ପ୍ରେମର ଦାଗ
ପ୍ରେମର ଦାଗ
ଜାଣିଛ ତୁମ ମୋ ଭିତରେ ଥିବା ସମ୍ପର୍କକୁ ମୁଁ ଏଯାଏ ଚିହ୍ନି ପାରିଲାନି । ହଁ ତମେ ଅବଶ୍ୟ ବାରମ୍ବାର ବନ୍ଧୁତ୍ୱ ଦିବସରେ ଫ୍ରେଣ୍ଡସୀପ ବେଣ୍ଡ୍ ପିନ୍ଧାଇ ବନ୍ଧୁତାର ବନ୍ଧନକୁ ବହୁତ୍ ମଜଭୁତ କରି ଦେଉଥିଲ , କିନ୍ତୁ ମୁଁ ଏଯାଏ ବି ପାରିଲିନି ।
ହଉ ବାଦ୍ ଦିଅ ସେକଥା , ମୁଁ ଟିକେ ପାଗଳ.... ତେଣୁ ତ ଏମିତି ଆମ ଫ୍ରେଣ୍ଡସୀପ୍ ଭିତରେ ଇଆଡୁ ସିଆଡୁ କଥା ଭାବିଦିଏ ।
ହଁ ମୁଁ କହିବାକୁ ଭୁଲିଗଲି .... ଏଇ ଫ୍ରେଣ୍ଡଶୀପ୍ ଡେ କଥା କହୁ କହୁ ମୋର ମନେ ପଡ଼ିଗଲା । ତମର ମନେ ଅଛି ନା ଗତ ବର୍ଷର ଫ୍ରେଣ୍ଡଶୀପ୍ ଡେ ର କଥା ..... ସେଦିନ କେକ୍ କଟା କଟି ସରିଲା ପରେ ତମେ ଯୋଉଁ ମୋ ସାର୍ଟରେ କେକ୍ ର କ୍ରିମ୍ ବୋଳି ଦେଇଥିଲ , ଆଉ କହିଥିଲ ସାର୍ଟ୍ ଟିକୁ ତମ ସ୍ମୃତି ଭାବେ ସାଇତି ରଖିବା ପାଇଁ । ଆଜି ଯାଏ ସାଇତି ରଖିଥିଲି ବୋଉଠୁ ଲୁଚାଇ । କାରଣ ବୋଉ ମୋର ଲୁଗା ଟିକେ ଅପରିଷ୍କାର ହୋଇଥିବାର ଦେଖିଲେ ଧୋଇଦିଏ
। ବୋଉ ସିନା ସେ ସାର୍ଟକୁ ମୋର ଦାଗ ହୋଇଛି ବୋଲି ଭାବି ଦେବ । ହେଲେ ସେ କଣ ମୋ ମନରେ ହୋଇଥିବା ପ୍ରେମ ଦାଗକୁ ବୁଝି ପାରିବ ।
କିନ୍ତୁ ଜାଣିଛ କେମିତି କେଜାଣି ମୁଁ ଘରେ ନ ଥିବା ବେଳେ ବୋଉ କଣ ଗୋଟାଏ ଖୋଜୁ ଖୋଜୁ ସେ ସାର୍ଟଟିକୁ ପାଇ ଭଲଭାବରେ ଧୋଇଦେଇଥିଲା । ମୁଁ ଯେତେବେଳେ ଏ ବିଷୟରେ ଜାଣିଲି ବହୁତ୍ ଦୁଃଖ ହେଲା ମନ ଆଉ ବୋଉ ଉପରେ ବି ବହୁତ୍ ବିଗିଡ଼ି ଗଲି ଏମିତି କି ରାତିରେ ଠିକ୍ ସେ ଖାଇଲି ବି ନାହିଁ । ବୋଉ ମୁଁ ନ ଖାଇବାରୁ ଆସି ବାବୁ ସୁନା କହି ତା ରାଣ ପକାଇ ମୋତେ ଖୁଆଇ ନେଲା ଆଉ ମୋ ଠାରୁ ସେ ସାର୍ଟ୍ ଟିର କାହାଣୀ ସବୁ ଶୁଣି ସାରି କେବଳ ଏତିକି କହିଲା , " ସାର୍ଟ୍ ର ଦାଗ ସିନା ଆଜି ନ ହେଲେ ବି କାଲି ଧୋଇ ହୋଇ ଯାଆନ୍ତା , କିନ୍ତୁ ତୋ ମନର ପ୍ରେମ ଦାଗଟାକୁ କଣ କେହି ଧୋଇପାରିବେ । ଏଣୁ ସାର୍ଟ୍ ରେ ସିନା ଦାଗଟା ଧୋଇବା ନିହାତି ଜରୁରୀ ଥିଲା କିନ୍ତୁ ମନରେ ଥିବା ପ୍ରେମ ଦାଗଟା ରହିବା ଜରୁରୀ " ।