ନୀଳ ଅପା
ନୀଳ ଅପା
ଦାଣ୍ଡ ପିଣ୍ଢାରେ ବସି କେବେକେବେ ଅ।କାଶକୁ ଚାହିଁ ରହେ
ନୀଳ ଅପା। ଦେଖେ ଗୋଧୂଳି ବେଳାରେ ଜୀବନର ଛବି। ବିଶ୍ବାସ, ଅବିଶ୍ବାସର ବଳୟରେ ବଦଳୁଥିବା ସମୟକୁ ପରଖେ। ଅତୀତର ଅନ୍ଧାରକୁ ଫେରି ନିଜକୁ ଖୋଜେନି। ବର୍ତ୍ତମାନକୁ କୋଳେଇ ନେବାକୁ ଦୁଇ ହାତ ବଢାଏ। ଭାବେ ଲୁହଭିଜା ଜୀବନ ବି ଗୋଧୂଳିର ରଂଗ ଭଳି ସୁନ୍ଦର !!
ଅନ୍ଧାର ସହ ଲଢି ଜିଇବା ଶିଖିଛି ନୀଳ ଅପା। ସଞ୍ଜ ହେଲେ ଚଉଁରା ମୂଳେ ଦୀପଟିଏ ଜାଳି ଦେଇ ଅ।ସେ। ଘରେ ବିଜୁଳି ବତୀ ଜଳାଇ ଶାନ୍ତିରେ ନିଃଶ୍ବାସ ମାରେ। ରାତି ଅ।ଉ ଡରାଇ ପାରେନି। ଅନ୍ଧାର ସହ ସଂଘର୍ଷ କରି କେବେ ଭ।ଙ୍ଗି ପଡିନି କି ନଇଁ ଯାଇନି। ଲୁହା ପରି ମନକୁ ଟାଣ କରି ରଖିଛି।
ନୀଳଅପା ମୋ ସମ୍ପର୍କୀୟା ପିଉସୀ। ପୁରୁଣା ପିଢିର ଜଣେ ନିଅ।ରା ମଣିଷ। ମୋ ସୁନ୍ଦରୀ ଅପା, ନୀଳଅପା !!
କେହି କେହି ତାଙ୍କୁ ନୀଳା ବୋଲି ଡାକନ୍ତି। ଶୁଭନାମ ନୀଳକାନ୍ତା।
ଥରେ ଛୁଟିରେ ସହରଛାଡି ଗାଁକୁ ଯାଇଥିବା ବେଳେ ଅପାଙ୍କୁ ଭେଟିଥିଲି। ପୁରୁଣା ପିଢିର ଘର ଛାଡି ସାହିମୁଣ୍ଡ ପଦାଜମିରେ ନୂଆଘର ତୋଳି ରହୁଥାଏ, ଯେଉଁଠି ଆଗରୁ କେତେକ ମୃତକଙ୍କ ପିଣ୍ଡି ରହିଥିଲା ।
ମୁଁ ପହଞ୍ଚିବା ବେଳେ ନୀଳ ଅପା ଘର ଦାଣ୍ଡ ପିଣ୍ଢାରେ ଅ।ସନ ପକାଇ ଚକାମାଡି ବସିଥିଲେ। ଦିଶୁଥିଲେ ବେଶ୍ ଗମ୍ଭୀର। ମୁହଁରୁ ବାରି ହେଇ ପଡୁଥିଲା ବୟସର ଛାପ। ପାଚିଲା କେଶକୁ ଲୋଳିତ ଚର୍ମ। ଆଗ ଚେହେରା କି କାନ୍ତି ନାହିଁ, ପୁରୁଣା ଥାଟ ରହିଛି।
ମୋତେ ଦେଖି "କେବେ ଆସିଲୁ" ପଚାରି ପିଣ୍ଢାରେ ବସିବାକୁ କହିଲେ।
" ଆଜି ପହଞ୍ଚିଲି । ଅପା ତୁ କେମିତି ଅଛୁ ? ଦେହପା' ଭଲ ଅଛି ତ ?" ପଚାରିଲି।
"ଭଲ କ'ଣରେ ବାପା, ସେମିତିରେ ଚଳି ଯାଉଛି।" ଦୀର୍ଘଶ୍ବାସ ଛାଡି କହିଲେ ନୀଳ ଅପା।
ପୁଣି ପଚାରିଲି "ନୂଆ ଘର କେବେ କଲୁ? ପିଲାମାନେ କାହାନ୍ତି?"
