Ranjit Sahu

Romance

3  

Ranjit Sahu

Romance

ନୂଆବର୍ଷର ଅନୁଭୂତି

ନୂଆବର୍ଷର ଅନୁଭୂତି

4 mins
186


 "ବାପା ଟିକିଏ ଚିନ୍ତିତ ଥଲେ ଯଦିଓ ଆପତ୍ତି କରିନଥିଲେ I ପ୍ରଥମ ଥର ଏମିତି ରାତି ଅଧିଆ ଘରୁ ବାହାରେ ରହୁଛି I ରାତିରେ ଯେତେ ଡେରି ହେଲେ ମଧ୍ୟ ଫେରିବାକୁ କହିଛନ୍ତି I କହିଛନ୍ତି ଫେରିବା ବେଳକୁ ମେସେଜ କରିବି ଆଉ ଏଠି ପହଞ୍ଚିଲା ପରେ ମଧ୍ୟ I ତାଙ୍କୁ ହିଁ ମେସେଜ କରୁଥିଲି I ଅନ୍ୟ କାହାକୁ ନୁହେଁ," ମିହିର ଆଡକୁ ଚାହିଁ ମିନତି କହିଲା I "ମୁଁ କଣ କିଛି କହିଲି କି?" ଟେବୁଲରେ ବସୁ ବସୁ ମିହିର କହିଲା I "ନ କହିଲେ କଣ ହେଲା ? ତୁମେ ଯେମିତି ମୋ ଆଡକୁ ଚାହିଁଥିଲ, ଲାଗୁଥିଲା ମୋତେ ଗୋଟା ଗିଳିଦେବ," ମିନତି କହିଲା I "ଆଚ୍ଛା ମୋତେ ଏତେ ଭୟ ତୁମର?" ମିହିର ପଚାରିଲା I " ଆଉ ନୁହେଁ ତ କଣ? ତୁମ ନିମନ୍ତ୍ରଣକୁ ସେଥିପାଇଁ ମନା କରି ପାରିଲିନି, କାଳେ ରାଗିଯିବ ବୋଲି I ନ ହେଲେ ଏମିତି ନୂଆ ବର୍ଷ ପାର୍ଟିରେ କେବେ ଯୋଗ ତା ହଁ କହିଥିଲେ ଦେଇନି, ତାହା ମଧ୍ୟ ଏତେ ଦାମିକା ହୋଟେଲରେ !"ମିନତି କହିଲା I 

"କେବଳ ନୂଆ ବର୍ଷ ପାର୍ଟି ପାଇଁ ନୁହେଁ, କିଛି କହିବା ଲାଗି ତୁମକୁଆଜି ଡାକିଛି ଏଠାକୁ," ମିହିର କହିଲା I "କଣ ଏମିତି କଥା କି ଯାହା ଅଫିସରେ କି ଅଫିସ ପରେ କହି ପାରିଲାନି ଏତେ ରାତିରେ ଏମିତି ଗୋଟିଏ ଜାଗାରେ କହିବାକୁ ମନ କରିଛ?" ମିନତୀ ପଚାରିଲା I "ଏବେ ନୁହେଁ ଜିରୋ ଆୱାରରେ," ମିହିର କହିଲା I "ଓଃ ହାପି ନ୍ୟୁ ଏଆର କହିବାକକୁ ଡାକିଛ?" କିନ୍ତୁ ମୋତେ ଏକୁଟିଆ କାହିଁକି? ସମସ୍ତେ ତ କହୁଥିଲେ ଅଫିସରେ ପାର୍ଟିରେ ଯୋଗ ଦେବା ଲାଗି I ବସ୍ ମଧ୍ୟ ତ ମାନି ନେଇଥିଲେ ଯେ ଅଫିସରେ ପାର୍ଟି କରିବା ଅଧିକ ନିରାପଦ ଏହି କରୋନା ସମୟରେ," ମିନତି କହିଲା I 

"କିଛି କଥା ସମସ୍ତଙ୍କ ଆଗରେ କହି ହୁଏ ସତ କିନ୍ତୁ ସେଥିରେ ଥିବା ଅତ୍ମୀୟତା କେବଳ ଏକାନ୍ତରେ ବାରି ହୁଏ," ମିହିର କହିଲା I "ତୁମର ଏ ସବୁ ଫୁଲେଇ କଥା ମୋର ପସନ୍ଦ ନୁହେଁ, ସିଧା ସିଧା କାହିଁକି କୁହନି ତୁମେ କେଜାଣି? ହୋଉ ଭୋକ ଲାଗିଲାଣି ଖାଇବା ଅର୍ଡର କରିବ ନା ନାହିଁ? ରାତି ଏଗାରଟା ବାଜିଲାଣି," ମିନତି କହିଲା I 

