Madhumita Mishra

Romance Fantasy

2  

Madhumita Mishra

Romance Fantasy

ନୀଳ ନୟନା

ନୀଳ ନୟନା

3 mins
193


ଆଜିକାଲି ସିପ୍ରା ସହିତ କଥା ହେବାକୁ ଆଉ ଇଚ୍ଛା ହେଉ ନ ଥିଲା । ଯେତେବେଳେ ଦେଖ ଖାଲି ସେଇ ଗୋଟାଏ କଥା । ହେମା ହେମା ଆଉ ହେମା । ତା କାମବାଲୀ ନଖିର ଝିଅ । ନଖି ଦୀର୍ଘ ଦଶ ବର୍ଷ ହେଲା ସିପ୍ରା ଘରେ କାମ କରୁଥିଲା । ତା ଦେହ ଭଲ ରହୁ ନ ଥିବାରୁ ସେ ନିଜ ଝିଅ ହେମାକୁ ପଠେଇ ଥିଲା କାମ ପାଇଁ ।

ନିଜ ବଢିଲା ଝିଅକୁ କାହା ଘରକୁ ଏମିତି ପଠେଇବା ପରି ମା ନଖି ନୁହେଁ । ସିପ୍ରା ଘରେ ସେତିକି ବିଶ୍ୱାସ ଆଉ ସୁରକ୍ଷା ଥିଲା ବୋଲି ସିନା । ସିପ୍ରାର ସ୍ବାମୀ ଦିଲ୍ଲୀ ରେ ରୁହନ୍ତି । ଦି ତିନି ମାସରେ ଥରେ ଭୁବନେଶ୍ୱର ଆସିବା କଥା । ଆଉ ସିପ୍ରା ଘରେ ସେ ଆଉ ତା ପୁଅ ଭିଜି..ବିକାଶ ମ..ଏଇ ଜଷ୍ଟ୍ ଚାକିରି ପାଇଛି ଏକ ବଡ଼ କମ୍ପାନୀରେ । ୟା ଆଗରୁ ପୁଅ ବଡ଼ିମା ବଖାଣି କହୁଥିଲା ସିପ୍ରା । ହେଲେ ଏବେ..

ହଁ..କଣ କହୁଥିଲି ତ.. ଏ ହେମା..ତାର କୁଆଡେ ନୀଳ ଆଖି । ଆଉ ସେ ଆଖିକୁ ଦେଖିଲେ ସିପ୍ରା ଭାଷାରେ ଆକାଶ ଭାସେ ଆଉ ନଦୀ ବି ହସେ । ସବୁଠୁ ବେଶି ସିପ୍ରା ତାରିଫ୍ କରେ ଝିଅଟି ଦଶମ ଶ୍ରେଣୀ ପଢିଥିଲେ ମଧ୍ୟ ସବୁ କାମ ଶିଖିବାକୁ ଆଗ୍ରହୀ । ଆଉ ତା ଇଂଲିଶ କହିବା ଶୈଳୀ ମଧ୍ୟ ଏତେ ନିଖୁଣ ନିଜେ ସିପ୍ରା ଆଶ୍ଚର୍ଯ୍ୟ ହେଇ ଯାଏ ।

ବାସନ ମଜା କପଡା ଧୁଆ ନୁହେଁ ସିପ୍ରା ଘରକୁ ହେମା ଆସିଛି ତା ରୋଷେଇ ସମ୍ଭାଳିବାକୁ । ଆଜିକାଲି ତ ଫେଶନ..ରୋଷେଇୟା ରଖିବା । ଆଉ କଣ ଆମ ତମ ପରି ସ୍ବର୍ଗ କୁ ଗଲେ ବି ଚୁଲି ସାଙ୍ଗରେ ନେଇ ଯିବା ପରି ସ୍ତ୍ରୀ ଲୋକ ଅଛନ୍ତି..? ସେ ଯାହାବି ହେଉ..ଏଥର ହେମା କଥା ଆଲୋଚନା କରା ଯାଉ ।

ସକାଳୁ ରାତି ଯାଏଁ ହେମା ସିପ୍ରା ର ଯାବତୀୟ ରୋଷେଇ କରେ । ଧୀରେ ଧୀରେ ସେ ପେଣ୍ଟିଂ ଆଉ ସିଲାଇ କାମ ହାତକୁ ନେଲା । ସିପ୍ରା କହେ ହେମା ତା ନୀଳ ଆଖିରେ ଦେଖି ଦେଇ ଯାହା ମାଗେ..କିଏ ମନା କରିପାରିବେନି ଦେବାକୁ.. ସତରେ କି ଯାଦୁ ଅଛି କେଜାଣି ତା ଆଖିରେ..

