Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Rasmita Dixit

Abstract Romance

3  

Rasmita Dixit

Abstract Romance

ବର୍ଷା ଦାସ ଓ ବର୍ଷା

ବର୍ଷା ଦାସ ଓ ବର୍ଷା

5 mins
12.3K


##ବର୍ଷା ଦାସ ଓ ବର୍ଷା ##

-------------------------------- 

        ଓଃ !!!!! ଆକାଶରେ କଳା ମେଘ ଘୋଟି ଆସିଲାଣି । ସାଙ୍ଗେ ସାଙ୍ଗେ ପୃଥିବୀ ଛୁଇଁବ କି କ'ଣ !!!!! 

      ଆଃ ! ଧରି ହୁଅନ୍ତା କି ? 

     ଛୁଇଁ ହୁଅନ୍ତା କି ଘନୀଭୂତ ବିନ୍ଦୁ ସବୁକୁ ..............

      ଯାଃ !!! ........ଏଇ ତ ପଡିଲାଣି ବର୍ଷା ଠୋପା ଟିପ - -ଟିପ - -ଟିପ୍ - ..... ବ୍ୟାକ ଗ୍ରାଉଣ୍ଡ ରେ ବାଜି ଉଠିଲା କେତେ କେଜାଣି ମଧୁର ସ୍ୱର - - - - 

    - ମେଘା ରେ .....ମେଘାରେ - - -ମତ ପରଦେଶ ଯା ରେ ..... 

    - ଟିପ ଟିପ ବରଷା ପାନି ..............

    -- ରିମଝିମ ଗିରେ ଶାୱନ , ସୁଲଗ ସୁଲଗ ଯାଏ ୟେ ମନ .......

    ଧୂତ ....... ଏ ନିଆଁଲଗା ବର୍ଷା ଟା ସବୁ ଏପଟସେପଟ କରି ଦେଲା ।

 ସବୁ ଅସ୍ତବ୍ୟସ୍ତ । ତା ସହ ବର୍ଷା ଦାସ ବି ଖୁବ ବ୍ୟସ୍ତ । 

**********************************************

        ବର୍ଷା ପଡିଲେ ବର୍ଷା ଦାସ କୁ ଉଣେଇଶ ଛୁଏଁ । ସାଲୱାର କମିଜ ପିନ୍ଧା ଦେହ ତାର ଖୁବ ଭିଜେ । ନିଜେ ନିଜକୁ ଦେଖି ଆମୋଦିତ ହୁଏ । ଭାବେ କେହି ଦେଖିବା ଵାଲା ଥାଆନ୍ତା କି ? ????

     ଛିଃ .......ପରକ୍ଷଣ ରେ ଶାସନ କରିନିଏ ନିଜକୁ । ଲୋକେ କ'ଣ ଭାବିବେ !!! କେଡେ ନିର୍ଲଜୀ - - - -ଉଦ୍ଧତ - - -ଅଭଦ୍ର ଝିଅଟିଏ । 

       ହେଲେ କଣ କରିବ .......ମନକୁ କଣ ଲଗାମ ଦେଇ ହୁଏ !!!!!! 

*********************************************

      ବର୍ଷା ଦାସ ବାହାରିଲା କଲେଜ ଛତା ଧରି । ଦଲକାଏ 

ପବନରେ ଛତା ଉଡି ପାର । ଭିଜିବାର ବାହାନାରେ ବହି ଆଉ ବର୍ଷା ଏକାକାର । ଭିଜି ଯାଇଥିବା ଓଢଣୀ ଆଉ ଡ୍ରେସ ସଜାଡୁ ସଜାଡୁ ଛତରା ଟୋକା କେଇଟା ବାଇକ ଉଡେଇ ନେଲେ ସାଏଁ

କରି - - - -- ଦେହରେ ଘଷି ହେଲା ପରି । କାଦୁଅ ପାଣି ପିଚ କିନା ଛିଟକି ପଡିଲା ଉପରେ । ମନେ ମନେ ଗରଜି ଉଠିଲା ଗୁରୁଗୁରୁ ହେଇ ...ବଜାରୀ ...ଛତରା ....ବାରବୁଲା ......ଅଭଦ୍ର ଗୁଡାକ । କ'ଣ ଭାବୁଛନ୍ତି ନିଜକୁ ???ଅମୀର ଖାଁ ନା ସଲମାନ ଖାଁ ?? ।


