STORYMIRROR

Trushna Das

Romance Inspirational

2  

Trushna Das

Romance Inspirational

ନବ ଦମ୍ପତ୍ତିଙ୍କ ନୂତନ କାହାଣୀ

ନବ ଦମ୍ପତ୍ତିଙ୍କ ନୂତନ କାହାଣୀ

3 mins
57

ଅଭି ଆଉ ରୁଚି ବାହାଘରର ପବିତ୍ର ବନ୍ଧନରେ ବନ୍ଧା ହୋଇ ଥାନ୍ତେ 16.04.2020।କିନ୍ତୁ ଏହି ସମୟରେ କରୋନା ନିଜର ରୁଦ୍ର ରୂପରେ ଥିବାରୁ ଲୋକ ଡାଉନ ହୋଇ ଯାଇଛି ସମଗ୍ର ଭାରତବର୍ଷରେ। ବାହାଘର ସେଥିପାଇଁ ଘୁଞ୍ଚି ଯାଇଛି ଅଭି ଆଉ ରୁଚିର। 


ରୁଚି ହେଉଛି ଗୋଟିଏ ଗରିବ ଘରର ଝିଅ। ଦେଖିବାକୁ ବହୁତ ସୁନ୍ଦରୀ। ସେ ଗାଁରେ ଡିଗ୍ରୀ ପାସ କରି ରହିଛି। ତାର ପରିବାର କହିଲେ ସେ ତା ଭାଇଭାଉଜ ଏବଂ ସେମାନଙ୍କ କୁନୁ ପୁଅ ଜିତ୍। ରୁଚିକୁ ଗାଁରେ ସମସ୍ତେ ଭଲ ପାଆନ୍ତି ତା'ର ଗୁଣ ଆଉ ବ୍ୟବହାର ପାଇଁ। 


ଅଭି ହେଉଛନ୍ତି ଗାଁ ସରପଞ୍ଚଙ୍କ ଭଉଣୀର ପୁଅ। ସେ ଉଚ୍ଚ ଶିକ୍ଷିତ ଧନୀ ଘରର ପୁଅ। ସେ ସହରରେ ବ୍ୟବସାୟ କରନ୍ତି। ଶିବ ରାତ୍ରିରେ ସରପଞ୍ଚଙ୍କ ଘରକୁ ଆସିଛନ୍ତି। ସେଠାରେ ସେ ରୁଚିର ସେବା ଯତ୍ନ ଓ ବ୍ୟବହାର ଦେଖି କି ତାକୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ଘର ଲୋକ ରାଜି ନ ଥିଲେ। ପରେ ସରପଞ୍ଚଙ୍କ କଥାରେ ସମସ୍ତେ ରାଜି ହେଲେ।


ବାହାଘର ଏବେ ଘୁଞ୍ଚି ଯାଇଛି 10.06.2020କୁ। ରୁଚି ମନରେ ଅନେକ କଥା ଉଙ୍କି ମାରୁଥାଏ। ଭାବନା ରାଇଜରେ ବସି ଭାବୁଥାଏ ସତରେ କଣ ଅଭି ବାବୁ ତା ମନର ଦେବତା। କେମିତି ସେ ଛୋଟ ଘରୁ ଯାଇ ଏତେ ବଡ଼ ଘରେ ଚଳିବ। ବାହାଘର ଦିନ ଯେତେ ପାଖ ହେଉଥାଏ ଡରରେ ତା ମନ ସେତେ ବ୍ୟାକୁଳ ହେଉଥାଏ। ଏ ବିଷୟରେ ଅଭିଙ୍କୁ ସରପଞ୍ଚ କହିଲେ। ବାହାଘର କିଛି ଦିନ ଆଗରୁ ଅଭି ଆସି କି ରୁଚିଙ୍କୁ ବୁଝାଇ କହିଲେ ଡରନି, ଚିର ଦିନ ପାଇଁ ମୁଁ ତୁମ ସାଥୀ ହେବି, କେବେ ବି ତୁମକୁ ଅଲଗା କରିବି ନାହିଁ।ତୁମେ ବି ମୋତେ ପ୍ରତିଶୃତ ଦିଅ କେବେ ବି ମୋ ବିଶ୍ୱାସ ଭାଙ୍ଗିବ ନାହିଁ।ରୁଚି ନମ୍ରତାର ସହ ମଣ୍ଡ ନୁହାଇ ହଁ କହିବାରୁ ଅଭି ତାଙ୍କୁ ପାଖକୁ ଟାଣି ରୁଚିର ମୁଣ୍ଡରେ  ସ୍ନେହରେ ଗେହ୍ଲ କରି ତାକୁ କୁଣ୍ଢାଇ ଧରିଲେ। ଦୁହେଁ ଦୁହିଁଙ୍କୁ ଏପରି ଭାବରେ କୁଣ୍ଢାଇ ଧରିଛନ୍ତି ଯେମିତି ଦୁଇଟି ଆତ୍ମାର ପବିତ୍ର ମିଳନ ହୋଇଛି । ତାପରେ ଅଭି ନିଜ ଘରକୁ ପଳାଇଛନ୍ତି। 


