Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Seetaram Dash

Fantasy Thriller

3  

Seetaram Dash

Fantasy Thriller

ପାର୍ଥନା

ପାର୍ଥନା

2 mins
426


ନବମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ରୁବିନା' ଗଣ ଧର୍ଷଣ ର ଶିକାର ହୋଇ ଚିକିତ୍ସାଳୟରେ ମରଣ ସହ ସଂଗ୍ରାମ କରୁଛି। ସହରର ଜନ ଗହଳି ଜାଗା ହୋଇ ମଧ୍ୟ ପୁଲିସ ଠାରୁ ଆରମ୍ଭ କରି ସମସ୍ତ ଦେଖଣାହାରୀ ନିରବ। କାରଣ ଆସାମୀ ମାନେ ପ୍ରତିଷ୍ଠିତ ଘରର ସଦସ୍ୟ। ଅର୍ଥ ମନ୍ତ୍ରୀଙ୍କ ପୁଅ ମୁଖ୍ୟ ଆସାମୀ। ରୁବିନା ର ବାପା ଜଣେ ଦଳିତ ଏବଂ ଦିନ ମଜୁରିଆ। କେବଳ ଭାଗ୍ୟକୁ ନିନ୍ଦା କରି ଲୁହ ଝରାଇବା ବ୍ୟତୀତ କିଛି ଉପାୟ ନାହିଁ ସେମାନଙ୍କ ପାଖରେ। ଆସାମୀ ମାନେ ପିଡିତା ର କୋମଳ ଅଙ୍ଗରେ ଲୁହା ରଡ଼ ଭର୍ତ୍ତି କରିବା ସହିତ ଚଳନ୍ତା ଗାଡିରୁ ଫିଙ୍ଗି ଦେଇଥିଲେ। ଏ ବର୍ବର କାଣ୍ଡ ପୁରା ରାଜ୍ୟରେ ଚହଳ ପକାଇଥିଲା। କିଛିଦିନ ପରେ ରୁବିନାର ମୃତ୍ୟୁ ଚିକିତ୍ସାଳୟରେ ହେଲା, କିନ୍ତୁ ଆସାମୀଙ୍କ ପତା ପାଇଲା ନି ପୋଲିସ।

ଦୁଇ ବର୍ଷ ପରେ। ଆଜି ବିଶ୍ୱ ମହିଳା ଦିବସ। ଜଳ ସ୍ଥଳ ଏବଂ ଆକାଶରେ ମହିଳା ମାନଙ୍କର ଜୟ ଯାତ୍ରା। ହଁ, କେବଳ ଭାଷଣରେ ଏବଂ କଥାରେ। ଅର୍ଥ ମନ୍ତ୍ରୀ ମହିଳା ଦିବସ ଅବସରରେ ଏକ ବିରାଟ ସଭାର ଆୟୋଜନ କରିଥିଲେ। ବିରାଟ ଜନ ସମୁଦ୍ର ମଧ୍ୟରେ ମନ୍ତ୍ରୀ ବକୃତା ଆରମ୍ଭ କଲେ, "ନାରୀ ସଶକ୍ତିକରଣ ବିନା ଗାଁ, ରାଜ୍ୟ ଏବଂ ଦେଶର ବିକାଶ ଅସମ୍ଭବ। ଆମେ ନାରୀ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଉଛୁ। ନାରୀ ଉଦ୍ୟୋଗକୁ ପ୍ରୋତ୍ସାହନ ପାଇଁ ଉଦ୍ୟମ ଚଳାଉଛୁ। ଚାକିରୀ କ୍ଷେତ୍ରରେ ୩୩% ସଂରକ୍ଷଣ ବ୍ୟବସ୍ଥା କରିଛୁ। ନାରୀ ସଶକ୍ତିକରଣ ପାଇଁ ବିଭିନ୍ନ ସଚେତନତା ଶିବିର ଆୟୋଜନ କରି ହସ୍ତଶିଳ୍ପ, ଚାନ୍ଦୁଆ ତିଆରି, ଆଚାର, ବଡ଼ି ଏବଂ ପାମ୍ପଡ଼ ଭଳି ଛୋଟ ବଡ଼ ରୋଜଗାର ବିଷୟରେ ତାଲିମ ଦେଉଛୁ। ଯାହା ଦ୍ୱାରା ଆଜି ଲକ୍ଷ ଲକ୍ଷ ମହିଳା ରୋଜଗାରକ୍ଷମ। ଆମର ଉଦ୍ୟଶ ମହିଳା ମାନଙ୍କର ପ୍ରତିଭା, ମହନୀୟତା, ଆଦର୍ଶ ଏବଂ କୃତିତ୍ୱ ସାରା ବିଶ୍ୱରେ ପରିବ୍ୟାପ୍ତ ହେଉ । ଆଜିର ଦିନଟି ବିଶ୍ୱର ସମଗ୍ର ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ।" ଶ୍ରୋତାଙ୍କ କରତାଳିରେ ଗଗନ ପବନ ପ୍ରକମ୍ପିତ ହେଲା। ଲୋକେ ମନ୍ତ୍ରୀଙ୍କର ଜୟ ଜୟ କରୁଥିଲେ।