********************************************

      କଲେଜ ଫଙ୍କସନ । ମୁହଁ ସଂଜ । ବର୍ଷା ଦାସ ଫେରିଲା ବେଳକୁ ହଠାତ କୁଆଡୁ ଘୋଟିଆସିଲା କଳାହାଣ୍ଡିଆ ମେଘ ।ଘରକୁ କେମିତି ଫେରିବ ଭାବିଲା ବେଳକୁ ଫିଲ୍ମର ହିରୋ ମାର୍କ।

ଯୁବକ ଜଣେ ପହଁଚିଲେ । ସେ ତାଙ୍କୁ ଆଗରୁ ଜାଣିଛି ତାଙ୍କ କଲୋନୀର ସାମ୍ନା ବ୍ଲକ ରେ ରୁହନ୍ତି । ଘରେ ପହଞ୍ଚାଇ ଦେବେ କହିଲେ । ଅଗତ୍ୟା ରାଜି ହେଲା ସେ । ଅଧାବାଟରେ ହେଇଛି କି ନାହିଁ ଛେଚିଲା ବାଦଲଫଟା ବର୍ଷା । ଜୀବନ ବିକଳରେ ପାଖ ଦୋକାନର ଟିଣ ତଳକୁ ଚାଲିଗଲେ ଦୁହେଁ ବାଇକ ରଖି। ସମ୍ପୁର୍ଣ୍ଣ ଓଦା ଦୁହେଁ। ଅନେକ ଫିଲ୍ମ ଦେଖିଚି ବର୍ଷା । ଏଭଳି ଦୃଶ୍ୟରେ କଣ ହୁଏ ......... ହାତ ଗୋଡ଼ ନଥିବା କଳ୍ପନା ରେ ରଙ୍ଗ ଦେଉ ଦେଉ ରୋମାଂଚିତ ହୋଇ ଉଠିଲା ସେ । ନାୟକ ନାୟିକାଙ୍କର ବର୍ଷା ସିନ ଭାବି ଭାବି ନିଜ ଭିତରେ ତରଳୁ ଥିଲା ମହମ ଖଣ୍ଡ ପରି । ଏତିକି ବେଳେ ବର୍ଷା ଛାଡ଼ିଗଲା । ଯୁବକ ଜଣକ ତାକୁ ତାଙ୍କ ଘରେ ଛାଡ଼ି ଦେଲେ । ବାଟସାରା ସିଏ ଭାବୁଥିଲା ଏ ରାସ୍ତା ନ ସରୁ .......ଦେହକୁ ଦେହ ଲଗେଇ ସିଏ ଏମିତି ଉଡୁଥାଉ ।


*********************************************

         ବର୍ଷା ପଡିଲେ ହିଁ ବର୍ଷା ଦାସ ର ମନେପଡେ ଛାତରେ ଲୁଗାପଟା ଶୁଖୁଛି । ଦାଣ୍ଡ କଳ ରୁ ପାଣି ଆଣିବାକୁ ପଡିବ । ଛକ ପାଖ ଦୋକାନ ରୁ ମା'କହିଥିବା କିଛି ଜିନିଷ ଆଣିବାକୁ ପଡିବ । 

ବାପାଙ୍କର ମେଡ଼ିସିନ ଆସିବ ,ଇତ୍ୟାଦି .....ଇତ୍ୟାଦି .......  । "ଆଲୋ , ଛତା ଟା ସାଙ୍ଗରେ ନେଇ ଯା " ପଛରୁ ପାଟି କରୁଥିବ ମା ' । ସେ କ'ଣ ଶୁଣେ ?? "ଏଇ ଗଲି ,ଆଉ ଆସିଲି " କହି ଯାଏ ଆଉ ଫେରେ ଓଦା ସରସର ହୋଇ ।  


**********************************************    

      ବର୍ଷା ଛୁଇଁଲେ ବର୍ଷା ଦାସ ପାହାଡ଼ି ଝରଣା ପାଲଟି ଯାଏ ।ଝରକା ବାହାରକୁ ଚାହିଁ ରହେ ତନ୍ମୟ ହୋଇ । ଅଫିସ ଫେରନ୍ତି ବାଟରେ ଜାଣିଶୁଣି ଛତା କଅଢେନି ଭ୍ୟାନିଟ ରୁ । ଜାଣେ ତାର ଓଦା ଦେହକୁ ରାସ୍ତାକଡ଼ ପାନ ଦୋକାନରୁ କେଇ ହଳ ଲଫଙ୍ଗା 

