୍ୱସ୍ତିକ ର ବଳିଷ୍ଠ ଚେହେରା , କଥାବାର୍ତ୍ତା ରେ ଅଦ୍ଭୂତ ସମ୍ମୋହନ ପାଖରେ ବନ୍ଧାପଡିଯାଇଥିଲା ମାରିଆ। ଦୁହେଁ ନିଜର ଫ୍ରି ସମୟରେ ବିଭିନ୍ନ ସ୍ଥାନରେ ବୁଲିବା, କଫି ପିଇବା , ଫିଲ୍ମ ଦେଖିବା ,ଘଣ୍ଟା ଘଣ୍ଟା ଅନିଦ୍ରା ହୋଇ ଗପିବା ..........ଏମିତି ଏକଁ ପ୍ରେମମୟ ନିଜସ୍ୱ ପୃଥିବୀରେ ମସଗୁଲ ହୋଇ ରହିବା ଭିତରେ କେତେବେଳେ ସ୍ୱସ୍ତିକର ପାଠପଢା ସମୟ ସରି ଆସିଲା ସେକଥା ଦୁହେଁ ଅନୁଭବ କରିପାରିଲେନି ।

       ମାରିଆ ଖ୍ରୀଷ୍ଟିଆନ, ଖୁବ ଈଶ୍ୱରବିଶ୍ୱାସୀ । ସ୍ୱସ୍ତିକ ହିନ୍ଦୁ ସେମଧ୍ୟ ଈଶ୍ୱରବିଶ୍ୱାସୀ । ହୃଦୟ ର ମିଳନ ପାଖରେ ପୃଥିବୀର କୌଣସି ଜାତି , ଧର୍ମର ନିୟମ କାମ କରେନି । ଦୁଇଟି ନୀଳ ଚକ୍ଷୁର ମାୟାରେ ନିଜକୁ ଭୁଲିଯାଇଥିଲା ସ୍ୱସ୍ତିକ । ପ୍ରେମ ସେମିତି ଏକ ନିବିଡ଼ ଅନୁବନ୍ଧନ ରେ ବାନ୍ଧିଦିଏ ଯାହାକୁ ଏଡ଼ାଇବା ସହଜ ନୁହେଁ ।

      ଯେତେବେଳେ ଇଟାଲିରୁ ଫେରିବା ସମୟ ପାଖେଇ ଆସିଲା ।ମାରିଆ ଜିଦ ଧରିଲା ଭବିଷ୍ୟତ ବିଷୟରେ ଭାବିବା ପାଇଁ । ପିଲାଦିନୁ ଅରଫାନେଜ ରେ ବଢ଼ିଥିଲା ଅନାଥ ମାରିଆ । କିନ୍ତୁ ଏବେ ସ୍ୱସ୍ତିକ ପଡିଥିଲା ଚିନ୍ତାରେ । ରକ୍ଷଣଶୀଳ ପରିବାର ତାର । ଅନାଥ ପୁଣି ଖ୍ରୀଷ୍ଟିଆନ ତାଛଡା ବିଦେଶୀ ଏତେ ଗୁଡାଏ କାରଣ ଥିଲା ମାରିଆକୁ ସେମାନେ ଗ୍ରହଣ ନ କରିବା ପାଇଁ । କଣ କରିବ

କିଛି ଭାବିପାରୁନଥିଲା ।

        କିନ୍ତୁ ହୃଦୟରେ ଆସ୍ଥାନ ଜମେଇ ବସିଥିବା ମାରିଆ ର ସରଳବିଶ୍ୱାସ କୁ ଧୋକା ଦେବା ସପକ୍ଷରେ ନ ଥିଲା ସେ ।  କୌଣସି ମତେ ଘରଲୋକଙ୍କୁ ରାଜି କରିବ ଭାରତ ଫେରିବା ପରେ । ଯଦି ସେମାନେ ରାଜି ନ ହୁଅନ୍ତି ତେବେ ମଧ୍ୟ ସେ ମାରିଆ କୁ ବିବାହ କରିବ ଏଭଳି ଦୃଢ ନିଷ୍ପତ୍ତି ନେଇ ସାରିଥିଲା ମନେମନେ ।