"ନିଶ୍ଚୟ କରାଯିବ, ଯାହା ଇଚ୍ଛା ଅର୍ଡର କର," କହି ମିହିର ମେନୁ କାର୍ଡ ବଢ଼େଇଦେଲା ମିନତୀ ଆଡ଼କୁ I "ଯଦି ଆମେ ଖାଇଲା ବେଳକୁ ଜିରୋ ଆୱାର ହେଇଯିବ, ତୁମେ କହିବ କେମିତି?"ମିନତି କହିଲା I "ହା, ହା ମୁଁ ତାହାର ବନ୍ଦୋବସ୍ତ କରିଛି, ମୋବାଇଲରେ 11:58ର ଆଲାର୍ମ ଦେଇଛି I ମୁଁ କଣ ଏଡ଼େ ବୋକା ବୋଲି ଭାବିଲା କି?" ମିହିର କହିଲା I 

ୱେଟର ଖାଇବା ଆଣି ରଖିଦେଲା, ଆଉ ଦୁହେଁ ରାତ୍ରି ଭୋଜନରେ ମଗ୍ନ ହେଇଗଲା I ମିନତିର ମନରେ କୌତୁହଳ ଜାତ ହୋଇ ସାରିଥିଲା I କେବେ ହୋଟେଲରେ ଖାଇବାକୁ କହିଲେ ସବୁ ବେଳେ ସାଙ୍ଗ ସାଥି ମେଳା ଜମେଇ ଦିଏ ସାଥିରେ ଯିବା ଲାଗି ମିହିର I ଆଜି କାହିଁକି ଏମିତି ଏକାନ୍ତରେ ଡାକିଛି? ହଠାତ ବିଜୁଳି ଚାଲିଗଲା I "ଓଃ ସବୁ ବର୍ବାଦ ହେଇଗଲା," ମିହିର ପାଟିରୁ ବାହାରି ଗଲା I "କିଛି ଅସୁବିଧା ହେବନି ସାର I ଧିମା ଆଲୋକର ବ୍ୟବସ୍ଥା ହେଇଯିବ ଜେନେରେଟର ଅଛି ଆଉ ଆପଣ କହିଲେ ମହମବତୀ ମଧ୍ୟ ନେଇ ଆସିବି," ୱେଟର କହିକି ଚାଲିଗଲା I "ଆଃ ଆହୁରି ସୁନ୍ଦର ବାତାବରଣ ହେଇଗଲା, ସେ ଉଜ୍ଜ୍ଵଳ ଆଲୋକ ଗୁଡିକ ଏକ ପ୍ରକାର ଏକାନ୍ତକୁ ନଷ୍ଟ କରୁଥିଲା," ମିହିର କହିଲା I "ତୁମେ କଣ ଖାଲି ଏମିତି ପ୍ରହେଳିକା ତୋଳି ଚାଲିଥିବ?" ମିନତି କହିଲା I "ଠିକ ସମୟରେ କହିବି, ବ୍ୟସ୍ତ ହୁଅ ନାହିଁ, " ମିହିର କହି ଅନ୍ୟ କଥାବାର୍ତ୍ତା ଆରମ୍ଭ କରିଦେଲା I ଖାଇବା ସାରିବା ପରେ ୱେଟର ବିଲ୍ଲ ନେଇ ଆସିଲା ବେଳକୁ ମିହିରର ଖିଆଲ ହେଲା, ତାହାର ମୋବାଇଲର ଆଲାର୍ମ ବାଜି ନାହିଁ !"ଓଃ ପୁରା ପ୍ରୋଗ୍ରାମ ତ ବିଗିଡ଼ିଗଲା," ମିହିର କହିଲା, ନିଜ ପକେଟକୁ ହାତ ନେଉ ନେଉ I "କଣ ହେଲା? ୱାଲେଟ ଭୁଲି ଗଲା କି? ବ୍ୟସ୍ତ ହୁଅ ନାହିଁ ମୋ ପାଖରେ ଟଙ୍କା ଅଛି ଆଉ କ୍ରେଡିଟ କାର୍ଡ ମଧ୍ୟ ଯଦି ଦରକାର ହୁଏ " ବ୍ୟଗ୍ର କଣ୍ଠରେ ମିନତୀ ପଚାରିଲା I "ନା ପଇସା କଥା ପଡିନି I ମୁଁ ଜାଣେ ତୁମେ ସବୁ ପ୍ରକାର ପରିସ୍ଥିତି ସମ୍ଭାଳିବାର ସକ୍ଷମ I ସେଥିପାଇଁ ତ ତୁମ ଉପରେ ସବୁ ବେଳେ ଭରସା କରେ ଆଉ ..""