STORYMIRROR

Maheswar sahoo

Inspirational

3  

Maheswar sahoo

Inspirational

ନିଜ ଭଗବାନ

ନିଜ ଭଗବାନ

5 mins
656



ବବୁଲ ବାପା ମାଆଙ୍କର ବହୁତ ଗେହ୍ଲା ଓ ଏକୋଇର ବଳା ବିସିକେସନ । ବାପା ମାଆ ବବୁଲ କୁ ବହୁତ ଭଲ ପାଆନ୍ତି ତା ସହିତ ବବୁଲର ସମସ୍ତ ଇଛା ମଧ୍ୟ ପୂରଣ କରନ୍ତି । ବବୁଲ ମନ ଦେଇ ପାଠ ପଢେ । ବାପା ମାଆଙ୍କର କଥା ମାନେ । ବବୁଲ ଛୋଟ ପିଲାଟିଏ । ଦୈନିକ ବିଦ୍ୟାଳୟ ଯାଇଥାଏ । ଦିନେ ବି ବିଦ୍ୟାଳୟ ବନ୍ଧ କରେ ନାହିଁ ।


ଦିନେ ଗୁରୁଜୀ ପିଲା ମାନଙ୍କୁ ଶିକ୍ଷା ଦେଉଥାନ୍ତି ଓ କହୁଥାନ୍ତି ପିତା ମାତା ହେଉଛନ୍ତି ପିଲାଙ୍କର ପ୍ରକୃତ ଦେବତା । ଆମେ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାର ଯାଇଥାନ୍ତି । ସେଠାରେ କେବଳ ଆମକୁ ପଥରର ମୂର୍ତ୍ତି ଗୁଡିକ ଦେଖା ଯାଇଥାନ୍ତି । ହେଲେ ଘରେ ନିଜର ପିତା ମାତା ହେଉଛନ୍ତି ପ୍ରକୃତ ଭଗବାନ ।


ଆମକୁ ଜ୍ୱର ହେଲେ କି କୌଣସି ଜିନିଷ ପାଇବାର ଆଗ୍ରହ ହେଲେ ଭଗବାନ ଦେଇ ନ ଥାନ୍ତି । କେମିତି ଦେବେ ଯେ ଭଗବାନ ତ ପଥରଟିଏ ମାତ୍ର, ହେଲେ ଆମକୁ ରୋଗ ସମୟରେ ମାଆଙ୍କର ସେବା ମିଳିଥାଏ । କିଛି ଜିନିଷର ଆବଶ୍ୟକତା ରହିଲେ ବାପା ଯୋଗାଇ ଦିଅନ୍ତି । ଏମିତି କି ନିଜେ ଛିଡା ଗୁନ୍ଥା ପିନ୍ଧି ନିଜର ସନ୍ତାନଙ୍କର ମଙ୍ଗଳ କମାନରେ ସଦା ସର୍ବଦା ବାପା ମାଆ ନିଜ ପାଖରେ ରହିଥାନ୍ତି ।


ଆମେ ଯଦି ମନ୍ଦିର ମସଜିଦ କି ଗୁରଦ୍ୱାରରେ ଦିନ ଦିନ ବସିରହି କୌଣସି ଦରବର କାମନା କରିବା ତେବେ ତାହା ଆମକୁ ମିଳିବ ନାହିଁ । କିଏ ଦେଵ ଯେ ? ହେଲେ ଆମେ ଥରେ କହିଦେଲେ ବାପା ମୋ ପାଇଁ ଜମା ଆଣିବ ତେବେ ସଙ୍ଗେ ସଙ୍ଗେ ବାପା ଯୋଗାଇ ଦିଅନ୍ତି । ବାପା ମାଆ ହେଉଛନ୍ତି ଚଳନ୍ତି ଦେବତା ଓ ଆମେ ସେମାନଙ୍କର ସେବା କରିବା ଆବଶ୍ୟକ । ଏମିତି ଗୁରୁଜୀ ନିଜ ବକ୍ତବ୍ୟରେ ବିଶ୍ଳେଷଣ କରୁଥାନ୍ତି । ବବୁଲ ମନ ଦେଇ ଶୁଣୁ ଥାଏ । ସେ ଘରକୁ ଆସିଲା ଓ ବାପା ମାଆଙ୍କୁ ପଚାରିଲା । ବାପା ବାପା ! ମାଆ ମାଆ କୁହତ ତମେ କଣ ମୋ ପାଇଁ ଭାଗବନ ଆମ ଗୁରିଜୀ କହୁଥିଲେ ।