ଅପା କହିଲେ, " ତିନି ପୁଅ ଭିନ୍ନେ ହୋଇଗଲେ । ମଝିଅ। ପୁଅ ପୁରୁଣା ଘର ଠେଇଁ ରହୁଛି । ବଡ ପୁଅ, ବୋହୂ ଓ ତା' ପିଲାଙ୍କୁ ଧରି ମୁଁ ଏଇ ଘରେ ରହୁଛି । ସବାସାନ ପୁଅ ପୁରୁଣା ପିଢି ଜାଗାରୁ ପରେ ଚାଲିଅ।ସି ଅ।ମ ପାଖେ ଅଲଗା ଘର କରି ରହୁଛି। ପୁଅ ଦୁହେଁ ଏବେ ଚାଷ ଦେଖିବାକୁ ଯାଇଛନ୍ତି। ପୁରୁଣା ଘରକୁ ଯାଇଛନ୍ତି ପିଲାମାନେ।"
ଅପାଙ୍କ ସହ ନିରୋଳାରେ ଦି' ପଦ ଦୁଃଖସୁଖ ହେଲି। ମୋତେ ଡାକି ସେ ନୂଆ ଘର ଭିତର ପଟ ଓ ବାଡିପଛ ଜାଗା ଦେଖାଇ ଦେଲେ। ବାଡିପଟେ ପୁରୁଣା ସମାଧି ପିଣ୍ଡିର ଚିହ୍ନବର୍ଣ୍ଣ ନ ଥିଲା। ଲଙ୍କା, ବାଇଗଣ, ଭେଣ୍ଡି, କାକୁଡି ଅ।ଦି ପନିପରିବା ଗଛ ଲଗା ଯାଇଥିଲା। ଘରେ ବିଜୁଳି ବତୀ ସଂଯୋଗ ଥିଲା।
ପଚାରିଲି " ପୁରୁଣା ଘର ?" ଅପା କହିଲା, "ମଝିଅ। ପୁଅ ତାକୁ ଭାଂଗି ନୂଆଘର କରି ରହୁଛି।"
" ଅ।ଉ ଖବର କ'ଣ" ପଚାରିବାରୁ ଅପା କହିଲା, "ସବୁ ଭଲ ଯେ ଖାଲି ଗାଁର ପିଲାଏ କୁସଂଗରେ ପଡି ଖରାପ ହୋଇ ଯାଉଛନ୍ତି ।"
ନୀଳ ଅପାକୁ ଚାହିଁଲି, ମନରେ ଦୁଃଖ ଥିଲେ ବି ମୁହଁରେ ଝଲସୁଥିଲା ଭିନ୍ନ ଆତ୍ମବିଶ୍ବାସର ରଂଗ। ସେ ଗାଁର ଝିଅ, ଗାଁର ବୋହୂ। ପିଲାଦିନେ ବେଣୀରେ ନାଲି ରିବନର ଫୁଲ ବାନ୍ଧି ଡେଇଁବୁଲି ଖେଳୁଥିଲା। ମୋତେ କାଖେଇ ସାହି ବୁଲାଇ ଆଣୁଥିଲା। ଭାରି ଆପଣାର ଲାଗନ୍ତି ଅପା।
ମୁଁ ଛୋଟ ପିଲା ଥିବା ବେଳେ ମାତ୍ର ଷୋହଳ କି ସତର ବର୍ଷରେ ଅପାଙ୍କ ବାହାଘର ହୋଇଗଲା । ସେ ଥିଲେ ଘରର ଏକମାତ୍ର ସନ୍ତାନ। ତାଙ୍କ ସ୍ବାମୀ ଘରଜ୍ବାଇଁ ହୋଇ ରହିଲେ।
ଅ।ଗରୁ ଗାଁରେ ବିଜୁଳି ଆଲୁଅ ନ ଥିଲା। ସଞ୍ଜ ହେଲେ ନିପଟ ଅଂଧାର ମାଡି ଆସୁଥିଲା। ଅଜଣା ଭୂତପ୍ରେତଙ୍କ ଛାଇ ସମସ୍ତଙ୍କୁ ଡରାଉଥିଲା। ସେତେବେଳେ ନାନା ଅନ୍ଧବିଶ୍ବାସ ଓ ଅଜଣା ଭୟ ଲୋକଙ୍କ ମନରେ ବସାବାନ୍ଧି ରହିଥଲା। ଘଡିଏ ସଞ୍ଜ ବେଳକୁ ଘରେ ଘରେ ତାଟିକବାଟ ପଡିଯାଉଥିଲା। ଡିବିରି ଓ ଲଣ୍ଠନ ଆଲୁଅ ଘର ଭିତରେ କିଛିଟା ଅଂଧାର ଓ ଭୟ ଦୂର କରୁଥିଲା।
