STORYMIRROR

Sasmita Patanaik

Drama Classics

3  

Sasmita Patanaik

Drama Classics

ବୋଉ

ବୋଉ

2 mins
192

ବୋଉ, କଣ ଏତେ ଡେରି କରୁଚୁ ଖାଇବା ବାଢ଼ିବା ପାଇଁ। ଅଫିସ ଟାଇମ ହେଲାଣି ପରା। ଅଭ୍ୟାସ ବଶତଃ ରିଙ୍କୁ ତା ବୋଉକୁ କହିଲା, ବାହାଘରର ଏତେ ବର୍ଷ ପରେ ବି ସେଇ ଅଭ୍ୟାସ ଅଛି। ଖାଇଲା ପରେ କାନିରେ ହାତ ପୋଛିବାଟା ବି ଭୁଲିନି ରିଙ୍କୁ। ଖାଲି ବୟସରେ ବଢି ଯାଇଛି।


ଖାଇକି ଗାଡି ନେଇକି ବାହାରିଗଲା ତାର ଅଫିସ କାମରେ। ବୋଉ ଘରର ସବୁ କାମ ସରେଇକି ତା ପୂଜା କାମରେ ବ୍ୟସ୍ତ ହେଇଗଲା। ପୂଜା ସରିଲା ଭିତରେ ରକି ଉଠିଯାଇଥିଲା, ନାତିଆ ଟୋକା। ସିଏ ଉଠିଲେ ଜେଜେ ମାଙ୍କୁ ଛାଡିବାର ନାହିଁ ଆଉ। ଜେଜେ ମାଆଙ୍କର ବି ଖୁଶି ତା ସହ ସମୟ କେମିତି ବିତି ଯାଏ ଜଣ ପଡେନି ।


ହଠାତ, କିଛି ଗୋଟେ ଶବ୍ଦ ହେଲା । ବୋଉ ତା ସପନ ରାଇଜରୁ ଫେରିଲା । ଏକା ସେଇ ପୂଜା ଘରେ ବସି ଭଗବାନଙ୍କୁ ଡାକିବା ଭିତରେ ସପନ ରାଇଜରେ ପହଂଚି ଯାଇଥିଲା। ଘର କେତେ ଗହଳି ଥିଲା ଏଇ ବର୍ଷେ ଆଗରୁ, କିନ୍ତୁ ଏବେ ବହୁତ କିଛି ଖାଲି ଖାଲି। ଏକା ବୋଉ ନିଜ ଖବର ବୁଝୁଛି ଆଉ ସମସ୍ତଙ୍କର ବି। ହେଲେ ବୋଉ ତା ବୋଉ, ସମସ୍ତେ ଜାଣନ୍ତି ପାଖରେ ଅଛି ହେଲେ କାହା ପାଖେ ବେଳ ନାହିଁ ଦଣ୍ଡେ ତା ପାଖେ ବସି କଥା ହେବାକୁ। କି ତାକୁ ପଚାରିଦେବାକୁ ଖାଇଲାଣି କି ନାହିଁ। 


ଛୋଟ ବେଳୁ, ରିଙ୍କୁର ସଂସାରଟା ବୋଉ ଚାରିପଟେ ହିଁ ଥିଲା। ବୋଉ ବହୁତ ଭଲ ଭଲ ଖାଇବା କରେ, ବାର ମାସ ତେର ପର୍ବରେ ଭଳି ଭଳି ରୋଷେଇ, ତା ଉପରେ ସମସ୍ତଙ୍କୁ ଭାଗ ବଣ୍ଟା। କେତେ ଖୁସିର ଦିନ ଗୁଡାକ। ରିଙ୍କୁ ତ ଅଲିଅଳି ଥିଲା । ବୋଉ ସବୁ ଥିରେ ଆଗ ତାକୁ ଡାକିବ ।ସିଏ ବି ସୁନା ପିଲା ଭଳି ବସି ପଡିବ ଖାଇବା ପାଇଁ। ରିଙ୍କୁର ସବୁଠୁ ଭଲ ଗୁଣ ଥିଲା ନିରୀମାୟା ମନଟେ ଆଉ ସବୁ ବେଳେ ହସ ହସ । କିନ୍ତୁ ବୋଉକୁ ଟିକେ ବ୍ୟସ୍ତ କରାଏ ବାହାରକୁ ଖେଳିବାକୁ ଯାଇ ମୁଣ୍ଡ ଫଟେଇ ଆସିଯିବ, ଏମିତି ଦୁଇ ତିନି ଥର କରିଛି, ହେଲେ ବୋଉ ପୁରା ଧର୍ଯ୍ୟର ସହ ତାର ଯତ୍ନ ନିଏ। ଏବେକାର ମାଙ୍କ ସେତିକି ଧର୍ଯ୍ୟ ନାହିଁ। ସ୍କୁଲରୁ ଆସିକି ରିଙ୍କୁ ପଳାଏ କ୍ରିକେଟ ଖେଳିବାକୁ। ବୋଉ ଖାଇବା ବାଢିକି ସେମିତି ଅପେକ୍ଷା କରିଥିବ । ଭାରି ଦୁଷ୍ଟ ଥିଲା ରିଙ୍କୁ। ହେଲେ ପର୍ବ ପର୍ବାଣୀରେ ବୋଉ ପାଖା ପାଖି ରହୁଥିଲା ସେଇ ପିଠା ପଣା ପାଇଁ।


ଆଜି ଦଶହରା ଥିଲା, ସବୁ ଆଡେ ପୂଜା ପର୍ଵର ଆଭାସ। ବୋଉ ଆଜି ବି ସୋମନାଥ ବ୍ରତ ପାଇଁ ପ୍ରସ୍ତୁତି କରୁଥିଲା। ଦଶ ପ୍ରକାରର ଫୁଲ, ଦସ ପ୍ରକାରର ଫଳ, ଦଶଟା ମଣ୍ଡା ସବୁ ବାଢିକି ରଖିଲା । ହେଲେ ଆଜି ସିଏ ପୂଜା କରୁ ନ ଥିଲା କରୁଥିଲା ବୋହୁ। ସମୟ ବଦଳି ଯାଇଚି, ହେଲେ ତା ଖୁଶି ସେଇ ଛୁଆଙ୍କ ଭିତରେ ରହିଚି। ଏବେ ବି ସବୁ ଛୁଆଙ୍କୁ ନିମନ୍ତ୍ରଣ ଯାଉଛି ପିଠା ଖାଇ ଆସିବା ପାଇଁ ।

ସମସ୍ତେ ଏକାଠି ହଉଛନ୍ତି ଆଜି ବି, ଏଇ କରୋନା ରେ ବି ସମସ୍ତଙ୍କୁ ଏକାଠି ହେବାଟା ଖୁଶି ଦଉଥିଲା । ବୋଉର ଅଜାଣତରେ ହାତ ଉଠିଯାଉଥିଲା ଠାକୁରଙ୍କ ପାଖରେ ସମସ୍ତଙ୍କ ମଙ୍ଗଳ କାମନା କରି। ଏଇ ହେଲା ବୋଉ, ସମସ୍ତଙ୍କ ପାଇଁ ସବୁ ସମୟରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Sasmita Patanaik

Similar oriya story from Drama