STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ମୂଷା ଓ ଗୁଣ୍ଡୁଚିମୂଷା

ମୂଷା ଓ ଗୁଣ୍ଡୁଚିମୂଷା

3 mins
164


କୋଉଦିନ ଜେଜେମାନଙ୍କ କୋଥଳିରୁ ଶହେ ଆଠ ରୁଦ୍ରାକ୍ଷମାଳ ଗାଏବ ତ କୋଉଦିନ ବାଟୁଆରୁ କାଠପାନିଆଁ ମିଳୁନଥିଲା . ବ୍ୟସ୍ତ ବିବ୍ରତ ଜେଜେମା ଖୋଜିହୁଅନ୍ତି ତ ଦୁଇ ଯମଜ ନାତି କୁନା ଓ ମୁନା ମାଳ ଖୋଜି ପାଆନ୍ତି ଫ୍ରିଜ ତଳୁ ତ କାଠ ପାନିଆଁ ପାଆନ୍ତି ଡ୍ରେସିଂ ଟେବୁଲ ତଳୁ. ଜେଜେମା ନିଜ ଜିନିଷ ଫେରିପାଇ ଖୁସି ହୁଅନ୍ତି ସତ ହେଲେ କୁନା ମୁନାକୁ କେଵେ ପ୍ରଶଂସା ନକରି କହନ୍ତି ଏସବୁ କାମ ଆଉ କାହାର ନିଶ୍ଚୟ ତୁମ ଦୁହିଁଙ୍କର ତ କୁନା ମୁନା ଦୁଃଖୀ ହୋଇଯାଆନ୍ତି. ଭାବନ୍ତି ଏତେ ପରିଶ୍ରମ କରି ଜେଜେମାଆଙ୍କ ହଜିଥିବା ଜିନିଷ ପାଇ ଜେଜେମାଆଙ୍କୁ ଫେରାଇଥିଲେ ମଧ୍ୟ ଜେଜେମା ଆମ ଦୁଇଜଣଙ୍କୁ ହିଁ ସନ୍ଦେହ କରୁଛନ୍ତି. ଜେଜେମାଆଙ୍କ ସନ୍ଦେହ ଦୂର କରିବାକୁ କିଛି ଉପାୟ ମିଳୁନଥାଏ କିନ୍ତୁ ଜେଜେମାଆଙ୍କଠୁ ଶୁଣିଥିବା ଗୋଟେ ଅଙ୍ଗେଲିଭା କଥା ଦୁଇ ଯମଜ ଭାଇ ମନେ ରଖିଥାଆନ୍ତି.

  ଏଥର ଜେଜେମାଙ୍କୁ ଦୁଇଭାଇ କହିଲେ ମାଆ ତୁମେ କହୁଥିଲ ନା ଦୀପରେ ଯଦି ଫୁଲ ପରି ନିଆଁ ଝୁଲ ପରି କିଛି ଆକୃତି ଦେଖାଯାଏ ତେବେ ଖୁବ ଶୁଭ ହୁଏ ବୋଲି. ଜେଜେମା କହିଲେ ହଁ ସେଇକଥା ତୁମ ଦୁହିଁଙ୍କୁ ମୁଁ ଜୀବନରେ ସତ୍ୟ ଘଟିଥିବା ଗପ ହିସାବରେ କହୁନଥିଲି! ତୁମ ବାପା ତା ପିଲାବେଳେ ଯେବେ ଜରରେ ପଡିଥିଲା ଜମା ଜର ଛାଡ଼ୁନଥିଲା ତା ଦେହରୁ.ଯେତେ ଔଷଧ ପତ୍ର ଖୁଆଇଲେ ମଧ୍ୟ ଜର ଛାଡୁ ନଥିବାରୁ ମନ ଭଲ ନଥିଲା. ଜଣେ ବାବା କହିଥିଲେ ଏ ପତ୍ର ନେଇ ଏହାର ରସକୁ ତିନିଥର ପୁଅକୁ ଦେବା ସହ ଅଖଣ୍ଡ ଦୀପ ଜାଳିବୁ. ଦୀପର ଶିଖାରେ ଯଦି ଫୁଲ ଫୁଟିବା ଦେଖିବୁ ପୁଅ ତୋର ଆୟୁଷ ଆଶିଷ ପାଇ ନିରୋଗ ରହି ବଡ଼ ହୋଇ ତୁମ ଘରର ନାମ ରଖିବ. ସତକୁ ସତ ସେୟା ହୋଇଥିଲା ଓ ତୁମ ଦୁହିଁଙ୍କ ପରି ନାତି ମତେ ମୋ ପୁଅ ଖେଳସାଥୀ ରୂପେ ଦେଇଛି ସତ ହେଲେ ତୁମେ ଦୁହେଁ ମୋ ଜିନିଷ ପତ୍ର ଲୁଚେଇ ମତେ ହଇରାଣ କରୁଛ ବୋଲି ଦୁଃଖ ଲାଗୁଛି.ସେଇଦିନୁ କିନ୍ତୁ ଗଛ ଲଗାଉଛି ଓ ଅନ୍ୟକୁ ଗଛ ଲଗାଇବାକୁ କହୁଛି. କାରଣ ପ୍ରତ୍ୟେକ ଗଛର ପତ୍ରରେ ଔଷଧୀୟ ଗୁଣ ଧର୍ମ ରହିଛି.

