Rasmita Dixit

Inspirational Others

2  

Rasmita Dixit

Inspirational Others

କାହାଣୀ ଗୋଟିଏ ଦିନର

କାହାଣୀ ଗୋଟିଏ ଦିନର

3 mins
545



     ଆଜି ଦିନସାରା ମୁଁ ତାକୁ ଅନୁଭବ କରୁଛି । ମୋ ଆଖପାଖରେ ତା ଉପସ୍ଥିତି ଅନୁଭବ କରୁଛି।

      ପ୍ରଶ୍ଵାସ ରେ ଉତ୍କଣ୍ଠା ମୋ ଭିତରେ ସମାହିତ ହୋଇ ଯିବ କି ? 

      ଘରୁ ମାନେ ଭଡା ଘରୁ ଯିବି ଅଫିସ । ବ୍ୟାଚେଲର ମୁଁ । ଏକା ଏକା ଏଠି । ଦୂର ଗାଁ ରେ ବାପା ବୋଉ , ଭାଇ ଭଉଣୀ । ପେଟ ଦାୟରେ ପରିବାର ପ୍ରତିପୋଷଣ ଦାୟରେ ମୁଁ ସେମାନଙ୍କ ଠାରୁ ଦୂରରେ ।

      କିଏ କିଣୁଚି ଖାଇବା ବାହାରୁ ! ଅଯଥା ଟଙ୍କା ଖର୍ଚ୍ଚ । ଯାହାତାହା କରି ଗଣ୍ଡେ ଫୁଟେଇ ଦେଲେ ଗଲା । 

     ଆଜି ଟିକେ ଅଲଗା ଲାଗୁଚି । ସକାଳୁ ଉଠିଲା ପରଠାରୁ ମୁଁ ତାକୁ ମୋର ଖୁବ ପାଖରେ ପାଖରେ ଲାଗି ରହିଥିବା ପରି ଅନୁଭବ କଲି ।

      ଷ୍ଟାଣ୍ଡ ରୁ ପେଷ୍ଟ , ବ୍ରସ ବାହାର କଲି । ଲାଗିଲା ଏଇଠି କୋଉଠି ଲୁଚିଗଲା । ଲୁଚି ଲୁଚି ମୋ ଉପରେ ଲକ୍ଷ ରଖିଛି।

      କ୍ଷୀର ପ୍ୟାକେଟ ଖୋଲିଲି ଚା' କରିବା ପାଇଁ ......ଚଟ କରି ଡେଇଁ ପଡ଼ିଲା କି ତଳକୁ ? ଖୋଜିଲି ....ପାଇଲିନି ।

    ହେତ ....ଯାଉ ଯୁଆଡେ ....

    ମୋର କ'ଣ ଗଲା ! 

     ଚୁଡା ଚକଟିଲି , କଦଳୀ ପକେଇଲି । ପେଟ ପୁରେଇ ଦେବା କଥା ଯାହା ଯେମିତି କରି । ଲାଗିଲା ରୋଷେଇ ଘର ଥାକରୁ ମତେ ଦେଖୁଚି ଯେମିତି ।

     ଅଫିସ ଯିବାକୁ ଜୋତା ର ଫିତା ବାନ୍ଧିବାକୁ ତଳକୁ ନଇଁ ପଡେ ତ...ଖଟତଳେ ଲୁଚି ଗଲା ବୋଧେ ।

     ଓଃ !,କି ଟେନ୍ସନ ! ମଣିଷ ୟାକୁ କାହିଁକି ଖୋଜିବ ଯେ ....।ଯାଃ ...ଲୁଚିଥା ......ମୋଠୁ ଦୂରରେ ।

      କବାଟ ବନ୍ଦ କଲି । ତାଲା ପକେଇଲି । ବାଇକ ଷ୍ଟାର୍ଟ କଲି ।ଦେଇଁ ପଡି ବସିଗଲା କି ମୋ କାନ୍ଧରେ ??? ନା ...କିଛି ନାହିଁ ।

     ଦିନସାରା ଅଫିସ କାମ ।

     ଘରୁ ନେଇଥିଲି ଖାଇବା ଟିଫିନ ରେ ।ଭାତ , ଡାଲମା , ଆଳୁ ଚକଟା । ଖାଇଦେଲି ଯେନତେନ ପ୍ରକାରେ । ଉପାୟ ନାହିଁ। ମୋ ଉପରେ ତାର ଶିକାରୀ ଦୃଷ୍ଟି ରହିଥିଲା ପରି ଲାଗିଲା ।