      ଏଇଭଳି ସମୟରେ ଅଚାନକ ଶହଶହ ସଂଖ୍ୟା ରେ ଇଟାଲୀର ଲୋକେ ଆକ୍ରାନ୍ତ ହେଲେ କରୋନା ନାମକ ଏକ ଅଦୃଶ୍ୟ ଭୁତାଣୁ ର କବଳରେ । କେଇଟା ଦିନରେ ବଦଳିଗଲା ଇଟାଲୀର ମାନଚିତ୍ର । ଚତୁର୍ଦ୍ଦିଗ ରେ ମୃତକ ଏବଂ ଆକ୍ରାନ୍ତଙ୍କ ଭିଡ଼ । ହସ୍ପିଟାଲ ରେ ଡାକ୍ତର, ଏବଂ ନର୍ସଙ୍କର କାମ ଖୁବ ବଢ଼ିଗଲା । ଖାଇବା ,ପିଇବା ,ଶୋଇବା ର କିଛି ଠିକଠିକଣା ରହିଲାନି କାହାରି । ପ୍ରତି ମୁହୂର୍ତ୍ତରେ ଜୀବନ ମୃତ୍ୟୁର ସଂଘର୍ଷ ଦେଖି ଦେଖି ମାରିଆ ବ୍ୟସ୍ତ ହେଇ ପଡ଼ିଥିଲା । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ବିବ୍ରତ ଥିଲା ସମଗ୍ର ବିଶ୍ୱ । ସମାଧାନ ର ପନ୍ଥା ଅନାବିଷ୍କୃତ । ସ୍ୱସ୍ତିକ ସହ ଯୁଗ୍ମ ଜୀବନର ସ୍ବର୍ଣ୍ଣାଭ ଚିତ୍ରପଟଟି କ୍ରମଶଃ ମଳିନ ହେବାରେ ଲାଗିଥିଲା ସନ୍ଦିହାନ ଭବିଷ୍ୟତର ପୃଷ୍ଠଭୂମିରେ ।

        କିଛି ଗୋଟାଏ ନିଷ୍ପତ୍ତି ନେଲା ପରି ମାରିଆ ହଠାତ ସ୍ୱସ୍ତିକକୁ ବିବାହ ପ୍ରସ୍ତାବ ଦେଲା ।

     ସନ୍ଧ୍ୟାରେ ମାରିଆ ରୁମ୍ ରେ ପହଁଚିଲା ପରେ ଗୁମସୁମ ମାରିଆ କଫି ଦୁଇକପ ଆଣି ରଖିଲା । କଫି ପିଉ ପିଉ ମାରିଆ ସ୍ୱସ୍ତିକ ହାତକୁ ମୁଠେଇ ଧରି ପଚାରିଲା ," ଡୁ ୟୁ ଲଭ ମି ?" 

      ପାଖରେ ମାରିଆକୁ ବସାଇ ତାର ଦୁଇ ହାତକୁ ନିଜ ହାତରେ ରଖି ସ୍ୱସ୍ତିକ ପଚାରିଲା ,"ହ୍ଵାଟ ହାପେଣ୍ଡ ?ହ୍ଵାଏ ସୋ ଅପସେଟ ? ୟେସ - - - - ଅଫକୋର୍ସ .....ଆଇ ଲଭ ୟୁ ।"

      "ଦେନ ମ୍ୟାରି ମି ନାଓ " ମାରିଆ କହିଲା ଆତୁରତାର ସହ । ଯେମିତି ସବୁ କିଛି ସିଏ ହଜାଇ ଦେବ ଏଇ ମୁହୂର୍ତ୍ତ ଟି ପରେ । ବାସ୍ତବ ସତ୍ୟ ମଧ୍ୟ ସେଇଆ ଥିଲା । ଲାକ ଡାଉନ ସମୟରେ ଆଜିର ସାକ୍ଷାତ ପରେ ସ୍ୱସ୍ତିକ ସହ ଦେଖା ହେବାର ସମ୍ଭାବନା ମଧ୍ୟ କ୍ଷୀଣ ଥିଲା । ତାର ଭାରତ ପ୍ରତ୍ୟାବର୍ତ୍ତନ ର ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଥିଲା ଦୁଇଦେଶ ର ମିଳିତ ସହଯୋଗରେ । 

