STORYMIRROR

puspita k

Romance Classics Inspirational

3  

puspita k

Romance Classics Inspirational

ଭିନ୍ନ ମୋ କାହାଣୀ

ଭିନ୍ନ ମୋ କାହାଣୀ

8 mins
131

     ମୁଁ କଣ ଝିଅ ଟିଏ ହୋଇ ଭୁଲ କରିଛି ? ନା ପୁଅଟିଏ ହୋଇଥିଲେ ମୋର ଆଜି ଏମିତି ଅବସ୍ଥା ହେଇ ନଥାନ୍ତା , କିନ୍ତୁ ମୋ ସାଙ୍ଗ ଅନନ୍ୟା ସେ ବିତ ଝିଅ ଟିଏ କିନ୍ତୁ କାହିଁକି ତା ବାପା ମା ତ ତାକୁ ହତାଦର କରୁ ନାହାନ୍ତି , ତାକୁ ତ ସେ ତାଙ୍କ ପୁଅ ଠାରୁ ବି ଭଲ ପାଉଛନ୍ତି । ଭଗବାନ ଏମିତି କାହିଁକି କଲେ ମୋ ସହ ମୋତେ ଏଇ ଘରେ କାହିଁକି ଜନ୍ମ ଦେଉଥିଲେ , ଯଦି ବି ଏଇ ଘରେ ଜନ୍ମ ଦେବାର ଥିଲା ତେବେ ମୋତେ ପୁଅ ଟିଏ ନକରି ଝିଅ ଟିଏ କାହିଁକି କଲେ ?

   

    ଏମିତି କେତେ କଣ କଥା ଭାବି ଭଗବାନ ଙ୍କୁ ଦୋଷ ଦେଇ କାନ୍ଦୁଥିଲା ମାନସୀ । ମାନସୀ ଗୋଟେ ସରଳ , ସୁନ୍ଦର ୧୬ ବର୍ଷ ର ଝିଅ ଟିଏ । କାହାର ବି ଦୁଃଖ ଦେଖିଲେ ସହି ପାରିବନି । ସତରେ ଭଗବାନ ବି ଯିଏ ଭଲ ତାକୁ ହିଁ ଅଧିକ ଦୁଃଖ ଦେଇଥାନ୍ତି । ମାନସୀ ଏଇ ବର୍ଷ  

୮୫ % ରଖି ଦଶମ ଶ୍ରେଣୀ ପାସ କରିଛି । ସେ ପୁଣି ବିନା ଟିଉସନ ରେ , ଘରେ ବି ସେ ପଢିବାକୁ ସମୟ ପାଏନି , କାରଣ ତା ମା ତାକୁ ଖାଲି କାମ କରାଇ ଥାଏ । ବିଦ୍ୟାଳୟ ରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବହୁତ୍ କଷ୍ଟ ରେ ପଢ଼ିଛି , କେବଳ ଦାସ ସାର୍ ଙ୍କ ପାଇଁ , ଦାସ ସାର୍ ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ମାନସୀ ର ବାପା ମା କୁ ଡରେଇ ଥିଲେ ଯେ ଯଦି ତାକୁ ସ୍କୁଲ୍ କୁ ନଛାଡ଼ି ତମେ ମାନେ ଘରେ କାମ କରେଇବ ତେବେ ମୁଁ ତମ ମାନ ଙ୍କ ନାଁରେ କେସ କରିବି , ସେଇ ଦିନରୁ କେବଳ ମାନସୀ ସ୍କୁଲକୁ ପ୍ରତିଦିନ ଯାଏ ।