ବାପା କହିଲେ ଜଉ ମାନେ ଆଦର୍ଶ ଛାତ୍ର ସେମାନଙ୍କ ପାଇଁ ତାଙ୍କର ବାପା ଆଉ ମାଆ ଭଗବାନ ସଦୃଶ । ତେଣୁ ତୁ ଯଦି ତୋ ଗୁରୁଙ୍କର ଆଦର୍ଶ ଛାତ୍ର ହେଇଥିବୁ ତାହାହେଲେ ଆମେ ତୋ ପାଇଁ ଭଗବାନ ସଦୃଶ । ବବୁଲ କହିଲା ହଁ ମାଆ ! ହଁ ବାପା ମୁଁ ହେଉଛି ଜଣେ ପିତୃ ମାତୃ ଭକ୍ତ ଆଦର୍ଶ ଛାତ୍ର ।


ତେବେ ଆଦର୍ଶ ଛାତ୍ର ସବୁବେଳେ କଣ କରନ୍ତି ।କଠିନ ପରିଶ୍ରମ କରନ୍ତି ଓ ଭଲ ମାର୍କ ରଖନ୍ତି ପରା ! ବାପା ମୁଁ ଭଲ ମାର୍କ ରଖିବି, ମୁଁ ବି ଭଲ ପଢିବି ଖୁସିରେ କହି ପକେଇଲା ବବୁଲ । ସେଇ ଦିନ ଠାରୁ ପିଲାଟିର ଏମିତି ପରିବର୍ତ୍ତନ ହୋଇ ଗଲା ଯେ , ସେ ଖାଲି ଦିନ ଆଉ ରାତି ଯେତେବେଳେ ସମୟ ପାଇଲା ବହି ପଡଗିବାରେ ଲାଗିଲା ଓ ବାପା ମାଆଙ୍କର ପାଦ ସେବା କରବାକୁ ଆଗ୍ରହୀ ହେଲା । ଘରେ ଟିକିଏ ବି ଅପରିଷ୍କାର ପକାଏ ନାହିଁ । ଧୂଳି ମଳି ଟିକେ ଦେଖିଲେ ସଙ୍ଗେ ସଙ୍ଗେ ସଫା କରି ଦିଏ । ତା ମନରେ ଏହି ଚିନ୍ତା ଆସିଯାଇଥିଲା ସତରେ ଦୁନିଆରେ ଭଗବାନ କହିଲେ ମୋ ବାପା ଓ ମାଆ ଅଟନ୍ତି । ତେଣୁ ବାପାଙ୍କର ପାଦ ଦବେଇ ଦିଏ ଯେତେବେଳେ ବାପା ନିଜ କାର୍ଯ୍ୟରୁ ଥକି ଯାଇ ଘରକୁ ଫେରି ନିଜର ନିତ୍ୟ କର୍ମ ସାରନ୍ତି ସେତେବେଳେ ବବୁଲ ଟାଣି ଟୁଣି ବାପାଙ୍କର ଗୋଡ଼ ଦବେଇ ଦିଏ । ବାପା ଯେତେ ମନା କଲେବି ଛାଡେ ନାହିଁ ଆଉ କାନ୍ଧି କାନ୍ଧି କହେ ବାପା ବାପା ତମେ ପରା ମୋର ଭଗବାନ ଆଉ ମୋତେ ମୋର ଭଗବାନଙ୍କ ସେବା କରିବାକୁ ଦିଅ । ମାଆଙ୍କୁ ମଧ୍ୟ ଏମିତି କରିଥାଏ । ବାପା ମାଆ ଯେତେ ବାରଣ କଲେ ମଧ୍ୟ ବାବୁରେ ଶୋଇବୁ ଯାଆ । ଶୁଣିବ କାହିଁକି ଯେ, ଯେ ପରା ତା ବାପା ମାଆ ରୂପୀ ଚଳନ୍ତି ଭାଗବନଙ୍କର ପ୍ରତିମାର ସେବା କରୁଛି ।


ସତରେ ଘରେ ବୁଢ଼ୀ ମାଆ କି ବୁଢ଼ା ବାପା କ୍ଷୀର ଟିକିଏ ପିଇବାକୁ ସ୍ୱପ୍ନ ହୋଇଥାଉ ! ଫଳର ସ୍ୱାଦ ପାଇବାକୁ ସ୍ୱପ୍ନ ହେଇଥାଉ ହେଲେ ଆଜି କାଲିର ପୁଅ ନିଜ ଭକ୍ତି ଆଉ ନିଜର ଦେଖାଣିଆ ପ୍ରହସନ ଯୋଗୁଁ ହ