ନୀଳ ଅପାଙ୍କ ବୈବାହିକ ଜୀବନ ଥିଲା ଅତ୍ୟନ୍ତ ଭୟାନକ ଓ ଲୋମହର୍ଷକ !! ବିବାହର ଦୁଇବର୍ଷରେ ପୁଅଟିଏ ହେଲା। ସଂସାର ଦାୟିତ୍ବ ବୁଝିବା ଓ ଶିଶୁର ଯତ୍ନ ନେବା ଭଳି ଅନୁଭବ ତାଙ୍କର ନ ଥିଲା। ଦିନେ ରାତିରେ ନବଜାତ ଶିଶୁର ଆକସ୍ମିକ ମୃତ୍ୟୁ
ଘଟିଲା। ସକାଳୁ ପରିଜନଙ୍କ କାନ୍ଦ ଭାସି ଆସିଲା।
ଏ ଘଟଣାର ଦୁଇ ବର୍ଷ ପରେ ନୀଳ ଅପା ପୁଣି ମା' ହେଲେ। ହୃଷ୍ଟପୁଷ୍ଟ ହୋଇ ଜନ୍ମିଥିବା ନବଜାତ ଶିଶୁ ବି ବଞ୍ଚିଲାନି।
ଘର ଲୋକଙ୍କ ମନରେ ଆଶଙ୍କା ଜନ୍ମିଲା। ରାତିରେ ହୁଏତ କୌଣସି ଅପଶକ୍ତି ନବଜାତ ଶିଶୁଙ୍କୁ ମାରି ଦେଉଛି। କେତେଥର ଶୋଇଥିବା ବେଳେ ଅପାଙ୍କ ସ୍ବାମୀ ଖଟ ତଳକୁ ଗଡିପଡି ଗଁ ଗଁ ହେବା ଭଳି ଅଘଟଣ ଘଟିଥିଲା। ପାଣି ଝାଟି ଲୋକେ ଚେତା ଫେରାଇଥିଲେ। ଏହି ଘଟଣା ପରିବାର ଲୋକଙ୍କ ଚିନ୍ତା ବଢାଇଥିଲା। ସେମାନେ ଯୋଗାଯୋଗ କରି ତନ୍ତ୍ରମନ୍ତ୍ର ଜାଣିଥିବା ଦୂର ଗାଁର ଜଣେ ନାମୀ ଗୁଣିଆଙ୍କ ଦ୍ବାରସ୍ଥ ହେଲେ। ସେସମୟରେ ଗୁଣିଆଙ୍କ ଭାଉ କହିଲେ ନ ସରେ। ସେ ନୀଳଅପାଙ୍କ ଘରକୁ ଆସି ପୂଜାପାଠ କଲେ। ପରେ ସେ ଯେଉଁ କାହାଣୀ ଶୁଣାଇଲେ, ତାହା ସମସ୍ତଙ୍କୁ ହତଚକିତ କରିଥିଲା ।
"ନିଶାର୍ଦ୍ଧରେ ଏକ ଦୁଷ୍ଟ, ପ୍ରେମିକ ପିଶାଚ ଏ ଘରକୁ ଆସୁଛି। ଦେହରେ କଳାବସ୍ତ୍ର। ମୁଣ୍ଡରେ କଳା ଟୋପି। ଦୂଇ କ୍ରୋଶ ଦୂର ଏକ ଗାଁର ତାଳଗଛରେ ରହୁଛି। ରାତି ହେଲେ ଆସି ଏଠି ଘର ବାଡିପଟ ତାଳ ଗଛ ଡାଳରେ ବସୁଛି। ସମସ୍ତେ ଶୋଇପଡିଲେ ଘର ଭିତରକୁ ପଶି ଅପାଙ୍କ ଶୋଇବା ଘର ପୁରୁଣା ସିନ୍ଦୁକ ଉପରେ ବସି ତାଙ୍କ ସ୍ବାମୀଙ୍କୁ ଖଟରୁ ତଳକୁ ଗଡାଇ ପକାଉଛି। ଭୋଗ ଲାଳସାରେ ଆସୁଥିବା ପିଶାଚ ନବଜାତ ଶିଶୁଙ୍କ ତଣ୍ଟି ଚିପି
ମାରି ଦେଉଛି।"
ଗୁଣିଆଙ୍କ କଥା ଶୁଣି ପରିବାର ଲୋକଙ୍କ ମୁଣ୍ଡ ଘୂରେଇ ଗଲା।
