STORYMIRROR

puspita k

Romance

3  

puspita k

Romance

ପବିତ୍ର ବନ୍ଧନ

ପବିତ୍ର ବନ୍ଧନ

5 mins
159

          ମୋବାଇଲ୍ ଟି ଦି ତିନି ଥର ରିଙ୍ଗ ହେଇ କଟି ଆଉ ଥରେ ରିଙ୍ଗ ହେଉଥାଏ ।ବାଥରୁମ୍ ରୁ ଆସି ମୋବାଇଲ ସ୍କ୍ରିନ୍ କୁ ଦେଖି ଗୋଟେ ଧାର ହସ ମୁହଁ ରେ ଖେଳି ଗଲା । ଖୁସି ରେ ଫୋନ୍ କୁ ରିଶିଭ୍ କଲା।


     କିନ୍ତୁ ସେପଟୁ ଖାଲି କାନ୍ଦିବାର ଶବ୍ଦ ସହ ଶୀଘ୍ର ମୋତେ ଆସି ଆମ ଘର ପଛ ପଟ ବର ଗଛ ମୂଳେ ଦେଖାକର। ଚିକୁ କଣ ହେଇଛି ବୋଲି ପଚାରିବା ପୂର୍ବରୁ ହିଁ କଲ୍ ଟି କଟି ସରିଥାଏ । ବ୍ୟସ୍ତ ହେଇ ଯେଣେ ତେଣେ ଗୋଟେ ସାର୍ଟ ପିନ୍ଧି ଧାଇଁ ଗଲା । ତା କାନରେ ଖାଲି ଲିନା ର କାନ୍ଦ ହିଁ ଶୁଭା ଯାଉଥାଏ । 

            ଚିକୁ ଧଇଁ ସଇଁ ହୋଇ ଦୌଡ଼ି ପହଞ୍ଚି ଯାଇଛି ଲିନା ପାଖରେ । ଲିନା କିଛି ଦୂରରୁ ଚିକୁ କୁ ଦେଖି ଲୁହ ପୋଛି ଠିଆ ହେଇ ଗଲା। ଲିନା ର ଆଖି ଫୁଲି ଲାଲ୍ ହେଇ ଯାଇଥିବାରୁ ଲିନା ବହୁତ୍ କାନ୍ଦିଥିବାର ଚିକୁ ଜାଣିପାରିଛି । ତାର ଦୁଇ ବାହୁ କୁ ଧରି ତାକୁ କଣ ହେଇଛି ବୋଲି ପଚାରିଲା


ଚିକୁ - ଲିନା ତୁମର କଣ ହେଇଛି ତୁମେ ମୋତେ ଏମିତି କଣ କହିବ ଯେ ଏଠିକି ଡାକିଲ ? ଯଦି କେହି ଆମ ଦୁଇ ଜଣ ଙ୍କୁ ଦେଖି ନେବେ ଯଦି କଣ ହେବ ଜାଣି ପାରୁଛ ? କଣ ଏମିତି ଜରୁରୀ କଥା ଯେ ଫୋନ୍ ରେ କହି ହେଲାନି ? ତୁମ କୁ ଦେଖିଲେ ବି ଲାଗୁଛି ତୁମେ ବହୁତ୍ କାନ୍ଦିଛ ? ତୁମେ ଠିକ୍ ଅଛନା ମୁଁ ପୁରା ଡରି ଯାଇଥିଲି।


    ଲିନା  ଆଖିରୁ ଏବେ ଅନବରତ ଲୁହ ଗଡି ଚାଲିଥାଏ ।  ଚିକୁ 

ତା ମୁହଁ କୁ ତା ପାପୁଲି ରେ ଧରି ତାକୁ କଣ ହେଇଛି ବୋଲି ପଚାରିଲା

ଲିନା ତା ହାତ କୁ ଚିକୁ ହାତ ଉପରେ ରଖି  କାନ୍ଦି କାନ୍ଦି ସବୁ ସରିଗଲା ବୋଲି କହୁଥାଏ


ଚିକୁ - କଣ ସରିଗଲା ? ଆରେ କିଛି କହିଲେ ତ ଜାଣିବି କଣ ହେଇଛି(ଲିନା ଉପରେ ଚିଲେଇ କି ) । 


ଲିନା - ବାପା ମୋ ବାହାଘର ଠିକ୍ କରିସାରିଛନ୍ତି । 


ଚିକୁ -   କଣ ? ତୁମେ ଏ କଣ କହିଯାଉଛ ?