ଜାର ହଜାର ଟଙ୍କାର ଫଳ ମୂଳ ମିଠା ନେଇ ଭଗବାନଙ୍କ ଉଦ୍ଧେଶ୍ୟରେ ଅର୍ପଣ କରି ପୂଜାରୀକୁ ମୋଟା ଅଙ୍କରେ ଦକ୍ଷିଣା ଦେଇ ଆସନ୍ତି । ହେଲେ ବୁଢା ବାପାକୁ ଟିକେ ସବଳ କରିବା ପାଇଁ ଗୋଟିଏ ବା ଖଣ୍ଡିଏ ଫଳର ଆବଶ୍ୟକତାରୁ ବଞ୍ଚିତ ହେବାକୁ ପଡିଥାଏ । କ୍ଷୀର ଟୋପେ ବୁଢା ବାପା କି ବୁଢ଼ୀ ମାଆଙ୍କୁ ସ୍ୱପ୍ନ କରି ପଥର ଉପରେ କେଉଁ ଲାଳସାରେ ମଣିଷ ଏମିତି କରିଥାଏ କେଜାଣି ? ଭଣ୍ଡ ଓ ତାନ୍ତ୍ରିକ ବାବାଙ୍କର ଅଲୌକିତ ଶକ୍ତିରେ ନିଜକୁ ମାଲାମାଲ କରିବାର ସ୍ୱପ୍ନ ନେଇ ଏହି ଲୋଭି ଓ ଆସକ୍ତି ପୂର୍ଣ୍ଣ ମାନବ ସମାଜ ଆଗେଇ ଚାଲିଛି ଗନ୍ତବ୍ୟ ପଥରେ ଯାହାକି ଅଜଣା ପାପର ନିଜକୁ ଭାଗୀ କରେଇ । ହେଲେ ଛୋଟ ଓ ଟିକି ବୟସରୁ ବବୁଲ ଉପରେ ପ୍ରଭାବ ପଡ଼ିଥିଲା ଗୁରୁଜ୍ଞାନ । ଉତ୍ତମ ଜ୍ଞାନର ଅଧିକାରୀ ହୋଇ ଗୋଟିଏ ଆଦର୍ଶ ଓ ଗୌରବାନ୍ୱିତ ଛାତ୍ରର ନମୁନା ହୋଇ ପ୍ରକଟ ହୋଇଥିଲା ଦୁନିଆ ଆଗରେ ବବୁଲ ।


ଶିକ୍ଷକ, ଶିକ୍ଷୟତ୍ରୀ, ପିତା, ମାତା ଓ ଅନ୍ୟ ଗୁରୁଜନ ମାନେ ସଦା ସର୍ବଦା ଆଶୀର୍ବାଦର କଳସି ଉଜାଡ଼ି ଦେଇଥିଲେ ବବୁଲ ଉପରେ । ସମସ୍ତେ ମନ୍ଦିର ଯାଆନ୍ତି ଭଗବାନଙ୍କ ଦର୍ଶନ ପାଇଁ ହେଲେ ବବୁଲ ନିଜ ଭାଗବବଙ୍କୁ ନିଜ ଚକ୍ଷୁ ସମ୍ମୁଖରେ ସର୍ବଦା ଦେଖି ଅତ୍ୟନ୍ତ ଖୁସି ଓ ଆନନ୍ଦିତ ହେଉଥାଏ ।


ଦିନକର କଥା ଭଗବାନ ତାର ପିତୃ ମାତୃ ସେବାରେ ସନ୍ତୁଷ୍ଟ ହୋଇ ଅତ୍ୟଧିକ ଦର୍ଶନଭିଲାସୀ ହୋଇ ଗଲେ । ୟେ ବବୁଲ କିଏ ଆଉ ତାର ଏତେ ପିତୃ ମାତୃ ସେବା ! ନିଶ୍ଚୟ ଏହି ପିଲାର ଦର୍ଶନ କରିବି ଭାବି ଭଗବାନ ବା ଈଶ୍ୱର ଧାଇଁ ଆସିଲେ ମର୍ତ୍ତ୍ୟପୁରକୁ । ଆସି ସିଧା ପହଞ୍ଚି ଯାଇଥିଲେ ବବୁଲର ବାସ ଭବନରେ । ବବୁଲକୁ ଦେଖିବାକୁ ପହଞ୍ଚି ଦେଖିଲେ ବବୁଲ ତା ବାପାଙ୍କର ପାଦ ଦବେଇ ଦେଉଛି । ଅତି ଯତ୍ନରେ ତେଲ ଲଗେଇ ବାରମ୍ବାର ନମସ୍କାର କରୁଛି । ଆସି ବାହାରେ ଛିଡ଼ା ହୋଇ ଭଗବାନ କହିଲେ ବବୁଲ ତମେ ଟିକେ ବାହାରକୁ ଆସ । ମୁଁ ତୁମର ଦର୍ଶନ କରିବାକୁ ଚାହେଁ । ହେଲେ ବବୁଲ କହିଲା ମୁଁ ଏଇନେ ମୋ ପିତାଙ୍କର ପାଦ ସେବା କରୁଛି ତା ପରେ ମାଆଙ୍କର କରିବି ତା ପରେ ମୁଁ ବାହାରକୁ ଯିବି । ଭଗବାନ କହିଲେ ବାବା ମୋର ବହୁତ କାମ ଅଛି, ତମେ ଟିକେ ବାହାରକୁ ଆସ ମୁଁ ଦର୍ଶନ କରି ଚାଲିଯିବି । ହେଲେ ବବୁଲ କହିଲା ଭଗବାନ ମୋତେ କ୍ଷମା କରିବେ ମୋ ଭଗବାନଙ୍କ ସେବା ନ ସରିବା ଯାଏ ମୁଁ କେମିତି ଯିବି କହିଲେ ।