       ମାରିଆର ପ୍ରଶ୍ନରେ ହତଭମ୍ବ ସ୍ୱସ୍ତିକ କହିଲା ,"  ହ୍ଵାଟ - - - - - - ହାଓ  ଇଟ ପସିବଲ ? " 

     - ପସିବଲ - - - -ଏଭରିଥିଙ୍ଗ ଇଜ ପସିବଲ ଇନ ଦିସ ୱାର୍ଲଡ଼ । କମ ଅନ ....... ମ୍ୟାରି ମୋ ଜଷ୍ଟ ନାଓ .......ଆଇ ୱାଣ୍ଟ ଟୁ ଫିଲ ୟୁ ବିଥ ଏ ସୁଇଟ ରିଲେସନସିପ ଅଫ ହଜବ୍ୟାଣ୍ଡ ଆଣ୍ଡ ୱାଇଫ ବିଫୋର ଡିପାର୍ଚ୍ଚର ।

      ନିରୁତ୍ତର ସ୍ୱସ୍ତିକ ଆଶ୍ଚର୍ଯ୍ୟ ର ଶେଷ ସୀମାରେ । ଯେଉଁ ମାରିଆ ଦେହ ଛୁଏଁଇ ଦେଇ ନଥିଲା ଏତେଦିନ ଭିତରେ ଆଜି ସେ ନିଜେ ଚାହୁଁଚି ତା ସହ ସମୟ ବିତାଇବାକୁ । ଖାସ ଏଇ ଗୋଟିଏ କାରଣ ପାଇଁ ତ ଏଇ ବିଦେଶିନୀ ଟି ପ୍ରତି ତା ଭିତରେ ପ୍ରଚୁର ଶ୍ରଦ୍ଧା, ସମ୍ମାନ ଓ ଭଲପାଇବା । 

       କଣ କହି ମାରିଆ କୁ ବୁଝାଇବ ନିଜେ ବୁଝି ପାରୁନଥିଲା ସ୍ୱସ୍ତିକ । ଆଗରୁ ପ୍ରସ୍ତୁତ ଥିଲା ପରି ଖୁବ ସମୟ ମଧ୍ୟରେ ଚିରରଚରିତ ୱେଡିଙ୍ଗ ଗାଉନ ପିନ୍ଧି ବାହାରି ଆସିଲା ମାରିଆ ବେଡରୁମ ରୁ ଓ ସ୍ୱସ୍ତିକର ହାତ ଧରି ନେଇଗଲା ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶବିଦ୍ଧ ପ୍ରତିମା ସାମ୍ନା କୁ । ସେଇଠି ଖ୍ରୀଷ୍ଟଙ୍କୁ ସାକ୍ଷୀ ରଖି ପିନ୍ଧିଥିବା ମୁଦି ର ବଦଳ କରିନେଲେ ଦୁହେଁ । 

      ସ୍ୱସ୍ତିକ ହାତରେ ହାତ ରଖି ମାରିଆ କହିଲା ," ଆଇ ଡୋଣ୍ଟ ନୋ ହାଓ ମଚ ଟାଇମ ରିମେନ୍ସ ଇନ ମାଇ ଲାଇଫ । ଆଇ ନୋ ଇଟ୍ସ ଏ ସିନ । ବଟ ନାଓ ଉଇ ଆର କପଲ ବାଇ ଦ ବ୍ଲେସିଙ୍ଗ ସ ଅଫ ଗଡ଼ । ଆଇ ୱାଣ୍ଟ ଟୁ ମେକ ସମ ମେମୋରେବଲ ମୋମେଂଟସ ଉଇଥ ୟୁ ଆଜ ୟୋର ୱାଇଫ ବିଫୋର ଏଭରିଥିଙ୍ଗ ଲଷ୍ଟ ଇନ କରୋନା "।