ଆଉ କଣ?" ପ୍ରଶ୍ନବାଚୀ ଦୃଷ୍ଟିରେ ମିନତି ପଚାରିଲା I "ଆଉ ପ୍ରତ୍ୟେକ ସମ୍ପର୍କର ମୂଳରେ ଥାଏ ବିଶ୍ୱାସ କିନ୍ତୁ .." ମିହିର କହିଲା I "କିନ୍ତୁ ପୁଣି କଣ ," ମିନତି ପଚାରିଲା I "କିନ୍ତୁ ବ୍ୟାଟେରୀ ସରି ଯାଇଛି," ମୋବାଇଲ ଡେଡ଼ ! ସମୟ କେମିତି ଜଣା ପଡିବ ଏବେ?" ମିହିର କହିଲା I ଚମକି ପଡିଲା ମିନତି ଆଉ ନିଜ ହାତ ଘଣ୍ଟାକୁ ଚାହିଁଲା I ବାରଟା ବାଜି ତିରିଶ ମିନିଟ ବିତି ସାରିଥିଲା !"ଏବେ କଣ କରିବ? ଦେଖ ତୁମ ସହ କଥାବାର୍ତ୍ତାରେ ମଜ୍ଜିକି ମୁଁ ମଧ୍ୟ ସମୟ କଥା ଭୁଲିଗଲି ! ତୁମେ ସବୁ ବେଳେ ଏମିତି କର, ଅବହେଳା କରିବା, ତୁମ ଠାରୁ ଶିଖିଵ," ଅଭିମାନ ଭରା ସ୍ଵରରେ ମିନତି କହିଲା I"ଭାବି ଦେଖିଲ କେତେ ଭଲ କଥାଟିଏ ହେଲା, ଆମେ ମୋବାଇଲ ଆଡକୁ ଦୃଷ୍ଟି ନ ଦେଇଥିବା ହେତୁ! ଗୋଟିଏ ବର୍ଷ ବିତିଗଲା ପରସ୍ପର ସହ ଏମିତି କଥାବାର୍ତ୍ତାରେ, ଆଉ ନୂଆ ବର୍ଷ ମଧ୍ୟ ଆମକୁ ଏକତ୍ର କରି ହିଁ ରଖିଲା I ନିଜ ପକେଟରୁ ଛୋଟ ଡବାଟିଏ ଵାହର କଲା ମିହିର ଆଉ ଥୋଇ ଦେଲା ଟେବୁଲ ମଝିରେ I ପ୍ରଶ୍ନବାଚୀ ଦୃଷ୍ଟିରେ ତାହା ଆଡକୁ ଚାହିଁଲା ମିନତି ଆଉ ପଚାରିଲା," କଣ ଏଇଟା?"ବୋଉ ଦେଇଛି ତୁମକୁ, ଜେଜେମାଆଙ୍କର କିଛି ଗୋଟାଏ ଜିନିଷ I ବିସ୍ମିତ ହୋଇ ଚାହିଁଲା ତାହା ଆଡକୁ ଆଉ ଡବାଟିକୁ ଖୋଲିଲା ମିନତି I ସୁନାର ତାରକସି କାମ ହୋଇଥିବା ଦୁଇଟି କାନଫୁଲ I ନିହାତି ପୁରୁଖା ଜିଁସିହା, କିଏ ଜାଣେ କେତେ ଯୁଗରୁ ରହି ଆସିଛି ମହାପାତ୍ର ବଂଶରେ?"ଏଇଟା ତା ବହୁତ ଦାମିକା ଆଉ ରାଜ ରାଜୁଡା ଅମଳର ଗହଣା, " ମିନତି କହିଲା I "ବୋଉ କହିଛି ଏଇଟା ଯିଏ ପାଇବ ସିଏ ମହାପାତ୍ର ପରିବାର ସମସ୍ତ ଦାୟିତ୍ଵ ଗ୍ରହଣ କରିବ I ତୁମେ ପାରିବ କି?" ମିହିର କହିଲା I ଡବାଟିକୁ ନିଜ ଆଡକୁ ଟାଣି ନେଲା ମିନତି ଆଉ କହିଲା, " କାଲି ଏଇଟା ପିନ୍ଧି ଅଫିସ ଆସିବି କି?ପଥମେ କିନ୍ତୁ ବାପାଙ୍କୁ କହିବି ତୁମ ସହ କଥା ହୋଇ ତୁମ ଘର ସହ କଥା ହେବାକୁ," ମିନତି କହିଲା I ମହମବତୀ ଆଲୋକରେ ତାହାର ମୁଁହରେ ଭରିବାକୁ ଲାଗିଥିଲା ଏକ ଅପୂର୍ବ ଲାଳିମା, ଉତ୍ସାହ ଆଉ ଲାଜରେ ମିଶ୍ରିତ!



Rate this content
Log in

Similar oriya story from Romance