  ମାନସୀ ର ବାପା ଶିବାନନ୍ଦ ତରାଇ ଡାକ ନାଁ ଶିବ , ଆଉ ତା ମାଆ ରେଣୁ , ମାଆ ନୁହେଁ ତ ସାବତ ମାଆ ତାର , ବାପା ତାର ଘୋଡ଼ା ମଦୁଆ ଟା , ଦିନେ ପେଟ ମଦ ପିଇ ଆସି ଆଗ ସ୍ତ୍ରୀ କୁ ଏମିତି ମାରିଲା ଯେ ସେ ମରିଗଲା , ଆଗ ସ୍ତ୍ରୀ ଟା ତାର ଶାନ୍ତ ସୁଧାର ପିଲାଟେ ଥିଲା ଠିକ୍ ମାନସୀ ପରି । ସବୁବେଳେ ଶିବ କୁ ଡରି ଡରି ରହୁଥିଲା । ପଦେ କିଛି ବି କହୁନଥିଲା , ମାନସୀ କୁ ସେତେବେଳେ ମାତ୍ର ୫ ବର୍ଷ ହେଇଥିଲା । ସେ ମଲା ପରେ ଶିବ ବାହା ହେଲା ରେଣୁ କୁ , ରେଣୁ କିନ୍ତୁ ମାନସୀ ମାଆ ର ଓଲଟା ଉଗ୍ର ଚଣ୍ଡୀ , ଶିବ ଯେତେବେଳେ ମଦ ପିଇ କି ଆସେ ସେ ରେଣୁ କୁ କଣ ମାରିବ ବରଂ ରେଣୁ ତାକୁ ମାରି ପକାଏ । ଶିବ ସେଥିପାଇଁ ରେଣୁ କୁ ବହୁତ୍ ଡରେ , ରେଣୁ କଥା ରେ ଉଠୁବସ୍ ହୁଏ । ସେ ଦି ଜଣ ଙ୍କ ଗୋଟେ ପୁଅ ଅଛି ତା ନାଁ ରୁଦ୍ର ।


   ମାନସୀ ର ଏଇ କଥା ପାଇଁ ମନ ଦୁଃଖ କି ସେ ଆଗକୁ ପଢିବାକୁ ଚାହୁଁଛି କିନ୍ତୁ ତା ସାବତ ମାଆ ମନା କରୁଛି , କହୁଛି ତୋ ପଢ଼ାରେ ସବୁ ପଇସା ଯଦି ଖର୍ଚ୍ଚ କରିଦେବି ତେବେ ମୋ ପୁଅ କେମିତି ପଢ଼ିବ । ଆଜି ହୁଏ ତା ନିଜ ମାଆ ଥିଲେ ଏମିତି କଥା ସେ ଶୁଣି ନଥାନ୍ତା , ସେ ସେଥି ପାଇଁ ଭାବୁଛି କି ଯଦି ସେ ପୁଅ ଟେ ହେଇଥାନ୍ତା ଆଜି ଘର ଛାଡିକି ଯାଇ ଅଲଗା କଉଠି କାମ କରି ନିଜେ ପାଠ ପଢ଼ିଥାନ୍ତା । ତାକୁ ଏତିକି ବେଳେ ପଛରୁ ଅନନ୍ୟା ଆସି ହଲେଇ ଦେଲା , ଏଇ କଣ ଭାବୁଛୁ ନେ ମୁଁ ତୋ ପାଇଁ ମାଛ ଭଜା ଦି ଖଣ୍ଡ ଆଣିଛି । ଶୀଘ୍ର ତୋ ସେ ଡାହାଣୀ ମାଆ ଏଠିକି ଆସିବା ପୂର୍ବରୁ ଖାଇଦେ । 


ମାନସୀ - ନାଇ ମୁଁ ଖାଇବିନି ମୋର ଇଚ୍ଛା ନାହିଁ , ତୁ ତାକୁ ଫେରେଇ କି ନେଇଯା 

ଅନନ୍ୟା - କଣ ହେଇଛି ତୋର , ତତେ ଆଜି ପୁଣି ସେ ଉଦଣ୍ଡି ମାରିଛି କି ? ସତ କଥା କହ ଯଦି ସେ ମାରି ଥିବ ନା ତାକୁ ଆଜି ମୁଁ ଜମା ଛାଡିବିନି।

ମାନସୀ - ନା ଲୋ ସେ ମୋତେ ମାରିନି କିନ୍ତୁ ମୁଁ ଆଗକୁ ପଢିବାକୁ ଚାହୁଁଛି ,ସେ ମନା କରୁଛି ।

ଅନନ୍ୟା - ଏଇ କଥା ତୁ ବ୍ୟସ୍ତ ହୋଅନି । ମୁଁ ମୋ ବାପା ଙ୍କ ସହ ଏ ବିଷୟରେ ଆଗରୁ କଥା ହୋଇ ସାରିଛି , ମୁଁ ଯଉଠି ପଢିବି ତୁ ବି ସେଠି ପଢ଼ିବୁ ।

ମାନସୀ - ହେଲେ କେମିତି , ମୋତେ ମା ତ ପୁରାପୁରି ମନା କରିଦେଲେ ଯେ ମୁଁ ଆଗ କୁ ପାଠ ପଢ଼ି ପାରିବିନି ।