      ପ୍ରାଣପ୍ରିୟା ମାରିଆ ର ଏ ପ୍ରକାର କଥା ବିଚଳିତ କଲା ସ୍ୱସ୍ତିକ କୁ । ପାପ କଣ ?? ପାପର ସଂଜ୍ଞା କଣ ?? ଏ ବିବାହ କଣ ଭୁଲ ? ଆମ ହିନ୍ଦୁ ଧର୍ମରେ ମଧ୍ୟ ଗାନ୍ଧର୍ବ ବିବାହର ଉଲ୍ଲେଖ ଅଛି । ମନର ମିଳନ ପରେ ଦେହର ଆବଶ୍ୟକତା କେବଳ ଏମ ମାଧ୍ୟମ ଉପଲବ୍ଧି ପାଇଁ । ସେମାନେ ତ ହୃଦୟରୁ ଏକ ହୋଇସାରିଛନ୍ତି ଅନେକ ଆଗରୁ । ଏକାତ୍ମ ଭାବେ ଅନୁଭବ କରିଛନ୍ତି ଉଭୟଙ୍କ ର ଭାବନା ,ସୁଖ ଦୁଃଖ ସବୁକିଛି । ତା ଛଡା ସେ ତ ମାରିଆକୁ ଠକୁନି । ନିଜର ଆରାଧ୍ୟ ମଦନମୋହନ ଙ୍କୁ ସ୍ମରଣ କଲା ସେ । ହେ ପ୍ରଭୁ !!! ପାପପୁଣ୍ୟ ସବୁ ତ ତୁମର । ପରିସ୍ଥିତି, ପରିବେଶ କୁ ନେଇ ପାପପୁଣ୍ୟ ର ସଂଜ୍ଞା ବଦଳିଥାଏ । ଆଜି ମୁଁ କରୁଥିବା ଏ ଭୁଲ ପାଇଁ ମତେ କ୍ଷମା କର। ପାରିବିନି ମୁଁ ମାରିଆର ନିବେଦନ କୁ ଉପେକ୍ଷା କରି । ମୁଁ ତୁମକୁ ସାକ୍ଷୀ ରଖି ତାକୁ ପତ୍ନୀ ରୂପେ ଗ୍ରହଣ କଲି । 

     ଆଲିଙ୍ଗନ ରେ ଆବଦ୍ଧ କରିନେଲା ସ୍ୱସ୍ତିକ ନୀଳନୟନା ମାରିଆ କୁ । ଅଶ୍ରୁର ପ୍ରାବଲ୍ୟରେ ହୃଦୟର ସବୁ ପୀଡାକୁ ଝରାଇଦେଲା ସ୍ୱସ୍ତିକ ବୁକୁରେ ଇଟାଲୀ ସୁନ୍ଦରୀ । ଚତୁର୍ଦ୍ଦିଗ ରେ କରୋନା ର ତାଣ୍ଡବ । ଶୁନଶାନ ରାଜରାସ୍ତା । ନୀରବତା ର ଚାଦର ତଳେ ଦୁଇଟି ଆକୁଳ ପ୍ରାଣପକ୍ଷୀଙ୍କର ମିଳନ କେଉଁ ସଂକେତ ଦେଉଥିଲା ତାହା ଈଶ୍ଵରଙ୍କୁ ଜଣା । ବିଭୀଷିକା ର ତାଣ୍ଡବ ଭିତରେ ଦୁଇଟି ଆତ୍ମା ର ସ୍ବର୍ଗୀୟ ମିଳନ ଘଟୁଥିଲା । କରୋନା ର କବର ତଳୁ ଦୁହେଁ ତୋଳି ଆଣୁଥିଲେ ନିଜ ନିଜର ସ୍ୱପ୍ନ ଫୁଲ । କାଲିର ସୂର୍ଯ୍ୟୋଦୟ କ'ଣ କହିବ ସେକଥା ଭୁଲି ସାଉଁଟି ନେଉଥିଲେ ବର୍ତ୍ତମାନର ଇପ୍ସିତ ପ୍ରେମ ଓ ପ୍ରଣୟର ଅପାସୋରା ମୁହୂର୍ତ୍ତ କୁ । 