     ମୁଁ କିନ୍ତୁ ସିଆଡକୁ ଧ୍ୟାନ ଦେଲିନି । ହଉ , ଯାହା କରୁଛି କରୁ । ତା ଖାପଚ ରେ ମୁଁ ଏଡ଼େ ସହଜରେ ପଡିବିନି ।

      ଅଫିସ ବନ୍ଦ ହେଲା ।ଘରକୁ ଫେରିଲି । ଲାଗୁଥିଲା ସେ ଯେମିତି ଦେହସାରା ତାର ଉପସ୍ଥିତି ବୋଳି ଦେଇଛି ।

      ମତେ ଅକ୍ତିଆର କରି ଗୋଟାପଣେ ନିଜର କରିବାର ପ୍ରଚେଷ୍ଟା କୁ ମୁଁ ଗୋଟେ ଫୁଟକି ରେ ଉଡେଇ ଦେଲି । ଭଲଭାବରେ ଗାଧୋଇ ପାଧୋଇ ଫ୍ରେସ ହେଇଗଲି ।

       ଏବେ ତା ବାସ୍ନା ଆଉ ଆସୁ ନଥିଲା ।

        ଫୋନ ରିଂ ହେଲା । ସେପଟୁ ରାକେଶ ....

       - ହାଲୋ .....

       - ଟିକେ ଘରକୁ ଆ ।

       - ଆଦୌ ଯାଇ ପାରିବିନି ।

        ଆଜି ରାତିଟା ସକାଳର ଡାଲମା , ଆଳୁ ସିଝା , ପଖାଳ ରେ ଚଳେଇ ଦେବି । ଯାହା ଦିଟା ଖାଇଦେଲେ ଗଲା । ଖାଇସାରି ଶୋଇବାକୁ ଯାଉଛି । କାହାର ଦୀର୍ଘଶ୍ଵାସ ଶୁଭିଲା । କେହି ଯେମିତି ବ୍ୟର୍ଥ ପ୍ରଚେଷ୍ଟା ରେ ମ୍ରିୟମାଣ ହୋଇ ପଡିଛି ।

         ଓଃ, ସିଏ ତାହେଲେ ଯାଇନି ଏ ଯାଏଁ ।

        ନ ଯାଉ, ଯେତେଦିନ ରହୁଛି ରହୁ ।ମୁଁ ଡାକିବିନି କି ରହିବାକୁ କହିବିନି । ଏ ଲୁଚକାଳି ଖେଳ କେତେଦିନ ଚାଲିବ ଚାଲୁ ।

        ମୁଁ କ'ଣ ସହଜେ ଧରା ଦେବି ତାକୁ ? ମୁଁ ପରା ଜଗନ୍ନାଥ ଦେଶର ପିଲା । ମତେ ପୁମି ବଶ କରିବ ! ତା ନିୟନ୍ତ୍ରଣ କୁ ନେବ ?

       ହଉ ବୁଲୁଥା ମୋ ଘର ଭିତରେ ,ବାହାରେ । ମତେ ଟିକେ ଚୁମ୍ବନ ଦେବାକୁ ଆଲିଙ୍ଗନ କରିବାକୁ ତୋର ଭାରି ଇଚ୍ଛା ନୁହେଁ ? ହେଲେ ମୁଁ ତୋର ପ୍ରୟାସକୁ ବାରମ୍ବାର ଧୋଇ ବୁହାଇ ଦେଇଛି ପାଣିରେ । ମୁଁ ମହା ହୁସିଆର ।

‌        ହେଇ ଦେଖ ! ଟେବୁଲ ଉପରେ ସାନିଟାଇଜର , ଦେଟଲ , ଔଷଧ , ନୂଆ ମାସ୍କର ବଣ୍ଡଲ । ସଫାକରି ଶୁଖେଇଛି ଆଜିର ମାସ୍କ । ବାରବାର ପାଣିରେ ହାତ ଧୋଉଛି । ଅଫିସରୁ ଘର ଯାଏ କେଉଁଠି ଦରକାର ନଥିଲେ ଅଟକୁନି । ହାତ ସଫା ରଖୁଛି । ସାଙ୍ଗମେଳକୁ ଯାଉନି । ଘରେ ରହୁଛି । ଏଥର କଣ କରିବୁ କର ।

‌     ହଉ ତୁ ତୋର ବୁଲୁଥା । ହେଲେ ମୋଠୁ ଦୂରରେ । ମୁଁ ଯାଉଛି ଶୁଏ । ଗୁଡ଼ ନାଇଟ , ବାଏ-ବାଏ-‌ କରୋନା ...।

 



Rate this content
Log in