ଅନନ୍ୟା - ସେ କଥା ମୋ ବାପା କହିଛନ୍ତି ବୁଝିବେ , ତୁ ଆଗ ଖାଇଲୁ ।

    

    ଅନନ୍ୟା , ମାନସୀ ର ସବୁଠୁ ଭଲ ସାଙ୍ଗ । ଅନନ୍ୟା ର ଘର ଲୋକ ସମସ୍ତେ ମାନସୀ କୁ ବହୁତ୍ ଭଲ ପାଆନ୍ତି । ଅନନ୍ୟା ମାଆ ବି ଯାହା ଟିକେ ଭଲ ମନ୍ଦ କଲେ ଅନନ୍ୟା ହାତରେ ଦେଇ କହିବେ ଯା ମାନସୀ କୁ ଲୁଚେଇ କି ଦେଇ ଆସିବୁ , ଲୁଚେଇ କି ଦେବା ପାଇଁ ଏଥିପାଇଁ କି ଯଦି ତା ମାଆ ଜାଣିବ ତାଙ୍କୁ ତ ପାଟି କରିବ ତା ସହ ମାନସୀ କୁ ବି ଛାଡି ବନି ବହେ ମାରିବ । 


ଅନନ୍ୟା - ଶୁଣୁ ତୋ ମାଆ ଯେତେବେଳେ ଆଜି ସେ ପଡିଶା ଘର କନି ଘରକୁ ଯିବ ତୁ ସେତେବେଳେ ଆମ ଘରକୁ ଆସିବୁ , ବାପା କହୁଥିଲେ କି ତୋ ସହ କଣ କଥା ହେବେ ।


ମାନସୀ - ହଉ ମାଆ ଗଲା ପରେ ମୁଁ ଯିବି , ତୁ ଏବେ ତୋ ଘରକୁ ଯା ।

  ତାପରେ ଅନନ୍ୟା ତା ଘରକୁ ଚାଲି ଯାଇଛି ଏବଂ ମାନସୀ ନିଜ ଘରକୁ 

ଆଲୋ ଏଇ କୁଆଡେ଼ ଯାଇଥିଲୁ ଏତେବେଳ ଯାଏ 

ମାନସୀ - ମାଆ ଏଇ ବାଡିପଟ ରେ ଲୁଗା ଗୁଡ଼ା ଶୁଖଊ ଥିଲି ।

- ହଉ ହଉ ଯା ତ ଭାତ ଟା ହେଇଗଲାଣି ଗାଳି ଦେଇକି , ଚୁଲି ରେ ଦି ଟା ଆଳୁ ପୋଡ଼ି ଦେବୁ ।


ମାନସୀ - ଆଜ୍ଞା 


ମାନସୀ ଯାଇ ଭାତ ଗାଳିଦେଲା ତାପରେ ଚୁଲି ରେ ଆଳୁ ବି ପୋଡ଼ି ଦେଲା , ପୁଣି ଭାବିବାକୁ ଲାଗିଲା ସତରେ କଣ ମୋତେ ଅନନ୍ୟା ର ବାପା ପଢ଼େଇବେ , ଅନନ୍ୟା ସହ ସାଙ୍ଗ ହୋଇ ମୁଁ ବି ପଢିବି , ମୁଁ ବି ପାଠ ପଢ଼ି ଆମ ଗାଆଁ ମୋନା ଦିଦି ଙ୍କ ପରି ଚାକିରି କରିବି , ନିଜେ ପଇସା ରୋଜଗାର କରିବି , ସତରେ ନିଜେ ଯେତେବେଳେ ପଇସା ରୋଜଗାର କରିବି ସେତେବେଳେ ମୋତେ କେହି କିଛି କହିବେନି , ହେଲେ ଏଟା ତ ଗୋଟେ ମୋର ଭାବନା ସତ ତ ଏଇଟା କି ନା ମୁଁ କେବେ ପାଠ ପଢିବି ନା ଏସବୁ ସମ୍ଭବ 


ଏତିକି ବେଳେ ପଛରୁ ଆସି ହଲେଇ ଦେଲା ରୁଦ୍ର - ଅପା ମୋତେ ବହୁତ୍ ଜୋରସେ ଭୋକ ହେଉଛି , ତୁ ଜଲଦି ଖାଇବାକୁ ଦେ 