ବାହାଘର କରୋଣା ପାଇଁ କେବଳ ଦୁଇ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ହୋଇଛି। ଶାଶୁଘର ଲୋକମାନେ ରୁଚି ଗରିବ ଘର ଝିଅ ବୋଲି ମନ ଉଣା କରୁଥିଲେ। 


ନବ ଦମ୍ପତ୍ତି ରୁଚି ଆଉ ଅଭିଙ୍କ ମନରେ ନୂଆ ଜୀବନକୁ ନେଇ କେତେ ଭାବନା ଉଙ୍କି ମାରୁଛି,କେତେ ସପନ ଲହରୀ ହୋଇ ଖେଳୁଛି। ନବ ଦମ୍ପତ୍ତି ଅପେକ୍ଷା କରିଛନ୍ତି ସେ ମିଳନ ରାତିକୁ। ହେଲେ ମିଳନ ରାତି ବୋଧେ ଆସିବାକୁ ଡେରି ଅଛି।


ହଠାତ୍ କରୋନା ରୋଚିଛି ନବ ଦମ୍ପତ୍ତିଙ୍କ ନୂତନ କାହାଣୀ। ବାହାଘର ପର ଦିନ ହଠାତ୍ ରୁଚିଙ୍କୁ ଥଣ୍ଡା ଜ୍ୱର ହେଇଛି। କାଳେ କରୋନା ହୋଇ ଯାଇଛି ଭାବି କି ରୁଚିର ଶାଶୁଘର ଲୋକମାନେ ଓ ବାପଘର ଲୋକେ ରୁଚିଙ୍କୁ କ୍ୱାରେନଟାଇନ୍ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଅଭି ଏମିତି ଅବସ୍ଥାରେ ରୁଚି ସାଥିରେ ଛିଡ଼ା ହୋଇଛନ୍ତି। ତାଙ୍କୁ ଘରେ ହୋମ୍ କରେନଟାଇନରେ ରଖିଛନ୍ତି। ଘରେ ରୁଚିଙ୍କ କରୋନା ସ୍ୱାବ ପରୀକ୍ଷା ପାଇଁ ଡାକ୍ତରଙ୍କୁ ଡାକିଛନ୍ତି ଏବଂ ସମସ୍ତ ବ୍ୟବସ୍ଥା କରିଛନ୍ତି। 


କାହାରି କଥା ନ ଶୁଣି ଅଭି ରୁଚିଙ୍କ ସହ ଗୋଟିଏ କୋଠରୀରେ ରହିଛନ୍ତି। କାଳେ କରୋନା ହୋଇଛି ଭାବି ରୁଚି ଏକା ସାଙ୍ଗରେ ଗୋଟିଏ କୋଠରୀରେ ଅଭିଙ୍କୁ ରହିବାକୁ ପ୍ରତିବାଦ କରିଛନ୍ତି। 


