STORYMIRROR

Sasmita Patanaik

Romance

4  

Sasmita Patanaik

Romance

ନିଲୁର ଇଲୁ

ନିଲୁର ଇଲୁ

2 mins
788

ନୂଆ ଜାଗା ନୂଆ ଲୋକ। ଖୁବ କମ ଜଣକୁ ଜାଣି ପାରିଥିଲା ନିଲୁ। ବୟସ ବି ଏମିତି ଯାଉଥିରେ ଭଲ ପାଇବାର ମୃଦୁ ଆଗମନ ହଉଥିଲା। ହୁଏ, ଏମିତି ଅଜାଣତରେ କିଏ ଟିକେ ଅଧିକା ଭଲ ଲାଗେ, ଇଚ୍ଛା ହୁଏ ଘଡି ଘଡି ଧରି ଭାବିବାକୁ ତାକୁ ଦେଖିବାକୁ। ସିଏ କିଛି ଗଜ ଦୂରରେ ଥିଲେ ବି ଶିହରଣ ଖେଳି ଯାଏ। କି ସୁନ୍ଦର ଅନୁଭୂତି। ନିଲୁର ବି ସେମିତି କିଛି ହେଇଯାଇଥିଲା ସାଗର ପାଇଁ।


ନିଲୁ ଭାବି ନେଇଥିଲା ସିଏ କେବେ ବି ସାଗରକୁ ମନ କଥା କହି ପାରିବନି। ଏକ ତ ତା ବାପା ମା ଭାରି ପରିଶ୍ରମ କରି ତାକୁ ପାଠ ପଢ଼ଉଥିଲେ ଆଉ ସିଏ ବି econominally ସ୍ୱାଧୀନ ହେବାକୁ ଚାହୁଁଥିଲା ଯେତେ ଶୀଘ୍ର ହେବ, ତେଣୁ ଏକାଗ୍ରତାର ସହ ପଢିବାକୁ ଚାହୁଁଥିଲା। ହେଲେ ଯେବେ ବି ସାଗର କୁ ଦେଖୁଥିଲା ଭାରି ଖୁସି ହଉଥିଲା ଆଉ ମଧ୍ୟ ତାକୁ ନ କହି ହରାଇବାର ଦୁଃଖ ବି ଭିତରୁ ଭିତରୁ ଭାଙ୍ଗି ଦଉଥିଲା ତାକୁ। ନିଲୁର ପ୍ରିୟ ସାଙ୍ଗ ନୀତୁ କିନ୍ତୁ ଭାରି ଖୋଲା ଖୋଲା ଝିଅଟି। ନିଲୁକୁ ସିଏ ଲକ୍ଷ କଲା କେତେବେଳେ ମନେ ମନେ ହସୁଛି ତ କେତେବେଳେ ଦୁଃଖି ହେଇ ଯାଉଛି। ନିଜ ପ୍ରିୟ ସାଙ୍ଗର ଏଇ ଅବସ୍ଥା ଦେଖି କହିଲା ମୁଁ ଯାଉଛି ସାଗରକୁ ତୋ ମନ କଥା କହି ଦେବି। ନିଲୁ ଟିକେ ଅପ୍ରସ୍ତୁତ ହେଇ କହିଲା ଯଦି ସାଗର ଆଉ କାହାକୁ ଭଲ ପାଉଥିବା, ଏଇଟା ଜାଣିଲେ ମତେ ଆଉରି ଦୁଃଖ ହେବ, ଥାଉ ମୋ ମନ କଥା ମୋ ପାଖେ ଥାଉ। କିଛି ଦିନ ପୁଣି ବିତିଗଲା। ହେଲେ ନିଲୁର ମନରେ ସେଇ କଥା ସବୁବେଳେ ଖେଳୁଥିଲା। 


ଏମିତିରେ ହିଁ କିଛି ମାସ ବିତି ଯାଇଥିଲେ। କିନ୍ତୁ ନିଲୁର ଭାବନାରେ କିଛି ପରିବର୍ତନ ଆସି ନ ଥିଲା। ଶେଷରେ ନୀତୁ ଦିନେ ସାଗରକୁ ଏକା ପାଇ ତା ସହ ବହୁତ କଥା ହେଲା, କିଛି ଗୋଟେ ଭାବି କହି ଦେଲା ଯେ ଜାଣିଚୁ ତତେ ନିଲୁ ଭାରି ଭଲ ପାଏ। ଏଇଟା ଶୁଣିକି ସାଗରର ମୁହଁ ପୁରା ଉଜ୍ଜ୍ବଳିତ ହେଇଗଲା। ଖୁସିରେ କହିଲା ମୁଁ ବି ତାକୁ ଭଲ ପାଏ ହେଲେ କେବେ କହିନି। ସତରେ କଣ ସମସ୍ତଙ୍କୁ ମନର ମଣିଷଟା ମିଳିଯାଏ। ନିଲୁ ଜାଣିଲା ପରେ ଖୁସି ଯେତିକି ଅବିଶ୍ୱାସ ସେତିକି କରିଥିଲା। କିନ୍ତୁ ଏବେ ଏଇ କଥା ଜାଣିଲା ପରେ କେମିତି ସିଏ ସାଗର ସହ କଥା ହେବ ଭାବି ପାରୁ ନ ଥିଲା। 


ତା ପର ଦିନ କଲେଜରେ ନିଲୁ ପଶିଲା ବେଳେ ସାଗରକୁ gate ପାଖରେ ଦେଖିକି ସିଏ ଯେମିତି ନିଃଶ୍ୱାସ ରହିଯିବ ଲାଗୁଥିଲା। ମନ ଭିତରେ ବହୁତ କିଛିର ଆନ୍ଦୋଳନ ଚାଲିଥିଲା।  ଯାହା ହଉ ଧୀରେ ଧୀରେ ନିଜକୁ ସମ୍ଭାଳି ନେଲା। ସାଗର ବି ଆଡ଼ ଆଖିରେ ଦେଖି ଚୁପ ରହିଥିଲା। ପୁଣି କଣ ତା ପରେ ସେମାନଙ୍କ ପ୍ରେମର ଗାଡି ଗଡି ଚାଲିଲା ବିନା ଶବ୍ଦ ଆଉ ବିନା ଧୂଆଁରେ । କେବେ କେହି ଇଲୁ କହି ନାହାନ୍ତି ହେଲେ ଦୁଇ ଜଣଙ୍କ ଘନିଷ୍ଟ ଆନ୍ତରିକତା ଆଉ ପ୍ରେମ ଏବେ ବି ଜ୍ୱଳନ୍ତ ରହିଚି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Sasmita Patanaik

Similar oriya story from Romance