      ପରଦିନ ବିଦାୟ ନେଇ ସ୍ୱସ୍ତିକ ଫେରିଆସିଥିଲା ଭାରତୀୟ ଦୁତାବାସ କୁ । ୟା ପରେ ଫୋନ ଓ ଭିଡିଓ କଲ ବ୍ୟତୀତ ମାରିଆ ସହ ଯୋଗାଯୋଗ ରଖିପାରିଲାନି ସ୍ୱସ୍ତିକ । ଭାରତ ଫେରିବା ପୂର୍ବରୁ ଦେଖା କରିବା ମଧ୍ୟ ସମ୍ଭବ ହେଲାନି କଡା କଟକଣା ଯୋଗୁ । ନିଜର ସବୁ ଆବେଗକୁ ଇଟାଲୀର ପବନରେ ଉଡେଇ ଦେଇ ଭାରତ ଫେରିଲା ସେ । 

        ଫେରିବାର କିଛି ଦିନପରେ ଦିନେ ମେଲ ରୁ ସ୍ୱସ୍ତିକ ଜାଣିଲା ମାରିଆ କରୋନାରେ ଆକ୍ରାନ୍ତ । ଅତି କଷ୍ଟରେ ମାରିଆକୁ ଦେଖିଥିଲା ଭିଡିଓ କଲ ରେ । ଅସ୍ପଷ୍ଟ ଭାବେ ମାରିଆ କହିଥିଲା , " ଆଇ ହାବ ଟୁ ଗୋ । ୱେଟିଂ ଫର ୟୁ ..........." । ନିର୍ଜୀବ ସ୍କ୍ରିନ ଉପରେ ଝରିପଡିଥିଲା ଉଭୟଙ୍କ ର ଚୁମ୍ବନ ଓ ଅଶ୍ରୁ । ଯନ୍ତ୍ର ସିନା ଭାବକୁ ପହଞ୍ଚାଇ ଦେବ କିନ୍ତୁ ସ୍ପର୍ଶ ର ସାନ୍ତ୍ୱନା ଦେବ କେଉଁଠୁ ? 

         ଏହାପରେ ମାରିଆ ପାଖରୁ ଆଉକିଛି ଖବର ନଥିଲା ।ଏପଟେ ସ୍ୱସ୍ତିକ ମଧ୍ୟ କରୋନା ରେ ପିଡୀତ ହେଲା । କିଛିଦିନର ଟ୍ରିଟମେଣ୍ଟ ପରେ ସୁସ୍ଥ ହୋଇ ଘରକୁ ଫେରିଲା । ତାପରେ ମାରିଆ ସହ ସଂପର୍କ ସ୍ଥାପନ ପାଇଁ ଯେତେ ଚେଷ୍ଟା କଲା ବ୍ୟର୍ଥ ହେଲା । ଦିନେ ମେଲ ଚେକ କରୁ କରୁ ଦେଖିଲା ମାରିଆର ଜଣେ ବନ୍ଧୁ ତା ମେଲ ରୁ ଜଣେଇଛନ୍ତି ----- ମାରିଆ ଇଜ ନୋ ମୋର । 

     ହୃଦୟରେ ଦାଗଟିଏ ଆଙ୍କି ଦେଇ ମହା ଶୁନ୍ୟରେ ମିଳେଇ ଯାଇଥିଲା ସୁନ୍ଦରୀ ନୀଳନୟନା .......ପାପପୁଣ୍ୟ ପରି ପ୍ରଶ୍ନର ଉତ୍ତରକୁ ସାଥିରେ ଧରି ସ୍ୱସ୍ତିକ କୁ ମୁକ୍ତ କରିଦେଇ .........



Rate this content
Log in

More oriya story from Rasmita Dixit

Similar oriya story from Romance