Lopamudra Parida

Abstract Drama Inspirational

4.0  

Lopamudra Parida

Abstract Drama Inspirational

ମୁକ୍ତି ଦେବୀ

ମୁକ୍ତି ଦେବୀ

2 mins
214



ନିରୀହ ମୁର୍ଖ ପରୀଟେ ଧଳା ଛୋଟ ପୃଥିବୀରୁ କଳା ବଡ ପୃଥିବୀର ଜଙ୍ଗଲରେ ଚାକିରିଟେ ପାଇ ଆସିଲା ,ଆଖିର କୋଣରେ ମେଞ୍ଚେ ସପନର ସୂତା ଖିଅ ନେଇ । ସିଏ ତା ଧଳା ପୃଥିବୀରେ ଗୋଟେ ପାରଦର୍ଶି ବଳୟର ସାଞୁ ତଳେ ଖେଳି ବୁଲି ବଢିଥିଲା ।ସେ ବଳୟଟା ଦେଇ ସୁନାର କିରଣ ବୁଣୁଥିଲା, ଯାହା କେବେ ମଉଳୁ ନଥିଲା । ତ ' ସିଏ ଯମା କଣ୍ଟକିତ କଳା ଦେଖିନଥିଲା । ସେ ଚାକିରି ପାଇଁ ଆସିଲା ବେଳେ ମା ତା'ର ଟିକି ଇନ୍ଦ୍ରନୀଳ କବଚଟେ ତା ହୃଦୟରେ ଥାପିଦେଇଥିଲା । ସିଏ ଜାଣିଥିଲା ସବୁ ରଙ୍ଗର ପୃଥିବୀରେ ସେଇ ସମାନ ସୁନେଲି କିରଣ ପଡୁଥାଏ ବୋଲି ,ମୁର୍ଖ ଥିଲା ନା ।ଆଉ ନୀରିହ ବି ।


ତା ନୀଳ ଡୋଳାରେ ଛାଇଛାଇୟା ଛବି ସବୁ ଏ କଳା ପୃଥିବୀର ଖେଞ୍ଚି ହେଇଯାଉଥିଲା ।ସେ ବୁଝିପାରିବା ଆଗରୁ ଟପ୍ ଟପ୍ ଲହୁ ବହିଲେ ସେଇ ନୀଳ ଆଖିର ଡୋଳାରୁ ।ତଥାପି ସେ ସମସ୍ତଙ୍କୁ ଧରି ଚାଲିବାର ଚେଷ୍ଟା ଜାରି ରଖିଲା ।ସେ କଳାକୁ ଧଳା କରି ବାକୁ ସ୍ବପ୍ନ ଦେଖି ତା ନିଜର ସ୍ବପ୍ନ ଭୁଲିଗଲା ।


ସେ ସେଠିକା ଜଙ୍ଗଲୀ ମାନଙ୍କୁ ସହୋଦର ଭାବିଲା ।ଠିକ୍ ତା ଧଳା ପୃଥିବୀର ସବୁ ମଣିଷଙ୍କ ପରି ।ସେ ପୁଣି ମୁର୍ଖ ଥିଲା ।ଆଉ ନୀରିହ ବି ।ସେ ବୁଝିପାରି ନ ଥିଲା ଜଙ୍ଗଲରେ ଶୃଗାଳ, ଶିଆଳ ବି ଥାନ୍ତି ।ଧୃତ, କୃର ।ବଡ ଦାନ୍ତ ଧାରୀ ।


ସେ ତ ଖାଲି ପ୍ରଜାପତି, ହରିଣ ଆଉ ଶଶ ସାଙ୍ଗେ ଉଡିଥିଲା ।ତା ' ବଳୟ ଭିତରେ । ଚକ୍ ମକ୍ କରୁଥିଲା । ସେମାନେ କୌଶଳ କରି ଭୁଲେଇ ଭାଲେଇ ତାକୁ ,ହେଇ ଦେଖ୍ ସରଗ କହି ଟକ୍ ଟକ୍ ଫୁଟା ତେଲରେ ଛାଣିଦେଲେ ।ପେଲିଦେଇ ପାରିଲେ, ମଣିଷ ମୁଖା ସବୁ ।ତାରି ସୂତା ଖିଅରେ ତାକୁଇ ଗୁଡେଇ ଗାଡେଇ ଗଣ୍ଠି ଦେଲେ । ସେ ଚମକିଲା ।