ମାନସୀ - ତୁ ଯା ହାତ ମୁହଁ ଧୋଇକି ବସ୍ ମୁଁ ଭାତ ନେଇ ଯାଉଛି ।


ରୁଦ୍ର - ହଉ ଶୀଘ୍ର କର


ତାପରେ ମାନସୀ ଖାଇବା ବାଢ଼ି ଦେଇଛି ରୁଦ୍ର ପାଇଁ , ତା ପାଖରେ ବସିଛି କାଳେ ଆଉ କଣ ମାଗିବ । ଘରେ ମାତ୍ର ରୁଦ୍ର ହିଁ ଏକମାତ୍ର ଯିଏ କି ମାନସୀ କୁ ବୁଝେ ଆଉ ବହୁତ୍ ଭଲ ପାଏ । 


ରୁଦ୍ର - ଅପା ଆଁ କର ମୁଁ ଗୁଣ୍ଡ ଖୋଇଦିଏ , 

ମାନସୀ - ଆରେ ତତେ ପରା ଜୋରରେ ଭୋକ ହେଉଥିଲା ତୁ ଖାଇଲୁ ଆଗ ।

ରୁଦ୍ର - ତୁ ଏତେ ପ୍ରବଚନ ନ ଶୁଣେଇ ଜଲଦି ବଡ଼ ଆଁ ଟେ କଲୁ , କିଏ ଜାଣେ ତୋ ବେଳକୁ ଥିବ କି ନଥିବ ।

ମାନସୀ - ହଉ , ରୁଦ୍ର ମୁଁ ତତେ ଗୋଟେ ଜରୁରୀ କଥା କହିବାକୁ ଭୁଲି ଯାଇଛି 

ରୁଦ୍ର - କି କଥା ଅପା ?

ମାନସୀ(ଏପଟ ସେପଟ ଚାହିଁ) - ଅନନ୍ୟା ର ବାପା କହୁଥିଲେ କି ମୋତେ ପାଠ ପଢେ଼ଇବେ , ଆଉ ଏ ବିଷୟରେ କଥାବାର୍ତ୍ତା କରିବାକୁ ତାଙ୍କ ଘରକୁ ଆଜି ରାତି ରେ ଯିବା ପାଇଁ କହିଛନ୍ତି ,ମୁଁ ଯିବି ମାଆ ଯେତେବେଳେ କନୀ ଖୁଡି ଘରକୁ ଯିବେ , ମୋ ଆସିବା ଯଦି ଡେରି ହୁଏ ତୁ ଚଳେଇ ନେବୁ 


ରୁଦ୍ର - ଠିକ୍ ଅଛି ଅପା , ତୁ ଜମା ବ୍ୟସ୍ତ ହୋନା ମୁଁ ଅଛି ନା ମୁଁ ଥିବା ଯାଏ ତୋର କିଛି ହେବନି ।


ସନ୍ଧ୍ୟା ସମୟ ହେଇଗଲାଣି ମାନସୀ ଖାଲି ଏପଟ ସେପଟ ହେଉଛି କେତେବେଳେ ରେଣୁ ଯିବ ତା ବାଟ କୁ ଚାହିଁଛି 


ମାନସୀ - ଏ ରୁଦ୍ର କେତେବେଳେ ଆସି କହିବ କି ମାଆ ଯାଇ ସାରିଲେଣି , ସବୁ ଦିନ ତା ମାଆ ଶୀଘ୍ର ଯାଆନ୍ତି କିନ୍ତୁ ମୋରି କାମ ବେଳକୁ ହିଁ ତାଙ୍କୁ ଡେରି ରେ ଯିବାର ଅଛି 


ରୁଦ୍ର - ଅପା .. ଅପା ... ଏ ଅପା ଜଲଦି ଜଲଦି ତୁ ଅନନ୍ୟା ଅପା ଘରକୁ ଯା ମାଆ ଏବେ ଗଲା , ତୁ ଯା ଯଦି ତୁ ଆସିବା ପୂର୍ବରୁ ସେ ପହଁଚିଗଲା ନେ ଏଇ ନୋଟ୍ ତା ରଖିଥା ତୁ କହିବୁ ମୋର ଏଇ ନୋଟ୍ ତା ଅନନ୍ୟା ଅପା ଭାଇ ପାଖରେ ଥିଲା ମୁଁ ତତେ ସେଠିକି ଆଣିବାକୁ ପଠେଇ ଥିଲି ।


