Rasmita Dixit

Tragedy Others

3  

Rasmita Dixit

Tragedy Others

ପ୍ରାଇଭେସି

ପ୍ରାଇଭେସି

2 mins
256



       " ବାରମ୍ବାର ମନା କରିଛି ମୋ ଜିନିଷ ରେ ହାତ ଦେବନି ବୋଲି " ଗର୍ଜନ କରି କହୁଥିଲେ ପରେଶ ।

    ଚୁପ୍ ହେଇ ଶୁଣୁଥିଲା ନୀଳିମା । ପିଲାମାନେ ମଧ୍ୟ ନୀରବ ରେ ଶୁଣୁଥିଲେ ।

        ଘର ବୋଲି ଦୁଇ ବଖରା ରୋଷେଇ ଘରକୁ ଛାଡି। ଶାଶୁ ଶ୍ୱଶୁର ଗୋଟିଏ ବଖରାରେ , ଆରଟିରେ ସେ ଦୁହେଁ ।

ପୁଅଝିଅ ଦୁଇ ଜଣ ଏପଟ ସେପଟ ହୋଇ ଚଳିଯାନ୍ତି ।

     ସେଥିରେ ପିଲାଏ ଯଦି ପରେଶଙ୍କର କିଛି କାଗଜ ପତ୍ର ରେ କି କେଉଁଥିରେ ଦୈବାତ ଲାଗିଥିବେ ତେବେ କଥା ସରିଲା । ଘରେ ଭୂମିକମ୍ପ .........।

       ଟିକେ ଟିକେ କଥାରେ ପରେଶ କୁହନ୍ତି , ... ମୋ ଖଟ , ମୋ ଶେଜ .... ମୋ ଆଲମାରୀ ...... ଏସବୁ ମୁଁ କରିଛି ......ଏଇଟା ମୋର , ସେଠି ମୋର ସେଇଟା ଥିଲା .......ଓଃ ,.......ମୁଁ ଆଉ ମୋର ଏଇ ଦୁଇଟା ଶବ୍ଦ ଶୁଣି ଶୁଣି ଅତିଷ୍ଠ ହୋଇଯାଏ ନୀଳିମା ।

         ପରେଶଙ୍କ ହାତ ଧରି ଏ ଘରେ ପାଦ ଦେଲା ବେଳକୁ ଘର ବୋଇଲେ ଗୋଟିଏ ରୋଷେଇ ଘର , ଗୋଟିଏ ଶୋଇବା ଘର । ପରେଶ ଛୋଟ ରୁ ମ୍ୟାଟ୍ରିକ ଯାଏ ସେଇଠି ବାପାବୋଉଙ୍କ ପାଖରେ ଶୋଇ ବଢିଥିଲେ ।

       ତାପରେ ହଷ୍ଟେଲ ରହଣୀ ।

     ବିବାହ ପୂର୍ବରୁ ତରବରିଆ ଭାବେ ଶ୍ବଶୁର ଏ ବଖରାକ କରିଥିଲେ । ସେଥିରେ ପରେଶଙ୍କର ସବୁବେଳେ ପ୍ରାଇଭେସି ଦରକାର । ବହୁତ ହଇରାଣ ହୁଏ ନୀଳିମା ।

      ଏମିତି ଦିନ ଗଡ଼ି ଚାଲିଲା । ଈଶ୍ଵରଙ୍କ କୃପାରୁ ଅବସ୍ଥାରେ ପରିବର୍ତ୍ତନ ଘଟିଲା ।

    ଆଜି ପୁଅର ଅଲଗା ରୁମ । ଝିଅର ଅଲଗା ରୁମ । ସେମାନଙ୍କ ର ବି ଅଲଗା । ତଥାପି ବନ୍ଧୁବାନ୍ଧବ କେହି ଆସିଗଲେ  ପରେଶଙ୍କୁ ଯଦି ଆଡ଼ଜଷ୍ଟ କରିବାକୁ ପଡେ ତେବେ ବିରକ୍ତ ହୁଅନ୍ତି । ଭୟ କରେ ନୀଳିମା ........ଆଜି ଚଳି ଯାଉଛି ହେଲେ ଆଗକୁ .........। ଝିଅ ବିବାହ କଲେ ତାପରେ . ......ଘରକୁ ଜ୍ବାଇଁ ଆସିଲେ . ......... କଣ ହେବ ସେତେବେଳେ ????? ପରେଶ ଆଡ଼ଜଷ୍ଟ କରିବେ ତ??? ଏମିତି ଅନେକ ପ୍ରଶ୍ନ ର ଗୋଲକ ଧନ୍ଦାରେ ଛନ୍ଦି ହୁଏ ନୀଳିମା ।