ଲିନା - ସତରେ ବାପା ମୋ ବାହାଘର ଠିକ୍ କରି ଫାଇନାଲ ବି କରିସାରିଛନ୍ତି


ଚିକୁ - ତୁମେ ଆଗରୁ କାଇଁ ଏକଥା ଜଣେଇ ନଥିଲ ? ତୁମ କୁ ତ ସେ ପୁଅ ଘର ଲୋକ ଦେଖିବାକୁ ଆସିଥିବେ ନା ତାପରେ ଯାଇଁ ଜଣେଇଥିବେ 


ଲିନା - ମୋତେ ଦେଖିବା କଣ ଦରକାର ସେ ତ ଆମ ଗାଁ ପିଲା ।


ଚିକୁ - ଆମ ଗାଁ ପିଲା କିଏ ସେ ? ତା ନା ଟିକେ କୁହ ତାକୁ ଯଦି ତା ଜୀବନ ନେଇ ନଯାଇଛି ମୋତେ କହିବ


ଲିନା - ତୁମେ କିଛି ବି କରି ପାରିବନି ତାର । ସେ ତୁମର ସବୁଠୁ ଭଲ ସାଙ୍ଗ


ଚିକୁ - ତା ମାନେ କଣ ଲିକୁ ସହ ତୁମ ବାହାଘର ଠିକ୍ ହେଇଛି ।


ଲିନା - ହଁ


ଚିକୁ - ଲିକୁ ଏ ବାହାଘର ବିଷୟରେ ବୋଧେ କିଛି ଜାଣିନି । ତୁମେ ବ୍ୟସ୍ତ ହୁଅନି ସେ ଏ ସବୁ ଜାଣିବା ପରେ କେବେ ବି ରାଜି ହେବନି କାରଣ ସେ ଆମେ ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି ବୋଲି ସେ ଜାଣିଛି।


ଲିନା - ସେ ରାଜି ହେବେ କି ନାହିଁ ଜାଣିନି କିନ୍ତୁ ତାଙ୍କ ମାଆ ତ ମୋ ବାପା ଙ୍କୁ ଏ ବାହାଘର ପାଇଁ କଥା ଦେଇ ସାରିଛନ୍ତି ।


ଚିକୁ - ଲିକୁ କୁ ତା ମାଆ ବହୁତ୍ ଭଲ ପାଆନ୍ତି ଦେଖିବ ଲିକୁ ଯଦି ଏ ବାହାଘର ପାଇଁ ମନା କରିଦେବ ସେ ଜମା ବି ତାକୁ ବାଧ୍ୟ କରିବେନି


ଲିନା - ଏ ବାହାଘର କେବେ ବି ଭାଙ୍ଗିବନି । ଆଜି ବାପା ଡେଟ୍ ଫିକ୍ସ କରିବାକୁ ଯାଇଛନ୍ତି ।  


ଚିକୁ - ପ୍ଲିଜ୍ ଲିନା ତୁମେ ଏମିତି କଥା କୁହନି । ତୁମେ ଘରେ ଥରେ ଆମ ବିଷୟ ରେ କହିକି ତ ଦେଖ। ମୁଁ କାଲି ଆମ ଘରେ କହି ସାରିଛି । ଦେଖିବ ସେମାନେ ରାଜି ହେଇଯିବେ


ଲିନା - ଡେଟ୍ ଫିକ୍ସ କରିକି ଆସିବା ପରେ କେମିତି ବାପା ଙ୍କୁ ଏ କଥା କହିବି ମୋ ବାପା ହୁଏତ ବଞ୍ଚିବେନି ଶୁଣି କି


ଚିକୁ ( ଚିଡି ଯାଇ ) -  ତୁମେ ମୋତେ ଭଲ ପାଇବା ପୂର୍ବରୁ ଏକଥା ଚିନ୍ତା କଲନି । ଏବେ ଘରେ କହିବାକୁ ଡର ଲାଗୁଛି । ମୋତେ ତ ଲାଗୁଛି ତୁମେ ମୋତେ ସତରେ ଭଲ ହିଁ ପାଉନଥିଲ ।


  ଲିନା -  ମୋତେ କଣ ଦୋଷ ଦେଉଛ ତୁମେ ନିଜେ ଏଥିପାଇଁ ଦାୟୀ । ଏ ବାହାଘର କେବଳ ତୁମ ପାଇଁ ହେଉଛି


ଚିକୁ - ମୁଁ କଣ କଲି 


ଲିନା - ତୁମେ କାଲି ଘରେ ଆମ ବିଷୟ ରେ କହିଥିଲ ନା ।


ଚିକୁ - ହଁ ମୁଁ ବୋଉ କୁ କହିଥିଲି


ଲିନା - ତୁମ ବାବା କାଲି ସନ୍ଧ୍ୟା ବେଳେ ଆମ ଘରକୁ ଆସିଥିଲେ ବାପା ଙ୍କ ସହ କଣ କଥା ହେଲେ  ଆଉ ବାବା ଙ୍କୁ ନେଇ କୁଆଡେ ଗଲେ । ସେତେବେଳେ ମୁଁ କିଛି ଜାଣି ନଥିଲି ଆଜି ଜାଣିଲି ଯେ ସେ ଲିକୁ ଘରକୁ ଯାଇଥିଲେ ବାହାଘର ପ୍ରସ୍ତାବ ନେଇ


