STORYMIRROR

Anuradha Nath

Romance Tragedy

3  

Anuradha Nath

Romance Tragedy

ନିର୍ଜୀବ ହୃଦୟ

ନିର୍ଜୀବ ହୃଦୟ

2 mins
250

ଜହ୍ନ ରାତି। ସଙ୍ଗୀତ ର ମହୋତ୍ସବ ଚାଲିଥିଲା ଆମ କଲୋନୀ ରେ। ଆମ ହଷ୍ଟେଲ ଵାଲ୍କୋନୀ ସମ୍ମୁଖରେ ତାଙ୍କ ଵାଲ୍କୋନୀ ଥିଲା। ସେ ଥିଲେ ବହୁତ୍ ଆକର୍ଷଣୀୟ। ମୁଁ ଆଉ ମୋ ସାଙ୍ଗ ମାନେ ଲୁଚି ଲୁଚି ତାଙ୍କୁ ଦେଖୁଥିଲୁ । ଵେଳେଵେଳେ ତାଙ୍କ ଆଖିରେ ମୋ ଆଖି ମିଶି ଯାଉଥିଲା। ଆଉ ଲାଗୁଥିଲା ସତେ ଯେମିତି ସେ ଇସାରା ରେ ବହୁତ କିଛି କହି ପାରନ୍ତି।

ସେଦିନ ତଳେ ଗରବା ଖେଳ ଚାଲିଥିବା। ମୁଁ ମୋ ସାଙ୍ଗ ମାନଙ୍କ ସହିତ ତଳେ ଗୀତ ରେ ତାଳ ଦେଇ ନାଚୁଥିଲି। ସଙ୍ଗୀତ ର ଧ୍ୱନି ବଢି ବଢି ଚାଲିଥିବା ବେଳେ ମୋ ପାଦ ଵି ସେହିପରି ଗତିଶୀଳ ହୋଇଥିଲା। ଆଉ ମୁଁ ଭାରସାମ୍ୟ ହରାଇ ପଡିଗଲି। ଯେତେବେଳେ ଆଖି ଖୋଲି ଥିଲା, ମୋ ମୁଣ୍ଡ ଥିଲା ତାଙ୍କ କୋଳରେ।ଲାଗୁଥିଲା ମୋ ସାଙ୍ଗ ମାନଙ୍କ ପରି ସେଦିନ ର ଜହ୍ନ ଆଲୁଅ ମଧ୍ୟ ମତେ ତାଙ୍କ ସହିତ ଜୋଡି ପରିହାସ କରୁଛି।

କିଛି ଦିନ ପରେ ସେ ମତେ ପ୍ରେମ ର ନିବେଦନ କରିଥିଲେ। ଆଉ ମୁଁ ଚାତକ ଭଳି ସେହି ନିବେଦନ ର ଅପେକ୍ଷା ରେ ଥିଲି। କିଛି ଦିନ ପରେ ସେ ବିଦେଶ ଚାଲିଗଲେ। ତଥାପି ଆମ ଭଲ ପାଇବା କମି ନଥିଲା। ବର୍ଷ କୁ ଥରେ ଆସୁଥିଲେ ମୋ ସହ ଗରବା ଖେଳିବାକୁ। ଗରବା ତ ଗୋଟାଏ ଵାହାନା ଥିଲା। ପ୍ରକୃତ ଖେଳ ଚାଲିଥିଲା ତାଙ୍କ ସହିତ ମୋ ଆଖିର। ଆଉ ସେ କିଛିଦିନ ରହି ପୁଣି ଚାଲି ଯାଉଥିଲେ ଥିଲେ। ତାଙ୍କ ଅନୁପସ୍ଥିତିରେ ତାଙ୍କ ବାଲ୍କୋନୀ କୁ ମୁଁ ଚାହିଁ ରହୁଥିଲି।

ତାଙ୍କ କଥା ଭଲ ଲାଗୁଥିଲା । ଅପେକ୍ଷା କରୁଥିଲି ତାଙ୍କର ଗୋଟିଏ ଫୋନ୍ କଲ୍ କୁ। ଝରକା ଖୋଲା ରଖି ଜହ୍ନ ରାତିରେ କଥା ହେଵା ର ମଜା କିଛି ଅଲଗା ଥିଲା। ଦିନ ର ସବୁକଥା ତାଙ୍କ ସହିତ ଆଲୋଚନା କରୁଥିଲି। ଚେଷ୍ଟା କରିଲେ ଵି ମିଛ ପଦେ କହି ପାରୁ ନଥିଲି।