ମାନସୀ - ଠିକ୍ ଅଛି , ତତେ ବହୁତ୍ ବହୁତ ଧନ୍ୟବାଦ ,ତୋ ପରିକା ଭାଇ ଖୋଜିଲେ ବି କଉଠି ମିଳିବନି  


ମାନସୀ ଯାଇ ପହଞ୍ଚିଛି ଅନନ୍ୟା ଘରେ , ଅନନ୍ୟା ମାନସୀ କୁ ଦେଖି ଖୁସି ହୋଇ ଯାଇଛି , ଅନନ୍ୟା ମାନସୀ କୁ ତା ବାପା ଅରୁଣ ଙ୍କ ପାଖକୁ ନେଇଛି ।

ଅରୁଣ - ମାନସୀ ଆରେ ମା ତୋ ସହ ମୋର ଗୋଟେ ଜରୁରୀ କଥା ଥିଲା ,ଅନନ୍ୟା କୁ ବି କହିଥିଲି କି ତୋତେ କହିବା ପାଇଁ , ଅନନ୍ୟା ତୋତେ କିଛି କହିଥିଲା କି ?

ମାନସୀ - ଆଜ୍ଞା ମଉସା ସେ କହିବାରୁ ମୁଁ ଏବେ ଏଠିକି ଆସିଛି , ମାଆ ଖୁଡି ଘରକୁ ଯାଇଛନ୍ତି ।

ଅରୁଣ - ମୁଁ ଅନନ୍ୟା ପାଇଁ ଗୋଟେ ଭଲ କଲେଜ୍ ଠିକ୍ କରିଛି ସେ ସେଠି କୋଚିଙ୍ଗ ବି ନେବ , ତୋର ଯଦି ଇଚ୍ଛା ଅଛି କହ ସାଙ୍ଗ ହୋଇ ସେଠି ପାଠ ପଢ଼ିବ, ଟଙ୍କା ପଇସା ଦାୟିତ୍ଵ ମୋର । 

ମାନସୀ - ହେଲେ ମଉସା ବାପା କି ମାଆ କେହି ଚାହୁଁ ନାହାନ୍ତି ମୁଁ ଆଉ ପଢ଼େ ,ସେମାନେ କଣ ମୋତେ ବାହାରକୁ ଛାଡ଼ିବେ ।

ଅରୁଣ - ତୁ ସେଥିପାଇଁ ଜମା ବ୍ୟସ୍ତ ହୋନା ମୁଁ କାଲି ତୁମ ଘରକୁ ଯିବି , ବଢିଆ ଉପାୟ ଟେ ସାଥିରେ ନେଇକି ଯିବି ଦେଖିବୁ ତୋ ମାଆ ଆଗେ ରାଜି ହେବ। 

ମାନସୀ - ଠିକ୍ ଅଛି ମଉସା ମୁଁ ଏବେ ଆସୁଛି ।

ଅନନ୍ୟା - କୁଆଡେ଼ ଯିବୁ ତୁ ଆସିବୁ ବୋଲି ମୋ ମାଆ ଏପର୍ଯ୍ୟନ୍ତ ମୋ ପେଟ କଥା ନବୁଝି ତୋ ପାଇଁ ରୋଷେଇ ଘରେ ପକୁଡ଼ି , ବରା ଆଉ ଆଲୁଚପ ତିଆରି କରୁଛନ୍ତି କହିଲା ମଉସା ମୁଁ ଆସୁଛି ।

ମାନସୀ - ସତରେ ହଉ ତୁ ଆଉ ରଗେନି ନି ଚାଲ୍ ମାଉସୀ ଙ୍କ ପାଖକୁ ଯିବା ।

ଅନନ୍ୟା - ଚାଲ୍ 

ମାଉସୀ ମାଉସୀ ଡାକି ମାନସୀ ଯାଇ ଅନନ୍ୟା ମା ଙ୍କୁ କୁଣ୍ଢାଇ ପକେଇଲା । ଅନନ୍ୟା ମା ବି ମାନସୀ ଦେଖି ଖୁସି ହୋଇଗଲେ ଆଉ ଅନନ୍ୟା କୁ କହିଲେ ଗୋଟେ ପ୍ଲେଟ ଆଣି ବାଢ଼ି କୁ ଦି ସାଙ୍ଗ ନେଇଯାଅ ।  

ଅରୁଣ ବାବୁ - ମୁଁ ଟିକେ ବାହାରକୁ ଯାଉଛି , ଫେରିବା ବେଳେ ଶିବ ଭାଇ ଆଉ ରେଣୁ ସହ ମାନସୀ ବିଷୟରେ କଥା ହୋଇ ଆସିବି ।

ଲିଲି ( ଅନନ୍ୟା ର ମାଆ )- ହେଉ ଯାଆ ହେଲେ ତମକୁ କଣ ଲାଗୁଛି ମାନସୀ ର ବାପା ଏଥିରେ ରାଜି ହେବେ ?