ହେମା ଯେତେ ଯେତେ ସିପ୍ରା ପାଖରେ ଥାଏ ସିପ୍ରା ଖୁସି ହେଇ ଯାଉଥାଏ...ସେ ହେମାକୁ ନିଜ ଘର ଚଳଣୀ ପସନ୍ଦ ନା ପସନ୍ଦ ସବୁ ଶିଖେଇ ସାରିଥିଲା । ତା ମନରେ କଣ ଥିଲା କେଜାଣି ହେଲେ ଆମେ ସବୁ କଥା ହେଉଥିଲୁ..ଜାଣି ପାରିଥିବେ..ହେମା ଆଉ ସିପ୍ରା ର ରୋଷେଇଘର ଛାଡିବନି ।

ସତକୁ ସତ ଦିନେ ସିପ୍ରା ଭିଜିକୁ ପଚାରି ଦେଲା.."ବାବା..ଆମ ହେମାର ଆଖି ଦି ଟା ଦେଖିଲେ ଯେ କେହି ତରଳି ଯିବ ନା..!?"

ପତ୍ରିକା ପଢି ଭିଜି କହିଲା.. ହୂଁ..

ସିପ୍ରା ପୁଣି କହିଲା.." ସବୁ କାମ ଜାଣିଛି । ଇଂଲିଶ ବି ଭଲ କହୁଛି । ତା ଯୋଗ୍ୟତା ପୋଥିଗତ ନୁହେଁ.. ସଂସ୍କାରି ଝିଅ ଟି ନା..!?"

ଭିଜି କହିଲା.. ହୂଁ..

ସିପ୍ରା ପୁଣି କହିଲା.."ଏମିତି ଝିଅ ଭାଗ୍ୟରେ ଥିଲେ ମିଳେ ..ନା..!?"

ଭିଜି କହିଲା.. ହୁଁ...

ସିପ୍ରା ଏଥର ସିଧା କହିଲା.."ଭିଜି..ସେ ନୀଳନୟନାକୁ ମୋ ବୋହୂ କରିବି..ତା ଆଖିରେ ମୋ ଆଖି ଲାଗି ଯାଉଛିରେ...!?"

ହସିଲା ଭିଜି..ଜୋରରେ..ଆଉ ପାଟି କରି ଡାକିଲା.."ହେମା..ଆସିଲୁ.."

ହେମା ଦୋୖଡି ଆସିଲାରୁ ଭିଜି କହିଲା.." ଆରେ ଗତ ଦି ବର୍ଷ ତଳେ ଯେଉଁ ନୀଳ ଆଇ ଲେନ୍ସ ଦେଇଥିଲି ତାକୁ ଟିକେ ବାହାର କରିଲୁ.."

ହେମା ଆଖିରୁ ଲେନ୍ସଟା କାଢ଼ିନେଲା..ଆଉ ଭିକି କହିଲା.."ତୁମେ ଦି ବର୍ଷ ତଳେ ପାପାଙ୍କ ସଙ୍ଗେ ଥାଇଲାଣ୍ଡ ଯାଇଥିଲ ନା ମା..ସେତେବେଳେ ମୋ ବାନ୍ଧବୀ ନିଶା ଆସିଥିଲା । ତାର ଏଇ ବ୍ଲୁ ଲେନ୍ସଟି ସେ ହେମାକୁ ଗିଫ୍ଟ୍ ଦେଇଥିଲା । ସେତିକି ବେଳେ ନଖି ମାଉସୀଙ୍କ ଦେହ ଭଲ ନ ଥିବାରୁ ହେମା ଆସିଥିଲା ଆଉ ନିଶାର ଏଇ ଲେନ୍ସ ହେମାକୁ ବହୁତ ଭଲ ଲାଗୁଥିଲା । "

ହେମାକୁ ଯିବାକୁ କହି ଭିକି କହିଲା.." ମା'..ନିଶା ଆଉ ମୁଁ ପରସ୍ପରକୁ ଭଲ ପାଉ । ସେ ମଧ୍ୟ ମୋ କମ୍ପାନୀରେ ଚାକିରୀ କରୁଛି । ତୁ ହଁ କହିଲେ କାଲି ଏ ନୀଳ ଆଖିର ଅସଲି ମାଲିକାଣୀକୁ ଘରକୁ ବୋହୂ କରି ନେଇ ଆସିବି..!?"

ସିପ୍ରା କ'ଣ ହେଉଛି ତ ବୁଝି ପାରୁ ନ ଥିଲା ଆଉ କଣ କହିବ..ତା ବି ବୁଝି ପାରିଲାନାହିଁ...।


Rate this content
Log in

Similar oriya story from Romance