କିଛି ସମୟ ଅନ୍ତେ ବବୁଲର ପିତା ମତାଙ୍କର ପଦ ସେବା ସରିଯାଇଥିଲା । ବବୁଲ ବାହାରକୁ ଆସି ଦେଖିଲା ଭଗବାନ ସେମିତି ତା ପାଇଁ ଅପେକ୍ଷା କରିଛନ୍ତି । ବବୁଲକୁ ଦେଖି କୋଳେଇ ନେଇଥିଲେ ଭାଗବନ ଆଉ କହିଲେ ବାବା ରେ ମୋ ଦର୍ଶନ ପାଇଁ ଲୋକ କେତେ ବ୍ରତ କେତେ ତପ କରି ଦର୍ଶନ ପାଉ ନାହାନ୍ତି ହେଲେ ତମେ କାହିଁକି ଆସିଲ ନାହିଁ । ବବୁଲ କହିଥିଲା ଭଗବାନ ମୁଁ ମୋ ପିତା ମାତାଙ୍କର ସେବା କରିଥିବାରୁ ଆପଣ ମୋ ପାଖକୁ ଆପେ ଆପେ ଟାଣି ହୋଇ ଆସିଲେ । ମୁଁ ଜାଣିପାରିଲି ପିତା ମାତାଙ୍କ ସେବାରେ ଭଗବାନଙ୍କ ସେବା ହୋଇଥାଏ । ତେଣୁ ଆପଣ ମୋ ପାଖକୁ ଆପେ ଆପେ ଆସିଛନ୍ତି ଅର୍ଥାତ ମୋର ଭଗବାନଙ୍କ ସେବା ଓ ନିଷ୍ଠାରେ ମୁଁ ନିଶ୍ଚୟ ମୋ ଭଗବାନଙ୍କୁ ଦେଖି ପାରୁଛି ଏବଂ ଦେଖି ପାରିବି ମଧ୍ୟ । ତେଣୁ ମୁଁ ବିବ୍ରତ ହେଲି ନାହିଁ ।


ଏବେ ଜାଣିପାରିଲି ଈଶ୍ୱର ଆହ୍ଲା ଓ ଭାଗବନ କିଏ ? ଆମେ ନିଜ ପିତା ମାତାଙ୍କ ଅବହେଳା କରି ହଜାରେ ଚଦର ଚଢ଼େଇ , ହଜାରେ ଭୋଗ ଦେଇ କି ହଜାରେ ପ୍ରାଥନା କରି କୌଣସି ଲାଭ ହୋଇ ନ ଥାଏ । ତେଣୁ ମହତ ମାନେ କହିଛନ୍ତି ପ୍ରୀତରେ ପ୍ରତିମା ପଂନେ ପ୍ରିୟନ୍ତେ ସର୍ବ ଦେବତା ।


ଭଗବାନ ଯାଚି ଯାଚି ବବୁଲ କୁ ଦିବ୍ୟ ଜ୍ଞାନ, ବିଚକ୍ଷଣ ସ୍ମରଣ ଶକ୍ତି ଓ ମାନବ ସେବା ଆଦି ଗୁଣ ଭରିଦେଇଥିଲେ । ଏବେ ସେଇ ବବୁଲ ଦୁନିଆ ପାଇଁ ଏକ ନବୀନ ଆଲୋକ ହୋଇ ପ୍ରକଟିତ ହୋଇ ଅଛି । ଯାହା ଆଜିର ଛାତ୍ର ସମାଜକୁ ଏକ ପ୍ରେରଣା ଅଟେ।



Rate this content
Log in

Similar oriya story from Inspirational