     ଆଜି କେଉଁ ଅଫିସିଆଲ ଡ଼କୁମେଣ୍ଟ ଖୋଜୁଥିଲେ ପରେଶ । ନୀଳିମା ଜାଣେ କେଉଁଠି ନିଜେ ହିଁ ରଖିଥିବେ । ମନେ ମନେ ତେତିଶ କୋଟି ଦେବତାଙ୍କୁ ଡାକି ସାରିଲାଣି ସେ । ଯୋଗକୁ ସେ ଖୋଜୁଥିବା କାଗଜ ଟି ମିଳିଗଲା । ଓ ...ହୋ...ତ୍ରାହି ।

       ଏଥର ନୀଳିମା ଟେବୁଲ ଉପରେ ରଖିଲା ଚା ' ଜଳଖିଆ । ପରେଶଙ୍କର ଦେହ ଟିକେ ଅସୁସ୍ଥ ଅଛି । ଅଦା ପକା ଚା' ପିଉପିଉ ପହଞ୍ଚିଗଲେ ତାଙ୍କର ଜଣେ ବନ୍ଧୁ ।

       ଦୁଇ ବନ୍ଧୁ କଥା ହେଉହେଉ ସେ ପଚାରିଲେ , " କାଇଁ , ମଉସା ମାଉସୀଙ୍କୁ ତ ଦେଖୁନି ?" 

‌      ନୀଳିମା ପାଟିରୁ ବାହାରିପଡିଲା - ସେମାନେ ତାଙ୍କ ରୁମରେ ।

‌     ଏତିକିରେ ପରେଶ କହିଚାଲିଲେ --- ଭାଇ ଦେଖ । ବାପାବୋଉଙ୍କ ରୁମ ଅଲଗା । ଟି.ଭି ଲଗେଇ ଦେଇଛି । ସେମାନେ ସ୍ୱାଧୀନ ଭାବରେ ବସନ୍ତୁ ,ଶୁଅନ୍ତୁ । ପିଲାମାନଙ୍କର ରୁମ ମଧ୍ୟ ଅଲଗା । ମୁଁ ପସନ୍ଦ କରେନି କାହା ସ୍ବାଧୀନତା ରେ ହସ୍ତକ୍ଷେପ କରିବାକୁ । ଯେଝା ଯେଝାର ପ୍ରାଇଭେସି ନେଇ ଚଳନ୍ତୁ । ସେମିତି ମୋ ରୁମ ମଧ୍ୟ ଅଲଗା । ମୋର ଜିନିଷ ପତ୍ର କି ମୋର କୌଣସି ଜିନିଷ ରେ କେହି ଲାଗିବା ମୁଁ ପସନ୍ଦ କରେନା କି ମୋ କଥାରେ କେହି ହସ୍ତକ୍ଷେପ କରୁ ତା ବି ଚାହେଁନା ।"

‌       ଏତିକିବେଳେ ବନ୍ଧୁ କହିଲେ ,", ସବୁ ଠିକ କହିଲୁ । ମୋ ମନକୁ ପାଇଲା । ସମସ୍ତଙ୍କର ବ୍ୟକ୍ତିଗତ ସ୍ବାଧୀନତା ଅଛି । ଅଲଗା ରୁମ ମଧ୍ୟ ଅଛି । ହେଲେ ତୁ ଜଣକୁ ଛାଡ଼ିଗଲୁ । ଭାଉଜଙ୍କର କଣ ବ୍ୟକ୍ତିଗତ ସ୍ବାଧୀନତା , ପ୍ରାଇଭେସି ବୋଲି କିଛି ନାହିଁ । ତାଙ୍କ ପାଇଁ ତ କିଛି ଅଲଗା ରଖିନୁ । ତୋ କଥାନୁସାରେ ତାଙ୍କର ମଧ୍ୟ ଗୋଟିଏ ରୁମ ଦରକାର । ସିଏ କାହିଁକି ତୋ ସହ ଆଡ଼ଜଷ୍ଟ କରିବେ ?"

‌      ପରେଶଙ୍କର ଶବ୍ଦ କୋଷରୁ ସବୁ ଶବ୍ଦ ଯେମିତି ଗୋଟିଏ ମୁହୂର୍ତ୍ତରେ ଶୁନ୍ୟ ହେଇଗଲା ।




Rate this content
Log in

Similar oriya story from Tragedy