" ପ୍ରତିକାର କଣ" ବୋଲି ପଚାରିଲେ । କିଛିକ୍ଷଣ ଚିନ୍ତା କରି ଗୁଣିଆ କହିଲା " ସେ ପିଶାଚକୁ ଧରି ବନ୍ଦୀ କରିଦେବେ। କିନ୍ତୁ ତାହା ସହଜ କାମ ନୁହେଁ !! "
ଘର ଲୋକଙ୍କ ଅବିଶ୍ବାସ ଆଖିରେ କିଛିଟା ଅ।ଶା ଝଲସି ଉଠିଲା।
" ଭୂତକୁ କେମିତି ଧରାଯିବ" ଆଗ୍ରହରେ ପଚାରିଲେ।
ଗୁଣିଆ କହିଲେ, " ପିଶାଚ ଘରକୁ ଆସି ଫେରିଯିବା ବେଳେ ବାଡିପଟ ତାଳଗଛରେ ବସି କିଛି ସମୟ ବିଶ୍ରାମ ନେଉଛି। ତାଳ ଗଛଠାରୁ ଶୋଇବା ଘର ଯେତିକି ଦୂର, ସେତିକି ଲମ୍ବର ସୂତା ବୁଣାକାରଙ୍କଠାରୁ ଅଣାଯିବ। ଏହାକୁ ଅଟେଇରେ ଗୁଡାଇ ରଖାଯିବ। ସୂତାର ଗୋଟିଏ ମୁଣ୍ଡରେ ଛୁଞ୍ଚିଟିଏ ବନ୍ଧାଯିବ। ନୀଳ ରାତିରେ ଚାହାନ୍ତା ଅବସ୍ଥାରେ ପିଶାଚ ମୁଣ୍ଡରେ ପିନ୍ଧିଥିବା ଟୋପିରେ ଛୁଞ୍ଚିକୁ ଫୋଡିଦେବ। ମନ୍ତୁରା ସୂତା କାଟି ପିଶାଚ ତାଳଗଛ ଛାଡି ଯାଇ ପାରିବନି। ସକାଳେ ତାକୁ ସହଜରେ କାବୁ କରି ହେବ। ଅତି ସତର୍କତାର ସହ ଏହି କାମ କରିବାକୁ ପଡିବ।"
ଏସବୁ କଥା ଶୁଣି ଭୟରେ ନୀଳ ଅପାଙ୍କ ମୁହଁ ଶୁଖି କଳା କାଠ ପଡିଗଲା। ନାଚାର ! କାହାକୁ କିଛି କହିବା ଅବସ୍ଥାରେ ନ ଥାଏ।
ଗୁଣିଆଙ୍କ ବରାଦ ଅନୁଯାୟୀ ଘର ଲୋକେ ଛୁଞ୍ଚି, ସୂତା ଓ ଅରଟ କିଣି ଆଣିଲେ। ଗୋଟିଏ ରାତିରେ ଆରମ୍ଭ ହେଲା ଭୂତଧରା ଅଭିଯାନ। ସାହି ଲୋକେ ଡ଼ରେ ତାଙ୍କ ଘର ପାଖ ମାଡିଲେନି। ଏକ ଭୟାତୁର ପରିବେଶ ଘେରି ରହିଥିଲା।
ଘଡିଏ ରାତି ଯାଏ ପୂଜାପାଠ କରି ଗୁଣିଆ ଅରଟରେ ବନ୍ଧା ସୂତାର ଗୋଟିଏ ମୁଣ୍ଡରେ ଛୁଞ୍ଚି ପୂରାଇ ନୀଳ ଅପା ହାତକୁ ଧରାଇ ଦେଲେ। କହିଲେ, " ନିଦରେ ଶୋଇ ପଡିବୁନି। ଚାହାନ୍ତାରେ ଥାଇ ସବୁ କାମ କରିବୁ। ପାଖରେ କେହି ରହିବେନି। ଆମେ ସବୁ ଘର ଚାଳିଆରେ ଜାଗ୍ରତରେ ଶୋଇଥିବୁ।"
କ'ଣ ହେଲା କେଜାଣି ସେ ରାତିରେ ଭୂତଧରା ଫେଲ୍ ମାରିଲା । ଏଭଳି ଅ।ଉ ଦୁଇ ରାତିର ଚେଷ୍ଟା ମଧ୍ୟ ବିଫଳ ହେଲା।