ଚିକୁ - ବାବା ଏ ବାହାଘର ଠିକ୍ କରାଇଛନ୍ତି 


ଲିନା - ହଁ .. ଏବେ କୁହ ମୋ ଦୋଷ କଣ ? ମୁଁ ତୁମକୁ ବହୁତ୍ ଭଲ ପାଏ ଏକଥା ସତ କିନ୍ତୁ ମୋ ପରିବାର କୁ ବି ସେତିକି ଭଲ ପାଏ । ଶେଷରେ ଏତିକି କହିବି ଭୂଲିଯାଅ ମୋତେ ।


     ଲିନା କାନ୍ଦି କାନ୍ଦି ଦୌଡ଼ି ପଳେଇ ଗଲା। ଚିକୁ ପଛରୁ ଲିନା କୁ ଡାକୁଥାଏ । ଚିକୁ ସେଇଠି ଆଣ୍ଠୁ ମାଡ଼ି ବସି ପଡ଼ି କାନ୍ଦୁଥିଲା । ଭୂଇଁ କି ହାତ ମୁଠାରେ ବାଡ଼ଉ ଥାଏ ।    କେମିତି ଏତେ ସହଜରେ ମୋତେ ତୁମ କୁ ଭୁଲି ଯିବା ପାଇଁ କହି ପାରିଲ । କେମିତି ଭୁଲିଯିବି ତୁମକୁ । କେମିତି ଆଉ ଜଣଙ୍କୁ ନିଜର କରିବା କଥା ଭାବି ପାରୁଛ  । ଆଉ ବାବା ତୁମେ ଏସବୁ କେମିତି କରିପାରିଲ


        ଚିକୁ ସେଠୁ ଉଠି ସିଧା ଘରକୁ ଗଲା


ଚିକୁ - ବୋଉ ବୋଉ .. 


ମୀନା ( ଚିକୁ ର ମାଆ ) - କଣ ହେଲା କିରେ ଏମିତି ରଡ଼ି କାଇଁ କରୁଛୁ


ଚିକୁ - ବାବା କାହାନ୍ତି ?


  ମୀନା ଟିକେ ହଡ଼ବଡ଼େଇ ଗଲେ । ୟାକୁ ଯଦି ଏବେ ମୁଁ ସତ କହିବି ତେବେ ଇଏ କଣ ଯେ କରିବ


ମୀନା - ତାଙ୍କର କଣ କାମ ଅଛି ତ ବାହାରକୁ ଯାଇଛନ୍ତି


ଚିକୁ - କି କାମ ଟିକେ ଶୁଣେ


ମୀନା - ମୋତେ କଣ କହିକି ଯାଇଛନ୍ତି ଯେ ମୁଁ ଜାଣିବି


ଚିକୁ - ମୋ ରାଣ ଖାଇ କହିଲୁ ତୁ କି କିଛି ଜାଣିନୁ


ମୀନା - ଏଇ ବାବା ତୁ ଏମିତି କଣ କହୁଛୁ । ଗୋଟେ ବୋଲି ଛୁଆ ମୋର ମୁଁ ରାଣ କାଇଁ ଖାଇବି


ଚିକୁ - ତେବେ ସତ କହୁନୁ କି ବାବା ଲିକୁ ଘରକୁ ଯାଇଛନ୍ତି ।


ମୀନା - ତୁ... ତୁ କେମିତି ଜାଣିଲୁ ?


ଚିକୁ - ମୋ ଅନୁମାନ ଠିକ୍ ଥିଲା ତେବେ ତୁ ଜାଣିଥିଲୁ ଏକଥା


ମୀନା - ତେବେ ତୁ ସବୁ ଜାଣିଛୁ । ତୋ ବାବା ଲିକୁ ଆଉ ଲିନା ର ବାହାଘର କଥା ହେବାକୁ ଯାଇଛନ୍ତି


ଚିକୁ - ବୋଉ ତୁ ସବୁ ଜାଣି ବି ତାଙ୍କୁ ଅଟକେଇଲୁନି ବୋଉ ମୁଁ ଲିନା କୁ ଭଲ ପାଏ ଏକଥା ଜାଣି ବି କେମିତି ସେ ଲିକୁ ସହ ତାର ବାହାଘର ଠିକ୍ କରିଲେ 


ମୀନା - ବାପା ରେ ବେଳେବେଳେ କିଛି କାରଣ ପାଇଁ ନିଜ ଇଚ୍ଛା କୁ ଇଚ୍ଛା ରେ ହିଁ ରହିବାକୁ ଦିଆଯାଏ । ଯାହା କେବେ ବି ସମ୍ଭବ ନୁହେଁ ସେକଥା ହେବ ବା କେମିତି । ତୁ ତାକୁ ଭୁଲିଯା 