ଚାହାଣି ଶୋଷି ପକାଉଛନ୍ତି । କିଏ ପରବାୟ କରେ ।ଦେଖୁଥାନ୍ତୁ .............।

       ରହି ରହି ଗୋଟିଏ ଅଭାବ ତାକୁ ଅନ୍ୟମନସ୍କ କରେ । ଏମିତି ଚାଲୁଥିଲା ବେ କେହି ଆସିଯାଆନ୍ତା କି ଅଚାନକ ତା ଜୀବନରେ ????? ଯାହା ସହ ଏମିତି ବର୍ଷା ରେ ଦେହକୁ ଦେହ ଲଗାଇ ଗୋଟିଏ ଛତା ତଳେ ଏ ରାସ୍ତା ପାର ହେଇ ଯାଆନ୍ତା । ଓଦା ଦେହକୁ ବାହୁ ବେଷ୍ଟନୀରେ ଭାରି ନେଇ ଆହୁରି ଭିଜେଇ ଦିଅନ୍ତା । ନାକ ଅଗ ଦେଇ ଝରି ପଡୁଥିବା ବର୍ଷାବିନ୍ଦୁ ଓଠ ଦେଇ ଝରିଯିବା ଆଗରୁ ତା ଚୁମ୍ବନରେ ନିଃଶେଷ ହୋଇ ଯାଆନ୍ତା - - - - - - - - - -

********************************************

      ଖୁବ ବର୍ଷା ବାହାରେ । ଜିଦ କରି ବର୍ଷା ଦାସ ବସିଛି ବାଲକୋନି ରେ ବସିଛି । ଅସରା କୁ ଅସରା ବର୍ଷା ଛାଟ ମାଡ଼ରେ ଓଦା ହେଇ ଗଲାଣି । ତଥାପି ଘୁଞ୍ଚୁନି । ଦେହରେ ଅସମ୍ଭାଳ ତାତି । ଆଖି ଉଠେଇ ପାରୁନି । କେହି ଥା'ନ୍ତା କି ? ମୁଣ୍ଡ ଆଉଁସି ଦିଅନ୍ତା । ପାଣିପଟି ପକାନ୍ତା । ଆଉ ଟିକେ ଶୋଇପଡ କୁହନ୍ତା । ଖାସ ଏଇଥି ପାଇଁ ତ ସିଏ ଜ୍ବରକୁ ଡାକିଛି । ହେଲେ ଲାଭ କଣ ?? ଅଗତ୍ୟା ନିରୁପାୟ ହୋଇନିଜେ ଔଷଧ ଆଣି ଖାଇଲା ପାଖ ଦୋକାନରୁ । 

ଭଲ ହେବାକୁ ହିଁ ପଡିବ ।ବଞ୍ଚିବାକୁ ପଡିବ । ଅଭିମାନ କଲେ କିଏ ଶୁଣିବ ?? ଘରଲୋକ ତ ବହୁ ଦୂରରେ । ଏଇଥିପାଇଁ ମା' ମନାକରେ ଓଦା ହେବାକୁ ପ୍ରତିଥର ତା ଚିଠିରେ । 


 **********************************************    

        ମନର ବୟସ ନ ଥାଏ । ଟୋପା ଟୋପା ବର୍ଷାଛିଟାରେ ବର୍ଷା ଦାସ ଭିତରେ ଅନାମିକା ରାଗର ଆଳାପ ତିଆରି ହୁଏ । ଅଧା ଅଧା ମନେଥିବା ଗୀତର ଧାଡି ସବୁ ଗୋଟାକ ଉପରେ ଗୋଟାଏ ମାଡି ଆସନ୍ତି ଗୁଣୁଗୁଣୁ ହେଇ ସତେ ଯେମିତି ଲାଇନ ରେ ଥିବା ପୁରୁଣା ପ୍ରେମିକ , ନ ପହଁଚିଲେ ଗାଡି ମିସ ହେଇଯିବ। ବର୍ଷା ବି ହାତରୁ ଯିବ। ଘୁଙ୍ଗୁର ଲଗା ପାଉଞ୍ଜି ପିନ୍ଧି ବର୍ଷା ଦାସ ନାଚୁଛି ଯେ ନାଚୁଛି - - ଛମ.... ଛମ......ଛମ.....ଛମ .......

ଓଡ଼ିଶୀ ,କଥକ ,କୁଚିପୁଡି ,ମଣିପୁରୀ ସବୁର ସମ୍ମିଳିତ ଅପୂର୍ଵ ଝଙ୍କାର .............