ଗୁଣିଆ ନିରାଶ ହୋଇ ଏକ ନୂଅ। ପ୍ରସ୍ତାବ ରଖିଲେ। ତାଙ୍କ କଥା ଅନୁଯାୟୀ ଶୋଇବା ଘରେ ଥିବା ପୁରୁଣା ଖାନଦାନୀ ସିନ୍ଦୁକକୁ ଉଠାଇ ଗାଁ ମଶାଣିରେ ରାତାରାତି ଫିଙ୍ଗ।ଗଲା । ବାଡିପଟ ତାଳଗଛକୁ କାଟି ଦିଆଗଲା। ଗୁଣିଆ ଜଣଙ୍କ ଫେରିଯାଇ ପରେ ମଝିରେ ମଝିରେ ଆସି ଘରେ ପୂଜାପାଠ କରୁଥିଲେ।
ଏମିତି କିଛିବର୍ଷ କଟିଯିବା ପରେ ନୀଳଅପା ତିନୋଟି ସନ୍ତାନର ମା' ହେଲେ। ଗୁଣିଅ। କହିବା ମୁତାବକ ଲୋକେ ଘର ଭିତରେ ଭୂତ କିମ୍ବା ତା ଛାଇ କେବେ ବି ଦେଖି ନ ଥିଲେ। ଆଦୌ ଝର୍କା ନ ଥିବା ଘର ଭିତରେ ରାତିର ଅଂଧାର ଯାହା ଡରାଉ ଥିଲା !!
ପିଲା ଦିନେ ନୀଳଅପାଙ୍କ ଭୟାତୁର ମୁହଁର ଛବି ମୁଁ ଦେଖିଛି। ଗାଁର ସରଳ ଲୋକଙ୍କୁ ଭୂତ,ପ୍ରେତ, ପିଶାଚ, ଡାହାଣୀ, ଚିରକୁଣି ଆଦି ନାଁରେ ଭୟଭୀତ କରି ସେମାନଙ୍କ କୁସଂସ୍କାର ମାନସିକତାକୁ କିଭଳି ଶୋଷଣ କରାଯାଉଥିଲା ତାହା ପ୍ରତ୍ୟକ୍ଷ କରିଛି।
ସେଦିନ ନୀଳଅପାଙ୍କ ସହ କଥାବାର୍ତ୍ତା ବେଳେ ଅତୀତର ଘଟଣା ବିଷୟରେ କିଛି ପଚାରିବାକୁ ସାହସ କରି ନ ଥିଲି। ଦୁର୍ବିସହ ପରିସ୍ଥିତିକୁ ସାହସର ସହ ସାମ୍ନା କରିଥିବା ଅପା ଏବେ ସଶକ୍ତ ହୋଇଛି। ପୁରୂଣା ପିଢିର ମଶାଣି ଜାଗାକୁ ସମତୂଲ କରି ଘର ତୋଳି ରହୁଛି, ଯାହା ମୋତେ ବିସ୍ମିତ କରିଥିଲା। ମହାଜନୀ କାରବାରର ଶିକାର ହୋଇ ଅସହାୟ ସ୍ଥିତିରେ ଜୀବନ ହରାଇ ଦେଇଥିବା ତାଙ୍କ ସ୍ବାମୀଙ୍କୁ ଝୁରି ହେଉଛି।
ଅପାଙ୍କଠାରୁ ବିଦାୟ ନେଇ ଆସିବା ବେଳେ ତାଙ୍କ ପୁରୁଣା ଘର ବାଟ ଦେଇ ଫେରିଲି। ଖାନଦାନୀ ଘରବାଡିର ଅବସ୍ଥିତି, ପିଜୁଳି,
ଅ।ତୁ, ତେନ୍ତୁଳି, ଆମ୍ବଗଛର ଚିହ୍ନବର୍ଣ୍ଣ ନ ଥିଲା ।
ପିଲାଦିନେ ଦେଖିଥିବା ସୁନ୍ଦରୀ ନୀଳଅପାଙ୍କ କରୁଣ ମୁହଁର ଛବି ଏକ ଭିନ୍ନ ଗାମ୍ଭୀର୍ଯ୍ୟରେ ବଦଳି ଯାଇଥିଲା। ତା ସହିତ ରୂପ ବଦଳାଇ ଥିଲା ଗ୍ରାମ୍ୟ ଜୀବନର ଚେହେରା !!
*******