ଅରୁଣ - ଲିଲି , ମୋ ବୁଦ୍ଧି କେବେ ଫେଲ୍ ମାରିବନି , ଦେଖିବ ରାଜି ହେବନି ସେ ଯିବ କୁଆଡେ଼।


ମାନସୀ ବି ଅନନ୍ୟା ଘରୁ ପଳେଇ ଆସିସାରିଛି , ଯାହା ହେଉ ସେ ଆସିବା ପରେ ତା ମାଆ ଆସିଲା ଘରକୁ । ଅରୁଣ ବି ଆସି ଘରେ ପହଞ୍ଚିଲେ ।


ଅରୁଣ - ଶିବ ଭାଇ ଏ ଶିବ ଭାଇ ...

ଶିବ - କଣ ହେଲା କିରେ କାଇଁ ଡାକୁଛୁ , ତୁ ପୁଣି ଏ ଅବେଳ ରେ ଆମେ ଘରେ ।

ଅରୁଣ - ତୋ ସହ ଆଉ ଭାଉଜ ଙ୍କ ସହ ଏକାନ୍ତ ରେ ମୋର କିଛି କଥା ଅଛି ।

ଶିବ - କାଇଁ ଏଇଠି କହୁନୁ , 

ଅରୁଣ - ନା ରେ କଥା ଟା କିଛି ଅଲଗା ।

ରେଣୁ - ହେଉ ଚାଲ ସେପଟ ଘର କୁ

ରେଣୁ - ଏବେ କୁହ କଣ କହିବ ।

ଅରୁଣ - ମୁଁ ଭାବିଛି କି ମୋ ଝିଅ କୁ ଗୋଟେ ଘର ଭଡ଼ା ନେଇ ରଖେଇ କି ପାଠ ପଢେଇବି ।

ରେଣୁ - ଆମେ କଣ କରିବୁ ଓଃ ବୁଝିଲି ସେଠି ବି ଏଇ ମାନସୀ କୁ ବି ପଢେଇବ ଭାବିଛ ,ମୋର ଗୋଟେ କଥା ମନେ ରଖ ମାନସୀ ଆସି ପାଠ ସାଠ କିଛି ପଢ଼ିବନି ।

ଅରୁଣ - ମୋ ପୁରା କଥା ନଶୁଣି କି ଏମିତି କାଇଁ କହୁଛ ? 

ଶିବ - କଥା ଟା କଣ କହୁନୁ ତୁ ନକହିଲେ ଆମେ ଜାଣିବୁ କେମିତି ? 

ଅରୁଣ - ଘର ଭଡ଼ା ନେବି ଯେ ମୁଁ କି ଲିଲି ସେଠି ରହି ପାରିବୁନି । ଏକା ଏକା ଝିଅ ଟା କେମିତି ଚଳିବ । ସେଥିପାଇଁ ତୋ ଝିଅ ବି ସେଠି ରୁହନ୍ତା , ତାର ସବୁ କାମ ମାନେ ଲୁଗାପଟା କଚା କଚି , ବାସନ ଧୋଇଦେବା କାମ କରନ୍ତା , ମୁଁ ସେଥିପାଇଁ ତମ ଦି ଜଣ ଙ୍କୁ ମାସକୁ ୫୦୦୦ ଟଙ୍କା ଦେବି।

   

  ଟଙ୍କା କଥା ଶୁଣି ମାନସୀ ର ବାପା ଆଉ ତା ସାବତ ମାଆ ଏକାଥରେ ରାଜି ହେଇଗଲେ ।


ରେଣୁ - ଏଇ କଥା ଟା ଆଗରୁ କହିଥାନ୍ତ ନା , ଆମେ ରାଜି ଅରୁଣ ତୁମେ ବସ ମୁଁ ତୁମ ପାଇଁ ଟିକେ ଚା କରି ଆଣୁଛି ।


ଅରୁଣ ବାହାରକୁ ଆସି ମାନସୀ କୁ କାମ ହେଇଗଲା ବୋଲି ଇଶାରା କଲେ , ମାନସୀ ବି ଖୁସି ହୋଇ ଭଗବାନ ଙ୍କୁ ହାତ ଯୋଡ଼ି ଜୁହାର ଟେ ହେଲା ।


  



Rate this content
Log in

Similar oriya story from Romance