SHIBASHANKAR DAS

Drama Inspirational

3  

SHIBASHANKAR DAS

Drama Inspirational

ମୁକ୍ତ ଆକାଶର ବିହଙ୍ଗ(୨ୟ ଭାଗ)

ମୁକ୍ତ ଆକାଶର ବିହଙ୍ଗ(୨ୟ ଭାଗ)

2 mins
229



   ସେ ମୁକ୍ତ ଗଗନର ବିହଗ ଜାଣି ସାରିଲା ପରେ ମନ ଭିତରେ ପ୍ରେମର ଭାବନାକୁ ଜଳାଞ୍ଜଳି ଦେଇ ମୁଁ ବି ସାଜି ଯାଇଥିଲି ତା ପରି ଆଉ ଏକ ମୁକ୍ତ ଆକାଶର ବିହଗ । ଯୋଉ ଆକାଶରେ ବନ୍ଧୁତ୍ୱର ତାରକା ରହିଥିଲେ ସତ କିନ୍ତୁ ପ୍ରେମର ବନ୍ଧନରେ ବାନ୍ଧିବା ପାଇଁ ନ ଥିଲା ଜହ୍ନ ସମ କେହି ସାଥୀ । ଆଉ ଏଇ ଭାବନା ଭିତରେ ମୁଁ ନିଜକୁ ସମର୍ପି ଦେଇଥିଲି ନିଜକୁ ତାଙ୍କର ଅତି ଘନିଷ୍ଠ ବନ୍ଧୁ ଭାବରେ , ନା ଥିଲା ମୋ ଠାରେ ଆଉ ପୂର୍ବବତ୍ ପ୍ରେମ ପାଇବା ଆଶାରେ ବନ୍ଧୁତା କରିବାର ଛଳନା ନା ଥିଲା ତାଙ୍କୁ ସାରା ଜୀବନ ନିଜର କରିବାର ଆଶା । ମୁଁ ଏବେ ଥିଲି ତାଙ୍କର ସବୁଠୁ ଆପଣାର ବନ୍ଧୁ । ଆଉ ବନ୍ଧୁତା ଭିତରେ ପାଇବାକୁ ଲାଗିଥିଲି ସର୍ବୋତ୍କୃଷ୍ଟ ଆନନ୍ଦ , ଆଉ ଏହି ବନ୍ଧୁତାର ଅପୂର୍ବ ଆନନ୍ଦ ମନର ପ୍ରତିଟି ପ୍ରାନ୍ତରୁ ଯେମିତି ପ୍ରେମକୁ ନିଶ୍ଚିହ୍ନ କରିଦେଇଥିଲା । 


     କିନ୍ତୁ ବିଧାତାର ବିଧାନ ଥିଲା ଅଲଗା ପ୍ରକାର । ମୋର ଏଇ ଅତି ଘନିଷ୍ଠ ବନ୍ଧୁତା ଆସ୍ତେ ଆସ୍ତେ ତାଙ୍କ ମନ ଭିତରେ ବି ଆଲୋଡ଼ନ ସୃଷ୍ଟି କରିବା ଆରମ୍ଭ କରି ଦେଇଥିଲା । ସେ ମୋର ହେବାକୁ ମନେ ମନେ ସ୍ଥିର କରି ମୋ ଠାରୁ ପ୍ରେମର ଆଶା କଳ୍ପନା କରିବାକୁ ଆରମ୍ଭ କରିଦେଇଥିଲେ । ହେଲେ ମୁଁ ତ ଏବେ ସମ୍ପୂର୍ଣ୍ଣ ଭାବେ ମୁକ୍ତ ଗଗନର ବିହଗ ପାଲଟି ଯାଇଥିଲି , ତେଣୁ ସେ ସିନା ନିଜକୁ ପ୍ରେମ ରୂପକ ସୁନା ପଞ୍ଜୁରୀ ଆଡ଼କୁ ଆକର୍ଷିତ କରାଇ ନେଇଥିଲେ କିନ୍ତୁ ମୁଁ କଅଣ ଆଉ ପାରିଥାନ୍ତି । ଏସବୁ ସତ୍ତ୍ୱେ ମୁଁ ଏ ପର୍ଯ୍ୟନ୍ତ ବି ତାଙ୍କ ମନର ଭାବନାଠୁ ବହୁ ଦୂରରେ ଥିଲି । ଏକଦା ଦିନେ ସେ ବହୁ ଦୁଃଖରେ ଆଖିରେ ଲୁହର ଜୁଆରକୁ ସାଥିରେ ନେଇ ଉଭା ହେଲେ , ଆଉ କହିଲେ ମୁଁ ଜାଣେ ତୁ ଏବେ ମୁକ୍ତ ଗଗନର ବିହଗ ପାଲଟି ଯାଇଛୁ କିନ୍ତୁ ମୁଁ ଏବେ ଆଉ ମୁକ୍ତ ଗଗନରେ ଡେଣା ଝାଡ଼ି ପାରୁନି , ହୁଏତ ମୁଁ ନିଜକୁ ବନ୍ଦୀ କରିନେବି ସୁନା ପଞ୍ଜୁରୀରେ କିନ୍ତୁ ତତେ ବନ୍ଦୀ କରିପାରିବି ନାହିଁ । ତେଣୁ ତୁ ଦୟାକରି ମୋ ହାତ ଛାଡ଼ି ମୁକ୍ତ ଆକାଶରେ ଉଡ଼ିଯା ଆଉ ଦୟାକରି ଆଉ ଥରେ ଏ ଦୁନିଆକୁ ଫେରିକି ଆସେନା । ଆଉ ପଦଟି କଥା ତାଙ୍କର ମୋତେ ଦ୍ୱନ୍ଦ୍ୱରେ ପକାଇ ଯେମିତି ସାରା ଜୀବନ ମୋତେ ପଚାରିବାକୁ ଲାଗୁଥାଏ " ମୋତେ ବନ୍ଧୁତାର ମୁକ୍ତ ଆକାଶ ଲୋଡ଼ା ନା ପ୍ରେମ ରୂପକ ସୁନା ପଞ୍ଜୁରୀ । "


          ( ସମାପ୍ତ )


Rate this content
Log in

Similar oriya story from Drama