ସେତେବେଳେ ଅଭି ରୁଚିଙ୍କୁ କହିଛନ୍ତି ମୁଁ ତୁମକୁ ପ୍ରତିଶୃତି ଦେଇଛି ସବୁ ପରିସ୍ଥିତିରେ ମୁଁ ତୁମ ସାଙ୍ଗ ଦେବି। ମୋତେ ମୋ କର୍ତ୍ତବ୍ୟ କରିବାକୁ ଦିଅ। ମୁଁ ତୁମ ସେବା ଯତ୍ନ ସହ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦେବି।ରୁଚି ଅଭିଙ୍କ କଥାରେ ଚୁପ ହୋଇଯାଇଛି।


ଅଭି ରୁଚିର ସେବା ଯତ୍ନ କରିଛନ୍ତି, ଠିକ ଯେମିତି ମାଆ ସନ୍ତାନର ସେବା ଯତ୍ନ କରନ୍ତି। ଗରମରେ ରୁଚିର ଦେହ ପାଇଁ ଫ୍ୟାନ ନ ଦେଇ ରହିଛନ୍ତି। ରୁଚିଙ୍କକୁ ଠିକ ସମୟରେ ଖାଇବା ଏବଂ ଓଷଧ ଆଣି ଖାଇବାକୁ ଦେଇଛନ୍ତି।ରୁଚିଙ୍କୁ ଖଟରେ ଶୁଆଇ ନିଜେ ତଳେ ମଶଣା ପକାଇ ଶୋଇଛନ୍ତି। ରୁଚି ଯେତେ ବୁଝାଇଲେ ମଧ୍ୟ ସେ ରୁଚିଙ୍କ ପାଖରେ ରହିଛନ୍ତି। 


ଏ ସବୁ ଦେଖି ରୁଚି ଆଖିରୁ ଲୁହ ଝର ଝର ହୋଇ ବହି ଯାଇଛି । ସେ ପାଇଥିବା ଜୀବନସାଥୀ ଠିକ ତା ମନର ଦେବତା ପରି।ସେଥିପାଇଁ ସେ ଠାକୁରଙ୍କୁ ମନେ ମନେ ଅଶେଷ ଧନ୍ୟବାଦ ମଧ୍ୟ ଜଣାଇଲା। ଅଭି ଆଉ ରୁଚି ଉଭୟ ଦୁହିଁଙ୍କୁ ଆହୁରି ବୁଝିବାକୁ ଲାଗିଲେ ଏବଂ ପରସ୍ପର ମଧ୍ୟରେ ପ୍ରେମ ଆହୁରି ଗଭୀର ହୋଇଗଲା।ରୁଚି ଧୀରେ ଧୀରେ ସୁସ୍ଥ ହୋଇଛି।ଏବେ ନବ ଦମ୍ପତ୍ତିଙ୍କ ଅପେକ୍ଷା ସେ ମିଳନ ରାତିକୁ। 


କିଛିଦିନ ପରେ ରୁଚିଙ୍କ ସ୍ୱାବ ଟେଷ୍ଟ  ରିପୋର୍ଟ ନଗେଟିଭ ଆସିଲା। ଡାକ୍ତର କହିଲେ ବାହଘର ବ୍ୟସ୍ତତାରେ ନିଜକୁ ଯତ୍ନ ନେଇ ନ ଥିବାରୁ ଦୂର୍ବଳ ହୋଇ ରୁଚିଙ୍କର ଦେହ ଖରାପ ହୋଇଥିଲା। 


ଏବେ ଘର ଲୋକଙ୍କ ମନରେ ଆଉ ସନ୍ଦେହ ରହିଲା ନାହିଁ। ନବ ଦମ୍ପତ୍ତିଙ୍କ ମିଳନର ସମୟ ଆସିଛି। ରୁଚି ଆଉ ଅଭି, ନବ ଦମ୍ପତ୍ତି ଭଗବାନ ଆଉ ଘରର ଗୁରୁଜନଙ୍କ ପାଖରୁ ଆଶିର୍ବାଦ ନେଇ ଖୁସିରେ ଘର ସଂସାର ଆରମ୍ଭ କଲେ।


Rate this content
Log in

Similar oriya story from Romance