Rasmita Dixit

Others

3  

Rasmita Dixit

Others

ବିଶ୍ବାସର ଦୁଇ ଗଣ୍ଠି

ବିଶ୍ବାସର ଦୁଇ ଗଣ୍ଠି

2 mins
11.9K



    "ଦିଦିମନୀ କୁଆଡେ ଗଲ ? " 

      

    ପରିଚିତ ପାଟି ଶୁଣି ଘରୁ ବାହାରକୁ ବାହାରି ଆସିଲି । 

  

  "ଆରେ ବଙ୍ଗାଳି ଦାଦା ଯେ । ଏବେ କେମିତି ? "ମୁଁପଚାରିଲି , "ଲକ ଡାଉନ ସମୟରେ ଦାଦା କେମିତି ବୁଲୁଛ ? ତୁମଠୁ ଏ ବେଳରେ ଚୁଡ଼ି କିଏ କିଣିବ ? " 


     ବଙ୍ଗାଳି ଦାଦା କୋଲକତା ରୁ ଆସିଛନ୍ତି , ମୂଳ ଘର ମେଦିନାପୁର , ସେଠି ପରିବାର ରୁହନ୍ତି । ଦାଦା ଏଠି ଚୁଡ଼ି , ଆଉ କିଛି ଛୋଟମୋଟ ଜିନିଷର ବେପାର କରନ୍ତି । ମୁଁ ଚାକିରୀ କରୁଥିବା ଜାଗା ଯାଏଁ ତାଙ୍କର ଫେରି କରନ୍ତି । ରୁହନ୍ତି କଟକ ବକ୍ସିବଜାର ରେ । ସେଇ କିଣାବିକା ସୂତ୍ରରେ ଆତ୍ମୀୟତାର ସୃଷ୍ଟି ।ପରିସ୍ଥିତି ଏମିତି ହେଲା ଯେ ମୋର ଅବକାଶ ସମୟରେ ମଧ୍ୟ ସେ ଥରେ ଦିଥର ଆସନ୍ତି ଘରକୁ ଦେଖିବା ପାଇଁ । କେବେ କିଛି ଯାଚିଲେ ପାନଖିଆ ପାଟିରେ ନିର୍ମଳ ହସଟିଏ ହସିଦେଇ କୁହନ୍ତି , ଦିଦିମନୀ ଏବେ ଖାଇଛେ ପା । କିନ୍ତୁ ତାଙ୍କ ପାଖରେ ମୋ ପାଇଁ କିଛି ଜଳଖିଆ ନିଶ୍ଚିତ ଥିବ ।


     ମୋ ଭାବନାରେ ବ୍ୟତିକ୍ରମ ପକାଇ ଦାଦା କହିଲେ ,"ହାହା - ହା - ହା , ଆପନାକେ କୋଇ ଧରତେ ପାରବେନା ।ଆମି ଜାନୁ ଲକ ଡାଉନର ନିୟମ ଟା ।"

 

   ମୁଁ ପଚାରିଲି ," ତାହେଲେ ତୁମେ ଘରକୁ ପରିବାର ପାଖକୁ ନ ଯାଇ ଏଠି କ'ଣ କରୁଚ ? ପୁଣି ଫେରି କେମିତି କରୁଛ ? " 


    ଦାଦା ପୂର୍ବଭଳି ହସି ଦେଇ ବ୍ୟାଗ ରୁ ବାହାର କଲେ ଦହିବରା ପୁଡ଼ିଆଟି । ମୋ ଝିଅ ହାତକୁ ବଢ଼ାଇ ଦେଇ କହିଲେ ," ମୁଁ କନ୍ ଚୁଡ଼ି ବିକୁଚେ । ଦେଖୋନ୍ ଆମାର ଥେଲି ନେ ପନିପାରିବା ଆଛେ । କାଲେ ତୁମାକେ ଦେଖିତେ ପାରବେନା ସେଖାନେ ଚାଲି ଆସିଲି ।ବାକି ପରିବାର ........ ଓ ଓ ସବ ଭାଲୋ ଆଛେ ,ଖୁବ ଭାଲୋ । ଆମାକେ କଟୋକ ର ଜଲବାୟୁ ଠିକଠାକ ଲାଗଛେ । ଇଖାନେ ଠିକ । କିଛୁ ହବେନା । ଚକାଡୋଲା ଆଛେ ନା । ଉକେ ଉପର ସବୁ ଛାଡିତେ ଆମି ନିଶ୍ଚିନ୍ତ ।"


    ମୁଁ ଚାହିଁରହିଥିଲି ତାଙ୍କୁ । କେତେ ସୁନ୍ଦର ଭାବେ ବଙ୍ଗାଳି ଦାଦା ସ୍ନେହ ଆଉ ଭକ୍ତିରେ ଗଣ୍ଠି ପକାଇ ଜାଣିଛନ୍ତି ମଣିଷ ଓ ଭଗବାନଙ୍କୁ । 


Rate this content
Log in