 

ନିକି ନିକି ଡେଣା ତାର କଡକଡେଇଗଲା ।ସେ ଦେଖୁଥିଲା ନୀଳ ଡୋଳାରେ ଲୁହ ଜକେଇ ,ସେ ଭାବିଲା ନା ତାର ଏଠିକି ଆସିବାର ନଥିଲା ।ପାଦ ଆଡୁ କଡକଡଉଥିଲା ।


ଲୁହା କଣ୍ଟାରେ ଗେନ୍ଜି ଗ୍ରିଲ୍ କରି ବା ସିଜଲର୍ କରି ଖାଇହବ ......ମେନୁ ରେଡି କରୁଥିଲେ ସେଇ ମୁନିଆଁ ଶ୍ବାନଦାନ୍ତ ଥିବା ଜଙ୍ଗଲି ଗୁଡା । ନିରୀହଟି କିକୁସ୍ଥ ଥାଇ ତା ସୁନେଲି ବଳୟକୁ ଝୁରୁଥିଲା କି ,ତାର ମନେ ପଡିଗଲା ତା ଇନ୍ଦ୍ରନୀଳ କବଚ କଥା ,ଯୋଉଟା ମା ତା ହୃଦୟରେ ଥାପିଥିଲା ।ସେ କଷ୍ଟ କରି ବନ୍ଧା ହାତ ମୁକୁଳେଇ ଚଟ୍ କି ଛୁଇଁ ଦେଲା ତା ସୁରକ୍ଷା ମଣିଟିକୁ ।


ଜଙ୍ଗଲି ମାନେ ଜାଣିବି ପାରିଲେନି ତାଙ୍କ ଖୁସି ଗପ ଭିତରେ ...... 


ସେ ନିଜେ ପୁରା ତା ଆଖି ଡୋଳା ରଙ୍ଗର ହେଇଗଲା ଆଉ କଢେଇରୁ ଖସି ଆସିଲା ।ପାଖ ବଗିଚାର ପତ୍ର, ଫୁଲ ମାନଙ୍କ ସାହାରାରେ ଗୋଟେ ହମିଙ୍ଗ୍ ବାର୍ଡର ଥଣ୍ଟରେ ସେ ଫେରିଆସିଲା ତା ପାରଦର୍ଶୀ ବଳୟକୁ ।

ବାଟରେ ହମିଙ୍ଗ୍ ବାର୍ଡ କହିଲା 


ତୁ ସତରେ ଗୋଟେ ମୁର୍ଖ ଆଉ ନିରୀହ ବି ।


*****

ଫେରି ତ ଆସିଲା, କିନ୍ତୁ ତା ନିରୀହ ଡେଣା ଦିଟା ଆଉ କୋମଳିଲେନି ।କଡକଡେଇ ରହିଗଲେ ଚିରଦିନ ।


*****

ଆଜି ପୁଣି ହମିଙ୍ଗ୍ ବାର୍ଡ ଦେଖାହେଲା ତାର,ଆଉ କହିଲା .......


ତୁ ବଞ୍ଚି ଗଲୁ, ବୁଝିଲୁ ।


ସେ ତା ଛାତିର ଇନ୍ଦ୍ରନୀଳକବଚକୁ ଛୁଇଁ ଦେଇ କହିଲା, ଇଏ ବଞ୍ଚେଇଦେଲା । ଶୁଣ୍ , ମୁଁ ଏବେ ବି ନିରୀହ ଯେ କିନ୍ତୁ ମୁର୍ଖ ନୁହେଁ ।


ମୁଁ ହେବି ଏ ମୁଲକର ମୁକ୍ତି ଦେବୀ । 


କଥା ଦେଲିରେ ହମିଙ୍ଗ୍ ବାର୍ଡ, ତୋ ୠଣ ତ ପୁଣି ସୁଝିବି ।




Rate this content
Log in

Similar oriya story from Abstract