ସେ ମଧ୍ୟ ଥିଲା ଭାରି ଅଜବ ପ୍ରକାରର। ଇର୍ଷା କରୁଥିଲେ ମୋ ସାଙ୍ଗ ମାନଙ୍କ ସହିତ ମତେ ଦେଖି। ଵେଳେଵେଳେ ମୋ ଉପରେ ରାଗି ଯାଉଥିଲେ। ଆଉ ଝଗଡା କରୁଥିଲେ। ଆଉ ସେ ଝଗଡା ରେ ଵି ତାଙ୍କ ଭଲ ପାଇବା ମୋ ପ୍ରତି ଥିଲା। ଵୋଧହୁଏ ମତେ ସେ କାହା ସହିତ ଦେଖିବାକୁ ଚାହୁଁ ନଥିଲେ।

ମୋ ଅଜାଣତରେ ମତେ ସମସ୍ତ ଙ୍କ ଠାରୁ ଦୂରେଇ ଦେଲେ। ମୁଁ ସାଜିଥିଲି କେବଳ ତାଙ୍କର। ଆଉ ସେ କେବଳ ମୋର। କିନ୍ତୁ ଵୋଧହୁଏ ଆମ ଭାଗ୍ୟ ରେ କିଛି ଅଲଗା ଲେଖା ହୋଇଥିଲା।

ସେ ଵିଵାହ କଲେ ଆଉ ଜଣକୁ। ଆଉ ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲି। 

ତା ପରେ ସେ ଗରବା ଖେଳ ସମୟ ରେ ଆସୁଥିଲେ ସତ, କିନ୍ତୁ ଖେଳୁ ନଥିଲେ। ଘର ଇଛା ରେ ଵିଵାହ କରି ସେ ନିଜକୁ ଚେଷ୍ଟା କରୁଥିଲେ ତାଙ୍କ ନୁଆ ଜୀବନ ସହିତ ମିଶିବାକୁ ।କିନ୍ତୁ ମୋ ଉପସ୍ଥିତି ତାଙ୍କୁ ସ୍ଥିର କରି ଦେଉଥିଲା। ଆଉ ମୁଁ ସେ ସ୍ଥାନ ଛାଡ଼ି ଚାଲି ଆସିଲି।

ସେ ସେତେବେଳେ ମୋ ହାତ ଛାଡ଼ି ଦେଲେ, ଯେତେବେଳେ ମୁଁ ପୁନଃଵାର ବଞ୍ଚିବା ଛାଡି ଦେଇଥିଲି। କିନ୍ତୁ ଏ ଦୁନିଆ ର ଲୋକମାନେ ମୋର ସାହାରା ହୋଇଥିଲେ,ଯେଉଁ ଦୁନିଆ କୁ ମୁଁ ଦିନେ ତାଙ୍କ ପାଇଁ ଛାଡିଥିଲି। ନିଜ କୁ ବହୁତ ଶକ୍ତ ଵନେଇଲି ପୁଣି ଥରେ ବଞ୍ଚିବା ପାଇଁ।

କିଛି ଦିନ ପରେ ସେ ପୁଣି ଫେରିଲେ, ଵୋଧହୁଏ ତାଙ୍କ ନୂତନ ଜୀବନ ରେ ସେ ଖାପ ଖୁଆଇ ପାରି ନଥିଲେ। ଆଉ ସେ ଚେଷ୍ଟା କରିଥିଲେ ସେହି ପୁରୁଣା ପ୍ରେମ ସମ୍ପର୍କ ପୁନଃଵାର ପ୍ରତିଷ୍ଠା କରିବା ପାଇଁ। କିନ୍ତୁ ମୋ ହୃଦୟ ସେ ସମ୍ପର୍କରେ ଆଉ ଵିଶ୍ୱାସ ରଖୁ ନଥିଲା।

ଏମିତି ନୁହେଁ କି ଜୀବନ ରେ ତାଙ୍କ ଛଡା ଆଉକେହି ଆସି ନଥିଲେ। ଵାସ୍ ଆଉ ଭରସା କାହା ଉପରେ କରି ପାରିଲି ନାହିଁ। ଏ ଦୁନିଆ ମତେ ବଞ୍ଚିବା ତ ଶିଖେଇ ଦେଇଥିଲା, କିନ୍ତୁ ଆଜି ଵି ଭଲପାଇବା ରେ ଵିଶ୍ୱାସ କରିଵା ଶିଖାଇ ପାରିଲା ନାହିଁ।

 



Rate this content
Log in

Similar oriya story from Romance