ଚିକୁ - ପାରିବିନି । ଆଉ ହଁ କାହିଁକି ଅସମ୍ଭବ ଏସବୁ ଲିନା ବି ଆମ ଭଳି ଗୋଟେ ମଧ୍ୟବିତ୍ତ ପରିବାର ର । ଆମ ଜାତି ବି ଏକା ତେବେ ଅସୁବିଧା କୋଉଠି


    ବହୁତ୍ ଅସୁବିଧା ଅଛି । ଲିକୁ ସହ ଏଇ ବାର ତାରିଖ ରେ ମାନେ ଆଉ ଠିକ୍ ସାତ ଦିନ ପରେ ଲିନାର ବାହାଘର ହେବ । ଦି ଦିନ ପରେ ସେମାନଙ୍କ ନିର୍ବନ୍ଧ । ତୋ ପାଇଁ ଭଲ ହେବ ତୁ ତାକୁ ଭୂଲିଯା। 


    ନିଜ ବାବା ଙ୍କ ମୁହଁ ରୁ ଏସବୁ ଶୁଣି ଆହୁରି କ୍ରୋଧିତ ହେଇ ଯାଇଥିଲା ଚିକୁ କିନ୍ତୁ ସେ ଆଜି ପର୍ଯ୍ୟନ୍ତ କେବେ ବି ତା ବାବା ଙ୍କ ମୁହଁ ରେ ଜବାବ୍ ଦେଇ ନଥିବାରୁ ଚୁପ୍ ରହିବାକୁ ବାଧ୍ୟ ହେଲା


ଆଲୋକ ( ଚିକୁ ର ବାବା) ତା ପାଖକୁ ଆସି ତା କାନ୍ଧରେ ହାତ ପକେଇଲେ


- ତାକୁ ଭୁଲିଯା ରେ ବାପା 


ଚିକୁ ତା ବାବା ଙ୍କ ଗୋଡ଼ ଧରି କାନ୍ଦିବାକୁ ଲାଗିଲା


- ବାବା ମୁଁ ତାକୁ ବହୁତ୍ ଭଲ ପାଏ ତାକୁ ମୁଁ ଭୁଲିବା ଅସମ୍ଭବ । କଣ ପାଇଁ ତୁମେ ରାଜି ନାହଁ । ସେ ତ ଗୋଟେ ଭଲ ଝିଅ ବୋଲି ତୁମେ ନିଜେ କୁହ ତେବେ ଏବେ କଣ ହେଲା 


ଆଲୋକ - ସେ ଗୋଟେ ଭଲ ଝିଅ ମୁଁ ଏବେ ବି କହୁଛି କିନ୍ତୁ ତା ସହ ତୋ ବାହାଘର କେବେ ବି ହେଇ ପାରିବନି


ଚିକୁ - ବାବା କାହିଁକି ? କଣ ପାଇଁ ହେଇ ପାରିବନି ? 


ଆଲୋକ - ତୋ ବାହାଘର ଯଦି ହେବ କେବଳ ମିକୁ ସହ ହିଁ ହେବ । ତା ବ୍ୟତୀତ ଆଉ କାହା ସହ ନୁହେଁ


ଚିକୁ - ମି.. କୁ ମାନେ ଲିକୁ ର ଭଉଣୀ


ଆଲୋକ - ହଁ ସେଇ ଝିଅ ସହ ସେଇ ଏକା ତାରିଖ ରେ ହିଁ ହେବ । ଲିକୁ ନିର୍ବନ୍ଧ ଦିନ ହିଁ ତୋ ର ନିର୍ବନ୍ଧ ।


  ଚିକୁ - କିନ୍ତୁ ବାବା


ଆଲୋକ - ମୁଁ ଆଉ କିଛି ବି ଶୁଣିବାକୁ ଚାହୁଁନି ।  ତୋ ପାଇଁ ଭଲ ତୁ ଲିନା କୁ ଭୁଲି ଯା ଆଉ ମିକୁ କଥା ଚିନ୍ତା କର


   ଚିକୁ ରାଗରେ ତା ରୁମ୍ କୁ ଯାଇଁ ଭିତର ପଟୁ ଜୋର୍ ସେ କବାଟ କୁ ଠେଲି ଦେଇ ଲକ୍ କରିଦେଲା


ମୀନା - ମିକୁ କଣ ଘର କୁ ଆସି ଲାଣି । 

ଆଲୋକ - ହଁ ସେ ଆଜି ଆସିବ ତା ମାମୁଁ ଆଣି ଛାଡ଼ି ଦେବେ ।


   କ୍ରମଶଃ ..


Rate this content
Log in

Similar oriya story from Romance