ଆଜି ଦିନ ସାରା ବୋଉଙ୍କର ରୁବିନା କଥା ବହୁତ ମନେ ପଡୁଛି। ଏମିତି ଲାଗୁଛି, ସେ ଏଇ ଆଖ ପାଖରେ କେଉଁଠି ଅଛି। ସତେ ଯେମିତି ସେ କେଉଁଠି ଗୁମୁରି ଗୁମୁରି କାନ୍ଦୁଛି। ତାର ହସ, ତାର କଥା ଏବଂ ତାର ମୁହଁ ଦେଖା ଯାଉଛି ଛାଇ ଆଲୁଅ ଖେଳ ପରି। ତାର ସେଇ ପିଲାଦିନର କୁଆଁ କୁଆଁ କାନ୍ଦର କଥା ମନେ ପଡି ଥରି ଉଠୁଛି ବୋଉର ଅନ୍ତର ଆତ୍ମା। ଫୁଲ କଢିଟି ଫୁଟିବା ଆଗରୁ ନର ପିଶାଚ ମାନେ ଦଳି ଚକଟି ମାଟିରେ ମିଶାଇ ଦେଲେ। ରୁବିନାର ଫଟ ପାଖରେ ବୋଉ କାନ୍ଦି କାନ୍ଦି କହିଲେ, "ମା ମତେ କ୍ଷମା କରିଦେବୁ, ମା' ହୋଇ ତତେ ବଞ୍ଚାଇ ତ ପାରିଲିନି! ତୋ ଆତ୍ମାର ଶାନ୍ତି ପାଇଁ ସେ ରାକ୍ଷସ ମାନଙ୍କୁ ଦଣ୍ଡ ବି ଦେଇ ପାରିଲିନି।"

ସନ୍ଦ୍ୟାରେ ମନ୍ଦିରରେ ଆଳତି ହେଉଥାଏ। ଘଣ୍ଟ, ମୃଦଙ୍ଗ ଏବଂ ଧୂପ ଦୀପରେ ମହକିତ ହେଉଥାଏ ମନ୍ଦିରର ଅଗଣା। ବୋଉ ଦୀପଟିଏ ଜଗନ୍ନାଥଙ୍କ ପାଖରେ ଲଗାଇ ଏତିକି ପାର୍ଥନା କଲେ, "ହେ ପ୍ରଭୁ, ମୋ ରୁବିନାକୁ ଆର ଜନ୍ମରେ ପୁଅଟିଏ କରି ଜନ୍ମ ଦିଅ।"


Rate this content
Log in

More oriya story from Seetaram Dash

Similar oriya story from Fantasy