       ବର୍ଷା ପଡିଲେ ସୁର,ତାଳ ,ଲୟ, ବାଦ୍ୟ କ'ଣ ଦରକାର ଯେ !!! ନାଚିବାକୁ ବାଧ୍ୟ ବର୍ଷା ଦାସ । କାରଣ ତା ରକ୍ତରେ , ଶିରା ପ୍ରଶିରା ରେ ନିଶା .....ବର୍ଷାର ନିଶା ...........

*********************************************

       କାହାରି କଥା ଶୁଣୁନି ଆଜି ବର୍ଷା ଦାସ । କେଡେ ଉଦ୍ଧତ ,ଅଲାଜୁକି ଝିଅଟା । ଏ ବୟସରେ କିଏ କାଗଜ ଡ଼ଙ୍ଗା ଭସାଏ !!! ବେଙ୍ଗ ବେଙ୍ଗୁଲି ଙ୍କୁ ସାରୁ ଗଛ ତଳେ ଦେଖି ଡାକ ପକାଏ ??? ଯେଉଁ ବୟସରେ ଲୁଚାଇବା କଥା ସେଇ ବୟସରେ ଦେହ ଦେଖାଇ ଓଦା ହୁଏ ???? 

       ଭିଜିବାର ଯେତେକ ବାହାନା ବର୍ଷା ଦାସ ପାଖରେ । ଏଇ ଗୋଟିଏ ସଉକ ତାର । ଭିଜିବ ଆଉ ଭିଜାଇବା ପରି ସାଥିଟିଏ ଖୋଜିବ । ରଙ୍ଗୀନ ସ୍ୱପ୍ନ ଦେଖିବା କଣ ଭୁଲ ???? ସଭିଏଁ ବର୍ଷାରେ ହେମାଳ ହେଲାବେଳେ ବର୍ଷା ଦାସ ତରଳ ଲାଭା ପାଲଟି ଯାଏ । ବର୍ଷାକୁ ଆଲିଙ୍ଗନ କରେ ଗୋଟାପଣେ ନିଜର କରି । ତା ଦୁନିଆର ରାଜକୁମାର କେବେ ଆସିବେ ପକ୍ଷୀରାଜ ଘୋଡ଼ା ରେ ଚଢି ତାକୁ ନେଇଯିବା ପାଇଁ ଏଇ ବର୍ଷାରେ .......

     ବର୍ଷା ଦାସ କୁ ଏବେ ବି ଉଣେଇଶ । ଲଗମଛଡ଼ା ବୟସ ...................।

**********************************************          

        ବାହାରେ ଖୁବ ଜୋର ବର୍ଷା । ଘର କବାଟ ବନ୍ଦ । ଛତା ,ରେନକୋଟ ସବୁ ରେଡି । ଝରକା ରେଲିଂ ରେ ଭରା ଦେଇ ଠିଆ ହେଇଛି ବର୍ଷା ଦାସ । ଆଜିବି ତାକୁ ଉଣେଇଶ । ଫରକ ଏତିକି କପାଳ ରେ ଗୋଟେ ବଡ଼ ଲାଲ ବିନ୍ଦି , କେଇ କେଶ ପାଚି ଆସିଛି କାନ ପାଖରୁ । ଆଜି ବି ବର୍ଷା ଠୋପା ଝରି ପଡୁଛି ଓଠ ଉପରେ ଖାଲି ଯାହା ନାକ ଅଗରୁ ନ ଝରି ଝରି ପଡୁଛି ଆଖିରୁ । 

ଏବେ ବି ବର୍ଷା ଦାସ ଘର ଭିତରେ ଖୁବ ଭିଜୁଛି ବର୍ଷା ରେ । ବର୍ଷା ଦାସ ଓଦା ହେବା ଥୟ ,କାହିଁକିନା ବର୍ଷା ହେଲେ ବର୍ଷା ଦାସ କୁ ଉଣେଇଶ ଛୁଏଁ ସବୁଥର । ବର୍ଷା ଦାସ ଭିଜୁଥାଏ ଅଦିନ ବର୍ଷାରେ ଯେମିତି ଭିଜିଥିଲା ପହିଲି ଥର । 

   ଆଃ !!!............ବର୍ଷା ..................। 



Rate this content
Log in

More oriya story from Rasmita Dixit

Similar oriya story from Abstract