  କୁନା କହୁଥିଲା ଜେଜେମା ତୁମ ଜିନିଷ ପତ୍ର ଏପଟ ସେପଟ କରିବା,ଏସବୁ ମୂଷାର କାମ. ଏଇ ଦେଖୁନ ତୁମେ ଏବେବି ଘରର ଶୁଭ ମନାସି ଜାଳୁଥିବା ଅଖଣ୍ଡ ଦୀପରୁ କେମିତି ମୂଷାରୂପକ ଅଙ୍ଗାର ଝୁଲ ମୁଁ ଦୀପରୁ ସଂଗ୍ରହ କରି ରଖିଛି ଦିଆସିଲି ପେଡାରେ. ମୁନା କହୁଥିଲା ମୁଁ ମଧ୍ୟ ପ୍ରଜାପତି ରୂପକ ଅଙ୍ଗାରଟିକୁ ଜଳନ୍ତା ଦୀପ ଶିଖାରୁ ସଂଗ୍ରହ କରି ରଖିଛି. ଜେଜେମା ଏଥର ଭାବିଲେ ସତକଥା ମୂଷା ହିଁ ଏହି କାମ କରୁଛି ଓ ଭଗବାନ ଗଣେଷଙ୍କ ବାହାନ ପରି ଦିଶୁଥିବାରୁ କୁନା ତାକୁ ସାଇତି ରଖିଛି. ଏଥର ମୂଷାମରା ଔଷଧ ଆଣି ରଖିଲେ ଜେଜେମା କିନ୍ତୁ ଅଟାରେ ଗୋଳେଇ ଦେବାକୁ ଖୋଜି ଖୋଜି ନୟାନ୍ତ ହେଲେ ମଧ୍ୟ ମିଳୁନଥିଲା ତ ତାକୁ କଣ ମୂଷା ନେଇଗଲା! କୁନା କହୁଥିଲା ନା ଜେଜେମା ଆମେ ଦୁଇଭାଇ ତାକୁ ନେଇ ପୋତି ଦେଇଛୁ. ଆଜ଼ି ଆମେ ସତ କହିଥିବାରୁ ତୁମେ ଆମକୁ ପ୍ରଜାପତି ଗପ କୁହ. ଜେଜେମା କହିଲେ ଏମିତି କାହିଁକି କଲ? କାରଣ ସେ ପ୍ରଭୁ ଗଣପତିଙ୍କ ବାହାନ ଦ୍ୱିତୀୟରେ ମଲାମୂଷା ଉପରେ ବସି ପ୍ରଜାପତି ପରି ନିରୀହ ଜୀବ ମରିଯିବାର ଆଶଙ୍କା ରହିଛି. ପ୍ରଜାପତିମାନେ ନଥିଲେ ଆମ ପରି ଶିଶୁମନରେ ଆନନ୍ଦ କିଏ ଭରିବ କହିଲ ଜେଜେମା!ସବୁ ଶୁଣି ଜେଜେମା କୁନା ମୁନାଙ୍କୁ ଢେର ପ୍ରସଂଶା କରି କୋଳ କରି ପୁଣି ଗେଲ କରି ପ୍ରଜାପତି ଗପ କହୁଥିଲେ. ସେଦିନ ଦୀପରେ ପୁଣି ଫୁଟିଥିବା ଫୁଲଟିଏ ପରି ବାହାରିଥିଲା ଗୁଣ୍ଡୁଚି ମୂଷା ପରି ଏକ ଅଙ୍ଗାର ତ ଜେଜେମା ସେଦିନ ରାତିରେ ଗୁଣ୍ଡୁଚି ମୂଷା କିପରି ପ୍ରଭୁ ରାମଚନ୍ଦ୍ରଙ୍କ ସେତୁବନ୍ଧରେ ପାଣିରେ ବୁଡି ବାଲିରେ ଗଡି ଦେହ ଦେଉଥିଲା ଝାଡ଼ି ବୋଲି ପ୍ରଭୁ ରାମଚନ୍ଦ୍ର ଖୁସିରେ ତା ପିଠି ଆଉଁସି ଦେବାରୁ ପ୍ରଭୁଙ୍କ ତିନି ଆଙ୍ଗୁଠିର ଛାପ ତିନିଗାର ହୋଇ ରହିଯାଇଛି ତା ପିଠିରେ ସେଦିନୁ ସେକଥା ଶୁଣି କୁନା ମୁନା ଖୁବ ଖୁସି ହେଇଥିଲେ. ତା ପରଠୁ ଜେଜେମାଙ୍କ ଜିନିଷପତ୍ର ହଜୁନଥିଲା କାରଣ ଏ ଭିତରେ ବିଲେଇଟିଏ କୋଉଠୁ ଆସି କୁନା ମୁନା ଘରେ ଡେରା ପକେଇ ସାରିଥିଲା.


Rate this content
Log in

Similar oriya story from Classics