ମୁକ୍ତ ଆକାଶର ବିହଙ୍ଗ
ମୁକ୍ତ ଆକାଶର ବିହଙ୍ଗ
ୟୁନିଭର୍ଶିଟି ର ପ୍ରଥମ ଦିନ ଥିଲା ମୋର , ନା କେହି ଚିହ୍ନା ଥିଲେ ନା ଥିଲେ କେହି ନିଜର । ତଥାପି ଘରୁ ଏଇ ନିଷ୍ପତ୍ତି ନେଇ ଭୁବନେଶ୍ବର ବାହାରିଥିଲିି ଆଉ ଏ ଜୀବନର ରାସ୍ତାଟାକୁ ଏମିତି ଏକା ଏକା ଚାଲିବିନି । ଯେବେ ପ୍ରଥମେ ଚାରି କାନ୍ଥ ଘେରା ସେଇ ମନ୍ଦିରରେ ପଶିଲି ଆଖି ସାମ୍ନାରେ ଜଣେ କିଏ ଆପଣାର ବସିଥିବାର ଲାଗିଲା , କିନ୍ତୁ ଏମିତି କେମିତି ହୋଇପାରେ । ଯେଉଁ ଯୁବକ ତରୁଣୀଙ୍କ ଭାବନା କେବେ ଜାଗ୍ରତ କରିନି ମନରେ , ତାର ପୁଣି କେହି ତରୁଣୀ ଚିହ୍ନା ଥାଇ ପାରନ୍ତି ! ବଡ଼ ବିସ୍ମୟ କଥା । ପ୍ରଥମ ଦେଖାରୁ ଲାଗିଲା ଯେମିତି ଆଖି ତାଙ୍କର ଆଳାପ କରିବାକୁ ଡାକୁଛି ମୋତେ , କିନ୍ତୁ ଚୁଲବୁଲି ସେଇ ନାୟିକାଙ୍କ ଆଗକୁ ସାହସ କରି ଯିବା ବୋଧେ ଏ ସୁପ୍ତ ମନ ପାଇଁ ବହୁତ୍ କଷ୍ଟସାଧ୍ୟ ଥିଲା । କିନ୍ତୁ ଆଖି ତ ମୋର ମୋ ମନ ଭିତରେ ଏକ ଝଡ଼ ତିଆରି କରି ସାରିଥିଲା । ତେଣୁ ବିନା ନିମନ୍ତ୍ରଣରେ ବି ଏ ଆଖି ତାଙ୍କ ଆଡ଼କୁ ଟାଣି ହୋଇ ଯାଉଥିଲା । ଆଉ ଦେଖିବାକୁ ପାଇଥିଲା ତାଙ୍କର ପରକୁ ଆପଣା କରିବା ରୂପକୁ , ଚିହ୍ନିବାକୁ ପାଇଥିଲା ଜଣେ କଠୋର ସ୍ଵଭାବ ପଛରେ ରହିଥିବା କୋମଳ ହୃଦୟକୁ ।ଆଉ ଏତିକି ବହୁତ୍ ଥିଲା ତାଙ୍କୁ ନିଜର କରି ନେବା ପାଇଁ । ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ତାଙ୍କ ସହ ନିଜ ଆଡ଼ୁ କଥା ହେଲି । ଆଉ ଏଇ ଟିକକ କଥା ହେଉ ହେଉ ତାଙ୍କ ମୋ ଭିତରର ବନ୍ଧୁତା ବଢ଼ି ବଢ଼ି ଚାଲିଲା । କିନ୍ତୁ ମୁଁ ମୋ ମନରେ ଆନ୍ଦୋଳିତ ପ୍ରେମ ଭାବନାକୁ ଲାଗିଲା ଯେମତି ତାଙ୍କ ବନ୍ଧୁତ୍ୱ ର ବନ୍ଧନ ଆଗେ ଯେମିତି ବଳି ଦେବାକୁ ଲାଗିଥିଲି । କିନ୍ତୁ ମୁଁ ବା କଣ କରିପାରିଥାନ୍ତି , କାରଣ ବନ୍ଧୁତାର ଏଇ କିଛି ଦିନ ଭିତରେ ମନ ଜାଣି ସାରିଥିଲା ତାଙ୍କ ଜୀବନର ରହସ୍ୟକୁ , ଜାଣି ସାରିଥିଲା ଯେ ସେ ଜଣେ ମୁକ୍ତ ଆକାଶର ବିହଙ୍ଗ । ଆଉ ସେ ମୁକ୍ତ ଆକାଶର ବିହଙ୍ଗ କୁ ବା ମୁଁ କେମିତି ମୋ ମନ ପଞ୍ଜୁରୀରେ ବନ୍ଦ କରିପାରିଥାନ୍ତି । ତେଣୁ ହୃଦୟ ମନ୍ଦିର ସାମ୍ନାରେ ଶବ ପାଲଟି ଯାଇଥିବା ପ୍ରେମ କୁ ସମାଧି ଦେଇ ପୁଣିଥରେ ତା ଉପରେ ବନ୍ଧୁତାର ବୃକ୍ଷକୁ ପୋତି ଦେଲି ।
ଦ୍ବିତୀୟ ଭାଗର ଟିକିଏ ଅପେକ୍ଷା..................

